Categories: Uncategorized

୭ ଦିନ ପରେ ଶେଷ ହେବ ଖରିଫ ଧାନ ସଂଗ୍ରହ: ଏବେ ବି ଟୋକନ ଅପେକ୍ଷାରେ…

ଭୁବନେଶ୍ୱର,୨୫।୩: ରାଜ୍ୟରେ ୭ ଦିନ ପରେ ଶେଷ ହେବ ଖରିଫ ଧାନ ସଂଗ୍ରହ। ଏବେ ବି ୧ ଲକ୍ଷ ୬୩ ହଜାର ଚାଷୀ ୭ ଦିନ ପରେ ଶେଷ ହେବ ଖରିଫ ଧାନ ସଂଗ୍ରହପାଇ ବିକିବାକୁ ଅପେକ୍ଷା କରିଛନ୍ତି। ୧୯ ଲକ୍ଷ ୨୪ ହଜାର ପଞ୍ଜୀକୃତ ଚାଷୀଙ୍କୁ ଟୋକନ ଦିଆଯାଇଛି।ସେମାନଙ୍କ ଭିତରୁ ୧୭ ଲକ୍ଷ ୬୧ ହଜାର ପଞ୍ଜିକୃତ ଚାଷୀ ଧାନ ବିକିଛନ୍ତି।ଏ ନେଇ ବିଧାନସଭାରେ ଉତ୍ତର ରଖିଲେ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର।

ବୁଧବାର ୧୨ ଘଣ୍ଟିଆ ଜିଲା ବନ୍ଦ ପାଳନ କରାଯାଇଛି। ୪ ଦଫା ଦାବି ନେଇ ଏହି ବନ୍ଦ ଡାକରା ପାଳନ କରାଯାଇଥିବା ବେଳେ ଏଥିମଧ୍ୟରୁ ଧାନମଣ୍ଡି ଆରମ୍ଭ ହୋଇ ଆଜକୁ ପ୍ରାୟ ୩ ମାସରୁ ଊର୍ଦ୍ଧ୍ୱ ସମୟ ବିତି ଯାଇଥିଲେ ସୁଦ୍ଧା ବହୁ ଚାଷୀଙ୍କ ଧାନମଣ୍ଡିରେ ପଡ଼ିରହିଛି। ଏତଦ୍‌ବ୍ୟତୀତ ବହୁ ଚାଷୀଙ୍କ ଟୋକନ ଆସିବା ସତ୍ତ୍ୱେ ସରକାର ଧାନ ଖରିଦ କରି ନ ଥିବାରୁ ଉକ୍ତ ଟୋକନର ସମୟସୀମା ମଧ୍ୟ ସରିଯାଇଛି। ଯାହାଫଳରେ ଚାଷୀମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। କେବଳ ଏତିକି ନୁହେଁ ବର୍ତ୍ତମାନ ଅଦିନିଆ ବର୍ଷା ଯୋଗୁ ବହୁଚାଷୀଙ୍କ ଧାନ ନଷ୍ଟ ହେବାରେ ଲାଗିଛି। ତେଣୁ ଚାଷୀମାନଙ୍କୁ ଅଦିନିଆ ବର୍ଷା ଜନିତ କ୍ଷୟକ୍ଷତି ପ୍ରଦାନ, ମଣ୍ଡିରୁ ସମସ୍ତ ଧାନ ସରକାର ଖରିଦ କରିବା ପାଇଁ ଦାବି ହୋଇଛି।

Dharitri – Odisha’s No.1 Odia Daily