ପାଣି ଅଭାବରୁ ଅମଳ ହୋଇପାରୁନି ଖରିଫ ଧାନ

ରାୟଗଡ଼ା ଅଫିସ,୧୪ା୧୧: ଉଠା ଜଳସେଚନ ବିଭାଗର ବୋରଓ୍ବେଲ୍‌ ଖନନ ବିଜ୍ଞାପନକୁ ନେଇ ରାୟଗଡ଼ା ଜିଲା ସଦର ବ୍ଲକ ପେଣ୍ଟା ଗ୍ରାମର ଚାଷୀ ଟଙ୍କା ଜମା କରିଥିଲେ। ହେଲେ ବର୍ଷ ବର୍ଷ ବିତିଯାଇଥିଲେ ମଧ୍ୟ ପ୍ରକଳ୍ପ କାର୍ଯ୍ୟକାରୀ ହେଉନାହିଁ। ଫଳରେ ଚାଷ ଜମିକୁ ପାଣି ମାଡ଼ୁ ନ ଥିବାରୁ ଖରିଫ ଫସଲ ଅମଳ ହୋଇପାରୁନାହିଁ। ଚାଷୀ ନିଜ ସମସ୍ୟାକୁ ନେଇ ଜିଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଶୀଘ୍ର ବୋରଓ୍ବେଲ୍‌ ଖନନ ପାଇଁ ଦାବି କରିଛନ୍ତି।
ଏବେ ଖରିଫ ଋତୁରେ ଧାନଚାଷ ହୋଇଥିବାବେଳେ ପାଣି ଅଭାବରୁ ମାଟି ଫାଟି ଆଁ କରିଛି। ଧାନ ଫସଲ ଏବେ ଅଗାଡ଼ି ହୋଇଛି। ଚାଷୀ ଋଣ କରି ଏକର ଏକର ଜମିରେ ଧାନଚାଷ କରିଥିବାବେଳେ ଏବେ ତାହା କିପରି ଶୁଝିବେ ଏବଂ ପରିବାର କିଭଳି ଚଳିବ ଚାଷୀ ସେହି ଚିନ୍ତାରେ ଅଛନ୍ତି। ଚାଷ ଜମିକୁ ଜଳସେଚନର ସୁବିଧା ରହିଥିଲେ ମଧ୍ୟ ଜମିକୁ ପାଣି ଅଣ୍ଟୁନି। ବିଭାଗର ବୋରୱେଲ୍‌ ପ୍ରକଳ୍ପକୁ ଆଶା କରି ଚାଷୀ ହନ୍ତସନ୍ତ ହେଉଥିବା ବେଳେ ଚାଷ ଜମିକୁ ପାଣି ଯୋଗାଇବା ସରକାରଙ୍କ ଦୟା ନା ଚାଷୀଙ୍କ ଅଧିକାର ବୋଲି ସେମାନେ ପ୍ରଶ୍ନ କରିଛନ୍ତି। ସୂଚନାଯୋଗ୍ୟ, ବୋରଓ୍ବେଲ୍‌ ନିମନ୍ତେ ବିଭାଗର ବିଜ୍ଞାପନ ଦେଖି ପେଣ୍ଟା ଗ୍ରାମର ୧୩ ଚାଷୀଙ୍କ ସମେତ ଜିଲାର ୮୦ରୁ ଊର୍ଦ୍ଧ୍ୱ ଚାଷୀ ୨୦୧୯-୨୦ରେ ରାୟଗଡ଼ା ଜିଲା ଉଠା ଜଳ ସେଚନ ବିଭାଗ କାର୍ଯ୍ୟାଳୟ, ଗୁଣପୁର ନିର୍ବାହୀ ଯନ୍ତ୍ରୀଙ୍କ ନାମରେ ୧୦ ହଜାରରୁ ୨୦ ହଜାର ଟଙ୍କା ପର୍ଯ୍ୟନ୍ତ ଟଙ୍କା ଜମା କରିଥିଲେ। ୩ ବର୍ଷରୁ ଊର୍ଦ୍ଧ୍ୱ ସମୟ ବିତିଯାଇଥିଲେ ମଧ୍ୟ ବୋରୱେଲ୍‌ ଖନନ କରାଯାଉ ନ ଥିବାରୁ ଚାଷୀ ଜିଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଅନ୍ୟପକ୍ଷରେ ପ୍ରକଳ୍ପ କାର୍ଯ୍ୟକାରୀ ନିମନ୍ତେ ୨୦୨୧ ରେ ଟେଣ୍ଡର ଡକାହୋଇ ସାରିଥିବା ବେଳେ ଉଚ୍ଚସ୍ତରୀୟ କମିଟି ଦ୍ୱାରା ବୋରୱେଲ ଖନନ ପ୍ରକଳ୍ପ କାର୍ଯ୍ୟକାରୀ ସ୍ଥଗିତ ରଖାଯାଇଛି ବୋଲି ରାୟଗଡ଼ା ଅଫିସର ସହକାରୀ ନିର୍ବାହୀ ଯନ୍ତ୍ରୀ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରେମିକାଙ୍କ ପାଇଁ ଗଳା କାଟିଦେଲେ ପ୍ରେମିକ, ଆଉ ତା’ ପରେ…

ଜି.ଉଦୟଗିରି,୬ା୧୨(ଚିନ୍ମୟ କୁମାର ସେଠୀ): କଳିଙ୍ଗା ପଞ୍ଚାୟତର ଡୁଗୁଡ଼ିପାରୀ ଗ୍ରାମରେ ଶନିବାର ସକାଳେ ଜଣେ ଯୁବକ ଆତ୍ମହତ୍ୟା ଉଦ୍ୟମ କରିଥିବା ଦେଖିବାକୁ ମିଳିଛି। ପ୍ରେମିକାଙ୍କ ନିଜ ଘରକୁ...

୨୩ରୁ ଭଞ୍ଜନଗରରେ ଖୋଲିବ ଧାନ ମଣ୍ଡି: ୨୪ ଘଣ୍ଟିଆ ନଜର ରଖିବ…

ଭଞ୍ଜନଗର,୬।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଉପଖଣ୍ଡରେ ଆସନ୍ତା ୨୩ ତାରିଖରୁ ମଣ୍ଡିରେ ଧାନ ସଂଗ୍ରହ ହେବ। ତେଣୁ ଏହା ପୂର୍ବରୁ ଭଞ୍ଜନଗର ଉପଖଣ୍ଡ ପ୍ରଶାସନ...

କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତ୍ତି: ୧୮ହଜାର ଟପିବ ନାହିଁ ଘରୋଇ ବିମାନ ଭଡ଼ା, କିଲୋମିଟର ଅନୁଯାୟୀ ପଡିବ…

ନୂଆଦିଲ୍ଲୀ,୬।୧୨: ଗତ ୫ ଦିନ ଧରି ଇଣ୍ଡିଗୋ ବିମାନ ଚଳାଚଳ ବନ୍ଦ ହେବା ଏବଂ ଯାତ୍ରୀଙ୍କ ସଂଖ୍ୟା ଆଶାତିତ ବୃଦ୍ଧି ଯୋଗୁ, ଅନ୍ୟ ବିମାନ କମ୍ପାନୀଗୁଡ଼ିକର...

ଅସମାଜିକଙ୍କ ଆଡ୍ଡାସ୍ଥଳୀ ପାଲଟିଛି ଉଦ୍ୟାନ କୃଷି କୋଠା, ସବୁ ଜାଣି ପ୍ରଶାସନ ଚୁପ୍‌

ଥୁଆମୂଳ ରାମପୁର,୬ା୧୨(ଦୁର୍ଗା କୀର୍ତ୍ତି): କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମିଳିତ ସହଯୋଗରେ ବିଭିନ୍ନ ଯୋଜନା ମଧ୍ୟରେ ଉଦ୍ୟାନ କୃଷି ଉପରେ ଅଧିକ ଗୁରୁତ୍ୱ ଦିଆଯାଉଛି। ଉଦ୍ୟାନ...

ବିଜେଡିକୁ ଶକ୍ତ ଝଟ୍‌କା: ଭାଜପାରେ ଯୋଗଦେଲେ ପ୍ରଫୁଲଙ୍କ ଦୁଇ ପୁଅ

ଭୁବନେଶ୍ୱର/ଭଦ୍ରକ,୬।୧୨(ସନାତନ ରାଉତ): ଭଦ୍ରକ ବିଜେଡି କନ୍ଦଳ ନେଇ ରାଜନୀତି ସରଗରମ ଥିବାବେଳେ ଶେଷରେ ବିଜେଡିକୁ ଶକ୍ତ ଝଟ୍‌କା । ଭାଜପାରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ୨...

ଚୁଲି ଜାଳି ନିଆଁ ପୁଇଁ ହେଉଥିଲେ ମହିଳା, ଶାଢ଼ିରେ ଲାଗିଗଲା ନିଆଁ, ଆଉ ତା’ ପରେ…

ଆନନ୍ଦପୁର,୬ା୧୨(ସୁଶାନ୍ତ କୁମାର ସାହୁ): ଚୁଲିନିଆଁରେ ପୋଡ଼ି ହୋଇ ଜଣେ ମହିଳା ଗୁରୁତର ହୋଇଛନ୍ତି। ଆନନ୍ଦପୁର ଉପଖଣ୍ଡ ନନ୍ଦିପଦା ଥାନା କରଗୋଳା ଗାଁରେ ଘଟିଛି ଏଭଳି ଏକ...

ଜିରୋ ବାଲାନ୍ସ ଆକାଉଣ୍ଟଧାରୀଙ୍କ ପାଇଁ ଖୁସି ଖବର, ଏବେ ସେମାନେ ପାଇବେ…

ନୂଆଦିଲ୍ଲୀ,୬।୧୨: ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ସାଧାରଣ ଗ୍ରାହକଙ୍କୁ ଆଶ୍ୱସ୍ତି ପ୍ରଦାନ କରି ମୌଳିକ ସଞ୍ଚୟ ବ୍ୟାଙ୍କ ଜମା (BSBD) ଆକାଉଣ୍ଟରେ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ କରିଛି।...

ଘରଦ୍ୱାର ଭାଙ୍ଗିଲେ ହାତୀପଲ, ବାଡ଼ିରେ ପଶି ଖାଇଗଲେ…

ଗଜପତି,୬ା୧୨(ଗିରିଧାରୀ ପରିଛା): ଗଜପତି ଜିଲା ଗୁମ୍ମାବ୍ଲକରେ ହାତୀଙ୍କ ଉପଦ୍ରବ ଲାଗି ରହିଛି। ଗତ ୪ ଦିନ ହେଲା ୪ ଟିକିଆ ହାତୀପଲ ଗୁମ୍ମା ବ୍ଲକର ଗାଁକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri