ଇସ୍ରାଏଲ ପୋଲିସ-ବନ୍ଦୀଙ୍କ ପାଇଁ ଭାରତରେ ତିଆରି ହୁଏ ୟୁନିଫର୍ମ, ଯୁଦ୍ଧ ପାଇଁ ଆସିଛି ଲକ୍ଷ ଲକ୍ଷ ଅର୍ଡର

ନୂଆଦିଲ୍ଲୀ,୧୯।୧୦: ଇସ୍ରାଏଲ ଓ ହମାସ ମଧ୍ୟରେ ବିବାଦ କ୍ରମାଗତ ତୀବ୍ର ହେବାରେ ଲାଗିଛି। ବର୍ତ୍ତମାନ ଏହି ଯୁଦ୍ଧରେ ଇରାନ ମଧ୍ୟ ସାମିଲ ହୋଇଛି। ଇରାନ ବର୍ତ୍ତମାନ ଖୋଲାଖୋଲି ଭାବେ ହମାସକୁ ସମର୍ଥନ କରିଛି। ତେବେ ଏହି ଯୁଦ୍ଧରେ ଇସ୍ରାଏଲ ସମେତ ଅନେକ ଦେଶରେ ଅର୍ଥନୀତି ସଙ୍କଟ ଦେଖାଦେଇଛି। ବିଶେଷ କରି ଭାରତରେ। ଇସ୍ରାଏଲକୁ ଚମଡାର ଭଳିକି ଭଳି ବ୍ୟାଗ ଠୁ ଆରମମ୍ଭ କରି ଜୋତା ଯାଏଁ ଭାରତର କାନପୁରରୁ ରପ୍ତାନୀ ହୋଇଥିାଏ। ଯାହାକି ଯୁଦ୍ଧ ପାଇଁ ଏବେ ବନ୍ଦ ହୋଇଯାଇଛି। କିନ୍ତୁ ଲାଭାନ୍ବିତ ହୋଇଛି କପଡା ବ୍ୟବସାୟ। ଯୁଦ୍ଧ ପାଇଁ ଇସ୍ରାଏଲ ପୋଲିସଙ୍କ ୟୁନିଫର୍ମ ପାଇଁ ଲକ୍ଷ ଲକ୍ଷ ଅର୍ଡର ଆସିଛି।

କେରଳର କନ୍ନୁର କୁଥୁପରମ୍ବା ସହରର ଏକ କାରଖାନାରେ ଗତ ୮ ବର୍ଷ ଧରି ଇସ୍ରାଏଲ ପୋଲିସ ପାଇଁ ୟୁନିଫର୍ମ ତିଆରି ହେଉଛି। ଯୁଦ୍ଧକୁ ଦୃଷ୍ଟିରେ ରଖି ୟୁନିଫର୍ମ ତିଆରି ପାଇଁ ବରାଦ ଦିଆଯାଇଛି। ବନ୍ଦୀମାନଙ୍କ ପାଇଁ କପା ଓ ପଲିଷ୍ଟର କପଡା ଅଲିଭ ଗ୍ରୀନ ଷ୍ଟ୍ରେଚ ସାର୍ଟ ଏବଂ ପ୍ୟାଣ୍ଟ ୟୁନିଫର୍ମ ସିଲେଇ କରିବା ପାଇଁ ଅର୍ଡର ଆସିଥାଏ। ଯୁଦ୍ଧକୁ ନେଇ ଶୀଘ୍ର ୟୁନିଫର୍ମ ପଠାଇବାକୁ କୁହାଯାଇଛି। ସେହିପରି ପ୍ରତିବର୍ଷ ପ୍ରାୟ ୧ ଲକ୍ଷ ୪୦ ହଜାର ୟୁନିଫର୍ମ ସିଲେଇ କରିବା ପାଇଁ ଅର୍ଡା ଅସିଥାଏ। ଏଥିରେ ୧ଲକ୍ଷ ୟୁନିଫର୍ମ ପୋଲିସ ପାଇଁ ଥିବାବେଳେ ୨୫ରୁ ୪୦ହଜାର ୟୁନିଫର୍ମ ଜେଲ ଅନ୍ତେବାସୀଙ୍କ ପାଇଁ ତିଆରି ହୋଇଥାଏ। ଏହା ବ୍ୟତୀତ ଏହି କାରଖାନା କୁଏତ ସୁରକ୍ଷା ବାହିନୀ, କାତାର ସୁରକ୍ଷା ବାହିନୀ, ସାଉଦି ଆରବ, ଫିଲିପାଇନ୍ସ ଇତ୍ୟାଦି ଦେଶର ସାମରିକ ବାହିନୀକୁ ମଧ୍ୟ ୟୁନିଫର୍ମ ଯୋଗାଇଥାଏ।

ଏହି କାରଖାନରେ ପ୍ରାୟ ୧୫ଶହ ଲୋକ କାମ କରନ୍ତି । ବିଶେଷ କଥା ହେଉଛି ସେମାନଙ୍କ ମଧ୍ୟରେ ୧୩ଶହ ମହିଳା ଅଛନ୍ତ। ଏହି ମହିଳାମାନେ ହିଁ ଇସ୍ରାଏଲ ସୈନିକ ଓ ବନ୍ଦୀମାନଙ୍କ ପାଇଁ ପୋଷାକ ପ୍ରସ୍ତୁତ କରନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସେନ୍‌ସେକ୍ସ, ନିଫ୍ଟିରେ ୨୫ ବର୍ଷର ସବୁଠୁ ବଡ଼ ସାପ୍ତାହିକ ହ୍ରାସ

ମୁମ୍ବାଇ,୨।୧୦(ପି.ଟି./ରଏଟର୍ସ): ଗୁରୁବାର କାରବାର ଶେଷସୁଦ୍ଧା ଆମେରିକୀୟ ଡଲାର ତୁଳନାରେ ଭାରତୀୟ ଟଙ୍କାର ମୂଲ୍ୟ ୩୧ ପଇସା ହ୍ରାସ ପାଇ ୯୬.୨୫ରେ ବନ୍ଦ ହୋଇଛି, ଯାହା ଗତ ଦୁଇ…

ଇତିହାସ ରଚିଲେ ସୁନା ଝିଅ ଲଭଲିନା: ଏସିଆନ ଗେମ୍ସରେ କଲେ କମାଲ୍‌

ନୂଆଦିଲ୍ଲୀ,୨।୧୦: ଭାରତୀୟ ବକ୍ସିଂ ପାଇଁ ଆସିଛି ବଡ଼ ଖୁସି ଖବର। ୨୦୨୬ ଏସିଆନ ଗେମ୍ସରେ ମହିଳା ୭୫ କିଲୋଗ୍ରାମ ବର୍ଗରେ ସ୍ବର୍ଣ୍ଣ ପଦକ ଜିତିଛନ୍ତି ଭାରତୀୟ ବକ୍ସର…

ଆସୁଛି ଲଘୁଚାପ; ଏଥର ବର୍ଷାରେ ଭିଜିପାରେ ଦଶହରା, ଏହି ଜିଲାରେ…

ଭୁବନେଶ୍ୱର,୨।୧୦: ଆସୁଛି ଆଉ ଏକ ଲଘୁଚାପ । ଦଶହରା ସମୟରେ ବଡ଼ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଆସନ୍ତା ୧୨ ତାରିଖରେ…

ଚୌକା-ଛକା ବର୍ଷା କଲେ ବୈଭବ ସୂର୍ଯ୍ୟବଂଶୀ: ଧୂଆଁଧାର ବ୍ୟାଟିଂ କରୁ କରୁ…

ନୂଆଦିଲ୍ଲୀ,୨।୧୦: ଏସିଆନ ଗେମ୍ସ ୨୦୨୬ର ଦ୍ୱିତୀୟ ସେମିଫାଇନାଲରେ ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ରୋମାଞ୍ଚକର ମୁକାବିଲା ଜାରି ରହିଛି। ମ୍ୟାଚ୍ରେ ଭାରତ ପାଇଁ ପାଳି ଆରମ୍ଭ କରିଥିବା…

ବାଲେଶ୍ବରରେ ଲଗାତାର ଅଗ୍ନିକାଣ୍ଡ, ରାତିଅଧରେ ଜଳିଗଲା ଜଳିଗଲା ବ୍ୟାନର ଦୋକାନ

ବାଲେଶ୍ୱର,୨।୧୦( ବାଞ୍ଛାନିଧି ଦେ): ବାଲେଶ୍ୱର ଚର୍ଚ୍ଚ ଲାଇନ୍‌ ଗଳିରେ ଗୁରୁବାର ବିଳମ୍ବିତ ରାତିରେ ଭୟାବହ ଅଗ୍ନିକାଣ୍ଡ ଘଟିଯାଇଛି । ବିଦ୍ୟୁତ୍‌ ସର୍ଟ ସର୍କିଟ୍‌ରୁ ଜଳିଗଲା ଏକ ବ୍ୟାନର୍‌…

ଅକ୍ଟୋବର ୪ରୁ ବଢ଼ିବ ଓମ୍‌ଫେଡ୍ କ୍ଷୀର ଦର, ଲିଟର ପିଛା….

ଭୁବନେଶ୍ୱର,୨।୧: ଅକ୍ଟୋବର ୪ରୁ ରାଜ୍ୟରେ ବଢ଼ିବ ଓମ୍‌ଫେଡ୍ କ୍ଷୀର ଦର । ଓଡ଼ିଶା ଷ୍ଟେଟ୍ କୋ-ଅପରେଟିଭ୍ ମିଲ୍କ ପ୍ରଡ୍ୟୁସର୍ସ ଫେଡେରେସନ୍ (ଓମ୍‌ଫେଡ୍) ପକ୍ଷରୁ ବିଭିନ୍ନ ପ୍ରକାର କ୍ଷୀରର…

କ୍ୟାନସରକୁ ହରାଇ ୧୦ ବର୍ଷ ପରେ ଦଳକୁ ଫେରିଲେ ଏହି କ୍ରିକେଟର୍‌: ଅଚାନକ ମିଳିଲା..

ସିଡନୀ,୨।୧୦: ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ସିରିଜ ପାଇଁ ଅଷ୍ଟ୍ରେଲିଆ କ୍ରିକେଟ ଦଳରେ ବଡ଼ ପରିବର୍ତ୍ତନ ହୋଇଛି। ଟେଷ୍ଟିକୁଲାର କ୍ୟାନସର ଭଳି ଗୁରୁତର ରୋଗକୁ ପରାସ୍ତ କରି…

ଟିଏମ୍‌ସିର ଜବତ ବ୍ୟାଙ୍କ ଆକାଉଣ୍ଟ ମାମଲା, ହସ୍ତକ୍ଷେପ କରିବାକୁ ମନାକଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୨।୧୦: ମମତା ବାନାର୍ଜୀଙ୍କ ନେତୃତ୍ୱାଧୀନ ଟିଏମ୍‌ସି ଗୋଷ୍ଠୀର ପ୍ରାୟ ୮୦୪ କୋଟି ଟଙ୍କା ଥିବା ୪ଟି ଜବତ (ଡେବିଟ୍‌-ଫ୍ରିଜ) ବ୍ୟାଙ୍କ ଆକାଉଣ୍ଟକୁ ପରିଚାଳନା କରିବାକୁ ଅନୁମତି ଦେବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?