ଅବ୍ୟବସ୍ଥାରେ ଖୋର୍ଦ୍ଧା ଜିଲା ମୁଖ୍ୟ ଚିକିତ୍ସାଳୟ

ଖୋର୍ଦ୍ଧା,୧୦।୭(ପ୍ରଭାତ ପାଣିଗ୍ରାହୀ): ଖୋର୍ଦ୍ଧା ଜିଲା ମୁଖ୍ୟ ଚିକିତ୍ସାଳୟ (ଡିଏଚ୍‌ଏଚ୍‌) ସ୍ବାସ୍ଥ୍ୟସେବା ବିପର୍ଯ୍ୟସ୍ତ ହୋଇପହିଛି। ଆବଶ୍ୟକ ସଂଖ୍ୟକ ବିଶେଷଜ୍ଞ, ଡାକ୍ତର, ପାରାମେଡିକାଲ ଷ୍ଟାଫ୍‌ ଏବଂ ଚିକିତ୍ସା ପାଇଁ ଯନ୍ତ୍ରପାତି ଅଭାବରୁ ରୋଗୀମାନେ ଉପଯୁକ୍ତ ସେବା ପାଇବାରୁ ବଞ୍ଚିତ ହେଉଛନ୍ତି। ଦୁର୍ଘଟଣା ଜନିତ ଚିକିତ୍ସା ପାଇଁ ୨୦୧୬ ମସିହାରେ ଟ୍ରମାକେୟାର ୟୁନିଟ୍‌ ଶୁଭାରମ୍ଭ ହୋଇଥିଲା। କୋଠା ଉଦ୍‌ଘାଟନ ପରଠାରୁ କାର୍ଯ୍ୟକ୍ଷମ ନ ହାଇ ପଡ଼ିରହିଛି। ଆବଶ୍ୟକ ଆନୁଷଙ୍ଗିକ ବ୍ୟବସ୍ଥା ନ ଥିବାରୁ ଗୁରୁତର ରୋଗୀଙ୍କୁ ପ୍ରାଥମିକ ଚିକିତ୍ସା ପରେ ଅନ୍ୟ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଉଛି। ସେହିପରି ସ୍ତ୍ରୀ ଓ ପ୍ରସୂତି ବିଭାଗ ପାଇଁ ୨୪ ଘଣ୍ଟିଆ ସିଟି ସ୍କାନ ଏବଂ ଅଲ୍‌ଟ୍ରାସାଉଣ୍ଡ ରହିଥିବା ବେଳେ ସାଧାରଣ ରୋଗୀଙ୍କ ପାଇଁ ଏହି ସୁବିଧା ଉପଲବ୍ଧ ନାହିଁ। ଫଳରେ ରୋଗୀ ବାହାରେ କ୍ଲିନିକ୍‌ରେ ଅଧିକା ଖର୍ଚ୍ଚାନ୍ତ ହେଉଛନ୍ତି। ବହିଃବିଭାଗ(ଆଉଟ୍‌ଡୋର)ରେ ଦୈନିକ ଶତାଧିକ ରୋଗୀଙ୍କ ଭିଡ଼ ରହୁଛି। ଦୁଇ ଜଣ ଡାକ୍ତରଙ୍କ ଦ୍ୱାରା ରୋଗୀ ଚିକିତ୍ସା କରାଯାଉଛି। ଫଳରେ ରୋଗୀ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରୁଛନ୍ତି। ୨୦୨୩ ସେପ୍ଟେମ୍ବରରେ ୨ କୋଟିରୁ ଊର୍ଦ୍ଧ୍ୱ ଟଙ୍କାରେ ୧୦ଶଯ୍ୟା ବିଶିଷ୍ଟ ଆଇସିୟୁ ଉଦ୍‌ଘାଟନ ହେବା ପରଠାରୁ ତାଲା ଝୁଲୁଛି। ଡାକ୍ତର ନିୟୋଜିତ ହୋଇ ନ ଥିବାରୁ ଅତ୍ୟାଧୁନିକ ଯନ୍ତ୍ରପାତି ଖତ ଖାଉଛି। ମେଡିକାଲ ପରିସରରେ ଅକ୍ସିଜେନ ପ୍ଲାଣ୍ଟ କାମ ସରିଥିଲେ ମଧ୍ୟ ଏହା କାର୍ଯ୍ୟକ୍ଷମ ହୋଇ ପାରୁନାହିଁ। ଆଇସିୟୁ ଏବଂ ବିଭିନ୍ନ ୱାର୍ଡକୁ ଅକ୍ସିଜେନ ପାଇପ୍‌ ସଂଯୋଗ ସତ୍ତ୍ୱେ ରୋଗୀ ସେବା ପାଇବାରୁ ବଞ୍ଚିତ ହେଉଛନ୍ତି। ଏପରିକି ଗତ ଦୁଇ ବର୍ଷ ହେବ ରୋଗୀ କଲ୍ୟାଣ ସମିତି (ଆରକେଏସ), ଜିଲା ସ୍ବାସ୍ଥ୍ୟ ସମିତି (ଜେଡ୍‌ଏସ୍‌ଏସ୍‌) ବୈଠକ ହୋଇ ନ ଥିବାରୁ ବହୁ ଉନ୍ନୟନମୂଳକ କାର୍ଯ୍ୟ ଠପ୍‌ ହୋଇପଡିିଛି।
ଏହି ଚିକିତ୍ସାଳୟ ଉପରେ ଖୋର୍ଦ୍ଧା ସମେତ ପୁରୀ ଓ ନୟାଗଡ଼ ଜିଲାର ଲୋକେ ନିର୍ଭର କରିଥାନ୍ତି। ଦୈନିକ ୧୨ଶହରୁ ଊର୍ଦ୍ଧ୍ୱ ରୋଗୀ ଚିକିତ୍ସିତ ହେଉଥିବା ବେଳେ କେବଳ ଆଡ୍‌ମିଶନ ହେଉଥିବା ରୋଗୀଙ୍କ ନାମ ରେଜିଷ୍ଟ୍ରେଶନ କରାଯାଉଥିବା ଅଭିଯୋଗ ହେଉଛି। ମେଡିକାଲ ଭିତରେ ଘରୋଇ ଆମ୍ବୁଲାନ୍ସ ଡ୍ରାଇଭରଙ୍କ ଦୌରାତ୍ମ୍ୟ ବଢ଼ିଚାଲିଛି। ବିନା ଫିଟ୍‌ନେସରେ ଏକାଧିକ ଆମ୍ବୁଲାନ୍ସ ଚାଲିଥିବା ବେଳେ ରୋଗୀଙ୍କ ପାଇଁ ଉଦ୍ଦିଷ୍ଟ ପାର୍କିଂସ୍ଥଳରେ ଘରୋଇ ଆମ୍ବୁଲାନ୍ସ ରହୁଛି। ରୋଗୀଙ୍କୁ ନେବାକୁ ଅଧିକ ଟଙ୍କା ଦାବି କରୁଛନ୍ତି। ଏକାଧିକ ଡାକ୍ତର ଠିକ୍‌ ସମୟରେ ମେଡିକାଲରେ ନ ପହଞ୍ଚି ଘରୋଇ କ୍ଲିନିକ୍‌ରେ ସମୟ ଦେଉଛନ୍ତି। ମହିଳା ଓ ଶିଶୁ ମଙ୍ଗଳକେନ୍ଦ୍ରରେ ଅବ୍ୟବସ୍ଥା ଲାଗି ରହିଛି। ଶହେରୁ ୮୦ ପ୍ରତିଶତ ପ୍ରସୂତିଙ୍କ ସିଜରିଆନ ହେଉଛି। ରାତିରେ ଆସୁଥିବା ରୋଗୀଙ୍କୁ ଗୁରୁତର ରହିଥିବା କହି ଘରୋଇ କ୍ଲିନିକ୍‌ ପଠାଯାଉଛି। ଗର୍ଭବତୀଙ୍କୁ ଅଲ୍‌ଟ୍ରାସାଉଣ୍ଡ ଓ ଅନ୍ୟାନ୍ୟ ରକ୍ତ ପରୀକ୍ଷା ପାଇଁ ଭୁବନେଶ୍ୱରର ଏକ ଡାଇଗ୍ନୋଷ୍ଟିକ କେନ୍ଦ୍ରରେ କରିବା ପାଇଁ ବାଧ୍ୟ କରାଯାଉଛି, ଏହା ତଦନ୍ତସାପେକ୍ଷ। ବହୁ ଗୁରୁତ୍ୱପୂର୍ଣ୍ଣ ଔଷଧ ଉପଲବ୍ଧ ହେଉନାହିଁ। ଡିଏଚ୍‌ଏଚ୍‌ ପରିସରରେ ରକ୍ତଭଣ୍ଡାର ନାହିଁ। ବିଶେଷଜ୍ଞ ଡାକ୍ତରମାନେ ନିୟମିତ ଆସୁନାହାନ୍ତି। ରୋଗୀଙ୍କୁ ଦିଆଯାଉଥିବା ଖାଦ୍ୟର ମାନ ଯାଞ୍ଚର ଆବଶ୍ୟକତା ରହିଛି ବୋଲି ଚିକିିତ୍ସିତ ହେଉଥିବା ଜଣେ ରୋଗୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାହାଘର ପାଇଁ ଝିଅଙ୍କୁ ଟଙ୍କା ଦେବେ ଓଡ଼ିଶା ସରକାର, ଆକାଉଣ୍ଟକୁ ଆସିବ ଏତେଟଙ୍କା

ଭୁବେନଶ୍ୱର,୫।୧୨: ସୁଭଦ୍ରା ଯୋଜନା ପରେ ଓଡ଼ିଶାରେ ନୂଆ ଯୋଜନା ପାଇଁ ବଡ଼ ଘୋଷଣା କରିଛନ୍ତି ରାଜ୍ୟ ସରକାର। ଏବେ ବାହାଘର ପାଇଁ ଟଙ୍କା ଦେବେ ଓଡ଼ିଶା...

ସୁରକ୍ଷାକର୍ମୀ-ମାଓବାଦୀ ଗୁଳି ବିନିମୟ, ବନ୍ଧୁକ ଜବତ

ବାଲିଗୁଡ଼ା,୫ା୧୨ (ସଞ୍ଜୟ କୁମାର ପାଣିଗ୍ରାହୀ): କିଛି ଦିନର ନୀରବତା ପରେ ପୁଣି କନ୍ଧମାଳ ଜିଲା ବେଲଘର-କୋଟଗଡ଼ ଥାନା ସୀମାନ୍ତରେ ମାଓ ଗତିବିଧି ଦେଖାଦେଇଛି। ଏସଓଜି ଏବଂ...

ପ୍ଲାଷ୍ଟିକର ବହୁଳ ବ୍ୟବହାର ଜୀବଜଗତ ପ୍ରତି ବିପଦ

ଦିଗପହଣ୍ଡି,୫ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍‌ ଭୀଷ୍ମଗିରି ଗ୍ରାମ ସ୍ଥିତ ରାମଜୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ‘ଇକୋ’ କ୍ଲବ୍‌ ପକ୍ଷରୁ ଏକ...

୭ କୋଟି ଟଙ୍କାର ଗଞ୍ଜେଇ ଗଛ ନଷ୍ଟ କଲା ତୁମୁଡିବନ୍ଧ ପୋଲିସ

ତୁମୁଡିବନ୍ଧ,୫ା୧୨(ଦୀପକ କୁମାର ପରାସେଠ): କନ୍ଧମାଳ ଜିଲାରେ ନୀଳ ଜହର ଅପରେଶନ ଜୋରଦାର ଜାରି ରହିଥିବାବେଳେ ବେଆଇନ ଭାବେ କରାଯାଇଥିବା ୮ ଏକର ପରିମିତ ଜାଗାର ପ୍ରାୟ...

ଲାଗିଗଲା କାହା ନଜର: ଏକାବେଳକେ ଆଖି ବୁଜିଦେଲେ ସ୍ତ୍ରୀ- ସ୍ବାମୀ, ପେଟରୁ ମରିଗଲା…

ଦିଗପହଣ୍ଡି,୫।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ସାରେ ଏକ...

‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? ବିଧାନସଭାରେ କହିଦେଲେ ମନ୍ତ୍ରୀ

ଭୁବନେଶ୍ୱର,୫।୧୨: ‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? କଂଗ୍ରେସ ବିଧାୟକ ଦଳ ନେତାଙ୍କର ଏପରି ପ୍ରଶ୍ନର ଉତ୍ତର ରଖିଲେ ସଂସ୍କୃତି ମନ୍ତ୍ରୀ। ବିଧାନସଭାରେ ଓଡ଼ିଆ ଭାଷା,...

ନିମ୍ନମାନର ମଧ୍ୟାହ୍ନଭୋଜନ ନେଇ ସ୍କୁଲ ପାଚେରି ଡେଇଁ ସରପଞ୍ଚଙ୍କ ପାଖେ ପହଞ୍ଚିଲେ ପିଲା, ପରେ…

ଦିଗପହଣ୍ଡି, ୫ା୧୨(ଅଶେଷ ନାଥ ମିଶ୍ର):ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ୍‌ କଉଡ଼ିଆ ଗ୍ରାମ ୫-ଟି ନୋଡାଲ ହାଇସ୍କୁଲରେ ନିମ୍ନମାନର ମଧ୍ୟାହ୍ନ ଭୋଜନକୁ ଶୁକ୍ରବାର ଛାତ୍ରୀଛାତ୍ରମାନେ ବର୍ଜନ କରିଛନ୍ତି।...

ମୋଦିଙ୍କ ଘୋଷଣା ଶୁଣି ଟ୍ରମ୍ପ ଛାନିଆ! କହିଦେଲେ…

ନୂଆଦିଲ୍ଲୀ,୫।୧୨:ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଭାରତ ଗସ୍ତରେ ଅଛନ୍ତି। ଆଜି ତାଙ୍କ ଗସ୍ତର ଦ୍ୱିତୀୟ ଦିନ। ଗୁରୁବାର ରାତିରେ ଭାରତରେ ପହଞ୍ଚିଥିବା ପୁଟିନ ମହାତ୍ମା ଗାନ୍ଧୀଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri