ଖୁଣ୍ଟପାଲି ଶାଖା କେନାଲରେ ଘାଇ, ଚାଷଜମି ପ୍ରଭାବିତ

ବରଗଡ଼,୧୨।୨(ପ୍ରେମାନନ୍ଦ ଖମାରୀ):କେନାଲ ଉନ୍ନତିକରଣ ପାଇଁ ସରକାର କୋଟିକୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ମାତ୍ର ଏହାର ସୁଫଳ ମିଳୁ ନାହିଁ। ଶାଖା କେନାଲ ଗୁଡ଼ିକରୁ ଆରମ୍ଭ କରି ମୁଖ୍ୟ କେନାଲ ପର୍ଯ୍ୟନ୍ତ ବିଭିନ୍ନ ସମୟରେ ଘାଇ ସୃଷ୍ଟି ହେଉଛି। ଏଥିରୁ କେନାଲ ଉନ୍ନତିକରଣ ପାଇଁ ଆସୁଥିବା ସରକାରୀ ଅନୁଦାନ କିଭଳି ବିନିଯୋଗ ହେଉଛି, ତାହା ସହଜରେ ଅନୁମେୟ। ବରଗଡ଼ ମୁଖ୍ୟ କେନାଲରେ ବିଗତବର୍ଷରେ ଘାଇ ସୃଷ୍ଟି ହୋଇ ଦୀର୍ଘଦିନ ଧରି ପାଣି ଯୋଗାଣ ବନ୍ଦ ରହିଥିବାର ନଜୀର ରହିଥିବା ବେଳେ ସୋମବାର ବିଳମ୍ବିତ ରାତିରେ ବରଗଡ଼ ବ୍ଲକ ଅନ୍ତର୍ଗତ ଖୁଣ୍ଟପାଲି ଶାଖା କେନାଲରେ ଘାଇ ସୃଷ୍ଟି ହୋଇଛି। ଏଥିରେ ପାର୍ଶ୍ୱବର୍ତ୍ତୀ ଚାଷଜମି ପ୍ରଭାବିତ ହୋଇଥିବାବେଳେ ଏହାକୁ ନେଇ ଚାଷୀ ଅସନ୍ତୋଷ ଦେଖାଯାଇଛି।
ସୂଚନା ଅନୁଯାୟୀ, ବରଗଡ଼ ମୁଖ୍ୟ କେନାଲରୁ ବାହାରି ନୂଆଁ ସରସରା(ବଏମାନଟିକ୍ରା) ଦେଇ ଖୁଣ୍ଟପାଲି ଶାଖା କେନାଲ ଲମ୍ବିଛି। ଏହି କେନାଲ ଦ୍ୱାରା ଖୁଣ୍ଟପାଲି, ସରସରା, କଣ୍ଟାଟିକ୍ରା, ପୁଢ଼ିଆଟିକ୍ରା, ଗଞ୍ଝିଆଟିକ୍ରା, ଡୁଙ୍ଗୁରୀଟିକ୍ରା ଆଦି ଅଞ୍ଚଳର ଚାଷୀମାନେ ନିର୍ଭର କରିଥାନ୍ତି। ଅଞ୍ଚଳର ଅନେକ ଚାଷୀ ଏପର୍ଯ୍ୟନ୍ତ ଧାନପହ୍ଲା ରୋଇ ସାରି ଥିବାବେଳେ କେତେକ ଚାଷୀ ଧାନପହ୍ଲା ରୋଇବା ପାଇଁ ଜମି ହଳ କରିଛନ୍ତି। ତେବେ ଏଭଳି ସମୟରେ କେନାଲରେ ଘାଇ ସୃଷ୍ଟି ହେବାରୁ ଅଞ୍ଚଳର ଚାଷୀଙ୍କ ଚିନ୍ତା ବଢ଼ି ଯାଇଛି। ଖୁଣ୍ଟପାଲି ବ୍ରାହ୍ମଣ ଆମ୍ବବୁରେଇ ନିକଟରେ ଏହି କେନାଲରେ ଘାଇ ହୋଇଛି। ଏହାଦ୍ୱାରା ସେହି ସ୍ଥାନ ନିକଟରେ ରହିଥିବା ଜରା ବାଗ, ଭାଗିରଥି ମାଝି, ପ୍ରଭାକର ମାଝିଙ୍କ ରୁଆଧାନ ପ୍ରଭାବିତ ହୋଇଛି। ନିକଟରେ ଧାନପହ୍ଲା ରୁଆ ସେମାନେ କରିଥିବାବେଳେ କେନାଲ ଘାଇରେ ମାତ୍ରାଧିକ ପାଣି ସେହି ଚାଷଜମିକୁ ମାଡ଼ି ଯିବାରୁ ଅନେକ ଧାନପହ୍ଲା ପାଣିରେ ଭାସି ଯାଇଛି। ସେହିପରି ଚାଷଜମିର ଆଂଶିକ ବାଲିଚର ହୋଇ ପଡ଼ିଛି।
ଅନ୍ୟପଟେ କେନାଲ ଘାଇକୁ ଏପର୍ଯ୍ୟନ୍ତ ମରାମତି କରାଯାଇ ନାହିଁ। କେବଳ ପୂର୍ବାପେକ୍ଷା ଉକ୍ତ ଶାଖା କେନାଲର ପାଣିକୁ କମାଇ ଦିଆଯାଇଛି। ତେବେ ପାଣି କମ୍‌ ଛଡ଼ାଯାଇ ଥିବା ଯୋଗୁ ତାହା କେନାଲ ତଳମୁଣ୍ଡକୁ ମଧ୍ୟ ପହଞ୍ଚି ପାରୁ ନାହିଁ। ଫଳରେ ପାଣି ଅଭାବରୁ ନିକଟରେ ରୁଆ ହୋଇଥିବା ଧାନପହ୍ଲା କ୍ଷତିଗ୍ରସ୍ତ ହେବା ଆଶଙ୍କା ରହିଛି। ଏଥିସହିତ ହଳ ହୋଇଥିବା ଚାଷଜମି ମଧ୍ୟ ଶୁଖିଯିବାର ସମ୍ଭାବନା ରହିଛି। ଏହି ଦୃଷ୍ଟିରୁ ଘାଇ ତୁରନ୍ତ ଠିକ୍‌ଭାବେ ମରାମତି କରାଯାଇ କେନାଲରେ ଚାଷୀଙ୍କ ଆବଶ୍ୟକ ମୁତାବକ ପାଣି ଛାଡ଼ିବାକୁ ଅଞ୍ଚଳର ଚାଷୀମାନେ ଦାବି କରିଛନ୍ତି। ଖୁଣ୍ଟପାଲି ଗ୍ରାମର ଚାଷୀ ଦିବାକର ମାଝି କହିଛନ୍ତି, କେନାଲର ୱାଲକୁ ଦେଢ଼ଫୁଟ୍‌ରେ ସୀମିତ ରଖାଯାଉଛି। ଏହା ଅତିକମ୍‌ରେ ସାଢ଼େ ୩ଫୁଟ୍‌ ହେବା ଦରକାର। ସେହିପରି ଉକ୍ତ କେନାଲରେ ଏକ ନାଲା ରହିଛି। ସେଠାରେ ଏକ ବ୍ରିଜ କରାଯିବାର ଆବଶ୍ୟକତା ରହିଛି। ଏହା କରାଗଲେ ଉକ୍ତ କେନାଲରେ ପର୍ଯ୍ୟାପ୍ତ ପାଣି ଆସିବ ଏବଂ ଚାଷୀମାନେ ମଧ୍ୟ ଉପକୃତ ହେବେ। ଏହା ସହିତ କେନାଲରେ ଘାଇ ସୃଷ୍ଟିର ପୁନରାବୃତ୍ତି ଆଶଙ୍କା ମଧ୍ୟ କମ୍‌ ରହିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୫ ବର୍ଷ ପରେ ଭାରତରେ ଏହି ସେବା ଆରମ୍ଭ କରିବାକୁ ଯାଉଛି ଚାଇନା, ଜାଣନ୍ତୁ କ’ଣ ହେବ ବଡ଼ ଫାଇଦା

ନୂଆଦିଲ୍ଲୀ,୮।୧୨: ପ୍ରାୟ ପାଞ୍ଚ ବର୍ଷ ପୂର୍ବେ ଭାରତ ଏବଂ ଚାଇନା ମଧ୍ୟରେ ସମ୍ପର୍କରେ ତିକ୍ତତା ଦେଖାଦେବା ପରେ, ଉଭୟ ଦେଶ ଏବେ ପୂର୍ବ ତିକ୍ତତାକୁ ପଛରେ...

ନ୍ୟାୟ ପାଇଁ ପିଏମ ମୋଦିଙ୍କୁ ଏହି ନିବେଦନ କଲେ ପାକିସ୍ତାନୀ ମହିଳା, କରାଚୀରୁ ଭିଡିଓ ଶେୟାର କରି କହିଲେ…

ନୂଆଦିଲ୍ଲୀ,୮।୧୨: ପାକିସ୍ତାନରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି, ଯେଉଁଠାରେ ଜଣେ ପାକିସ୍ତାନୀ ମହିଳା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିକଟରେ ନ୍ୟାୟ ପାଇଁ ନିବେଦନ କରିଛନ୍ତି।...

 ଚାଲିଥିଲା ପାଟ୍ରୋଲିଂ: ଡକାୟତି କରିବାକୁ ଯାଉଥିବା ବେଳେ ୬ ଜଣଙ୍କୁ

ପାପଡାହାଣ୍ଡି,୮।୧୨(ସ୍ବପ୍ନଜିତ ପଟନାୟକ): ଜଙ୍ଗଲ ନିକଟରେ ଚାଲିଥିଲା ଡକାୟତ ଉଦ୍ୟମ ମାଡି  ବସିଲା ପୋଲିସ । ଡକାୟତ ଉଦ୍ୟମକୁ ପଣ୍ଡ କରି ୬ ଅଭିଯୁକ୍ତକୁ ଗିରଫ କରି...

ଜଳୁଛି ଗାଁ : ପୋଲିସ ଉପସ୍ଥିତରେ ମହିଳା-ପୁରୁଷ ମିଶି କରୁଛନ୍ତି ଭଙ୍ଗାରୁଜା

ମାଲକାନଗିରି, ୮।୧୨(ଦୁର୍ଯ୍ୟେଧନ ପାତ୍ର): ତେଜୁଛି ଏମ୍ଭି-୨୬ ଓ ରାଖେଲଗୁଡ଼ା କଳି। ରାଖେଲଗୁଡ଼ା ମହିଳାଙ୍କ ମୁଣ୍ଡବିହୀନ ମୃତଦେହ ମିଳିବା ପରେ ଉତ୍ତେଜନା ତୀବ୍ର ହୋଇଛି। ଏମ୍ଭି-୨୬ ଗାଁରେ...

ମାଲକାନଗିରିରେ ୨୪ ଘଣ୍ଟା ଇଣ୍ଟରନେଟ ବନ୍ଦ ଘୋଷଣା: ଜାଣନ୍ତୁ କେବେ ଯାଏ ବଳବତ୍ତର ରହିବ…

ମାଲକାନଗିରି, ୮।୧୨(ଦୁର୍ଯ୍ୟେଧନ ପାତ୍ର): ତେଜୁଛି ଏମ୍ଭି-୨୬ ଓ ରାଖେଲଗୁଡ଼ା କଳି। ରାଖେଲଗୁଡ଼ା ମହିଳାଙ୍କ ମୁଣ୍ଡବିହୀନ ମୃତଦେହ ମିଳିବା ପରେ ଉତ୍ତେଜନା ତୀବ୍ର ହୋଇଛି। ଫଳରେ ମାଲକାନଗିରିରେ...

ଗ୍ରାମ୍ୟ ବ୍ୟାଙ୍କରୁ ଡକାୟତି

ନୟାଗଡ଼/ନୂଆଗାଁ,(ଲୋକନାଥ ମିଶ୍ର/ଧନେଶ୍ୱର ପ୍ରଧାନ): ନୟାଗଡ଼ ଜିଲା ନୂଆଗାଁ ଥାନା ମହିପୁର ଫାଣ୍ଡି ଅଧୀନ ମହିପୁର ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କରୁ ରବିବାର ବିଳମ୍ବିତ ରାତିରେ ଡକାୟତି ହୋଇଥିବା...

ଖବରଦାତା ସମ୍ମିଳନୀରେ ସୂର୍ଯ୍ୟକୁମାରଙ୍କ ବଡ଼ ବୟାନ, କହିଲେ ବାରବାଟୀରେ ମୁଁ ପୂର୍ବରୁ ଖେଳିଛି, ଏଠିକାର ଦର୍ଶକ…

ଭୁବନେଶ୍ୱର,୮।୧୨: ମଙ୍ଗଳବାର ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ମହାମୁକାବିଲା ହେବ । ଏହା ପୂର୍ବରୁ ଆଜି ଉଭୟ ଦଳର ଖେଳାଳି ବାରବାଟୀରେ ଅଭ୍ୟାସ କରିଛନ୍ତି। ଏହା ଦେଖିବାକୁ...

ବଲାଙ୍ଗିର ଫଳ ବଜାରରେ ଜଳିଗଲା ୫୦ରୁ ଊର୍ଦ୍ଧ୍ବ ଦୋକାନ

ବଲାଙ୍ଗିର,୮।୧୨: ସୋମବାର ବଲାଙ୍ଗିର ସହରର ଫଳ ବଜାରରେ ଏକ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ଜିଲାପାଳଙ୍କ ଅଫିସ୍‌ ନିକଟରେ ଥିବା ପୌର ସଂସ୍ଥା ଅଧୀନରେ ଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri