ଘଷିପୁରା,୨୯l୪(ନିରଞ୍ଜନ ସାହୁ): କେନ୍ଦୁଝର ଜିଲା ଘଷିପୁରା ଥାନା ଅଧୀନ ଦରଡ଼ିପାଳ ପଞ୍ଚାୟତ ଟୋଲକନାଣ୍ଡି ଅଞ୍ଚଳରୁ ବିବାହ ପୂର୍ବରୁ ଜଣେ ଯବତୀଙ୍କୁ ଅପହରଣ ଅଭିଯୋଗ ହୋଇଛି। ଏ ନେଇ ଯୁବତୀଙ୍କ ପରିବାର ପକ୍ଷରୁ ଥାନାରେ ଅଭିଯୋଗ ପରେ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ କରୁଛି।
ମିଳିଥିବା ସୂଚନା ମୁତବକ, ଯୁବତୀଙ୍କ ଆସନ୍ତା ୩୦ ତାରିଖରେ ବିବାହ ହେବାର ଥିଲା। ଏ ନେଇ ଯୁବତୀ ଜଣକ କେଶଦୁରାପାଳ ବଜାରକୁ ଭାଇଙ୍କ ସହ ପାର୍ଲରକୁ ଯାଇଥିଲେ। ଭାଇ କୌଣସି କାମରେ ବଜାରରେ ରହିଯାଇଥିଲେ। ହେଲେ ଯୁବତୀ ଜଣକ କାମ ସାରି ସ୍କୁଟିରେ ଘରକୁ ଫେରୁଥିଲେ।
ବାଟରେ ତାଙ୍କୁ ୪ ଯୁବକ ଅଟକାଇ କାର ଯୋଗେ ଅପହରଣ କରିନେଇଥିଲେ। ପରିବାର ଲୋକ ଜାଣିବା ପରେ ଘଷିପୁରା ଥାନାରେ ଅଭିଯୋଗ କରିଥିଲେ। ପୋଲିସ ଘଟଣାସ୍ଥଳରେ ପଚରାଉଚରା କରି ତଦନ୍ତ କରୁଛି। ଅପହରଣରେ କନିଆଙ୍କ ଗ୍ରାମର ଜଣେ ଯୁବକଙ୍କ ସମ୍ପୃକ୍ତି ଥିବା ପୋଲିସ ଜାଣିବାକୁ ପାଇଛି।


