ଭୁବନେଶ୍ୱର,୩୦।୧: Khandagiri Melaରେ ବିଭିନ୍ନ ଯାତ୍ରା ପାର୍ଟି ଯାତ୍ରା ପରିବେଷଣ କରୁଛନ୍ତି। ଏହାରି ମଧ୍ୟରେ କାହ୍ନାଙ୍କ ପରେ ଯାତ୍ରା ଅଭିନେତା କ୍ଷୀତିଶ ବିଶ୍ବାଳଙ୍କୁ ମୀରା ପରିଡ଼ାଙ୍କ ଚେତାବନୀ। ଯାତ୍ରା ସିଂହବାହିନୀର ‘ତୁ ମୋ ବଜରଙ୍ଗୀ’ ନାଟକକୁ ନେଇ ବିବାଦ ଦେଖା ଦେଇଛି। କିନ୍ନରଙ୍କ ପ୍ରତି ଅପମାନସୂଚକ ଶବ୍ଦ ବ୍ୟବହାରକୁ ନେଇ ମୀରାଙ୍କ ଚେତାବନୀ ଦେଇଛନ୍ତି। କ୍ଷମା ମାଗିବା ସହ ଅପଶବ୍ଦକୁ ପ୍ରତ୍ୟାହାର କରିବା ପାଇଁ ଦାବି କରିଛନ୍ତି ମୀରା।
ସୂଚନାଯୋଗ୍ୟ, କାହ୍ନା ସ୍ବାଇଁ ଜାନୁଆର ନାଟକକୁ ନେଇ ବିବାଦ ଦେଖିବାକୁ ମିଳିଥିଲା। କାହ୍ନାଙ୍କ କିଛି ଡାଇଲଗକୁ କିନ୍ନର ମହାସଂଘ ବିରୋଧ ମଧ୍ୟ କରିଥିଲା। କିନ୍ନରଙ୍କ ପ୍ରତି ଅପମାନଜନକ ସଂଳାପ ପ୍ରତ୍ୟାହାର ଦାବି ହୋଇଛି। ଏଥିସହ ଅଭିନେତା କାହ୍ନା ସ୍ବାଇଁ ସର୍ବ ସମ୍ମୁଖରେ କ୍ଷମା ମାଗନ୍ତୁ ନହେଲେ ଖଣ୍ଡଗିରିରେ ମଞ୍ଚ ଚଢ଼ାଇ ଦିଆଯିବନି ବୋଲି ମୀରା ପରିଡ଼ା ଚେତାବନୀ ଦେଇଥିଲେ।
ପରେ ରାଣୀ ପଣ୍ଡାଙ୍କ ହସ୍ତକ୍ଷପ ପରେ କାହ୍ନା କ୍ଷମା ମାଗିଥିଲେ। ତେବେ ଏବେ କ୍ଷୀତିଶଙ୍କୁ ଚେତାବନୀ ଦେଇଛନ୍ତି ମୀରା।