ବନ୍ଧୁକ ଲଗାଇ ଅପହରଣ ପରେ ହତ୍ୟା ଉଦ୍ୟମ

ଗୋପ,୨୫।୪(ଡି.ଏନ୍‌.ଏ.): ସୋମବାର ବିଳମ୍ବିତ ରାତିରେ ଗୋପ ଥାନା ଅନ୍ତର୍ଗତ ଓରୁଆଳି ଗ୍ରାମ ନିକଟରେ ପାନ ଦୋକାନ କରିଥିବା ଉକ୍ତ ଗ୍ରାମର ପ୍ରଦୀପ ଦାସ(୨୮)ଙ୍କୁ ଅପହରଣ ପରେ ହତ୍ୟା ଉଦ୍ୟମ କରାଯାଇଥିବା ଥାନାରେ ଅଭିଯୋଗ ହୋଇଛି। ମଙ୍ଗଳବାର ସକାଳୁ ସେ ଭୁବନେଶ୍ୱରର ଧଉଳି ଥାନା ଅଧୀନ ଧଉଳି ପାହାଡ଼ ତଳୁ ଅଚେତ ଅବସ୍ଥାରେ ଉଦ୍ଧାର ହୋଇ ଏବେ କଟକ ବଡ଼ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ଜଣାପଡିଛି। ଏହି ଘଟଣାକୁ ନେଇ ଅପହୃତ ପ୍ରଦୀପଙ୍କ ବାପା ଦେବନ କୁମାର ଦାସ ଗୋପ ଥାନାରେ ଅଭିଯୋଗ କରିବା ପରେ ପୋଲିସ ଏକ ମାମଲା (ନଂ. ୧୮୯/୨୩ ) ପ୍ରାଥମିକ ତଦନ୍ତ ଆରମ୍ଭ କରିଛି। ଅଭିଯୋଗ ଅନୁଯାୟୀ, କୌଣସି କାରଣକୁ ନେଇ ସୋମବାର ରାତିରେ ପ୍ରଦୀପ ନିଜ ପାନ ଦୋକାନ ବନ୍ଦ କରି ଘରକୁ ନ ଯାଇ ସେଠାର ହିଁ ଶୋଇ ପଡ଼ିଥିଲେ। ବିଳମ୍ବିତ ରାତିରେ ନିକଟସ୍ଥ ଶଙ୍ଖତିରା ଗ୍ରାମର ୭ଜଣ ଯୁବକ ଉକ୍ତ ପାନ ଦୋକାନ ନିକଟକୁ ଆସି ପ୍ରଦୀପଙ୍କୁ ଉଠାଇ ପାନ ସିଗାରେଟ ମାଗିଥିଲେ। ସେ ଦୋକାନ ଖୋଲିବା ମାତ୍ରେ ଅଭିଯୁକ୍ତମାନେ ବନ୍ଧୁକ ଲଗାଇ ତାଙ୍କୁ ଏକ କାର୍‌ ଯୋଗେ ଅପହରଣ କରି ନେଇଥିଲେ। ଗାଡ଼ି ଭିତରେ ପ୍ରଦୀପଙ୍କୁ ମାଡ଼ ମାରିବା ସହ ମଦ ବୋତଲରେ ମୁଣ୍ଡ ଫଠାଇ ଦେଇଥିଲେ। ଏଥିରେ ତାଙ୍କର ମୃତ୍ୟୁ ହୋଇ ଯାଇଥିବା ଅନୁମାନ କରି ଅଭିଯୁକ୍ତମାନେ ଭୁବନେଶ୍ୱର ଧଉଳି ପାହାଡ ନିକଟରେ ଫୋପାଡି ଦେଇ ଚାଲିଯାଇଥିଲେ। ମଙ୍ଗଳବାର ଭୋରୁ ଜଣେ ବ୍ୟକ୍ତି ଧଉଳି ପାହାଡ଼ ଦେଇଯାଉଥିବା ବେଳେ କେହି ମୁର୍ମୂଷୁ ଅବସ୍ଥାରେ ପଡିଥିବା ଦେଖି ପୋଲିସକୁ ଖବର ଦେବା ପରେ ତାଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନା ପଠାଯାଇଥିଲା। ପ୍ରଦୀପଙ୍କ ଚେତା ଆସିବା ପରେ ଘଟଣା ସମ୍ପର୍କରେ ପରିବାର ସଦସ୍ୟ ଖବରପାଇ ଘଟଣାସ୍ଥଳରେ ପହଞ୍ଚତ୍ବା ପରେ ସବୁ କଥା କହିଥିଲେ। ପ୍ରଦୀପଙ୍କ ଗୋଡ ଭାଙ୍ଗିବା ସହିତ ମୁଣ୍ଡ ଓ ଶରୀରର ଅନେକ ସ୍ଥାନରେ କ୍ଷତ ସୃଷ୍ଟି ହୋଇଥିବା ତାଙ୍କ ବାପା କହିଛନ୍ତି। ଆଉ ମଧ୍ୟ ସେ କହିଛନ୍ତି ଯେ ପୁଅ ଅପହରଣ ହେବା ନେଇ ସୋମବାର ଭୋର୍‌ ସମୟରେ ଗୋପ ଥାନାକୁ ଅଭିଯୋଗ କରିବାକୁ ଯାଇଥିବା ବେଳେ ପୋଲିସ ମୋ କଥାକୁ ଗୁରୁତ୍ୱ ଦେଇ ନ ଥିଲେ। କିନ୍ତୁ ଧଉଳି ପୋଲିସ କହିବା ପରେ ମୁଁ ଥାନାରେ ଅଭିଯୋଗ କରିଛି। ତେବେ ପ୍ରଦୀପଙ୍କୁ କିଏ ଓ କାହିଁକି ଅପହରଣ କରି ହତ୍ୟା ଉଦ୍ୟମ କଲା ସେନେଇ ପୋଲିସ ତଦନ୍ତ ଚଳାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମା’ଙ୍କୁ ହରାଇଲେ ଭଉଣୀଭାଇ, ପାଳିବା ଚିନ୍ତାରେ ଆଈ

ବ୍ରହ୍ମପୁର,୨୮ା୩(ଅଶୋକ କୁମାର ସାହୁ): ନୟାଗଡ଼ ଜିଲା ଦଶପଲ୍ଲା ଥାନା ଅଧୀନ ଟାକେରା ପିଠାଖାଇ ଘାଟିରେ ଟୁରିଷ୍ଟ ବସ୍‌ ଦୁର୍ଘଟଣାରେ ମୃତକଙ୍କ ମଧ୍ୟରେ ବ୍ରହ୍ମପୁର ଧୋବାବନ୍ଧ ସାହିର ସୁମନ୍ତି…

ରୁଷିଆ ପାଇଁ ଆମେରିକାକୁ ଡ଼ରୁନାହିଁ ଇରାନ, ହଟିବାକୁ ନାରାଜ ମୋଜତାବା, ଆମେରିକା ପାଇଁ ବିପଦର ଘଣ୍ଟି!

ମସ୍କୋ/ତେହେରାନ,୨୮।୩: ବିଶ୍ୱ ରାଜନୀତିରେ ଏକ ନୂଆ ସମୀକରଣ ଦେଖିବାକୁ ମିଳିଛି। ପାଶ୍ଚାତ୍ୟ ଦେଶଗୁଡ଼ିକର କଠୋର ପ୍ରତିବନ୍ଧକ ସତ୍ତ୍ୱେ ରୁଷିଆ ଏବଂ ଇରାନ ମଧ୍ୟରେ ବନ୍ଧୁତା ଦିନକୁ ଦିନ…

ଆକ୍ସନରେ ପୋଲିସ: ଟିଟିଲାଗଡ଼ ବିଧାୟକଙ୍କ ପିଏସ୍‌ଓ ସସ୍‌ପେଣ୍ଡ

ବଲାଙ୍ଗୀର,୨୮।୩(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ଏସ୍‌ପି ଅଭିଳାଷ ଜିଙ୍କ ଏକ ବଡ଼ ସୂଚନା ଦେଇଛନ୍ତି। ଟିଟିଲାଗଡ଼ ବିଧାୟକଙ୍କ ପିଏସ୍‌ଓ ପ୍ରେମଚାନ୍ଦ ନାଗଙ୍କୁ ସସ୍‌ପେଣ୍ଡ କରାଯାଇଥିବା ଏସ୍‌ପି ଶନିବାର…

ଭେଡେନ ଓକିଲ ସଂଘ: ଅଶ୍ବିନୀ ସଭାପତି ନିର୍ବାଚିତ

ଭେଡେନ,୨୮।୩(ହୃଷିକେଶ ଖମାରୀ): ବରଗଡ଼ ଜିଲା ଭେଡେନ ଓକିଲ ସଂଘର ନିର୍ବାଚନ ଶନିବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅଶ୍ୱିନୀ କୁମାର ଦାଶ ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି ।…

ମାନସିକ ବିକୃତ ଯୁବତୀ ଗର୍ଭବତୀ ମାମଲା: ଶିକ୍ଷକଙ୍କ ପରେ ଆଉ ଜଣେ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ

ଗଞ୍ଜାମ,୨୮ା୩ (ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ରମ୍ଭା ଥାନା ହୁମା ଫାଣ୍ଡି ଅଞ୍ଚଳରେ ଜଣେ ମାନସିକ ବିକୃତ ଯୁବତୀ ଗର୍ଭବତୀ ହେବା ଘଟଣାରେ ଜଣେ ଶିକ୍ଷକ ଗିରଫ…

ମା’ ଠାକୁରାଣୀଙ୍କ ଚୈତ୍ର ଯାତ୍ରା

ଥୁଆମୂଳ ରାମପୁର, ୨୮ା୩ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ସଦର ତାଲବନ୍ଦ ପଡ଼ାରେ ମା’ ଠାକୁରାଣୀଙ୍କ ଚୈତ୍ର ଯାତ୍ରା ବା ଘଣ୍ଟ ଯାତ୍ରାର…

କବାଡ଼ି ପ୍ରିମିୟର ଲିଗ୍‌ ସିଜନ-୨ ଆରମ୍ଭ

ନୂଆପଡ଼ା,୨୮ା୩(ମକାରୁ ବେମାଲ): ନୂଆପଡ଼ା କବାଡ଼ି ଖେଳାଳି ସଂଘ ପକ୍ଷରୁ ପୁରୁଷ ଓ ମହିଳା ବିଭାଗରେ କବାଡ଼ି ପ୍ରିମିୟର ଲିଗ ସିଜନ-୨ ଶୁକ୍ରବାର ସାରେ ଉଦ୍‌ଘାଟିତ ହୋଇଯାଇଛି। ଜିଲା…

ଖଳିଆପାଲି ଛକ ବୁଲାଣିରେ କେମିକାଲ ବୋଝେଇ ଟ୍ୟାଙ୍କର ଲିକେଜ, ଲୋକେ ଭୟଭୀତ…

ଜୁନାଗଡ଼,୨୮।୩(ସୁନୀଲ କୁମାର ସିଂହ)-କଳାହାଣ୍ଡି ଜିଲା ଜୁନାଗଡ଼ ବ୍ଲକ ଖଳିଆପାଲି ଛକ ବୁଲାଣି ଠାରେ ଶନିବାର ସନ୍ଧ୍ୟାରେ ଏକ କେମିକାଲ ବୋଝେଇ ଟ୍ୟାଙ୍କରରୁ ହଟାତ ଗ୍ୟାସ ଲିକେଜ ହୋଇଥିଲା।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri