ଖଣ୍ଡଗିରି ଯାତ୍ରା ପାଇଁ ୧୪ ନିୟମ ଜାରି କଲା ପୋଲିସ, ନଗ୍ନ ନୃତ୍ୟ ପରିବେଷଣ କଲେ….

ଭୁବନେଶ୍ବର, ୨୫ା୧: ଖଣ୍ଡଗିରି ଯାତ୍ରା ଆଜିଠାରୁ ଆରମ୍ଭ ହୋଇଥିବା ବେଳେ କମିଶନରେଟ ପୋଲିସ ପକ୍ଷରୁ ନୋଟିସ୍ ଜାରି କରାଯାଇଛି । ଯାତ୍ରାକୁ ଶୃଙ୍ଖଳିତ କରିବା ପାଇଁ କମିଟିମାନଙ୍କୁ ନୋଟିସ୍‌ ଜାରି କଲା କମିଶନରେଟ ପୋଲିସ୍‌ । ୧୪ଟି ନିୟମ ଜାରି କଲା ଖଣ୍ଡଗିରି ପୋଲିସ । କୌଣସି ପ୍ରକାର ନଗ୍ନ ନୃତ୍ୟ କିମ୍ବା ଉତ୍ତେଜକ ଦୃଶ୍ୟ ପରିବେଷଣ ନିଷିଦ୍ଧ କରାଯାଇଛି । ଗତ କିଛି ଦିନ ହେବ ଅଶ୍ଲୀଳ ନୃତ୍ୟୁକୁ ନେଇ ବିବାଦ ଦେଖାଯାଉଥିବା ବେଳେ ଖଣ୍ଡଗିରି ଯାତ୍ରାରେ ଏଭଳି ନୃତ୍ୟୁକୁ ନିଷିଦ୍ଧ କରିବା ପାଇଁ ପୋଲିସ ପକ୍ଷରୁ କୁହାଯାଇଛି ।

ଯାତ୍ରା ପେଣ୍ଡାଲ ନିକଟରେ ୬ଟି ଏମର୍ଜେନ୍ସି ପ୍ରବେଶ ଓ ପ୍ରସ୍ଥାନ ପଥ ରଖାଯିବ । ପ୍ରାପ୍ତ ଲାଇସେନ୍ସରେ ନିର୍ଦ୍ଧାରିତ ଚୌକି ଠାରୁ ଅଧିକ ପକାଇ ପାରିବେନି । ଅଗ୍ନି ନିର୍ବାପକ ସରଞ୍ଜାମ ରଖିବା ସହ ପାର୍କିଂ ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦିଆଯିବା ସହିତ ନିର୍ଦ୍ଧାରିତ ଶବ୍ଦର ତୀବ୍ରତା ଠାରୁ ଅଧିକ ଶବ୍ଦ ଯେପରି ନ ହେବ ଧ୍ୟାନ ଦେବେ ବୋଲି କମିଶନରେଟ୍ ପୋଲିସ ପକ୍ଷରୁ ଯାତ୍ରା କମିଟିମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

ଖଣ୍ଡଗିରି ମେଳାରେ ୧୦ ପ୍ଲାଟୁନ ଫୋର୍ସ ମୁତୟନ ହେବେ । ଜଣେ ଡିସିପି, ଜଣେ ଏସିପି, ୩ ଇନ୍ସପେକ୍ଟରଙ୍କ ସହ ୨୭ ଅଫିସର ମେଳା ଜଗିବେ । ସାଦା ପୋଷାକଧାରୀ ଗୋଟିଏ ପ୍ଲାଟୁନ ଭିଡ଼ ସ୍ଥାନରେ ପଇଁତରା ମାରିବେ । ଖଣ୍ଡଗିରି ଓ ଉଦୟଗିରି ପାହାଡ଼ ଉପରେ ସିସିଟିଭି ବନ୍ଦୋବସ୍ତ କରାଯାଇଛି ବୋଲି କହିଛନ୍ତି ଏସିପି ତାପସ ପ୍ରଧାନ ।

Dharitri – Odisha’s No.1 Odia Daily