ଟିକ୍‌ଟକରୁ ସିଇଓ କେଭିନ ମେୟରଙ୍କ ଇସ୍ତଫା

ନୂଆଦିଲ୍ଲୀ,୨୮।୮: ସର୍ଟ ଭିଡିଓ ଆପ୍‌ ଟିକ୍‌ଟକ ଗତ କିଛି ଦିନ ହେବ ବିଭିନ୍ନ ସମସ୍ୟା ସାମ୍ନା କରୁଛି। ଏହି କମ୍ପାନୀ ବର୍ତ୍ତମାନ ସମୟରେ ବିଭିନ୍ନ ବିବାଦୀୟ ପରିସ୍ଥିତ ଦେଇ ଗତି କରୁଛି। ଏଭଳି ଏକ ଘଡିସନ୍ଧି ସମୟରେ କମ୍ପାନୀର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ କେଭିନ ମେୟର କମ୍ପାନୀ ନିକଟକୁ ଇସ୍ତଫା ପତ୍ର ପଠାଇଥିବା ରଏଟର୍ସ ପକ୍ଷରୁ ଏକ ରିପୋର୍ଟ ପ୍ରକାଶ ପାଇଛି। ସେହିଭଳି କମ୍ପାନୀର ଜେନେରାଲ ମ୍ୟାନେଜର ଭାବେ କାର୍ଯ୍ୟରତ ଭାନୀସା ପାପସ୍‌ ଅନ୍ତରୀଣ ସିଇଓ ଭାବରେ କାର୍ଯ୍ୟ କରିବେ ବୋଲି ସୂଚନା ମିଳିଛି। କମ୍ପାନୀ ଗତ କିଛି ମାସ ହେବ ଆର୍ଥିକ ମାନ୍ଦାବସ୍ଥା ଦେଇ ଗତି କରୁଛି। ଚାଇନା ସହ ବିଭିନ୍ନ ଦେଶର ସମ୍ପର୍କ ବିଗିଡିବା ଯୋଗୁ କମ୍ପାନୀର କାରବାର ପ୍ରଭାବିତ ହୋଇଥିବା କୁହାଯାଇଛି। ସେହିପରି ଆସନ୍ତା କିଛି ଦିନ ମଧ୍ୟରେ ଆମେରିକାରେ ମଧ୍ୟ ଏହି ସର୍ଟ ଭିଡିଓ ବ୍ୟାନ ହୋଇପାରେ ବୋଲି ସୂଚନା ରହିଛି। ଟ୍ରମ୍ପ ପ୍ରଶାସନ ପକ୍ଷରୁ ଜାରି ହୋଇଥିବା ନିର୍ଦେଶାବଳୀ ଓ ବର୍ତ୍ତମାନ ସମୟର ରାଜନୈତିକ ପରିସ୍ଥିତ ସହ ଅନ୍ୟାନ୍ୟ ସମସ୍ୟା ବିଷୟରେ ମେୟର ତାଙ୍କ ଚିଠିରେ ଉଲ୍ଲେଖ କରିଛନ୍ତି। ଭାରତରୁ ଏହି ସର୍ଟ ଭିଡିଓ ଆପ୍‌ ଚାଇନା ସରକାରଙ୍କ ବିଭିନ୍ନ ମନମୁଖୀ କାର୍ଯ୍ୟ କାରଣରୁ ବ୍ୟାନ କରାଯାଇଛି ।


Enter your email to get our daily news in your inbox.

All Right Reserved By Dharitri.Com

ଉପସ୍ଥିତ ବୁଦ୍ଧି ଦେଖାଇଲେ ସରପଞ୍ଚ: ଠକକୁ ଏମିତି ଦେଲେ ପାନେ

ନୂଆପଡ଼ା,୧୧ା୭ (ମକାରୁ ବେମାଲ):ସତର୍କତା ଯୋଗୁ ନୂଆପଡ଼ା ଜିଲା କୋମନା ବ୍ଲକ କୁରେଶ୍ୱର ପଞ୍ଚାୟତର ସରପଞ୍ଚ ସତ୍ୟବାନ ସାହୁ ଏକ ସାଇବର ଠକେଇରୁ ବର୍ତ୍ତି ଯାଇଛନ୍ତି। ସୂଚନା ଅନୁସାରେ,…

ଆଉ ଜଣେ IPS ଦେଲେ ଇସ୍ତଫା, ଜାଣନ୍ତୁ କାହିଁକି…

ଭୁବନେଶ୍ୱର, ୧୧।୭: ଭୁବନେଶ୍ୱର DCP ଜଗମୋହନ ମୀନାଙ୍କ ସ୍ବେଚ୍ଛାକୃତ ଅବସର ଚର୍ଚ୍ଚା ଥମିନଥିବା ବେଳେ ଏବେ ଓଡ଼ିଶା କ୍ୟାଡରର ଆଉ ଜଣେ ଯୁବ IPS ଅଫିସର ଚାକିରିରୁ…

ପ୍ରଶାସନିକ ଦକ୍ଷତାକୁ ଗୁରୁତ୍ୱ

ବିଶ୍ୱସ୍ତରୀୟ ଆର୍ଥିକ ପ୍ରତିଭା ସୃଷ୍ଟି କରି ଗର୍ବ ଅନୁଭବ କରୁଥିବା ଭାରତ ନିଜର ବ୍ୟାଙ୍କର୍‌ଙ୍କ ଉପରେ କମ୍‌ ଭରସା ରଖେ। ଆମେ ଦୀପକ ପାରେଖଙ୍କ ଭଳି ଅନୁଷ୍ଠାନ…

ନିଜ ହତ୍ୟାକୁ ନେଇ ଟ୍ରମ୍ପଙ୍କ ବଡ଼ ଘୋଷଣା: କହିଦେଲେ ଏମିତି…ସାରା ବିଶ୍ୱ ସ୍ତବ୍ଧ

ଓ୍‌ବାଶିଂଟନ୍‌,୧୧।୭: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ତିକ୍ତତା ଏବେ ଚରମ ସୀମାରେ ପହଞ୍ଚିଛି। ଇରାନର ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲ୍ଲୀ ଖାମେନେଇଙ୍କ ଶେଷକୃତ୍ୟ ସମୟରେ ଟ୍ରମ୍ପଙ୍କୁ…

ଇ୨୦ରୁ ପ୍ରିମିୟମ ପେଟ୍ରୋଲ ଆଡ଼କୁ ମୁହାଁଉଛନ୍ତି ଖାଉଟି, ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ,୧୧ା୭: ଇଥାନଲ ମିଶ୍ରିତ ଇ୨୦ ପେଟ୍ରୋଲ ବ୍ୟବହାରକୁ ନେଇ ଖାଉଟି ସ୍ତରରେ ଚିନ୍ତା ବଢ଼ିବା ପରେ ଏବେ ଦିଲ୍ଲୀ ସମେତ ବିଭିନ୍ନ ସହରରେ ଗାଡ଼ି ମାଲିକମାନେ ବିକଳ୍ପ…

ରାଜଧାନୀରୁ ନକଲି ପୋଲିସକୁ ଗିରଫକଲା ଅସଲି ପୋଲିସ: ୫ ବର୍ଷରେ ଗିରଫ ହେଲେଣି ୪୫

ଭୁବନେଶ୍ୱର,୧୧।୭(ତ୍ରିନାଥ ମହାନ୍ତି):ରାଜଧାନୀରୁ ପୁଣି ଗିରଫ ହୋଇଛନ୍ତି ଆଉ ଜଣେ ନକଲି ପୋଲିସ ଅଫିସର। ନିଜକୁ ଆଡିଶନାଲ ଏସ୍‌ପି ପରିଚୟ ଦେଇ ଧମକାଇବା ସହ ଠକୁଥିଲେ। ପୁରୁଣା ଏକ…

ଇରାନକୁ ଟ୍ରମ୍ପଙ୍କ ୨୪ ଘଣ୍ଟାର ଅଲ୍ଟିମେଟମ ଦେଲେ ଟ୍ରମ୍ପ: ନ ମାନିଲେ ଭୟଙ୍କର ହେବ ପରିଣାମ

ଓ୍‌ବାଶିଂଟନ୍‌,୧୧।୭: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ତିକ୍ତତା ଏବେ ଏକ ଅତି ବିପଜ୍ଜନକ ମୋଡ଼ରେ ପହଞ୍ଚିଛି । ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଆମେରିକାର ଟ୍ରମ୍ପ ପ୍ରଶାସନ…

ଷଣ୍ଢକୁ ହାଣି ଜେଲ ଗଲେ ଯବାନ: ପୂରା ଘଟଣା ଜାଣିଲେ ହେବେ ଆଶ୍ଚର୍ଯ୍ୟ

ରାଜନଗର,୧୧ା୭ (ଭାସ୍କର ରାଉତରାୟ): ବିଲରେ ଷଣ୍ଢ ପଶିଲା ବୋଲି ଷଣ୍ଢକୁ ଖଣତିରେ ବାଡ଼େଇବା ସହ କଟୁରିରେ ହାଣି ଜଣେ ଯବାନ ହତ୍ୟା କରିଛନ୍ତି। ଏଥିରେ ଅନ୍ୟ ଗୋଟିଏ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri