Posted inରାଜ୍ୟ

ଜାନୁୟାରୀ ପହିଲାରୁ ଆରମ୍ଭ ହେବ ଖରିଫ୍‍ ମାଣ୍ଡିଆ ସଂଗ୍ରହ; ଚଳିତ ମାସ ୩୧ରେ ଶେଷ ହେବ ଚାଷୀ ପଞ୍ଜୀକରଣ

ଭୁବନେଶ୍ୱର,୧୨।୧୨: ୨୦୨୩-୨୪ ଖରିଫ୍‍ ମାଣ୍ଡିଆ ସଂଗ୍ରହ ଆସନ୍ତା ଜାନୁୟାରୀ ପହିଲାରୁ ଆରମ୍ଭ
ହେବ । ଏହି ପ୍ରକ୍ରିୟା ୨୦୨୪ ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ଚାଲିବ । ଏଥିପାଇଁ ରାଜ୍ୟର ସମସ୍ତ ମାଣ୍ଡିଆ ଚାଷୀ ସରକାରୀ ଅନୁମୋଦିତ ସଂଗ୍ରହକାରୀ ସଂସ୍ଥାକୃଷକ ସଂଗଠନ, ପାର୍ଟସ୍‍, ଲାମ୍ପସ୍‍, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ମାଧ୍ୟମରେ ଆସନ୍ତା ୩୧ ତାରିଖ ମଧ୍ୟରେ ପଞ୍ଜୀକରଣ କରିବାକୁ ଓଡ଼ିଶା ମିଲେଟ୍‍ ମିଶନ ପକ୍ଷରୁ ଅନୁରୋଧ କରାଯାଇଛି ।

ଅଧିକରୁ ଅଧିକ କ୍ଷୁଦ୍ର ଓ ନାମମାତ୍ର ଚାଷୀମାନଙ୍କୁ ମାଣ୍ଡିଆ ସଂଗ୍ରହ ବ୍ୟବସ୍ଥାରେ ଅନ୍ତର୍ଭୁକ୍ତ କରିବା ପାଇଁ ରାଜ୍ୟ ସରକାର ଲକ୍ଷ୍ୟ ରଖିଛନ୍ତି । ଭାଗଚାଷୀମାନେ ମଧ୍ୟ ପଞ୍ଜୀକରଣ ପ୍ରକ୍ରିୟାରେ ନିୟମ ଅନୁସାରେ ଅଂଶଗ୍ରହଣ କରିପାରିବେ । ମାଣ୍ଡିଆ ବିକ୍ରୟ ପାଇଁ ଇଚ୍ଛୁକ ଥିବା ନୂତନ ଚାଷୀମାନେ ପଞ୍ଜୀକରଣ ଫର୍ମରେ ଥିବା ସମସ୍ତ ତଥ୍ୟକୁ ଆସନ୍ତା ୩୧ ତାରିଖ ମଧ୍ୟରେ ଲଗ୍‍ଇନ୍‍ ୱେବ୍‍ସାଇଟ୍‍
www.tdccorissa.org ରେ ଡିଜିଟାଇଜ୍‍ କରିବା ସହ ପଞ୍ଜୀକୃତ ଫର୍ମ ନିର୍ଭୁଲ ବୋଲି ସୁନିଶ୍ଚିତ କରାଇବାକୁ କୁହାଯାଇଛି ।

ଅଣଚାଷୀ କିମ୍ବା ଭୁଲ ତଥ୍ୟ ପ୍ରଦାନ କରିଥିବା ଚାଷୀଙ୍କୁ ପଞ୍ଜୀକୃତ କରାଯିବ ନାହିଁ । ୨୦୨୩-୨୪ ଖରିଫ୍‍ ଋତୁ ପାଇଁ ମାଣ୍ଡିଆର ସର୍ବନିମ୍ନ ସହାୟକ ମୂଲ୍ୟ ୩ ହଜାର ୮୪୬ ଟଙ୍କା ଧାର୍ଯ୍ୟ କରାଯାଇଛି ।


Enter your email to get our daily news in your inbox.

All Right Reserved By Dharitri.Com

ଛାନିଆ ହୋଇଗଲେ କି ଯାତ୍ରା ମାଲିକ ନାଣ୍ଡୁ! ସାଇ ସତ୍ୟଜିତଙ୍କ ମା’ଙ୍କ ଅଭିଯୋଗ ପରେ…

ଭୁବନେଶ୍ୱର,୬।୨: ଖଳନାୟକ ସାଇ ସତ୍ୟଜିତଙ୍କ ମା’ଙ୍କ ଅଭିଯୋଗ ପରେ ଖଣ୍ଡଗିରି ଥାନାରେ ହାଜର ହେଲେ ‘ତୁଳସୀ’ ଗଣନାଟ୍ୟ ମାଲିକ ଅନନ୍ତ ଧଳ ଓରଫ ନାଣ୍ଡୁ। ସାଇଙ୍କ ମା’ଙ୍କ…

ରାଜଧାନୀରୁ ନକଲି ଡାକ୍ତର ଗିରଫ: ପ୍ରେମ ଜାଲରେ ଫସାଇଲେ ମହିଳା ଡାକ୍ତରଙ୍କୁ

ଭୁବନେଶ୍ୱର,୬।୨:ରାଜଧାନୀରୁ ନକଲି ଡାକ୍ତର ସରୋଜ ମିଶ୍ର ଓରଫ ସିଦ୍ଧାର୍ଥ ଶଙ୍କରଙ୍କୁ ଗିରଫ କରାଯାଇଛି। ମଞ୍ଚେଶ୍ୱର ପୋଲିସ ସିଦ୍ଧାର୍ଥଙ୍କୁ ୧ଲକ୍ଷ ୩୦ ହଜାର ଟଙ୍କା ଠକେଇ ଅଭିଯୋଗରେ ଗିରଫ…

ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ ପୁନଃ ଲାଗୁ ଦାବି କରି କଂଗ୍ରେସ…

ଭଞ୍ଜନଗର,୬ା୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା କଂଗ୍ରେସ (ପଶ୍ଚିମ) ସଂଗଠନ ପକ୍ଷରୁ ଦେଶରେ ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ ପୁନଃ ଲାଗୁ ଦାବି କରି ଶୁକ୍ରବାର ଭଞ୍ଜନଗର ଉପଜିଲାପାଳ ଉମାଶଙ୍କର ବେହେରାଙ୍କୁ ଏକ…

ଟପ୍‌ ମାଓବାଦୀ ନେତା ନିଖିଲଙ୍କ ଆତ୍ମସମର୍ପଣ ପରେ ଏମିତି କହିଲେ ଡିଜିପି

ଭୁବନେଶ୍ୱର,୬।୨: ମାଓବାଦୀ ନେତା ନିଖିଲ ଆତ୍ମସମର୍ପଣ କରିଛନ୍ତି। ଓଡ଼ିଶାର ଟପ ମାଓବାଦୀ ନେତା ନିଖିଲ ଓରଫ ନିରଞ୍ଜନ ଆତ୍ମସମର୍ପଣ କରିଥିବା ବେଳେ ତାଙ୍କ ସହ ସ୍ତ୍ରୀ ଇନ୍ଦୁ…

ସ୍ତ୍ରୀଙ୍କ ସହ ଟପ ମାଓବାଦୀ ନେତା ନିଖିଲକଲେ ଆତ୍ମସମର୍ପଣ

ରାୟଗଡ଼ା,୬।୨(ଆଶିଷ ରଞ୍ଜନ ପଣ୍ଡା): ମାଓବାଦୀ ନେତା ନିଖିଲ୍‌ ଆତ୍ମସମର୍ପଣ କରିଛନ୍ତି। ଓଡ଼ିଶାର ଟପ ମାଓବାଦୀ ନେତା ନିଖିଲ ଓରଫ ନିରଞ୍ଜନ ଆତ୍ମସମର୍ପଣ କରିଥିବା ବେଳେ ତାଙ୍କ ସହ…

ଜନଗଣନା ପାଇଁ ପ୍ରସ୍ତୁତି: ଏପ୍ରିଲ ୧୬ରୁ କେନ୍ଦୁଝରରେ ଆରମ୍ଭ ହେବ ଗୃହ ତାଲିକା

କେନ୍ଦୁଝର,୬ା୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଆସନ୍ତା ଜନଗଣନା-୨୦୨୭କୁ ସୂଚାରୁ ରୂପେ ପରିଚାଳନା କରିବା ପାଇଁ ଜିଲାପାଳଙ୍କ କାର୍ଯ୍ୟାଳୟରେ ଏକ ଜିଲାସ୍ତରୀୟ ସମୀକ୍ଷା ବୈଠକ ଓ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ…

ରୋଗୀଙ୍କୁ ଔଷଧ ଖୁଆଇବେ ସ୍ବାସ୍ଥ୍ୟକର୍ମୀ

ଭୁବନେଶ୍ୱର,୬୬।୨: ଫାଇଲେରିଆ ନିରାକରଣ ପାଇଁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଏକ ବଡ଼ ଆକ୍ସନ ପ୍ଲାନ ପ୍ରସ୍ତୁତ କରାଯାଇଛି। ଏଣିକି ସ୍ବାସ୍ଥ୍ୟକର୍ମୀ ଘରକୁ ଘର ଯାଇ ଫାଇଲେରିଆରେ ଆକ୍ରାନ୍ତ…

କୋରାପୁଟରେ ପରୀକ୍ଷା ପେ’ ଚର୍ଚ୍ଚା, ସିଧା ଯୋଡ଼ି ହେଲେ ଛାତ୍ରୀଛାତ୍ର

କୋରାପୁଟ,୬ା୨(ଅମିତାଭ ବେହେରା): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନବମ ପରୀକ୍ଷା ପେ’ ଚର୍ଚ୍ଚା କାର୍ଯ୍ୟକ୍ରମର ସିଧା ପ୍ରସାରଣ ଶୁକ୍ରବାର ସାରା ଦେଶର ବିଭିନ୍ନ ଶିକ୍ଷା ଅନୁଷ୍ଠାନରେ ଚାଲିଥିଲା ବେଳେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri