Posted inଖେଳ

ଭିନେଶଙ୍କୁ ଦିଆଯାଉ ଭାରତ ରନ୍ନ… ସପକ୍ଷରେ ବାହାରିଲା ଖାପ ପଞ୍ଚାୟତ

ନୂଆଦିଲ୍ଲୀ,୧୨।୮: ରବିବାର ହରିୟାଣାର ଅନେକ ଖାପ ପଞ୍ଚାୟତ ମହିଳା ରେସଲର ଭିନେଶ ଫୋଗଟଙ୍କ ସମର୍ଥନରେ ବାହାରିଥିଲେ। ସୂଚନାଯୋଗ୍ୟ,, ୧୦୦ଗ୍ରାମ ଅଧିକ ଓଜନ ହେତୁ ପ୍ୟାରିସ ଅଲିମ୍ପିକ୍ସର ଫାଇନାଲରୁ ଭିନେଶ ଫୋଗଟ ଅଯୋଗ୍ୟ ହୋଇଥିଲେ। ତେବେ ଖାପ ପଞ୍ଚାୟତ (ଜାତି ଆଧାରରେ) ହରିୟାଣାର ଚାରଖୀ ଦାଦ୍ରିରେ ‘ସର୍ବ ଖାପ ମହାପଞ୍ଚାୟତ’ ଆୟୋଜନ କରିଥିଲେ। କୁସ୍ତିରୁ ଅବସର ନେଇଥିବା ନିଷ୍ପତ୍ତିକୁ ପୁନବିର୍ଚାର କରିବାକୁ ଏହି ଖାପ ପଞ୍ଚାୟତ ଭିନେଶ ଫୋଗଟଙ୍କୁ ନିବେଦନ କରିଥିଲେ।

ସାଙ୍ଗୱାନ ଖାପର ମୁଖ୍ୟ ସୋମବୀର ସାଙ୍ଗୱାନ କହିଛନ୍ତି ଯେ ଏହି ଘଟଣାର ଯାଞ୍ଚ ସୁପ୍ରିମକୋର୍ଟର ଜଣେ ବିଚାରପତିଙ୍କ ଦ୍ୱାରା କରାଯିବା ଉଚିତ ଏବଂ ଭିନେଶ ଫୋଗଟ ନ୍ୟାୟ ପାଇବା ଉଚିତ୍‌। ସେ ଏକ ଷଡଯନ୍ତ୍ରକୁ ମଧ୍ୟ ସୂଚାଇ ଦେଇଛନ୍ତି। ସେ ଏକ ପ୍ରଶ୍ନର ସ୍ବରରେ ପଚାରିଲେ, ହଠାତ୍‌ ଓଜନ କିପରି ବୃଦ୍ଧି ପାଇଲା। ତାଙ୍କ ସହିତ ଅନେକ ଲୋକ ଥିଲେ ଏବଂ ତାଙ୍କର ଓଜନ ବୃଦ୍ଧି ନହେବା ନିଶ୍ଚିତ କରିବା ସେମାନଙ୍କର ଦାୟିତ୍ୱ ଥିଲା । ଖାପଙ୍କ ଦାବିକୁ ପଢି ସାଙ୍ଗୱାନ କହିଛନ୍ତି ଯେ ଭିନେଶଙ୍କ ସଫଳତାକୁ ଦୃଷ୍ଟିରେ ରଖି ତାଙ୍କୁ ଭାରତ ରତ୍ନ ସମ୍ମାନରେ ସମ୍ମାନିତ କରାଯିବା ଉଚିତ୍‌।
ସୋମବୀର ସାଙ୍ଗୱାନ ଆହୁରି ମଧ୍ୟ କହିଛନ୍ତି ଯେ ଅଲିମ୍ପିକ୍ସରେ ସ୍ବର୍ଣ୍ଣ ପଦକ ଜିତିଥିବା ଜଣେ ମହିଳା ଖେଳାଳିଙ୍କୁ ଯାହା ମିଳେ ଏହି ସମସ୍ତ ସୁବିଧା ଭିନେଶଙ୍କୁ ପ୍ରଦାନ କରିବା ଉଚିତ୍‌। ଏହା ବ୍ୟତୀତ ସେ ଅବସର ନ ନେଇ କୁସ୍ତି ଜାରି ରଖିବାକୁ ବିନେଶ ଫୋଗଟଙ୍କୁ ନିବେଦନ କରିଥିଲେ। ଫୋଗାଟ ରାଜନୀତିରେ ପ୍ରବେଶ କରିବା ଉଚିତ କି ନୁହେଁ ପ୍ରଶ୍ନ ଉପରେ ସେ କହିଛନ୍ତି ଯେ ଏହା ତାଙ୍କ ଉପରେ ନିର୍ଭର କରେ।

 


Enter your email to get our daily news in your inbox.

All Right Reserved By Dharitri.Com

ପୋଖରୀରେ ବୁଡ଼ି ଚାଲିଗଲା ୨ ନାବାଳିକାଙ୍କ ଜୀବନ

ଉଦଳା,୭।୩: ମୟୂରଭଞ୍ଜ ଜିଲା କପ୍ତିପଦା ଥାନା ନଥିପୁର ଗାଁରେ ଶନିବାର ଏକ ଅଘଟଣ ଘଟିଛି। ପୋଖରୀରେ ବୁଡ଼ି ୨ ନାବାଳିକାଙ୍କ ମୃତ୍ୟୁ ଘଟିଛି। ଦୁଇ ନାବାଳିକାଙ୍କୁ ହରାଇ…

ପଟ୍ଟାଙ୍ଗିରେ ପହଞ୍ଚିଲା ଲୋକ ଅଧିକାର ଯାତ୍ରା : ବଞ୍ଚିବା ପାଇଁ ଲଢେଇ କର

ପଟ୍ଟାଙ୍ଗି,୭।୩(ଶରତ କୁମାର ଧଳ): ରାଜ୍ୟରେ ଭରି ରହିଥିବା ବକ୍ସାଇଟ ଖଣି, ପାହାଡ଼ ତଥା ପ୍ରାକୃତିକ ସମ୍ପଦର ସୁରକ୍ଷା ପାଇଁ ବାହାରିଥିବା ଲୋକ ଅଧିକାର ଯାତ୍ରା ଶନିବାର କୋରାପୁଟ…

‘ଛାତ୍ରୀଛାତ୍ରଙ୍କ ଭବିଷ୍ୟତ ଉଜ୍ବଳ ହେଲେ ପୃଥିବୀ ଉଜ୍ଜ୍ୱଳ ହେବ’

ପୁରୁଷୋତ୍ତମପୁର,୭।୩(ସବିିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ତାରାତାରିଣୀ କଲେଜର ବାର୍ଷିକ ଉତ୍ସବ ଅଧ୍ୟକ୍ଷ ଡ. ପ୍ରଦୀପ କୁମାର ସାହୁଙ୍କ ପୌରୋହିତ୍ୟରେ ଶନିବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ…

ଖେମୁଣ୍ଡି ଓକିଲ ସଂଘର ନିର୍ବାଚନ ପାଇଁ ପ୍ରାର୍ଥତ୍ପତ୍ର ଦାଖଲ

ଦିଗପହଣ୍ଡି,୭ା୩(ଅଶେଷ ନାଥ ମିଶ୍ର): ରାଜ୍ୟ ବାର୍‌ କାଉନସିଲ ପକ୍ଷରୁ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ଗଞ୍ଜାମ ଜିଲା ଦିଗପହଣ୍ଡିସ୍ଥିତ ଖେମୁଣ୍ଡି ଓକିଲ ସଂଘର କାର୍ଯ୍ୟକର୍ତ୍ତା ନିର୍ବାଚନ ନିମନ୍ତେ ଶନିବାରଠାରୁ…

‘ଆମେ ଯାହା କରିଛୁ ଠିକ୍‌ କରିଛୁ’, କାହିଁକି ଏମିତି କହିଲେ ଜୟଶଙ୍କର? ଜାଣନ୍ତୁ ଇରାନ ଯୁଦ୍ଧ ସହ କ’ଣ ରହିଛି ସମ୍ପର୍କ

ନୂଆଦିଲ୍ଲୀ,୭।୩: ରାଇସିନା ଡାଏଲଗ ୨୦୨୬ରେ ମଧ୍ୟପ୍ରାଚ୍ୟ ଉତ୍ତେଜନା ମଧ୍ୟରେ ଭାରତର ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର କୋଚିରେ ଏକ ଇରାନୀ ନୌସେନା ଜାହାଜକୁ ଡକିଂ କରିବାକୁ ଅନୁମତି…

ଜିଲା ଉନ୍ନୟନ ସମନ୍ବୟ ଓ ନିରୀକ୍ଷଣ କମିଟି ବୈଠକ: ସମୀକ୍ଷା କଲେ ଆସିକା ଏମ୍‌ପି

ଛତ୍ରପୁର,୭ା୩(ଦିଲ୍ଲୀପ ସାମଲ): ସ୍ଥାନୀୟ ଋଷିକୂଲ୍ୟା ସମ୍ମିଳନୀ କକ୍ଷରେ ଜିଲା ଉନ୍ନୟନ ସମନ୍ବୟ ଓ ନିରୀକ୍ଷଣ କମିଟି ବୈଠକ(ଦିଶା) ଅନୁଷ୍ଠିତ ହୋଇଥିଲା। ବୈଠକରେ କମିଟିର ଅଧ୍ୟକ୍ଷା ତଥା ଆସିକା…

ଯୁଦ୍ଧ ଭିତରେ ପାକିସ୍ତାନକୁ ଶକ୍ତ ଝଟ୍‌କା, ବରବାଦ୍‌ ହୋଇଯିବ ପାକ୍‌

ଇସଲାମବାଦ,୭।୩: ପାକିସ୍ତାନ ଏବେ ମଧ୍ୟପ୍ରାଚ୍ୟରେ ଯୁଦ୍ଧର ପରିଣାମ ମଧ୍ୟ ଭୋଗୁଛି। କାତାର ପାକିସ୍ତାନକୁ ଏକ ଫୋର୍ସ ମ୍ୟାଜିଅର ନୋଟିସ ଜାରି କରିଛି। ଏହାର ଅର୍ଥ ହେଉଛି ଯେ…

ପଡ଼ୋଶୀ ଦେଶକୁ କ୍ଷମା ମାଗିବା ସହ ଧମକ ଦେଲେ ଇରାନ ରାଷ୍ଟ୍ରପତି! କହିଲେ, ‘ ଆମେ ସେ ପର୍ଯ୍ୟନ୍ତ ଆକ୍ରମଣ କରିବୁ ନାହିଁ ଯେପର୍ଯ୍ୟନ୍ତ…’

ତେହରାନ,୭।୩: ଇରାନ ରାଷ୍ଟ୍ରପତି ମାସୁଦ ପେଜେସ୍କିଆନ ପଡ଼ୋଶୀ ଦେଶ ଉପରେ ଆକ୍ରମଣ କରିବାକୁ ନେଇ କ୍ଷମା ପ୍ରାର୍ଥନା କରିଛନ୍ତି। ରାଷ୍ଟ୍ରପତି ସରକାରୀ ଟେଲିଭିଜନରେ ପୂର୍ବରୁ ରେକର୍ଡ ହୋଇଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri