Kickback Scheme: ‘ଭାରତକୁ ନିର୍ବାଚନବେଳେ ଦିଆଯାଇଛି ୧୮୨କୋଟି ଟଙ୍କା’ ଟ୍ରମ୍ପଙ୍କ ବୟାନକୁ ନେଇ ଭାରତରେ ଚହଳ

ଓ୍ବାଶିଂଟନ୍‌,୨୧।୨: ର୍ନିବାଚନରେ ଭାରତକୁ ସାହାଯ୍ୟ କରିବା ପାଇଁ ଆମେରିକାରୁ ପାଣ୍ଠି ଦିଆଯାଉଥିବା ବିବାଦ ଏବେ ଜାତୀୟ ରାଜନୀତିକୁ ସରଗରମ କରିଛି। ଏହାରି ଭିତରେ ପୁଣି ମୁହଁ ଖୋଲିଛନ୍ତି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ନିର୍ବାଚନ ପାଇଁ ଭାରତକୁ ପାଣ୍ଠି ଦିଆଯାଉଥିବାକୁ ସେ Kickback Scheme ବା ଲାଞ୍ଚ ଯୋଜନା ବୋଲି କହିଛନ୍ତି।

ରିପବ୍ଲିକାନ ଗଭର୍ଣ୍ଣର୍ସ ଆସୋସିଏସନ କାର୍ଯ୍ୟକ୍ରମରେ ସେ ଏହି ବକ୍ତବ୍ୟ ଦେଇ କହିଛନ୍ତି, ବାଇଡେନ ପ୍ରଶାସନ ଭାରତର ର୍ନିବାଚନରେ ହସ୍ତକ୍ଷେପ କରୁଥିଲେ। ଟ୍ରମ୍ପଙ୍କ ଘନିଷ୍ଠ ସହଯୋଗୀ, ଟେସଲାର ସିଇଓ ଏଲୋନ ମସ୍କ ମଧ୍ୟ ଏହି ପାଣ୍ଠି ଉପରେ ପ୍ରଶ୍ନ ଉଠାଇଛନ୍ତି।
ଟ୍ରମ୍ପ ଦାବି କରିଛନ୍ତି ଯେ ପୂର୍ବ ଆମେରିକା ସରକାର ଭାରତରେ ଭୋଟରଙ୍କ ମତଦାନ ବୃଦ୍ଧି କରିବା ପାଇଁ USAID ମାଧ୍ୟମରେ ୨୧ ନିୟୁତ ଡଲାର ଅର୍ଥାତ ୧୮୨ କୋଟି ଟଙ୍କା ଦେଇଥିଲେ। ଏହି ଦାବି ପରେ ଭାରତୀୟ ରାଜନୀତିରେ ଭୂକମ୍ପ ସୃଷ୍ଟି ହୋଇଛି। ଏହାକୁ ନେଇ ଭାରତରେ ଭାଜପା-କଂଗ୍ରେସ ମଧ୍ୟ ମୁହାଁମୁହିଁ ହୋଇଛନ୍ତି। ତଥାପି, ଇଣ୍ଡିଆନ ଏକ୍ସପ୍ରେସ ତାର ରିପୋର୍ଟରେ ଦାବି କରିଛି ଯେ USAIDର ଟଙ୍କା ଭାରତକୁ ନୁହେଁ ବରଂ ବାଂଲାଦେଶକୁ ଯାଇଥିଲା ଏବଂ ସେଠାରେ ବ୍ୟବହାର କରାଯାଇଥିଲା।

ତେବେ ଏହି ବିବାଦ ଡୋନାଲ୍ଡ ଟ୍ରମ୍ପଙ୍କ ବୟାନରୁ ଆରମ୍ଭ ହୋଇଥିଲା। ଟ୍ରମ୍ପ କହିଛନ୍ତି, ‘ଭାରତରେ ଭୋଟ ବୃଦ୍ଧି କରିବା ପାଇଁ 21 ନିୟୁତ ଡଲାର ଦେବାର କ’ଣ ଆବଶ୍ୟକତା ଅଛି?’ ଆମେ ଭାରତର ମତଦାନ ହାର ବିଷୟରେ କାହିଁକି ଚିନ୍ତା କରୁଛୁ? ଆମର ନିଜର ଯଥେଷ୍ଟ ସମସ୍ୟା ଅଛି କିନ୍ତୁ ଭାରତକୁ ଟଙ୍କା ପଠାଯାଉଛି। ମୁଁ ବିଶ୍ୱାସ କରେ ଭାରତକୁ ପାଣ୍ଠି ଦେବା ଏକ Kickback Scheme।ଏହାର ଅର୍ଥ ହେଉଛି ଯେଉଁ ଟଙ୍କା ଦିଆଯାଏ ତାହା ହେରଫେର ହୋଇଥାଏ। ଏହା ପଛରେ କ’ଣ ଚାଲିଛି ତାହା କେହି ଜାଣି ନାହାଁନ୍ତି।

କହିରଖୁଛୁ ଯେ, USAID ହେଉଛି ଏକ ଆମେରିକୀୟ ସରକାରୀ ସଂସ୍ଥା ଯାହା ବିକାଶଶୀଳ ଦେଶମାନଙ୍କୁ ସହାୟତା ପ୍ରଦାନ କରେ। ଟ୍ରମ୍ପ କହିଛନ୍ତି ଯେ ଭାରତରେ ଟଙ୍କା ରାଜନୈତିକ ଉଦ୍ଦେଶ୍ୟରେ ବ୍ୟବହୃତ ହେଉଥିଲା। ଟ୍ରମ୍ପଙ୍କ ଏହି ବୟାନ ଭାରତ ଏବଂ ଆମେରିକା ମଧ୍ୟରେ ସମ୍ପର୍କ ମଧ୍ୟରେ ଫଶଟ ସୃଷ୍ଟି କରିପାରେ ବୋଲି କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ତେଲ ବଜାରରେ ବଡ଼ ହଲଚଲ: ଜାରି ହେଲା ପେଟ୍ରୋଲ- ଡିଜେଲର ନୂଆ ଦାମ୍‌,ଦେଖନ୍ତୁ…

ନୂଆଦିଲ୍ଲୀ,୬।୮: ସରକାରୀ ତେଲ କମ୍ପାନୀଗୁଡ଼ିକ ଆଜି ଅର୍ଥାତ୍‌ ଅଗଷ୍ଟ ୬ ତାରିଖ ପାଇଁ ପେଟ୍ରୋଲ ଏବଂ ଡିଜେଲର ତାଜା ଦାମ୍‌ ଜାରି କରିଛନ୍ତି। ଆଜି ଦେଶର ଅଧିକାଂଶ…

୧୨ରେ ରାଜ୍ୟ କ୍ୟାବିନେଟ: ଏହି ପ୍ରସ୍ତାବ ଉପରେ ବାଜିପାରେ ମୋହର

ଭୁବନେଶ୍ୱର,୬ା୮(ରବିନାରାୟଣ ଜେନା): ରାଜ୍ୟର ବିକାଶକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ପକ୍ଷରୁ ଅଗଷ୍ଟ ୧୨ରେ ରାଜ୍ୟ କ୍ୟାବିନେଟ ବୈଠକ ଅନୁଷ୍ଠିତ ହେବାକୁ ରହିଛି। ଲୋକସେବା ଭବନର ତୃତୀୟ…

ଭାଜପା ନେତାଙ୍କୁ ଛୁରି ଭୁସି ହତ୍ୟା, ରକ୍ତ ଜୁଡୁବୁଡୁ ଅବସ୍ଥାରେ…

ଭବାନୀପାଟଣା,୫।୮(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଏମ. ରାମପୁର ଥାନା ଡମକର୍ଲାଖୁଣ୍ଟାର ସରପଞ୍ଚ ସ୍ନିଗ୍ଧା ରଣାଙ୍କ ସ୍ୱାମୀ ତଥା ଭାଜପା ନେତା ଫକୀର ରଣାଙ୍କୁ ବୁଧବାର ସନ୍ଧ୍ୟାରେ…

ଉଠୁନି ଚାଉଳ.. ଏବେଠୁ ଧାନ ବିକ୍ରି ଚିନ୍ତା, ଲୋକ ସଭାରେ ପ୍ରଶ୍ନ ଉଠାଇଲେ ବରଗଡ଼ ଏମପି

ବରଗଡ଼,୫।୮(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଖରିଫ୍‌ ଚାଷ କାର୍ଯ ଜାରି ରହିଛି । ଆଉ ଅଢ଼େଇ ମାସରୁ ୩ମାସ ମଧ୍ୟରେ ଧାନ ଅମଳ ହେବ ଏବଂ ଏହାପରେ…

ବିନା ଲାଇସେନ୍ସରେ ବିକ୍ରି ହେଉଥିଲା ବିଦେଶୀ ମଦ, ଫାଷ୍ଟଫୁଡ୍ ଦୋକାନରେ ଚଢ଼ାଉ କରି ଧରିଲା ପୋଲିସ

ଦିଗପହଣ୍ଡି,୫।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଖଲିଙ୍ଗି ଗ୍ରାମ ଛକରେ ଥିବା ସମୀର ରାଉତଙ୍କ ଫାଷ୍ଟଫୁଡ୍ ଦୋକାନରୁ ୫୮ ବୋତଲ ବିଦେଶୀ ମଦ ଜବତ…

‘ରାଜନୈତିକ ଭୂମିକା ନ ନେଇ ଚାପ ଗୋଷ୍ଠୀ ଭାବେ କାମ କରିବ ସିଜେପି’

ମୁମ୍ବାଇ,୫ା୮: କକ୍‌ରୋଚ୍‌ ଜନତା ପାର୍ଟି (ସିଜେପି) ବର୍ତ୍ତମାନ ପାଇଁ ଏକ ଚାପ ଗୋଷ୍ଠୀ ଭାବେ କାର୍ଯ୍ୟ କରିବ ବୋଲି ଏହାର ପ୍ରତିଷ୍ଠାତା ଅଭିଜିତ ଦୀପ୍‌କେ ବୁଧବାର କହିଛନ୍ତି।…

ଜଗପାଡୁ ବଡବନ୍ଧର ପୁନରୁଦ୍ଧାର ପାଇଁ ଅଣ୍ଟା ଭିଡିଲେ ବିଧାୟକ ରୂପେଶ, ସ୍ଥିତି ସମୀକ୍ଷା ପରେ….

ପାରଳାଖେମୁଣ୍ଡି,୫।୮(ଗିରିଧାରୀ ପରିଚ୍ଛା): ଗଜପତି ଜିଲାର ଗୁମ୍ମା ବ୍ଲକ ଅନ୍ତର୍ଗତ ଜଗପାଡୁ ଗ୍ରାମର ବହୁ ପୁରୁଣା ବଡବନ୍ଧ (ପୋଖରୀ)ର ସ୍ଥିତି ସମୀକ୍ଷା କରିଛନ୍ତି ସ୍ଥାନୀୟ ବିଧାୟକ ରୂପେଶ ପାଣିଗ୍ରାହୀ।…

୪୦ ହେକ୍ଟର ଜମିରେ ଲାଗିବ ଅଏଲ ପାମ୍‌ ବୃକ୍ଷ, କନ୍ଧମାଳରେ ୨ ବର୍ଷ ହେଲା…

ଦାରିଙ୍ଗବାଡ଼ି,୫ା୮(ଅରୁଣ ସାହୁ): ଦେଶରେ ଖାଇବା ତେଲର ଚାହିଦା ରହିଛି। ତେବେ ଖାଇବା ତେଲକୁ ଅନେକ ସମୟରେ ବାହାର ଦେଶରୁ ଆମଦାନୀ କରାଯାଉଛି। ଦେଶରେ ଚାହିଦା ରହିଥିଲେ ମଧ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri