କୋଟିଏ ଟଙ୍କା ଲୋଭରେ ନିଜକୁ ଅପହରଣ

ଟଙ୍କା ଲୋଭରେ ନିଜକୁ ଅପହରଣ କରିବାକୁ ବି ପଛାଇ ନାହାନ୍ତି ଜଣେ ମହିଳା। ସ୍ବାମୀ ପରିତ୍ୟକ୍ତା ସ୍ମୃତିରେଖା ପାଣି ବେଙ୍ଗାଲୁରୁରେ ରହୁଥିବା ନିଜ ଟ୍ରେଡର ଭାଇଙ୍କଠାରୁ କୋଟିଏ ଟଙ୍କା ଠକିନେବାକୁ ଅପହରଣ ନାଟକ ରଚିଥିଲେ। ସେ ପ୍ରେମିକଙ୍କ ସହ ରାଜସ୍ଥାନ ପଳାଇଯିବାକୁ ଯୋଜନା କରିଥିଲେ। ହେଲେ ପ୍ରଥମ ପର୍ଯ୍ୟାୟରେ ୧୨ ଲକ୍ଷ ଟଙ୍କା ହାତେଇବା ପରେ ଦୁହେଁ ଫେରାର ହେଉଥିବାବେଳେ ପୋଲିସ ଯାଞ୍ଚରେ ଫସିଯାଇଥିଲେ। କମିଶନରେଟ ପୋଲିସ ନୟାଗଡ଼ରୁ ସେମାନଙ୍କୁ ଧରିବା ସହ ଅପହରଣ ନାଟକ ଉପରୁ ପରଦା ହଟାଇଛି।

ଭୁବନେଶ୍ୱର,୨୨ା୬(ସତ୍ୟଜିତ୍‌ ରାଉତ): ଭୁବନେଶ୍ୱର ଚନ୍ଦକା ଥାନାଞ୍ଚଳରେ ଚାଞ୍ଚଲ୍ୟ ଖେଳାଇଥିବା ଏକ ଅପହରଣ ଘଟଣା ଉପରୁ ପୋଲିସ ଶୁକ୍ରବାର ପରଦା ହଟାଇଛି। ଏହି ମାମଲାରେ ସ୍ବାମୀ ପରିତ୍ୟକ୍ତା ମହିଳା ସ୍ମୃତିରେଖା ପାଣି (୩୫), ପ୍ରେମିକ ରାଜସ୍ଥାନ ଜୟପୁରର ପ୍ରଦୀପ କୁମାର ଓଲା (୨୭) ଓ ତାଙ୍କ ସହଯୋଗୀ ଦେବୀ ଲାଲ (୨୭)ଙ୍କୁ ଗିରଫ କରାଯାଇଛି। ସେମାନଙ୍କ ପାଖରୁ ଗୋଟିଏ ଟୋୟୋଟା କାର୍‌, ୩ ମୋବାଇଲ ଫୋନ୍‌, ଏଟିଏମ୍‌ କାର୍ଡ, ଚେକ୍‌ବୁକ୍‌ ଆଦି ଜବତ ହୋଇଛି। କୋର୍ଟଚାଲାଣ ପରେ ଅଭିଯୁକ୍ତମାନଙ୍କୁ ବିଚାରବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି।
ଭୁବନେଶ୍ୱରର ସ୍ମୃତିରେଖା ପାଣି ଜଣେ ଫ୍ୟାଶନ ଡିଜିଆଇନର। ସେ ୨୦୧୫ରେ ଭରତପୁର ଅଞ୍ଚଳରେ ବିବାହ କରିଥିଲେ। ୨୦୧୮ରେ ସ୍ବାମୀଙ୍କଠାରୁ ଛାଡପତ୍ର ପରେ ସେ ବାପଘର ଗୋଠପାଟଣାସ୍ଥିତ ଏକ ଆପାର୍ଟମେଣ୍ଟରେ ରହୁଥିଲେ। ତେବେ ସ୍ମୃତିରେଖାଙ୍କ ସାନଭାଇ ଶୁଭାଶିଷ ପାଣି ବେଙ୍ଗାଲୁରୁରେ ରୁହନ୍ତି। ଶୁଭାଶିଷ ବୃତ୍ତିଗତ ଭାବେ ଜଣେ ଟ୍ରେଡର୍‌। ଶେୟାର ମାର୍କେଟରେ ଟ୍ରେଡିଂ କରି ଭଲ ଟଙ୍କା ରୋଜଗାର କରନ୍ତି। ପାଓ୍ବାର ଅଫ୍‌ ଷ୍ଟକ୍ସ ନାମରେ ତାଙ୍କର ଏକ ୟୁଟ୍ୟୁବ୍‌ ଚ୍ୟାନେଲ ମଧ୍ୟ ଅଛି। ଇତିମଧ୍ୟରେ ସ୍ମୃତିରେଖା ଇନ୍‌ଷ୍ଟାଗ୍ରାମରେ ରାଜସ୍ଥାନର ପ୍ରଦୀପଙ୍କ ସହ ପରିଚିତ ହୁଅନ୍ତି। ପରେ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ିଉଠିଥିଲା। ଶୁଭାଶିଷଙ୍କଠାରୁ ବଡ଼ ପରିମାଣର ଟଙ୍କା ଝଡ଼ାଇବା ପାଇଁ ସେମାନେ ଅପହରଣ ନାଟକ ରଚିଥିଲେ। ଯୋଜନା ଅନୁଯାୟୀ, ଜୁନ ୧୫ରେ ପ୍ରଦୀପ ତାଙ୍କ ସାଙ୍ଗ ଦେବୀଲାଲଙ୍କ ସହ କାର୍‌ ଯୋଗେ ରାଜସ୍ଥାନରୁ ଓଡ଼ିଶା ଆସିଥିଲେ। ଜୁନ ୧୭ରେ ସେମାନେ ଓଡିଶାରେ ପହଞ୍ଚତ୍ ଖୋର୍ଦ୍ଧାସ୍ଥିତ ଏକ ହୋଟେଲରେ ରହିଥିଲେ। ପ୍ରଦୀପ ପରେ ସ୍ମୃତିରେଖାଙ୍କ ସହ ମିଶି ଅପହରଣ ନାଟକ ରଚିବା ନେଇ ଯୋଜନା କରିଥିଲେ। ବୁଧବାର ଅପରାହ୍ନ ପ୍ରାୟ ୨ଟା ୪୫ରେ ସ୍ମୃତିରେଖା ଘରୁ ଏକ ଅଟୋରେ ପ୍ରଦୀପଙ୍କ ପାଖକୁ ପଳାଇଯାଇଥିଲେ। ସେଠାରେ ସ୍ମୃତିରେଖାଙ୍କ ହ୍ବାଟ୍ସଆପ୍‌ ଜରିଆରେ ତାଙ୍କ ଭାଇ ଶୁଭାଶିଷଙ୍କୁ ପ୍ରଦୀପ ଭଏସ୍‌ କଲ୍‌ କରି ଭଉଣୀଙ୍କୁ ଅପହରଣ କରିନେଇଥିବା ଜଣାଇଥିଲେ। ମୁଣ୍ଡଜାମିନ ପାଇଁ କୋଟିଏ ଟଙ୍କା ଦେବାକୁ ପ୍ରଦୀପ ଧମକ ମଧ୍ୟ ଦେଇଥିଲେ। ପ୍ରଥମେ ଶୁଭାଶିଷ ଭୟରେ ପ୍ରଦୀପଙ୍କ ଆକାଉଣ୍ଟକୁ ୧୨ ଲକ୍ଷ ଟଙ୍କା ପଠାଇ ଦେଇଥିଲେ। ଏ ସମ୍ପର୍କରେ ଶୁଭାଶିଷ ଘରକୁ ଜଣାଇବା ପରେ ବାପା ସତ୍ୟ ନାରାୟଣ ଗୁରୁବାର ଚନ୍ଦକା ଥାନାରେ ଝିଅଙ୍କୁ ଅପହରଣ କରାଯାଇଥିବା ଅଭିଯୋଗ କରିଥିଲେ। ପୋଲିସ ଏହି ମାମଲାର ତଦନ୍ତ ପାଇଁ ଏକାଧିକ ଟିମ୍‌ ଗଠନ କରିଥିଲା। ସିସିଟିଭି ଯାଞ୍ଚ ସହ ଅନ୍ୟ ଜିଲା ପୋଲିସ ମୁଖ୍ୟାଳୟକୁ ସୂଚନା ଦିଆଯାଇଥିଲା। ସ୍ମୃତିରେଖାଙ୍କ ମୋବାଇଲ୍‌ ଫୋନ୍‌ ଲୋକେଶନ୍‌ ଟ୍ରେସ୍‌ ହେବା ପରେ ସେମାନେ ପ୍ରଥମେ ଖୋର୍ଦ୍ଧା ଚାରିଛକ ଆଡ଼େ ଚାଲିଯାଇଥିବା ଜଣାପଡିଥିଲା। ହେଲେ ଚାରିଛକରେ ଚେକିଂ କଡ଼ାକଡ଼ି ଥିବାରୁ ସେମାନେ ନୟାଗଡ ଆଡ଼କୁ ଚାଲିଯାଇଥିଲେ। ଗୁରୁବାର ବିଳମ୍ବିତ ରାତିରେ ନୟାଗଡ଼ ବଜାରରେ ଚେକିଂ ବେଳେ ଅଭିଯୁକ୍ତମାନେ ବ୍ୟାରିକେଡ୍‌କୁ ଧକ୍କାଦେଇ ଚାଲିଯାଇଥିଲେ। ହେଲେ ସେଠାରେ ପ୍ରଥମେ ସହଯୋଗୀ ଦେବୀଲାଲ ଧରାପଡ଼ିଯାଇଥିଲେ। ଏପରି କି ଜଣେ ପୋଲିସ ଅଧିକାରୀ ମଧ୍ୟ ଆହତ ହୋଇଥିଲେ। ଦୁର୍ଘଟଣା ଘଟାଇଥିବା କାର୍‌କୁ ଧରିବାକୁ ପୋଲିସ ଟିମ୍‌ ପିଛା କରିଥିଲା। କିଛିବାଟ ଗଲା ପରେ ସ୍ମୃତିରେଖା ଓ ପ୍ରଦୀପ କାର୍‌ ଛାଡ଼ି ବିଲରେ ଦୌଡ଼ି ପଳାଇବାକୁ ଉଦ୍ୟମ କରିବାବେଳେ ପୋଲିସ ସେମାନଙ୍କୁ କାବୁ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଘରୁ ଲକ୍ଷାଧିକ ଟଙ୍କା ଚୋରି ଘଟଣା; ୯୨ ହଜାର ୫ ଶହ ଟଙ୍କା ଜବତ, ୩ ନାବାଳକ କରିଥିଲେ…

ଦିଗପହଣ୍ଡି/ଚିକିଟି,୨୨।୩(ଅଶେଷ ନାଥ ମିଶ୍ର/ ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ଚିକିଟିପେଣ୍ଠ ଗ୍ରାମ ପଦ୍ମନଗର ୬ଷ୍ଠ ଲେନ ବାସିନ୍ଦା ମଙ୍ଗୁଳୁ ପ୍ରଧାନଙ୍କ ଘରୁ ଚୋରି ଘଟଣାରେ ପୋଲିସକୁ…

ଦିଗପହଣ୍ଡିରେ ଜନଗଣନାର ପ୍ରଥମ ପର୍ଯ୍ୟାୟ ପ୍ରଶିକ୍ଷଣ ଶିବିର ଉଦଘାଟିତ, ତହସିଲଦାର…

ଦିଗପହଣ୍ଡି,୨୨ା୩(ଅଶେଷ ନାଥ ମିଶ୍ର): ରାଜ୍ୟ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ କ୍ରମେ ଦିଗପହଣ୍ଡି ତହସିଲ ଓ ଏନଏସି ପ୍ରଶାସନ ପକ୍ଷରୁ ବଡଖେମୁଣ୍ଡି ହାଇସ୍କୁଲ ପରିସରରେ ଜାତୀୟ ଜନଗଣନା ୨୦୨୭ର…

ତାଲପାଲିପଡା ଶ୍ରୀରାମମନ୍ଦିର ବିଗ୍ରହ ପ୍ରତିଷ୍ଠା ଉତ୍ସବ ଆରମ୍ଭ, ଉତ୍ସବମୁଖର…

ବଲାଙ୍ଗୀର,୨୨ା୩(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ତାଲପାଲିପଡାରେ ପୁନଃନିର୍ମାଣ ହୋଇଥିବା ଶ୍ରୀରାମମନ୍ଦିରର ବିଗ୍ରହପ୍ରତିଷ୍ଠା ଉତ୍ସବ ରବିବାର ଠାରୁ ଆରମ୍ଭ ହୋଇଯାଇଛି । ଆୟୋଜକ କମିଟି ସହିତ ପଡାର ଶତାଧିକ…

ପଞ୍ଜାବ କିଙ୍ଗ୍ସକ ଦଳକୁ ନେଇ ବଡ଼ ମତ ରଖିଲେ ଇର୍ଫାନ ପଠାନ, ଜାଣନ୍ତୁ…

ନୂଆଦିଲ୍ଲୀ,୨୨ା୩: ଭାରତର ପୂର୍ୱତନ ଅଲରାଉଣ୍ଡର ଇର୍ଫାନ ପଠାନଙ୍କ ମତରେ ପଞ୍ଜାବ କିଙ୍ଗ୍ସ (ପିବିକେଏସ୍‌) ଏବେ ଉଚିତ ଦିଗରେ ଆଗଉଛି। ଦଳ ଅକ୍ସନରେ ଭଲ କରିବା ସହ ଚଳିତ…

ପାରିବାରିକ କଳହର କରୁଣ ପରିଣତି; ଆତ୍ମହତ୍ୟା କଲେ ନବବଧୂ, କାରଣ ଜାଣିଲେ…

ଦିଗପହଣ୍ଡି,୨୨।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଷ୍ଟେଟବ୍ୟାଙ୍କ ସମ୍ମୁଖ ରାମଚନ୍ଦ୍ର ନଗରରେ ରହୁଥିବା ଚନ୍ଦ୍ରମା ଗୌଡ଼ (୨୮)ନାମକ ଜଣେ ନବବଧୂ ଆତ୍ମହତ୍ୟା କରିଥିବା ଜଣାପଡିଛି ।…

ବସ୍‌ରେ ଚାଲାଣ ହେଉଥିଲା କଫସିରଫ: ମାଡ଼ି ବସିଲା ପୋଲିସ

ଡୁଙ୍ଗୁରିପାଲି,୨୨।୩(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ବ୍ଲକ ରାମପୁର ଥାନା ପୋଲିସ ରବିବାର ୟ୧୫ ସହ ବୋତଲ କଫସିରଫ ଜବତ କରି ୩ଜଣ ଅଭିଯୁକ୍ତଙ୍କୁ ଗିରଫ କରି…

ବେପରୁଆ ଗାଡି ଚାଳନା, ଚକା ଫାଟି ଭାଙ୍ଗିଲା ଘର କାଚ

ଗଞ୍ଜାମ,୨୨।୩(ବିଦ୍ୟାଧର ସାହୁ ): ଗଞ୍ଜାମ ସହର ସ୍ଥିତ ଗ୍ରାସୀମ କମ୍ପାନୀକୁ ବିଭିନ୍ନ କାମରେ ଦୈନଦିନ ଶହ ଶହ ଟ୍ରକ ଟ୍ରାକ୍ଟର ଦଶ ଚକିଆ ଭାରୀଯାନ ଯାତାୟତ କରୁଛି…

ଧରିତ୍ରୀ ପ୍ରଭାବ: ସଜଡା ହେଲା ବ୍ଲକ ଗେଟ୍‌, ମରାମତି ହେଲା ‘ମରଣଯନ୍ତା’

ଥୁଆମୂଳ ରାମପୁର,୨୨।୩(ଦୁର୍ଗା କୀର୍ତ୍ତି): ଜନସାଧାରଣଙ୍କ ସମସ୍ୟା ସମାଧାନର ପେଣ୍ଠସ୍ଥଳ କୁହାଯାଉଥିବା ଥୁଆମୂଳ ରାମପୁର ପଞ୍ଚାୟତ ସମିତି କାର୍ଯ୍ୟାଳୟର ମୁଖ୍ୟ ପ୍ରବେଶ ପଥ ଏବେ ସମ୍ପୂର୍ଣ୍ଣ ସୁରକ୍ଷିତ ହୋଇଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri