ପାଣି ଅଭାବରୁ ଅମଳ ହୋଇପାରୁନି ଖରିଫ ଧାନ

ରାୟଗଡ଼ା ଅଫିସ,୧୪ା୧୧: ଉଠା ଜଳସେଚନ ବିଭାଗର ବୋରଓ୍ବେଲ୍‌ ଖନନ ବିଜ୍ଞାପନକୁ ନେଇ ରାୟଗଡ଼ା ଜିଲା ସଦର ବ୍ଲକ ପେଣ୍ଟା ଗ୍ରାମର ଚାଷୀ ଟଙ୍କା ଜମା କରିଥିଲେ। ହେଲେ ବର୍ଷ ବର୍ଷ ବିତିଯାଇଥିଲେ ମଧ୍ୟ ପ୍ରକଳ୍ପ କାର୍ଯ୍ୟକାରୀ ହେଉନାହିଁ। ଫଳରେ ଚାଷ ଜମିକୁ ପାଣି ମାଡ଼ୁ ନ ଥିବାରୁ ଖରିଫ ଫସଲ ଅମଳ ହୋଇପାରୁନାହିଁ। ଚାଷୀ ନିଜ ସମସ୍ୟାକୁ ନେଇ ଜିଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଶୀଘ୍ର ବୋରଓ୍ବେଲ୍‌ ଖନନ ପାଇଁ ଦାବି କରିଛନ୍ତି।
ଏବେ ଖରିଫ ଋତୁରେ ଧାନଚାଷ ହୋଇଥିବାବେଳେ ପାଣି ଅଭାବରୁ ମାଟି ଫାଟି ଆଁ କରିଛି। ଧାନ ଫସଲ ଏବେ ଅଗାଡ଼ି ହୋଇଛି। ଚାଷୀ ଋଣ କରି ଏକର ଏକର ଜମିରେ ଧାନଚାଷ କରିଥିବାବେଳେ ଏବେ ତାହା କିପରି ଶୁଝିବେ ଏବଂ ପରିବାର କିଭଳି ଚଳିବ ଚାଷୀ ସେହି ଚିନ୍ତାରେ ଅଛନ୍ତି। ଚାଷ ଜମିକୁ ଜଳସେଚନର ସୁବିଧା ରହିଥିଲେ ମଧ୍ୟ ଜମିକୁ ପାଣି ଅଣ୍ଟୁନି। ବିଭାଗର ବୋରୱେଲ୍‌ ପ୍ରକଳ୍ପକୁ ଆଶା କରି ଚାଷୀ ହନ୍ତସନ୍ତ ହେଉଥିବା ବେଳେ ଚାଷ ଜମିକୁ ପାଣି ଯୋଗାଇବା ସରକାରଙ୍କ ଦୟା ନା ଚାଷୀଙ୍କ ଅଧିକାର ବୋଲି ସେମାନେ ପ୍ରଶ୍ନ କରିଛନ୍ତି। ସୂଚନାଯୋଗ୍ୟ, ବୋରଓ୍ବେଲ୍‌ ନିମନ୍ତେ ବିଭାଗର ବିଜ୍ଞାପନ ଦେଖି ପେଣ୍ଟା ଗ୍ରାମର ୧୩ ଚାଷୀଙ୍କ ସମେତ ଜିଲାର ୮୦ରୁ ଊର୍ଦ୍ଧ୍ୱ ଚାଷୀ ୨୦୧୯-୨୦ରେ ରାୟଗଡ଼ା ଜିଲା ଉଠା ଜଳ ସେଚନ ବିଭାଗ କାର୍ଯ୍ୟାଳୟ, ଗୁଣପୁର ନିର୍ବାହୀ ଯନ୍ତ୍ରୀଙ୍କ ନାମରେ ୧୦ ହଜାରରୁ ୨୦ ହଜାର ଟଙ୍କା ପର୍ଯ୍ୟନ୍ତ ଟଙ୍କା ଜମା କରିଥିଲେ। ୩ ବର୍ଷରୁ ଊର୍ଦ୍ଧ୍ୱ ସମୟ ବିତିଯାଇଥିଲେ ମଧ୍ୟ ବୋରୱେଲ୍‌ ଖନନ କରାଯାଉ ନ ଥିବାରୁ ଚାଷୀ ଜିଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଅନ୍ୟପକ୍ଷରେ ପ୍ରକଳ୍ପ କାର୍ଯ୍ୟକାରୀ ନିମନ୍ତେ ୨୦୨୧ ରେ ଟେଣ୍ଡର ଡକାହୋଇ ସାରିଥିବା ବେଳେ ଉଚ୍ଚସ୍ତରୀୟ କମିଟି ଦ୍ୱାରା ବୋରୱେଲ ଖନନ ପ୍ରକଳ୍ପ କାର୍ଯ୍ୟକାରୀ ସ୍ଥଗିତ ରଖାଯାଇଛି ବୋଲି ରାୟଗଡ଼ା ଅଫିସର ସହକାରୀ ନିର୍ବାହୀ ଯନ୍ତ୍ରୀ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସଲମାନଙ୍କ ଫଟା ଜୋତାର ଦାମ୍‌ ଜାଣିଲେ ଉଡିଯିବ ହୋଶ୍‌

ସଲମାନ ଖାନ ବଲିଉଡ ସୁପରଷ୍ଟାର ଭାବରେ ଜଣାଶୁଣା। ସେ ଯାହା କରନ୍ତି, ସମସ୍ତଙ୍କ ନଜର ତାଙ୍କ ଉପରେ ଥାଏ। ସେ ଫ୍ୟାଶନ ହେଉଛି କି ଫିଲ୍ମ ସବୁଠି…

ହାର୍‌ ମାନିଗଲେ ଟ୍ରମ୍ପ! ଶେଷରେ ଇରାନକୁ କହିଲେ ଶକ୍ତିଶାଳୀ, ଯୁଦ୍ଧ ଶେଷ କରିବା ଉପରେ ଦେଲେ ବଡ଼ ଅପଡେଟ୍‌

ଓ୍ବାଶିଂଟନ୍‌,୬।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ଶକ୍ତିକୁ ସ୍ବୀକାର କରିଛନ୍ତି। ଚାଲିଥିବା ଶାନ୍ତି ଆଲୋଚନା ଏବଂ ୪୮ ଘଣ୍ଟାର ଅଲ୍ଟିମେଟମ୍‌…

ବରଗଡ଼ରେ କରାମାଡ଼,ଫସଲ ଧୂଳିସାତ୍‌: ଉଜୁଡିଲା ଚାଷୀଙ୍କ ଅମଳ ଆଶା

ବରଗଡ଼,୬।୪(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଦୁଃଖ ସରୁନାହିଁ। ଧାନବିକ୍ରି ଅବ୍ୟବସ୍ଥା ସାଧାରଣରେ ପରିଣତ ହୋଇଥିବାବେଳେ ପ୍ରକୃତିର ତାଣ୍ଡବ…

ପୂର୍ବତନ ବିଧାୟକ, ପୂର୍ବତନ ଏମ୍‌ପିଙ୍କୁ ବିଜେଡିରୁ କରାଗଲା ନିଲମ୍ବନ , ଜାଣନ୍ତୁ କାହିଁକି ଏମିତି କାର୍ଯ୍ୟାନୁଷ୍ଠାନ ନେଲେ ନବୀନ

ବାସୁଦେବପୁର,୬।୪(କାଳୀପଦ ରାୟ): ଭଦ୍ରକ ଜିଲା ବାସୁଦେବପୁରର ପୂର୍ବତନ ବ୍ଲକ ଅଧ୍ୟକ୍ଷ ତଥା ଧାମନଗରର ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ଭଦ୍ରକର ପୂର୍ବତନ ଏମ୍‌ପି ମଞ୍ଜୁଲତା ମଣ୍ଡଳଙ୍କୁ ଦଳ…

ମା’ମାଣିକେଶରୀ ବିଶ୍ୱ ବିଦ୍ୟାଳୟରେ ନୂତନ ସ୍ଥାୟୀ କୁଳପତି ନିଯୁକ୍ତ: ଜାଣନ୍ତୁ କାହାକୁ ମିଳିଲା ଦାୟିତ୍ୱ

ଭବାନୀପାଟଣା,୬।୪(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣାସ୍ଥିତ ମା’ମାଣିକେଶରୀ ବିଶ୍ୱ ବିଦ୍ୟାଳୟର ନୂତନ ସ୍ଥାୟୀ କୁଳପତି ଭାବେ ଡ଼.ପବନ କୁମାର ଅଗ୍ରୱାଲ ସୋମବାର ନିଯୁକ୍ତ ହୋଇଛନ୍ତି। ଏ…

ଧର୍ମଗଡ଼ ଉପଖଣ୍ଡରେ କୁଆପଥର ବର୍ଷା: ଯାତାୟାତ ବାଧାପ୍ରାପ୍ତ

ଭବାନୀପାଟଣା,୬।୪(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଧର୍ମଗଡ଼ ଉପଖଣ୍ଡରେ ସୋମବାର ମଧ୍ୟାହ୍ନରେ ପ୍ରବଳ ଝଡ଼ ତୋଫାନ ସହ କୁଆପଥର ବର୍ଷା ହୋଇଛି। ବିଶେଷ କରି ଉପଖଣ୍ଡର ଧର୍ମଗଡ଼…

ପୋଲିସକୁ ଭୁଆଁ ବୁଲାଇ ନୂଆ ତରିକାରେ ହେଉଥିଲା ଗଞ୍ଜେଇ ଚାଲାଣ, ଖବରପାଇ ପହଞ୍ଚିଗଲା ପୋଲିସ

ମୋହନା,୬।୪( ମନ୍ମଥ ମିଶ୍ର ): ଗଜପତି ଜିଲାର ଭୂସ୍ବର୍ଗ ପାଲଟିଥିବା ଅଡବା ଥାନା ଅଞ୍ଚଳରେ ପୋଲିସର ଘନଘନ ଚଢ଼ାଉ ଜାରି ରହିଛି। ଗତ କିଛି ଦିନ ଭିତରେ…

କଣ୍ଟେନରରେ ଆନ୍ଦ୍ରପ୍ରଦେଶକୁ ହେଉଥିଲା ଗୋ ଚାଲାଣ, ହଠାତ୍‌ ପହଞ୍ଚିଗଲା ପୋଲିସ, ତା’ପରେ…

ଭବାନୀପାଟଣା,୬।୪(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ସଦର ଥାନା ଅନ୍ତର୍ଗତ ରିଷଗାଁ ବାଇପାସ ରାସ୍ତାରେ ସୋମବାର ବେଆଇନ ଭାବେ ଏକ କଣ୍ଟେନରରେ ଗୋରୁ ଚାଲାଣ ହେଉଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri