Posted inଜାତୀୟ

ଭାରତର ବିଭାଜନ ଚାହୁଁଥିଲେ ଖଲିସ୍ତାନୀ ଆତଙ୍କବାଦୀ

ନୂଆଦିଲ୍ଲୀ,୨୬ା୯: ଖଲିସ୍ତାନୀ ଆତଙ୍କବାଦୀ ଗୁରପତ୍‌ଓ୍ବନ୍ତ ସିଂ ପନ୍ନୁନ୍‌ଙ୍କର ପଞ୍ଜାବର ଅମୃତସର ଏବଂ ଚଣ୍ଡିଗଡ଼ରେ ଥିବା ସମ୍ପତ୍ତି ଜବତ ହୋଇଥିବାବେଳେ ସେ ଭାରତକୁ ଅନେକ ଦେଶରେ ବିଭାଜନ କରିବାକୁ ଚାହୁଁଥିଲେ ।
ବେଆଇନ ବିଚ୍ଛିନ୍ନତାବାଦୀ ସଂଗଠନ ‘ଶିଖ୍‌ସ ଫର୍‌ ଜଷ୍ଟିସ୍‌’ର ମୁଖ୍ୟ ପନ୍ନୁନ୍‌ଙ୍କ ବିରୋଧରେ ଜାତୀୟ ତଦନ୍ତକାରୀ ସଂସ୍ଥା (ଏନ୍‌ଆଇଏ) ସଂଗ୍ରହ କରିଥିବା ତଥ୍ୟ ପ୍ରମାଣରୁ ଏହା ଜଣାପଡ଼ିଛି। ଏକ ଅଡିଓ ବାର୍ତ୍ତାରେ ପନ୍ନୁନ ଭାରତର ଏକତା ଓ ସଂହତିକୁ ଚ୍ୟାଲେଞ୍ଜ କରିବା ସହ କଶ୍ମୀର ଜନସାଧାରଣଙ୍କ ପାଇଁ ଏକ ସ୍ବତନ୍ତ୍ର ଦେଶ ଏବଂ ଏକ ମୁସଲମାନ ରାଷ୍ଟ୍ର ଗଠନ ଚାହୁଁଥିଲେ। ପଞ୍ଜାବ ସମେତ ସାରା ଦେଶରେ ଆତଙ୍କର ବାତାବରଣ ସୃଷ୍ଟି କରିବାରେ ପନ୍ନୁନ ଆତଙ୍କବାଦୀ କାର୍ଯ୍ୟକଳାପ ବଢ଼ାଇବାରେ ମୁଖ୍ୟ ଭୂମିକା ନେଇଥିଲେ। ତାଙ୍କୁ ଧରିବା ପାଇଁ ଏନ୍‌ଆଇଏ ୨୦୧୯ରୁ ଉଦ୍ୟମ ଚଳାଇଥିଲା। ନିରୀହ ଯୁବକମାନଙ୍କୁ କଟ୍ଟରପନ୍ଥୀ କରାଇବାରେ ପନ୍ନୁନ୍‌ ସାଇବରସ୍ପେସ୍‌ର ଅପବ୍ୟବହାର କରୁଥିଲେ। ଖଲିସ୍ତାନ ସ୍ବାଧୀନ ରାଷ୍ଟ୍ର ଗଠନ ଲାଗି ଆତଙ୍କବାଦୀ କାର୍ଯ୍ୟରେ ସମ୍ପୃକ୍ତ ହେବା ଲାଗି ସେ ସେମାନଙ୍କୁ ଉସୁକାଉଥିଲେ। ୨୦୨୨ ଜୁଲାଇରେ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ପନ୍ନୁନ୍‌ଙ୍କୁ ଆତଙ୍କବାଦୀ ଘୋଷଣା କରିଥିଲେ ମଧ୍ୟ ପର୍ଯ୍ୟାପ୍ତ ତଥ୍ୟ ନ ଥିବା ଦର୍ଶାଇ ତାଙ୍କ ବିରୋଧରେ ରେଡ୍‌ କର୍ନର ନୋଟିସ୍‌ ଜାରି ଲାଗି ଭାରତର ଅନୁରୋଧକୁ ଇଣ୍ଟରପୋଲ୍‌ ୨ ଥର ପ୍ରତ୍ୟାଖ୍ୟାନ କରିଦେଇଥିଲା।
ଖଲିସ୍ତାନୀ ଆତଙ୍କବାଦୀ ହରଦୀପ୍‌ ସିଂ ନିଜ୍ଜର ହତ୍ୟା ଘଟଣାକୁ ନେଇ ଭାରତ ଓ କାନାଡା ମଧ୍ୟରେ କୂଟନୈତିକ ବିବାଦ ତୀବ୍ର ହୋଇଛି। ଇତିମଧ୍ୟରେ କାନାଡାରେ ଥିବା ବରିଷ୍ଠ ଭାରତୀୟ କୂଟନୀତିଜ୍ଞ ଏବଂ ସରକାରୀ ଅଧିକାରୀମାନଙ୍କୁ ପନ୍ନୁନ୍‌ ଧମକ ଦେଇଥିଲେ। ପନ୍ନୁନ୍‌ଙ୍କ ନାଁରେ ପଞ୍ଜାବ, ଦିଲ୍ଲୀ, ହିମାଚଳପ୍ରଦେଶ, ହରିୟାଣା ଏବଂ ଉତ୍ତରାଖଣ୍ଡରେ ୧୬ଟି ମାମଲା ରହିଛି। ସେଥିରୁ ୯ଟି ମାମଲା ବେଆଇନ କାର୍ଯ୍ୟକଳାପ (ପ୍ରତିକାର) ଆଇନ (ୟୁଏପିଏ)ରେ ରୁଜୁ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଇରାନ ଯୁଦ୍ଧରେ ରୁଷିଆର ଏଣ୍ଟ୍ରି? ଟ୍ରମ୍ପଙ୍କ ହଜିଲା ନିଦ, ଭୟଙ୍କର ହୋଇପାରେ…

ନୂଆଦିଲ୍ଲୀ/ତେହେରାନ, ୨୬।୩: ପଶ୍ଚିମ ଏସିଆରେ ଜାରି ରହିଥିବା ଯୁଦ୍ଧ ମଧ୍ୟରେ ରୁଷିଆ ଏବଂ ଇରାନର ବଢୁଥିବା ନିକଟତରତା ବିଶ୍ୱ ପାଇଁ ଚିନ୍ତାର କାରଣ ପାଲଟିଛି। ପଶ୍ଚିମା ଗୋଇନ୍ଦା…

ବସଷ୍ଟାଣ୍ଡରେ OSRTC ବସ୍‌ରେ ଲାଗିଲା ନିଆଁ: ଜୀବନ ବଞ୍ଚାଇବାକୁ କିଏ ଝରକା ପଟେ ଡେଇଁଲେ ତ କିଏ… VIDEO 

କୋରାପୁଟ, ୨୬।୩ (ଅମିତାଭ ବେହେରା): କୋରାପୁଟ ବସଷ୍ଟାଣ୍ଡରେ ଏକ ବଡ଼ ଧରଣର ଅଘଟଣ ଟଳିଯାଇଛି। ଗୁରୁବାର ସଂନ୍ଧ୍ୟାରେ ଏକ ସରକାରୀ (OSRTC) ବସ୍‌ରେ ହଠାତ ନିଆଁ ଲାଗିଯିବା…

ଏମିତି ପ୍ରଶ୍ନରେ ରାଗିଗଲେ ଶୁବମନ ଗିଲ, T20 ଟିମରୁ…

ନୂଆଦିଲ୍ଲୀ,୨୬।୩: ଭାରତୀୟ ଦିନିକିଆ ଏବଂ ଟେଷ୍ଟ ଅଧିନାୟକ ଶୁବମନ ଗିଲ ଗୁରୁବାର କହିଛନ୍ତି ଯେ ୨୦୨୬ ଟି୨୦ ବିଶ୍ୱକପ ପୂର୍ବରୁ ଭାରତୀୟ ଦଳରୁ ବାଦ ପଡ଼ିବା ପରେ…

ଚକ୍‌ମା ଦେଉଛନ୍ତି ଟ୍ରମ୍ପ! ପୁଣି ଓଲଟିଲେ, କହିଲେ ‘ଡିଲ ପାଇଁ ଭିକ୍ଷା କରୁଥିଲା ଇରାନ, ମୁଁ ନୁହେଁ’, ସାରା ବିଶ୍ୱ ଆଶ୍ଚର୍ଯ୍ୟ

ଓ୍ବାଶିଂଟନ,୨୬।୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ଇରାନ ସହିତ ଶାନ୍ତି ଚୁକ୍ତିର ସମ୍ଭାବନା ଉପରେ ସନ୍ଦେହ ପ୍ରକାଶ କରି କହିଛନ୍ତି ଯେ ଇରାନ ଯୁଦ୍ଧ…

ଗଜପତିରେ ଗଞ୍ଜେଇ କାରବାର ଉପରେ ପୋଲିସର ଶକ୍ତ ପ୍ରହାର: ୪.୦୬ ଟନ୍‌ର ଗଞ୍ଜେଇ ଜବତ, ମୂଲ୍ୟ…

ପାରଳାଖେମୁଣ୍ଡି/ମୋହନା, ୨୬।୩ (ଗିରିଧାରୀ ପରିଚ୍ଛା/ମନ୍ମଥ ମିଶ୍ର): ଗଜପତି ଜିଲାରେ ଅବାଧ ଗଞ୍ଜେଇ ଚାଷ ଓ ଚାଲାଣକୁ ରୋକିବା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ଚଢାଉକୁ ଜୋରଦାର କରାଯାଇଛି।…

West Asia Conflict: ‘ପରିସ୍ଥିତି କରୋନା ପରି ହେବାକୁ ଯାଉଛି’ – ଯୁଦ୍ଧ ଲଢୁଥିବା ଦେଶଗୁଡ଼ିକ ଏହାର ପ୍ରଭାବକୁ ଅନୁଭବ କରୁନାହାଁନ୍ତି

ମସ୍କୋ,୨୬।୩: ରୁଷିଆ ରାଷ୍ଟ୍ରପତି ପୁଟିନ ପଶ୍ଚିମ ଏସିଆରେ ଚାଲିଥିବା ଯୁଦ୍ଧ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଦେଇଛନ୍ତି। ସେ କହିଛନ୍ତି ଯେ ଏହି ସଂଘର୍ଷର ପ୍ରଭାବ ପୂର୍ବାନୁମାନ…

ଦୁଃସାହସ! ଯୁଦ୍ଧ ଭିତରେ ଟ୍ରମ୍ପଙ୍କ ଭାଷା କହିଲାଣି ପାକିସ୍ତାନ! ଇସାକ ଦାରଙ୍କ ବୟାନକୁ ନେଇ ନିଆଁବାଣ ଇରାନ

ଇସଲାମାବାଦ,୨୬।୩: ପାକିସ୍ତାନର ବୈଦେଶିକ ମନ୍ତ୍ରୀ ଇସାକ ଦାର ଗୁରୁବାର (୨୬ ମାର୍ଚ୍ଚ, ୨୦୨୬) କହିଛନ୍ତି ଯେ ଆମେରିକା ଏବଂ ଇରାନ ମଧ୍ୟରେ ପରୋକ୍ଷ ଶାନ୍ତି ଆଲୋଚନା ଚାଲିଛି।…

ପଟ୍ଟାମୁଣ୍ଡାଇରେ ଚାଞ୍ଚଲ୍ୟ: କଳିଙ୍ଗାଘାଟ ନଦୀପଠାରୁ ଅଖାରେ ଭର୍ତ୍ତି ମଣିଷ କଙ୍କାଳ ଉଦ୍ଧାର, ହତ୍ୟା କରି ଫିଙ୍ଗି ଦେଇଥିବା ସନ୍ଦେହ…

ପଟ୍ଟାମୁଣ୍ଡାଇ,୨୬।୩(କଳ୍ପତରୁ ନାୟକ): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ଗୁଣୁପୁର କଳିଙ୍ଗାଘାଟ ନଦୀପଠାରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ନଦୀପଠାରୁ ମଣିଷ ଖପୁରୀ ଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri