ଖିମ୍‌ଜୀର ଭାଲେଣ୍ଟାଇନ୍‌ କଲେକ୍ସନ ‘ଲଭ୍‌ଷ୍ଟ୍ରକ୍‌-୨୦୨୩’

ଭୁବନେଶ୍ୱର,୭।୨:ରାଜ୍ୟର ସର୍ବପୁରାତନ ଅଳଙ୍କାର ପ୍ରତିଷ୍ଠାନ ଖିମ୍‌ଜୀ ଜୁଏଲର୍ସ ପକ୍ଷରୁ ସ୍ବତନ୍ତ୍ର ଭାଲେଣ୍ଟାଇନ୍‌ କଲେକ୍ସନ ‘ଲଭ୍‌ଷ୍ଟ୍ରକ୍‌ ୨୦୨୩’ର ଉନ୍ମୋଚନ କରାଯାଇଛି। ବିଶେଷ କରି ଚଳିତ ବର୍ଷ ଫେବୃୟାରୀ ୧୪ ପର୍ଯ୍ୟନ୍ତ ଏହି କଲେକ୍ସନ ଖିମ୍‌ଜୀର ସମସ୍ତ ଷ୍ଟୋରରେ ଉପଲବ୍ଧ ରହିବ। ସେହିଭଳି ‘ଲଭ୍‌ଷ୍ଟ୍ରକ୍‌ ୨୦୨୩’ ଅବସରରେ ୧୨,୬୦୦ ଟଙ୍କାରୁ ଆରମ୍ଭ କରି ଗ୍ରାହକମାନେ ହୀରା ଅଳଙ୍କାରର ପେଣ୍ଡେଣ୍ଟ୍‌, ମୁଦି ଏବଂ ବ୍ରେସ୍‌ଲେଟ୍‌ର ବ୍ୟାପକ ସମ୍ଭାର ପାଇପାରିବେ। ଏହା ସହିତ ଖିମ୍‌ଜୀ ଷ୍ଟୋରକୁ ଆସୁଥିବା ଦମ୍ପତିମାନଙ୍କ ପାଇଁ ମଧ୍ୟ ଏକ ‘ସେଲ୍ଫି ପ୍ରତିଯୋଗିତା’ର ଆୟୋଜନ କରାଯାଇଛି। ଉକ୍ତ ପ୍ରତିଯୋଗିତାର ନିୟମ ଅନୁଯାୟୀ ପ୍ରତିଯୋଗୀମାନେ ଖିମଜୀ ଷ୍ଟୋର ପରିସରରେ ସ୍ବତନ୍ତ୍ର ଭାବେ ଡିଜାଇନ୍‌ ହୋଇଥିବା ‘ସେଲ୍ଫି ସ୍ପଟ୍‌’ରେ ଏକ ସେଲ୍ଫି ନେଇ ତାହାକୁ ନିଜର ଫେସ୍‌ବୁକ୍‌ କିମ୍ବା ଇନ୍‌ଷ୍ଟାଗ୍ରାମ ଟାଇମଲାଇନ୍‌ରେ ପୋଷ୍ଟ କରି ଖିମ୍‌ଜୀର ଅଫିସିଆଲ୍‌ ପେଜ୍‌କୁ ଟ୍ୟାଗ୍‌ କରିବେ। ଏପରିକି ଉକ୍ତ ପ୍ରତିଯୋଗିତାର ସର୍ବୋତ୍ତମ ଫଟୋକୁ ଖିମ୍‌ଜୀ ଜୁଏଲର୍ସ ଅଫିସଆଲ୍‌ ଆକାଉ୍‌ଣ୍ଟରେ ଅପ୍‌ଲୋଡ୍‌ କରାଯିବ।
ଏ ସମ୍ପର୍କରେ ଖିମଜୀ ଜୁଏଲର୍ସର ନିର୍ଦ୍ଦେଶକ ମିତେଶ ଖିମ୍‌ଜୀ କହିଛନ୍ତି, ଭାଲେଣ୍ଟାଇନ୍‌ ଡେ ହେଉଛି ପ୍ରେମର ଉତ୍ସବ। ଆମର ପ୍ରିୟ ଗ୍ରାହକମାନଙ୍କ ଭାବନାକୁ ବୁଝି ଆମେ ଏହି ସ୍ବତନ୍ତ୍ର ସଂଗ୍ରହଗୁଡିକୁ ନେଇ ଆସିଛୁ। ପ୍ରେମ ଏବଂ ଉତ୍ସାହ ସହିତ ନିର୍ମିତ ‘ଲଭ୍‌ଷ୍ଟ୍ରକ୍‌ ୨୦୨୩’ର ସଂଗ୍ରହ ଆମ ପ୍ରିୟଜନଙ୍କ ପାଇଁ ପ୍ରେମର ଅଭିବ୍ୟକ୍ତିକୁ ଦର୍ଶାଇବ ବୋଲି ସେ ମତପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମାର୍ଚ୍ଚ ପହିଲାରୁ ଲଟେରି ଉପରେ ୨୮% ଜିଏସ୍‌ଟି

ନୂଆଦିଲ୍ଲୀ, ୨୪-୨: ମାର୍ଚ୍ଚ ପହିଲାରୁ ଲଟେରି ଉପରେ ୨୮% ସାମଗ୍ରୀ ଓ ସେବା ଟିକସ(ଜିଏସ୍‌ଟି) କାର୍ଯ୍ୟକାରୀ ହେବ ବୋଲି ସରକାର ରବିବାର ଏକ ବିଜ୍ଞପ୍ତି ପ୍ରକାଶ...

ଜାନୁୟାରୀ ପହିଲାରୁ ଖେଳନା ଲାଗି ବାଧ୍ୟତାମୂଳକ ହେବ ବିଆଇଏସ୍‌

ନୂଆଦିଲ୍ଲୀ,୧୭।୯: କେନ୍ଦ୍ର ସରକାର ଘରୋଇ ବଜାରର ଖେଳନା ମାନୁଫାକଚର୍ସଙ୍କୁ ବୁଧବାର ଆଶ୍ୱସ୍ତି ଦେବା ଭଳି ପଦକ୍ଷେପ ନେଇଛନ୍ତି। ଖେଳନା ଲାଗି ବାଧ୍ୟତାମୂଳକ ବିଆଇଏସ୍‌ ପ୍ରମାଣନ କାର୍ଯ୍ୟକାରୀ...

ଦରଦାମ୍‌ ବୃଦ୍ଧି ପାଇଁ କେବଳ କେନ୍ଦ୍ର ନୁହେଁ ରାଜ୍ୟ ବି ଦାୟୀ: ଅର୍ଥମନ୍ତ୍ରୀ…

ନୂଆଦିଲ୍ଲୀ, ୮।୯ : ଦରଦାମ୍‌ ବୃଦ୍ଧି ସମ୍ପର୍କରେ ତାଙ୍କ ବିବୃତ୍ତି ନେଇ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସମ୍ପ୍ରତି ଚର୍ଚ୍ଚାରେ ରହିଛନ୍ତି। ଦରଦାମ୍‌ ବଢ଼ିବା ନେଇ ଅର୍ଥମନ୍ତ୍ରୀ...

ହୋଟେଲ ଶିଳ୍ପର କ୍ଷତି ୧.୩୦ ଲକ୍ଷ କୋଟି

ନୂଆଦିଲ୍ଲୀ: କୋଭିଡ୍‌-୧୯ ଯୋଗୁ ୨୦୨୦-୨୧ ଆର୍ଥତ୍କ ବର୍ଷରେ ଦେଶର ହୋଟେଲ ଶିଳ୍ପ ୧.୩୦ ଲକ୍ଷ କୋଟି ଟଙ୍କାର ରାଜସ୍ବ କ୍ଷତି ସହିଛି। ଏହି ଶିଳ୍ପ ବର୍ତ୍ତମାନ...

ଔଷଧପତ୍ର ଯୋଗାଣ ଲାଗି କାର୍ଗୋ ବିମାନକୁ ଅନୁମତି

ନୂଆଦିଲ୍ଲୀ,୩୧। ୩: କରୋନା ଭୂତାଣୁ ସଂକ୍ରମଣକୁ ରୋକିବା ପାଇଁ ଦେଶର ବିଭିନ୍ନ ଅଞ୍ଚଳକୁ ଔଷଧପତ୍ର ଏବଂ ଅନ୍ୟାନ୍ୟ ଚିକିତ୍ସା ଉପକରଣ ପହଞ୍ଚାଇବା ଲାଗି କାର୍ଗୋ ବିମାନ...

ପାସେଞ୍ଜର ଯାନ ବିକ୍ରି ୩୮% କମିଲା

ନୂଆଦିଲ୍ଲୀ,୨୧।୭: ଅଟୋମୋବାଇଲ ବଜାର ଉପରେ କରୋନାର ପ୍ରଭାବ ଜାରି ରହିଛି। ଗତ କିଛି ମାସ ଧରି ଘରୋଇ ବଜାରରେ ଯାନ ବିକ୍ରି କ୍ଷତିଗ୍ରସ୍ତ ସ୍ଥିତିରେ ରହିଛି।...

ଅଧିକ ରିଟର୍ନ ଦେବା ଆଳ; ଠକି ନେଇଗଲେ ନିବେଶକଙ୍କ ୪୨ ହଜାର କୋଟି

ନୂଆଦିଲ୍ଲୀ, ୧୨।୯ : ଦେଶର ବିଭିନ୍ନ ରାଜ୍ୟରେ ନିବେଶକଙ୍କୁ ୪୨ ହଜାର କୋଟି ଟଙ୍କା ଠକେଇର ଏକ ମାମଲା ସାମ୍ନାକୁ ଆସିଛି। ‘ବାଇକ ବୁଟ୍‌’ ନାମରେ...

ଡିସେମ୍ବର ୩ ଯାଏ ଏୟାର ଇଣ୍ଡିଆକୁ ବ୍ୟାନ କଲା ହଂକଂ

ମୁମ୍ବାଇ: କୋଭିଡ ମାମଲା ବର୍ତ୍ତମାନ ବଢି ଚାଲିଥିବା ବେଳେ ଡିସେମ୍ବର ୩ ଯାଏ ଏୟାର ଇଣ୍ଡିଆ ବିମାନକୁ ହଂକଂ ବ୍ୟାନ କରିଛି। ଏୟାର ଇଣ୍ଡିଆ ବିମାନରେ...

Advertisement
Archives

Model This Week