ଦିଗପହଣ୍ଡି,୧୧।୭(ଅଶେଷନାଥ ମିଶ୍ର): ବାଲେଶ୍ୱର ଓକିଲ ସଂଘର ବରିଷ୍ଠ ସଦସ୍ୟ ପୁରୁଷୋତ୍ତମ ଦାସଙ୍କୁ ଜଣେ ପ୍ରୋବେଶନ ଆଇଏଏସ ଅଫିସରଙ୍କ ଧମକପୂର୍ଣ୍ଣ ଦୁର୍ବ୍ୟବହାର ଏବଂ ସହଦେବଖୁଣ୍ଟା ପୋଲିସ ଥାନାର ଆଇଆଇସିଙ୍କ ବେଆଇନ ତଥା ଔଦ୍ଧତ୍ୟପୂର୍ଣ୍ଣ କାର୍ଯ୍ୟକଳାପ ପ୍ରତିବାଦରେ ଗଞ୍ଜାମ ଜିଲା ଖେମୁଣ୍ଡି ଓକିଲ ସଂଘ ପକ୍ଷରୁ ଦିଗପହଣ୍ଡି ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ପରେ ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦିଗପହଣ୍ଡି ତହସିଲଦାର ସନ୍ତୋଷ କୁମାର ସାହୁଙ୍କୁ ଏକ ସ୍ମାରକପତ୍ର ମଧ୍ୟ ପ୍ରଦାନ କରାଯାଇଥିଲା। ଏଥିରେ ସଂଘର ସଭାପତି ହୃଦୟ ମେକାପଙ୍କ ସମେତ ବରିଷ୍ଠ ଆଇନଜୀବୀ ସୂର୍ଯ୍ୟ ନାରାୟଣ ସାହୁ, ଚନ୍ଦ୍ରଧ୍ବଜ ସିଂହ, ହରପ୍ରସାଦ ରଥ, ନକୂଳ ପ୍ରଧାନ, ସିମାଞ୍ଚଳ ପ୍ରଧାନ, ସନ୍ତୋଷ କୁମାର ସାହୁ, ପ୍ରଦୀପ କୁମାର ନାୟକ, ହେମନ୍ତ କୁମାର ପାଣିଗ୍ରାହୀ, ପରେଶ ଚନ୍ଦ୍ର ରଥ, ରାଜେନ୍ଦ୍ର କୁମାର ତ୍ରିପାଠୀ, ଟୁକୁନା ପ୍ରଧାନ, ରବିଚନ୍ଦ୍ର ଗୌଡ, ପ୍ରମୋଦ କୁମାର ପାଣିଗ୍ରାହୀ ପ୍ରମୁଖ ବହୁ ଆଇନଜୀବୀ ସାମିଲ ଥିଲେ।