ଅବ୍ୟବସ୍ଥା ଘେରରେ କେର୍ଣ୍ଣାପଲା ଗାଁ, ପ୍ରାକ୍‌ ଶିକ୍ଷାରୁ ବଞ୍ଚିତ କୋମଳମତି ଶିଶୁ

କର୍ଲାମୁଣ୍ଡା,୨ା୮(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ସଦରମହକୁମାଠାରୁ ୨୦ କିମି ଦୂରରେ ଅବସ୍ଥିତ ବୋରାପଦର ପଞ୍ଚାୟତର କେର୍ଣ୍ଣାପଲା ଗାଁ। ୩୫ ପରିବାର ବିଶିଷ୍ଟ ଏହି ଗାଁରେ ୧୦୫ ଜଣ ମହିଳା ପୁରୁଷ ରହିଛନ୍ତି। ୨୦୨୦ରେ ଗାଁରେ ଥିବା ପ୍ରାଥମିକ ବିଦ୍ୟାଳୟ ଛାତ୍ରୀଛାତ୍ର ସଂଖ୍ୟା କମ୍‌ ଥିବାରୁ ବିଦ୍ୟାଳୟକୁ ସରକାର ବନ୍ଦ କରିଦେଲେ। ଫଳରେ ଏହି ଗାଁର ଛାତ୍ରୀଛାତ୍ର ୨ କିମି ଦୂରରେ ଥିବା ମ. ରାମପୁର ବ୍ଲକ୍‌ ଟୁର୍ଚ୍ଚି ବିଦ୍ୟାଳୟରେ ପାଠ ପଢୁଛନ୍ତି। ଏହା ବ୍ୟତୀତ ଜନସଂଖ୍ୟା କମ୍‌ କାରଣର କେର୍ଣ୍ଣାପଲା,ବତୀକୁପା ଓ ପୁରଗୁଡିପଦର ପାଇଁ ବତୀକୁପା ଗାଁରେ ରହିଛି ଅଙ୍ଗନଓ୍ବାଡ଼ି କେନ୍ଦ୍ର। ଯାହା ଦ୍ବାରା ଛୋଟଛୋଟ ଶିଶୁ୍‌ମାନେ ପ୍ରାକ୍‌ ଶିକ୍ଷା ପାଇବାରୁ ବଞ୍ଚିତ ହେଉଛନ୍ତି। ଏହି ଗାଁକୁ ଯିବାକୁ ହେଲେ ମ.ରାମପୁର ବ୍ଲକର ଟୁର୍ଚ୍ଚିଠାରୁ ୨ କିମି ଅତିକ୍ରମ କଲାପରେ କେର୍ଣ୍ଣାପଲା ଗାଁ ପଡ଼ିଥାଏ। ଏଣୁ ଉକ୍ତ ଗ୍ରାମରେ ଅଙ୍ଗନଓ୍ବାଡ଼ି କେନ୍ଦ୍ର ସ୍ଥାପନ କରିବା ଓ ପ୍ରାଥମିକ ବିଦ୍ୟାଳୟକୁ ପୁଣିଥରେ ଖୋଲିବା ପାଇଁ ଗ୍ରାମବାସୀ ଅନୁରୋଧ କରିଛନ୍ତି। ଏନେଇ କର୍ଲାମୁଣ୍ଡା ବ୍ଲକ ଶିକ୍ଷା ଅଧିକାରୀ ବାଞ୍ଛାନିଧି ପଣ୍ଡାଙ୍କୁ ପଚାରିବାରୁ ଛାତ୍ରୀଛାତ୍ରଙ୍କ ସଂଖ୍ୟା ତଥା ଭୌଗୋଳିକ ଦୃଷ୍ଟି କୋଣରୁ ସ୍କୁଲର ଆବଶ୍ୟକ ଥିବ ଯଦି ଆମେ ଜିଲା ପ୍ରଶାସନର ଦୃଷ୍ଟି ଆକର୍ଷଣ କରିବୁ ବୋଲି କହିଛନ୍ତି। ଠିକ୍‌ ସେହିପରି ସମ୍ମନ୍ବିତ ଶିଶୁ ବିକାଶ ଅଧିକାରିଣୀ (ସିଡିପିଓ) କଳ୍ପଳତା ତ୍ରିପାଠୀଙ୍କୁ ପଚାରିବାରୁ ଗାଁରେ କେନ୍ଦ୍ର ହେବା ପାଇଁ ଆବଶ୍ୟକ ଜନ ସଂଖ୍ୟା ନ ଥିବା କାରଣରୁ ଅଙ୍ଗନଓ୍ବାଡି କେନ୍ଦ୍ର ଖୋଲିବା ସମ୍ଭବପର ହେଉନାହିଁ। ତଥାପି ମୁଁ ଜିଲାସ୍ତରୀୟ ଅଧିକାରୀଙ୍କ ସହିତ ଆଲୋଚନା କରିବି ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାହାଘର ପାଇଁ ଝିଅଙ୍କୁ ଟଙ୍କା ଦେବେ ଓଡ଼ିଶା ସରକାର, ଆକାଉଣ୍ଟକୁ ଆସିବ ଏତେଟଙ୍କା

ଭୁବେନଶ୍ୱର,୫।୧୨: ସୁଭଦ୍ରା ଯୋଜନା ପରେ ଓଡ଼ିଶାରେ ନୂଆ ଯୋଜନା ପାଇଁ ବଡ଼ ଘୋଷଣା କରିଛନ୍ତି ରାଜ୍ୟ ସରକାର। ଏବେ ବାହାଘର ପାଇଁ ଟଙ୍କା ଦେବେ ଓଡ଼ିଶା...

ଗଞ୍ଜେଇ ଜବତ, ଜଣେ ଗିରଫ

ମୋହନା, ୫ା୧୨(ମନ୍ମଥ ମିଶ୍ର): ଗଞ୍ଜେଇ ଚୋରାଚାଲାଣ କରୁଥିବା ବେଳେ ଶୁକ୍ରବାର ଜଣେ ବ୍ୟକ୍ତିଙ୍କୁ ମୋହନା ଅବକାରୀ ବିଭାଗ କର୍ମଚାରୀ ଗିରଫ କରି କୋର୍ଟଚାଲାଣ କରିଛନ୍ତି। ସେ...

ରୁଷିକୁଲ୍ୟା ମୁହାଁଣରୁ ୨ ଆନ୍ଧ୍ର ଟ୍ରଲର ଜବତ

ଗଞ୍ଜାମ,୫ା୧୨(ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ରୁଷିକୁଲ୍ୟା ମୁହାଁଣ ନୋ ଫିସିଙ୍ଗ ଜୋନ୍‌ରୁ ଆନ୍ଧ୍ର ପ୍ରଦେଶର ଦୁଇଟି ଟ୍ରଲରକୁ ଶୁକ୍ରବାର ବନ ବିଭାଗ ଜବତ କରି ମତ୍ସ୍ୟ...

ସୁରକ୍ଷାକର୍ମୀ-ମାଓବାଦୀ ଗୁଳି ବିନିମୟ, ବନ୍ଧୁକ ଜବତ

ବାଲିଗୁଡ଼ା,୫ା୧୨ (ସଞ୍ଜୟ କୁମାର ପାଣିଗ୍ରାହୀ): କିଛି ଦିନର ନୀରବତା ପରେ ପୁଣି କନ୍ଧମାଳ ଜିଲା ବେଲଘର-କୋଟଗଡ଼ ଥାନା ସୀମାନ୍ତରେ ମାଓ ଗତିବିଧି ଦେଖାଦେଇଛି। ଏସଓଜି ଏବଂ...

ପ୍ଲାଷ୍ଟିକର ବହୁଳ ବ୍ୟବହାର ଜୀବଜଗତ ପ୍ରତି ବିପଦ

ଦିଗପହଣ୍ଡି,୫ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍‌ ଭୀଷ୍ମଗିରି ଗ୍ରାମ ସ୍ଥିତ ରାମଜୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ‘ଇକୋ’ କ୍ଲବ୍‌ ପକ୍ଷରୁ ଏକ...

୭ କୋଟି ଟଙ୍କାର ଗଞ୍ଜେଇ ଗଛ ନଷ୍ଟ କଲା ତୁମୁଡିବନ୍ଧ ପୋଲିସ

ତୁମୁଡିବନ୍ଧ,୫ା୧୨(ଦୀପକ କୁମାର ପରାସେଠ): କନ୍ଧମାଳ ଜିଲାରେ ନୀଳ ଜହର ଅପରେଶନ ଜୋରଦାର ଜାରି ରହିଥିବାବେଳେ ବେଆଇନ ଭାବେ କରାଯାଇଥିବା ୮ ଏକର ପରିମିତ ଜାଗାର ପ୍ରାୟ...

ଲାଗିଗଲା କାହା ନଜର: ଏକାବେଳକେ ଆଖି ବୁଜିଦେଲେ ସ୍ତ୍ରୀ- ସ୍ବାମୀ, ପେଟରୁ ମରିଗଲା…

ଦିଗପହଣ୍ଡି,୫।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ସାରେ ଏକ...

‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? ବିଧାନସଭାରେ କହିଦେଲେ ମନ୍ତ୍ରୀ

ଭୁବନେଶ୍ୱର,୫।୧୨: ‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? କଂଗ୍ରେସ ବିଧାୟକ ଦଳ ନେତାଙ୍କର ଏପରି ପ୍ରଶ୍ନର ଉତ୍ତର ରଖିଲେ ସଂସ୍କୃତି ମନ୍ତ୍ରୀ। ବିଧାନସଭାରେ ଓଡ଼ିଆ ଭାଷା,...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri