ଝାରସୁଗୁଡା,୧୫ା୧(ଆଶିଷ ରଞ୍ଜନ ଦାଶ): ସାଧାରଣତନ୍ତ୍ର ଦିବସ ଅବସରରେ ରାଷ୍ଟ୍ରପତି ଭବନରେ ହେବାକୁ ଥିବା ପ୍ରତିଷ୍ଠିତ ‘ଏଟ ହୋମ’ ସମ୍ମିଳନୀ ପାଇଁ ଝାରସୁଗୁଡ଼ା ଜିଲା ବେଲପାହାଡ଼ ଗୁମାଡେରା ନିବାସୀ ବୁଧରାମ ଜୟପୁରିଆଙ୍କ ଝିଅ ଖୁସବୁ ଜୟପୁରିଆ ନିମନ୍ତ୍ରିତ ହୋଇଛନ୍ତି।
ଖୁସବୁଙ୍କ ଏହି ଚୟନ ଝାରସୁଗୁଡ଼ା ଜିଲା ତଥା ସମଗ୍ର ଓଡ଼ିଶା ପାଇଁ ଗର୍ବ ଆଣି ଦେଇଛି। ଖୁସବୁଙ୍କ ପରିବାରରେ ତଥା ବେଲପାହାଡ଼ ଅଞ୍ଚଳରେ ଖୁସିର ଲହରୀ ଖେଳିଯାଇଛି। ଖୁସବୁ ବିପର୍ଯ୍ୟୟ ପରିଚାଳନାରେ ଯୁବ ସ୍ବେଚ୍ଛାସେବୀ ଭାବେ ତାଙ୍କ ସକ୍ରିୟ କାର୍ଯ୍ୟକଳାପ ଓ ଉତ୍କୃଷ୍ଟ ପ୍ରଦର୍ଶନ ପାଇଁ ମନୋନୀତ ହୋଇଛନ୍ତି। ସେ ବର୍ତ୍ତମାନ ସମ୍ବଲପୁରସ୍ଥିତ ମହିଳା ମହାବିଦ୍ୟାଳୟରେ ଅଧ୍ୟୟନ କରୁଛନ୍ତି।
ଗୁରୁବାର ଡାକ ବିଭାଗ ପକ୍ଷରୁ ପତ୍ର ମାଧ୍ୟମରେ ରାଷ୍ଟ୍ରପତି ଭବନରୁ ନିମନ୍ତ୍ରଣ ପାଇଛନ୍ତି। ତୃଣମୂଳ ସ୍ତରରେ ବିପର୍ଯ୍ୟୟ ପ୍ରସ୍ତୁତି ଏବଂ ସହାୟତା କାର୍ଯ୍ୟରେ ତାଙ୍କର ଉଲ୍ଲେଖନୀୟ ସେବା ଏବଂ ଅବଦାନକୁ ସ୍ବୀକୃତି ପ୍ରଦାନ କରେ।