୪ ଯୁବକଙ୍କୁ ଅପହରଣ ମାମଲା: ୨ ଗିରଫ

ଦିଗପହଣ୍ଡି,୨୮।୧(ଅଶେଷ ନାଥ ମିଶ୍ର): ୪ ଯୁବକଙ୍କୁ ଅପହରଣ ମାମଲାରେ ୨ ଜଣଙ୍କୁ ଗିରଫ କରିଛି କେ.ନୂଆଗାଁ ଥାନା ପୋଲିସ। କାଲି ଅଟକ ଥିବା ଯୁବକ ସହ ମୁଖ୍ୟ ଅଭିଯୁକ୍ତଙ୍କ ସ୍ତ୍ରୀଙ୍କ ଗିରଫ କରାଯାଇଛି। ଅପହରଣ ଘଟଣାର ମୁଖ୍ୟ ଅଭିଯୁକ୍ତ ଏବେ ବି ଫେରାର ଅଛନ୍ତି।
ଦୁଇ କୋଟି ଟଙ୍କା ପାଇଁ ଗତ ୪ ଦିନ ହେଲା ଗଞ୍ଜାମ ଜିଲାରେ ଅପହରଣକାରୀଙ୍କ କବଳରେ ଥିବା ଏକ ଫାଇନାନ୍ସ ସଂସ୍ଥାର ୪ କର୍ମଚାରୀ ସୋମବାର ଉଦ୍ଧାର ହୋଇଛନ୍ତି। ଅପହରଣକାରୀଙ୍କ କବଳରୁ ଜଣେ ଖସିଆସି ପୋଲିସର ଦ୍ୱାରସ୍ଥ ହେବା ପରେ ସମସ୍ତଙ୍କୁ ଉଦ୍ଧାର କରାଯାଇଛି। ସେମାନେ ହେଲେ ଘରୋଇ ଫାଇନାନ୍ସ ସଂସ୍ଥାର ଏଜେଣ୍ଟ ବିହାରର ରବୀନ୍ଦ୍ର କୁମାର, କଟକ ଜିଲା ଗୋବିନ୍ଦପୁର ଗ୍ରାମର ବ୍ରହ୍ମାନନ୍ଦ ପାତ୍ର, କଟକ ତୁଳସୀପୁର ମଠସାହିର ଅହମ୍ମଦ ଖାନ୍‌, ଭୁବନେଶ୍ୱର ପାହାଳ ଥାନା ଅନ୍ତର୍ଗତ ଗଡ଼ ନହରକଣ୍ଟା ଗ୍ରାମର ଅମରଜିତ୍‌ ସାମନ୍ତସିଂହାର। ଅପହରଣକାରୀମାନେ ଏମାନଙ୍କୁ କେ.ନୂଆଗାଁ ଥାନା ଅନ୍ତର୍ଗତ ଚିକିଟିଗଡ଼ ତହସିଲ କାର୍ଯ୍ୟାଳୟ ପଛପଟେ ଥିବା ଏକ ଅବ୍ୟବହୃତ କୁଡିଆରେ ହାତଗୋଡ଼ ବାନ୍ଧି ନିସ୍ତୁକ ମାଡ଼ ମାରିବା ସହ ନାଗସାପ ଆଣି ଦଂଶନ ଭୟ ଦେଖାଉଥିଲେ। ପୋଲିସ ଉକ୍ତ କୁଡିଆକୁ ସିଲ୍‌ କରିବା ସହ ୩ଟି ସାପ ଉଦ୍ଧାର କରି ବନବିଭାଗକୁ ହସ୍ତାନ୍ତର କରିଛି। ଅଭିଯୁକ୍ତମାନଙ୍କ ମଧ୍ୟରୁ କେ.ନୂଆଗାଁ ଥାନା ଭୋଳାସିଙ୍ଗି ଗ୍ରାମର ପୃଥ୍ବୀରାଜ ସାହୁଙ୍କୁ ଗିରଫ କରାଯାଇଛି। ମାଷ୍ଟରମାଇଣ୍ଡ ବ୍ରହ୍ମପୁରର ହୋଇଥିବା ବେଳେ ଏଥିରେ ଜିଲାର ୧୦ଜଣିଆ ଗ୍ୟାଙ୍ଗ ସାମିଲ ଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି ବୋଲି ବ୍ରହ୍ମପୁର ଏସ୍‌ପି ଡ.ସର୍ବଣା ବିବେକ ଏମ. ସୂଚନା ଦେଇଛନ୍ତି।
ପ୍ରକାଶ ଯେ, ଅଭିଯୁକ୍ତ ପୃଥ୍ବୀରାଜ ଏବଂ ତାଙ୍କ ସହଯୋଗୀମାନେ ଫାଇନାନ୍ସ ସଂସ୍ଥାର କର୍ମଚାରୀ ରବୀନ୍ଦ୍ରଙ୍କୁ ଏକ ପ୍ରୋଜେକ୍ଟ ପାଇଁ ଟଙ୍କା ଆବଶ୍ୟକ ଥିବା ବାହାନାରେ ଡକାଇଥିଲେ। ତେଣୁ ଗତ ଗୁରୁବାର ରବୀନ୍ଦ୍ରଙ୍କ ସମେତ ସଂସ୍ଥାର ଅନ୍ୟ ୩ କର୍ମଚାରୀ ଭୁବନେଶ୍ୱରରୁ ବ୍ରହ୍ମପୁର ଆସିଥିଲେ। ଅଭିଯୁକ୍ତମାନେ ସେମାନଙ୍କୁ ୨ଟି କାରରେ ନେଇ ନିସ୍ତୁକ ମାଡ଼ ମାରି ୨ କୋଟି ଟଙ୍କା ମାଗିଥିଲେ। ଟଙ୍କା ନ ଦେଲେ ଜୀବନରେ ମାରିଦେବାକୁ ଧମକ ଦେଇଥିଲେ। ପରେ ଚିକିଟି ନିକଟ କେରାଣ୍ଡିମାଳ ଜଙ୍ଗଲକୁ ନେଇ ମାଡ଼ ମାରିଥିଲେ। ସେଠାରୁ ଚିକିଟିଗଡ ଗ୍ରାମସ୍ଥିତ ଏକ ପରିତ୍ୟକ୍ତ କୁଡିଆରେ ହାତଗୋଡ ବାନ୍ଧି ପକାଇ ରଖିବା ସହ ସାପ ଆଣି ଦଂଶନ ଭୟ ଦେଖାଇଥିଲେ। ଅପହୃତ ରବୀନ୍ଦ୍ର କୌଶଳକ୍ରମେ ସୋମବାର ଭୋର୍‌ରେ ଅପହରଣକାରୀଙ୍କ କବଳରୁ ଖସିଆସି ନିକଟରେ ଥିବା ଚିକିଟି ତହସିଲଦାରଙ୍କ କ୍ୱାର୍ଟର୍ସ ଭିତରେ ପଶିଯାଇ ଆମକୁ ରକ୍ଷା କର ବୋଲି ଚିତ୍କାର କରିଥିଲେ। ତହସିଲଦାର ବିଶ୍ୱରଞ୍ଜନ କଅଁର ଘଟଣା ସମ୍ପର୍କରେ ଜାଣିବା ପରେ କେ.ନୂଆଗାଁ ଥାନା ଆଇଆଇସି କିଶୋର କୁମାର ସାମଲ ଏବଂ ଚିକିଟି ଏସ୍‌ଡିପିଓ ବିଶ୍ୱାମିତ୍ର ହରପାଲଙ୍କୁ ଫୋନ ଯୋଗେ ଜଣାଇଥିଲେ। ପୋଲିସ ଟିମ୍‌ ସେଠାରେ ପହଞ୍ଚି ରବୀନ୍ଦ୍ରଙ୍କ ସୂଚନାକ୍ରମେ ଉକ୍ତ ପରିତ୍ୟକ୍ତ କୁଡିଆରୁ ଅନ୍ୟ ୩ ଜଣଙ୍କୁ ଉଦ୍ଧାର କରିଥିଲା। ସେଠାରେ ଗଞ୍ଜେଇ ଗଛସବୁ କଟାଯାଇ ଗଦା ହୋଇଥିବା ମଧ୍ୟ ଦେଖାଯାଇଥିଲା। ଖବରପାଇ ଅବକାରୀ ଟିମ୍‌ ପହଞ୍ଚି ସେଗୁଡିକୁ ନଷ୍ଟ କରିିଛି। ରବୀନ୍ଦ୍ରଙ୍କ ଏତଲା ପ୍ରକାରେ କେ.ନୂଆଗାଁ ଥାନାରେ ଏକ ମାମଲା (ନଂ.୪୧/୨୫) ରୁଜୁ କରାଯାଇଛି। ପୋଲିସ ଘଟଣାର ବିଭିନ୍ନ ଦିଗକୁ ନେଇ ତଦନ୍ତ ଚଳାଇଛି। ଖୁବ୍‌ଶୀଘ୍ର ଫେରାର ଥିବା ଅଭିଯୁକ୍ତମାନଙ୍କୁ ଗିରଫ କରାଯିବ ବୋଲି ଏସ୍‌ପି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

IND vs WI: ତୃତୀୟ ଦିନିକିଆ ପୂର୍ବରୁ ବଡ଼ ଝଟ୍‌କା, ବାଦ୍ ପଡ଼ିଲେ ଷ୍ଟାର୍ ଅଲରାଉଣ୍ଡର, ମାରିଥିଲେ ଦମଦାର୍ ଶତକ!

ନୂଆଦିଲ୍ଲୀ,୨।୧୦: ଭାରତ ଏବଂ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଖେଳାଯାଉଥିବା ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ (ODI) ସିରିଜ୍‌ରେ ଭାରତୀୟ ଦଳ ୨-୦ ରେ ଅଗ୍ରଣୀ ସହ ସିରିଜ୍ କବ୍‌ଜା…

ତୁଳା ରାଶିରେ ଶୁକ୍ରଙ୍କ ଓଲଟା ଚାଲି: ଅକ୍ଟୋବର ୩ରୁ ଏହି ୫ଟି ରାଶିର ଲୋକଙ୍କୁ ରହିବାକୁ ପଡ଼ିବ ସାବଧାନ!

୨୦୨୬ ଅକ୍ଟୋବର ୩ ତାରିଖରୁ ଶୁକ୍ର ନିଜର ସ୍ୱରାଶି ତୁଳାରେ ବକ୍ରୀ ଅର୍ଥାତ୍ ଓଲଟା ଚାଲି ଚାଲିବାକୁ ଯାଉଛନ୍ତି। ଶୁକ୍ରଙ୍କର ଏହି ଚଳନ ହେତୁ ସମ୍ପର୍କ, ଭାଗୀଦାରୀ,…

SRHର ଅଧିନାୟକ ନିଷ୍ପତ୍ତିକୁ ନେଇ ଝଡ଼! କ୍ଷୁବ୍ଧ ଅଭିଷେକ ଶର୍ମା, ଛାଡ଼ିପାରନ୍ତି ଦଳ

ନୂଆଦିଲ୍ଲୀ,୨।୧୦: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (IPL) ୨୦୨୭ ସଂସ୍କରଣ ପୂର୍ବରୁ ସନ୍‌ରାଇଜର୍ସ ହାଇଦ୍ରାବାଦ (SRH) ଶିବିରରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ,…

ଧାମୁଣିପଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କ୍ଲଷ୍ଟର ସ୍ତରୀୟ ‘ସୁରଭି’ ମହୋତ୍ସବ ଅନୁଷ୍ଠିତ

କଲ୍ୟାଣସିଂହପୁର, ୨/୧୦ (ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ଧାମୁଣିପଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’…

ଚୋରାରେ କଟାଯାଇଥିବା ୪ ଶାଳ ଗଛର ଗଣ୍ଡି ଜବତ

ପାଟଣା, ୨।୧୦ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ଅନ୍ତର୍ଗତ ପାଟଣା ସେକ୍ସନର ମଲ୍ଲିପୋଷି ବିଟ୍‌ ଅଧୀନ ନୂଆପଡ଼ା ଗ୍ରାମ ହୁଡ଼ିରୁ ଚୋରାରେ କଟାଯାଇ…

କଙ୍କାଳ ଜବତ, ନିଖୋଜ ମହିଳାଙ୍କ କଙ୍କାଳ ବୋଲି ଅନୁମାନ

ରିଆମାଳ,୨|୧୦(ବଦ୍ରିନାରାୟଣ ଅଗ୍ରୱାଲା): ଦେବଗଡ଼ ଜିଲା ରିଆମାଳ ଥାନା ଗୁଣ୍ଡିଆପାଲି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ସାନଡଙ୍ଗାଘାଟର ମୁଣ୍ଡା ସାହି ଗୋହିରା ନାଳ ପାଖରୁ ରିଆମାଳ ଥାନା ପୁଲିସ ଏକ…

ଅନ୍ତରବା ଛକରେ ଦୁର୍ଘଟଣା, ୩ ଗୁରୁତର, ୨ ଆହତ

ମୋହନା, ୨।୧୦ (ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତରବା ଛକରେ ଗୁରୁବାର ଏକ ସଡ଼କ ଦୁର୍ଘଟଣା ଘଟି ୩ ଜଣ ଗୁରୁତର ଓ ୨…

ଭାରତ-ପାକିସ୍ତାନ ମହାମୁକାବିଲା: ଓପନର ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ବଢ଼ିଲା ଚିନ୍ତା, ସାମ୍ନାକୁ ଆସିଲା…

ନୂଆଦିଲ୍ଲୀ,୨।୧୦: ଏସିଆନ୍ ଗେମ୍ସ କ୍ରିକେଟ୍ ପ୍ରତିଯୋଗିତାର ଫାଇନାଲ୍‌ରେ ଆସନ୍ତା ଅକ୍ଟୋବର ୩ ତାରିଖରେ ଭାରତ ଓ ପାକିସ୍ତାନ ମୁହାଁମୁହିଁ ହେବାକୁ ଯାଉଛନ୍ତି। ଏହି ହାଇ-ଭୋଲ୍ଟେଜ୍ ସ୍ୱର୍ଣ୍ଣ ପଦକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?