ଖିମଜୀ ଦୟାଭାଇ କୋ.ଗ୍ରୁପ୍‌ ପାଳନ କରୁଛି ୯୦ ବର୍ଷର ବିଶ୍ୱାସ, କାରିଗରୀ ଓ ସଫଳତା

ଭୁବନେଶ୍ୱର: ଓଡ଼ିଶାର ଐତିହ୍ୟବାହୀ ଜୁଏଲେରୀ ବ୍ରାଣ୍ଡ ଖିମଜୀ ଦୟାଭାଇ କୋ. ଗ୍ରୁପ ଗର୍ବର ସହ ନିଜର ୯୦ ବର୍ଷର ଯାତ୍ରା ପାଳନ କରୁଛି। ୧୯୩୬ ଅଗଷ୍ଟରୁ ଆରମ୍ଭ ହୋଇଥିବା ଏହି ଯାତ୍ରା ଅନେକ ପିଢ଼ିର ଗ୍ରାହକଙ୍କ ବିଶ୍ୱାସ, ଉତ୍କୃଷ୍ଟ କାରିଗରୀ ଏବଂ ଦୀର୍ଘ ବର୍ଷର ସମ୍ପର୍କରେ ଗଢ଼ିଉଠିଛି। ଏହି ସମୟ ମଧ୍ୟରେ ଓଡ଼ିଶା ଏବଂ ରାଜ୍ୟ ବାହାରର ଅନେକ ପରିବାରର ଖୁସି ଓ ସ୍ମରଣୀୟ ମୁହୂର୍ତ୍ତର ସାଥୀ ହୋଇଛି।

୯୦ ବର୍ଷ ପୂର୍ତ୍ତିର ଏହି ବିଶେଷ କ୍ୟାମ୍ପେନ୍‌କୁ ଗ୍ରୁପ ନିଜ ଗ୍ରାହକମାନଙ୍କୁ ସମର୍ପିତ କରିଛି। ପ୍ରଡକ୍ଟ କିମ୍ବା ସେଲିବ୍ରିଟିଙ୍କ ବଦଳରେ ଏଥିରେ ପ୍ରକୃତ ଗ୍ରାହକ, ସେମାନଙ୍କ ସମ୍ପର୍କ, କାହାଣୀ ଓ ସ୍ମୃତିକୁ ମୁଖ୍ୟ ସ୍ଥାନ ଦିଆଯାଇଛି। ଗ୍ରୁପ ସବୁବେଳେ ବିଶ୍ୱାସ କରିଆସିଛି ଯେ, ଗ୍ରାହକ ହିଁ ପ୍ରକୃତ ବ୍ରାଣ୍ଡର ପରିଚୟ।

ଖିମଜୀ ଦୟାଭାଇ କୋ. ଗ୍ରୁପ୍‌ ଯାତ୍ରା ୧୯୩୬ରେ ବାରିପଦାର ପ୍ରଥମ ଷ୍ଟୋରରୁ ଆରମ୍ଭ ହୋଇଥିଲା। ପରେ ୧୯୯୮ରେ ବାଲେଶ୍ୱର ଏବଂ ୨୦୧୬ରେ ଭଦ୍ରକରେ ନିଜର ଉପସ୍ଥିତି ବଢ଼ାଇଥିଲା। ୨୦୨୦ରେ YOULRY.COM ଆରମ୍ଭ କରି ଏହି ବିଶ୍ୱାସକୁ ଅନଲାଇନ ଦୁନିଆକୁ ଅଣାଗଲା। ୨୦୨୫ରେ ଭୁବନେଶ୍ୱରରେ ARNIKA Crafted by Khimji Dayabhai Co. Group ମାଧ୍ୟମରେ ଏକ ଆଧୁନିକ ଲକ୍ସୁରୀ ଜୁଏଲେରୀ ଅନୁଭୂତି ଆରମ୍ଭ ହୋଇଥିଲା।

ଆଜି ଶ୍ରୀ ନିଶିତ ନନ୍ଦା, ଶ୍ରୀ ସମୀର ନନ୍ଦା ଏବଂ ଶ୍ରୀ ନିଶାନ୍ତ ନନ୍ଦାଙ୍କ ନେତୃତ୍ୱରେ ଗ୍ରୁପ ପରମ୍ପରା ସହ ନୂଆ ଚିନ୍ତାଧାରା, ଡିଜିଟାଲ ଟେକ୍ନୋଲୋଜି, ଆଧୁନିକ ଡିଜାଇନ, ଉତ୍ତମ ଗୁଣବତ୍ତା ଓ ଗ୍ରାହକ ସେବାକୁ ଯୋଡ଼ି ଆଗକୁ ବଢୁଛି।

ଶ୍ରୀ ନିଶିତ ନନ୍ଦାଙ୍କ କହିବା ଅନୁଯାୟୀ, ୯୦ ବର୍ଷ କେବଳ ଏକ ମାଇଲଖୁଣ୍ଟ ନୁହେଁ, ଏହା ପିଢ଼ି ପରେ ପିଢ଼ି ଗ୍ରାହକମାନେ ଆମ ଉପରେ ରଖିଥିବା ବିଶ୍ୱାସର ଉତ୍ସବ। ୯୦ ବର୍ଷ ପରେ ମଧ୍ୟ ଖିମଜୀ ଦୟାଭାଇ କୋ. ଗ୍ରୁପ ସେହି ବିଶ୍ୱାସ, ଗୁଣବତ୍ତା ଓ କାରିଗରୀଙ୍କୁ ସାଥୀ କରି ନୂଆ ପିଢ଼ି ସହ ନିଜର ଯାତ୍ରାକୁ ଆଗକୁ ନେଉଛି।


Enter your email to get our daily news in your inbox.

All Right Reserved By Dharitri.Com

୨୦୨୯ରେ ବିଜୟ ହେବେ PM ପ୍ରାର୍ଥୀ? TVK ଦଳର ବଡ଼ ଦାବି, କଂଗ୍ରେସ ଶିବିରରେ ହଇଚଇ!

ଚେନ୍ନାଇ,୪।୯: ୨୦୨୯ ସାଧାରଣ ନିର୍ବାଚନରେ ପ୍ରଧାନମନ୍ତ୍ରୀ ପଦ ଲାଗି ପ୍ରାର୍ଥୀ ଚୟନକୁ ନେଇ ତାମିଲନାଡୁର ଶାସକ ଦଳ ‘ତାମିଲଗା ଭେଟ୍ରି କାଝାଗାମ’ (TVK) ଏବଂ ସହଯୋଗୀ ଦଳ…

ଚାକିରି ଦେବା ନାଁରେ ଠକେଇ: ମୁଖ୍ୟ ଅଭିଯୁକ୍ତଙ୍କ ସମେତ ୪ ଗିରଫ

ଛତ୍ରପୁର,୪।୮(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଯୁବପିଢ଼ିଙ୍କୁ ଚାକିରି କରାଇ ଦେବା ନାଁରେ ଠକେଇ ଅଭିଯୋଗରେ ଛତ୍ରପୁର ଥାନା ପୋଲିସ ମୁଖ୍ୟ ଅଭିଯୁକ୍ତଙ୍କ ସମେତ ୪ ଜଣଙ୍କୁ ଗିରଫ କରିଛି।…

ପ୍ରଥମ ଥର ଭାରତ-ଜାପାନ ଖେଳିବେ ଟି୨୦ମ୍ୟାଚ

ନୂଆଦିଲ୍ଲୀ, ୪ା୯: ଏସିଆନ ଗେମ୍ସ ପୂର୍ବରୁ ସେପ୍ଟେମ୍ବର ୨୨ରେ ଭାରତୀୟ ପୁରୁଷ କ୍ରିକେଟ ଦଳ ଜାପାନ ବିପକ୍ଷରେ ପ୍ରଥମ ଥର ଏକ ଅନ୍ତର୍ଜାତୀୟ ଟି୨୦ ମ୍ୟାଚ ଖେଳିବ।…

ଓଡ଼ିଶା ପାଇଁ ଗୌରବ: ଆଡ଼ଭାନ୍ସ ମାଉଣ୍ଟେନିୟରିଂ ପ୍ରଶିକ୍ଷଣ ପାଇଁ କାଶ୍ମୀର ଯିବେ ବରଗଡ଼ର ଆଶୀର୍ବାଦ ମହାପାତ୍ର

ବରଗଡ଼, ୪।୯(ପ୍ରେମାନନ୍ଦ ଖମାରୀ): ଓଡ଼ିଶାର ଜଣାଶୁଣା ଆନ୍ତର୍ଜାତୀୟ ପର୍ବତାରୋହୀ ତଥା ବରଗଡ଼ ଜିଲା ଅତାବିରା ବ୍ଲକ୍ ଅନ୍ତର୍ଗତ କୁଲିତାଟୁକୁରା ଗ୍ରାମର ବାସିନ୍ଦା ଆଶୀର୍ବାଦ ମହାପାତ୍ର ଆଡ଼ଭାନ୍ସ ମାଉଣ୍ଟେନିୟରିଂ…

ଏବେ କିଣିନିଅନ୍ତୁ ସୁନା, ବଢିବ ସୁନାଦର; ଏକ୍ସପର୍ଟ କହିଦେଲେ କେବେ…

ନୂଆଦିଲ୍ଲୀ,୪।୯: ପାର୍ୱଣ ଏବଂ ବିବାହ ଋତୁ ପାଇଁ ପ୍ରସ୍ତୁତି ଚଳାଇଥିବା ଲୋକଙ୍କ ନିମନ୍ତେ ସେପ୍ଟେମ୍ୱର ମାସଟି ବେଶ ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହୋଇପାରେ। ସମ୍ପ୍ରତି ସୁନା ଦରରେ କିଛିଟା…

ସ୍କୁଟି-ଆମ୍ବୁଲାନ୍ସ ମୁହାଁମୁହିଁ ଧକ୍କା: ଚାଲିଗଲା ଶିକ୍ଷକଙ୍କ ଜୀବନ

ମାଲକାନଗିରି,୪।୯(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ମାଥିଲି ବ୍ଲକ୍‌ ଅଞ୍ଚଳରେ ଏକ ସ୍କୁଟି ଓ ଆମ୍ବୁଲାନ୍ସ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ଜଣେ ଶିକ୍ଷକଙ୍କ ମୃତ୍ୟୁ ଘଟିଛିା। ମୃତକ…

ଜିଲାପାଳଙ୍କ ଦ୍ୱାରସ୍ଥ ହେଲେ ଖେଳାଳି, କାହିଁକି ଜାଣନ୍ତୁ…

ନୂଆପଡ଼ା,୪ା୯(ମକାରୁ ବେମାଲ): ନୂଆପଡ଼ା ଜିଲାରେ ଦିବ୍ୟାଙ୍ଗ କ୍ରିକେଟ ଖେଳର ବିକାଶ ପାଇଁ ଗୁରୁବାର ଜନସଂଘର୍ଷ ଦିବ୍ୟାଙ୍ଗ କ୍ରିକେଟ ଆସୋସିଏଶନ (ଜେଏସ୍‌ଡିସିଏ) ଜିଲାପାଳଙ୍କ ଦ୍ୱାରସ୍ଥ ହୋଇଛି। କୋଚ୍‌ କପିଳଦେବ…

ଗାଡ଼ିଚାଳକଙ୍କୁ ଗୋଲାପ ଦେଇ ସୁରକ୍ଷିତ ଯାତ୍ରାର ବାର୍ତ୍ତା ଦେଲା ପୁରୁଷୋତ୍ତମପୁର  ପୋଲିସ

ପୁରୁଷୋତ୍ତମପୁର, ୪।୮ (ସବିତା ମିଶ୍ର): ଗଞ୍ଜାମ ଜିଲ ପୁରୁଷୋତ୍ତମପୁର ପୋଲିସ ପକ୍ଷରୁ ଶୁକ୍ରବାର ସଡ଼କ ଦୁର୍ଘଟଣାଜନିତ ଶୂନ୍ୟ ମୃତାହତ ଲକ୍ଷ୍ୟରେ ସଚେତନତା ସପ୍ତାହ ପାଳିତ ହୋଇଯାଇଛି। ଆଇଆଇସି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri