ଅବ୍ୟବସ୍ଥାରେ ଖୋର୍ଦ୍ଧା ଜିଲା ମୁଖ୍ୟ ଚିକିତ୍ସାଳୟ

ଖୋର୍ଦ୍ଧା,୧୦।୭(ପ୍ରଭାତ ପାଣିଗ୍ରାହୀ): ଖୋର୍ଦ୍ଧା ଜିଲା ମୁଖ୍ୟ ଚିକିତ୍ସାଳୟ (ଡିଏଚ୍‌ଏଚ୍‌) ସ୍ବାସ୍ଥ୍ୟସେବା ବିପର୍ଯ୍ୟସ୍ତ ହୋଇପହିଛି। ଆବଶ୍ୟକ ସଂଖ୍ୟକ ବିଶେଷଜ୍ଞ, ଡାକ୍ତର, ପାରାମେଡିକାଲ ଷ୍ଟାଫ୍‌ ଏବଂ ଚିକିତ୍ସା ପାଇଁ ଯନ୍ତ୍ରପାତି ଅଭାବରୁ ରୋଗୀମାନେ ଉପଯୁକ୍ତ ସେବା ପାଇବାରୁ ବଞ୍ଚିତ ହେଉଛନ୍ତି। ଦୁର୍ଘଟଣା ଜନିତ ଚିକିତ୍ସା ପାଇଁ ୨୦୧୬ ମସିହାରେ ଟ୍ରମାକେୟାର ୟୁନିଟ୍‌ ଶୁଭାରମ୍ଭ ହୋଇଥିଲା। କୋଠା ଉଦ୍‌ଘାଟନ ପରଠାରୁ କାର୍ଯ୍ୟକ୍ଷମ ନ ହାଇ ପଡ଼ିରହିଛି। ଆବଶ୍ୟକ ଆନୁଷଙ୍ଗିକ ବ୍ୟବସ୍ଥା ନ ଥିବାରୁ ଗୁରୁତର ରୋଗୀଙ୍କୁ ପ୍ରାଥମିକ ଚିକିତ୍ସା ପରେ ଅନ୍ୟ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଉଛି। ସେହିପରି ସ୍ତ୍ରୀ ଓ ପ୍ରସୂତି ବିଭାଗ ପାଇଁ ୨୪ ଘଣ୍ଟିଆ ସିଟି ସ୍କାନ ଏବଂ ଅଲ୍‌ଟ୍ରାସାଉଣ୍ଡ ରହିଥିବା ବେଳେ ସାଧାରଣ ରୋଗୀଙ୍କ ପାଇଁ ଏହି ସୁବିଧା ଉପଲବ୍ଧ ନାହିଁ। ଫଳରେ ରୋଗୀ ବାହାରେ କ୍ଲିନିକ୍‌ରେ ଅଧିକା ଖର୍ଚ୍ଚାନ୍ତ ହେଉଛନ୍ତି। ବହିଃବିଭାଗ(ଆଉଟ୍‌ଡୋର)ରେ ଦୈନିକ ଶତାଧିକ ରୋଗୀଙ୍କ ଭିଡ଼ ରହୁଛି। ଦୁଇ ଜଣ ଡାକ୍ତରଙ୍କ ଦ୍ୱାରା ରୋଗୀ ଚିକିତ୍ସା କରାଯାଉଛି। ଫଳରେ ରୋଗୀ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରୁଛନ୍ତି। ୨୦୨୩ ସେପ୍ଟେମ୍ବରରେ ୨ କୋଟିରୁ ଊର୍ଦ୍ଧ୍ୱ ଟଙ୍କାରେ ୧୦ଶଯ୍ୟା ବିଶିଷ୍ଟ ଆଇସିୟୁ ଉଦ୍‌ଘାଟନ ହେବା ପରଠାରୁ ତାଲା ଝୁଲୁଛି। ଡାକ୍ତର ନିୟୋଜିତ ହୋଇ ନ ଥିବାରୁ ଅତ୍ୟାଧୁନିକ ଯନ୍ତ୍ରପାତି ଖତ ଖାଉଛି। ମେଡିକାଲ ପରିସରରେ ଅକ୍ସିଜେନ ପ୍ଲାଣ୍ଟ କାମ ସରିଥିଲେ ମଧ୍ୟ ଏହା କାର୍ଯ୍ୟକ୍ଷମ ହୋଇ ପାରୁନାହିଁ। ଆଇସିୟୁ ଏବଂ ବିଭିନ୍ନ ୱାର୍ଡକୁ ଅକ୍ସିଜେନ ପାଇପ୍‌ ସଂଯୋଗ ସତ୍ତ୍ୱେ ରୋଗୀ ସେବା ପାଇବାରୁ ବଞ୍ଚିତ ହେଉଛନ୍ତି। ଏପରିକି ଗତ ଦୁଇ ବର୍ଷ ହେବ ରୋଗୀ କଲ୍ୟାଣ ସମିତି (ଆରକେଏସ), ଜିଲା ସ୍ବାସ୍ଥ୍ୟ ସମିତି (ଜେଡ୍‌ଏସ୍‌ଏସ୍‌) ବୈଠକ ହୋଇ ନ ଥିବାରୁ ବହୁ ଉନ୍ନୟନମୂଳକ କାର୍ଯ୍ୟ ଠପ୍‌ ହୋଇପଡିିଛି।
ଏହି ଚିକିତ୍ସାଳୟ ଉପରେ ଖୋର୍ଦ୍ଧା ସମେତ ପୁରୀ ଓ ନୟାଗଡ଼ ଜିଲାର ଲୋକେ ନିର୍ଭର କରିଥାନ୍ତି। ଦୈନିକ ୧୨ଶହରୁ ଊର୍ଦ୍ଧ୍ୱ ରୋଗୀ ଚିକିତ୍ସିତ ହେଉଥିବା ବେଳେ କେବଳ ଆଡ୍‌ମିଶନ ହେଉଥିବା ରୋଗୀଙ୍କ ନାମ ରେଜିଷ୍ଟ୍ରେଶନ କରାଯାଉଥିବା ଅଭିଯୋଗ ହେଉଛି। ମେଡିକାଲ ଭିତରେ ଘରୋଇ ଆମ୍ବୁଲାନ୍ସ ଡ୍ରାଇଭରଙ୍କ ଦୌରାତ୍ମ୍ୟ ବଢ଼ିଚାଲିଛି। ବିନା ଫିଟ୍‌ନେସରେ ଏକାଧିକ ଆମ୍ବୁଲାନ୍ସ ଚାଲିଥିବା ବେଳେ ରୋଗୀଙ୍କ ପାଇଁ ଉଦ୍ଦିଷ୍ଟ ପାର୍କିଂସ୍ଥଳରେ ଘରୋଇ ଆମ୍ବୁଲାନ୍ସ ରହୁଛି। ରୋଗୀଙ୍କୁ ନେବାକୁ ଅଧିକ ଟଙ୍କା ଦାବି କରୁଛନ୍ତି। ଏକାଧିକ ଡାକ୍ତର ଠିକ୍‌ ସମୟରେ ମେଡିକାଲରେ ନ ପହଞ୍ଚି ଘରୋଇ କ୍ଲିନିକ୍‌ରେ ସମୟ ଦେଉଛନ୍ତି। ମହିଳା ଓ ଶିଶୁ ମଙ୍ଗଳକେନ୍ଦ୍ରରେ ଅବ୍ୟବସ୍ଥା ଲାଗି ରହିଛି। ଶହେରୁ ୮୦ ପ୍ରତିଶତ ପ୍ରସୂତିଙ୍କ ସିଜରିଆନ ହେଉଛି। ରାତିରେ ଆସୁଥିବା ରୋଗୀଙ୍କୁ ଗୁରୁତର ରହିଥିବା କହି ଘରୋଇ କ୍ଲିନିକ୍‌ ପଠାଯାଉଛି। ଗର୍ଭବତୀଙ୍କୁ ଅଲ୍‌ଟ୍ରାସାଉଣ୍ଡ ଓ ଅନ୍ୟାନ୍ୟ ରକ୍ତ ପରୀକ୍ଷା ପାଇଁ ଭୁବନେଶ୍ୱରର ଏକ ଡାଇଗ୍ନୋଷ୍ଟିକ କେନ୍ଦ୍ରରେ କରିବା ପାଇଁ ବାଧ୍ୟ କରାଯାଉଛି, ଏହା ତଦନ୍ତସାପେକ୍ଷ। ବହୁ ଗୁରୁତ୍ୱପୂର୍ଣ୍ଣ ଔଷଧ ଉପଲବ୍ଧ ହେଉନାହିଁ। ଡିଏଚ୍‌ଏଚ୍‌ ପରିସରରେ ରକ୍ତଭଣ୍ଡାର ନାହିଁ। ବିଶେଷଜ୍ଞ ଡାକ୍ତରମାନେ ନିୟମିତ ଆସୁନାହାନ୍ତି। ରୋଗୀଙ୍କୁ ଦିଆଯାଉଥିବା ଖାଦ୍ୟର ମାନ ଯାଞ୍ଚର ଆବଶ୍ୟକତା ରହିଛି ବୋଲି ଚିକିିତ୍ସିତ ହେଉଥିବା ଜଣେ ରୋଗୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୧୫ଦିନରେ ଚାଷୀଙ୍କ ଧାରଣା, ବିକ୍ରି ହେଲାନି ଧାନ: ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ଚାଷୀ

ବରଗଡ଼,୨୩।୩(ପ୍ରେମାନନ୍ଦ ଖମାରୀ): ରବି ଧାନବିକ୍ରି ପାଇଁ ଚାଷୀ ପଞ୍ଜୀକରଣ ଚାଲିଛି । କିନ୍ତୁ ଏପର୍ଯ୍ୟନ୍ତ ବରଗଡ଼ ଜିଲାର ଅନେକ ଚାଷୀ ଗତ ଖରିଫରେ ଅମଳ ଧାନ ବିକ୍ରି…

ଅନ୍ୟ ଜାତିର ଝିଅକୁ ପ୍ରେମ ବିବାହ ପଡିଲା ମହଙ୍ଗା: ଲଣ୍ଡା ହେଲେ ବର, ଚୁଟି କାଟିଲେ କନ୍ୟା

କୋରାପୁଟ,୨୩।୩(ଅମିତାଭ ବେହେରା ):ଆଧୁନିକ ସଭ୍ୟ ସମାଜରେ ଏବଂ ଡିଜିଟାଲ ଯୁଗରେ ଏବେ ମଧ୍ୟ କୁଳପ୍ରଥା ବଞ୍ଚିଛି । ଏହାର ଏକ ଜ୍ୱଳନ୍ତ ନମୁନା କୋରାପୁଟ ବ୍ଲକ ମାଛରା…

ବୋଟ୍‌ରୁ କାଢ଼ୁଥିଲେ ମାଛ ହଠାତ୍‌ ଟଳିପଡ଼ିଲେ…

ବାଲେଶ୍ୱର,୨୩।୩(ବାଞ୍ଛାନିଧି ଦେ): ବିଷାକ୍ତ ଗ୍ୟାସ ଯୋଗୁ ଦୁଇ ଜଣ ବୋଟ କର୍ମଚାରୀଙ୍କ ମତ୍ୟୁ ଅଭିଯୋଗ ହୋଇଛି। ବାଲେଶ୍ୱର ଜିଲା ବଳରାମଗଡ଼ି ମେରାଇନ ଥାନା ନାଉପାଳଗଡ଼ିରେ ଏଭଳି ଘଟଣା…

ମା’ ବୁଢ଼ୀ ଠାକୁରାଣୀ ମନ୍ଦିର ପ୍ରତିଷ୍ଟା ଉତ୍ସବରେ ଯୋଗଦେଲେ ରାଜ୍ୟ ଶିଶୁ ସୁରକ୍ଷା ଅଧ୍ୟକ୍ଷା

ଗଞ୍ଜାମ,୨୩।୩(ବିଦ୍ୟାଧର ସାହୁ): ରାଜ୍ୟ ଶିଶୁ ସୁରକ୍ଷା ଅଧ୍ୟକ୍ଷା ବବିତା ପାତ୍ର ଗଞ୍ଜାମ ଜଲାର ଗ୍ରସ୍ତ କରି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବା ସହ ନିମନ୍ତ୍ରଣକ୍ରମେ ଗଞ୍ଜାମ ବ୍ଲକ ଅନ୍ତର୍ଗତ…

ଇତିହାସରେ ପ୍ରଥମ: ଏଥର ହେବ ଡିଜିଟାଲ ଜନଗଣନା, ଗାଁରେ ଘରକୁ ଘର ବୁଲି…

ଭୁବନେଶ୍ୱର,୨୩ା୩: ରାଜ୍ୟରେ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି ଜନଗଣନା ପ୍ରସ୍ତୁତି। ଏନେଇ ଓଡ଼ିଶା ଜନଗଣନା ନିର୍ଦ୍ଦେଶକ ନିଖିଲ ପଓ୍ବନ କଲ୍ୟାଣ ସୂଚନା ଦେଇଛନ୍ତି। ଏପ୍ରିଲ ୧ରୁ ୧୫ ତାରିଖ…

ମୃତଦେହ ସହିତ ୧୩ ଘଣ୍ଟା ଉଡିଲା ବିମାନ, ହେଲେ ଜରୁରୀକାଳୀନ ଅବତରଣ କଲେନି ପାଇଲଟ, ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ,୨୩।୩: ହଂକଂରୁ ଲଣ୍ଡନ ଯାଉଥିବା ବ୍ରିଟିଶ ଏୟାରୱେଜ ବିମାନ BA32ରେ ଏକ ଏଭଳି ଘଟଣା ଘଟିଛି, ଯାହା ବିମାନ ଚଳାଚଳ ନିୟମ ଏବଂ ମାନବ ସମ୍ବେଦନଶୀଳତା ମଧ୍ୟରେ…

ସମସ୍ୟା କହିଲେ ଲୋକେ: ୧୬୬ ଅଭିଯୋଗ ଶୁଣିଲେ…

ବାଙ୍କୀ,୨୩।୩( ଶୁଭେନ୍ଦୁ ମହାପାତ୍ର ): କଟକ ଜିଲା ଡମପଡା ବ୍ଲକ ଅଧୀନ ଜାତମୁଣ୍ଡିଆ ପଞ୍ଚାୟତ ଭବନଠାରେ ଏକ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର କଟକ ଜିଲାପାଳ…

ଗାଁରେ ପଡିଛି ମହିଳାଙ୍କ ଦରପୋଡା ମୃତଦେହ, ହତ୍ୟା ପରେ ଜାଳିଦେଲେ….

ଦେବଗଡ,୨୩।୩(ଶଶାଙ୍କ ଶେଖର ଝାଙ୍କର): ଦେବଗଡ ଜିଲା କୁଣ୍ଢେଇଗୋଳା ଥାନା ମହ୍ଲାରବାହାଲ ଗ୍ରାମରେ ଭୟାନକ ହତ୍ୟାକାଣ୍ଡ । ମହିଳାଙ୍କୁ ହତ୍ୟା ପରେ ନିଆଁ ଲଗାଇ ପୋଡି ଦେଇଥିବା ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri