କେରଳର ପ୍ରଳୟ ଏକ ଅନୁଶୀଳନ

ଶ୍ୱ ମାନଚିତ୍ରରେ ତା’ର ଭୌଗୋଳିକ ସ୍ଥିତି ଓ ପାଣିପାଗ ଜଳବାୟୁ ସବୁ ସ୍ଥାନରେ ସମାନ ନୁହଁ। ପ୍ରତ୍ୟେକ ଦିନ କେଉଁଠି ନା କେଉଁଠି ପ୍ରାକୃତିକ ବିପର୍ଯ୍ୟୟ ଘଟି ଧନଜୀବନ ହାନି ଘଟୁଛି। କିଛି ସ୍ଥାନରେ ଲକ୍ଷ ଲକ୍ଷ ବର୍ଷର ଭୌଗୋଳିକ ସ୍ଥିତିର ପରିବର୍ତ୍ତନ ଘଟିବା ସହ ସ୍ଥାନୀୟ ପରିବେଶ ପାଇଁ ନାନାଦି ସମସ୍ୟା ଆସୁଛି। ଭୂସ୍ଖଳନ, ବରଫ ଓ ମାଟି ଅତଡ଼ା ଧସିବା, ବାଦଲଫଟା ବର୍ଷା ସାଙ୍ଗକୁ ପାହାଡ଼ ଧସି ଭୟଙ୍କର ବନ୍ୟା ପରିସ୍ଥିତି ସୃଷ୍ଟି ହେବା, ବାତ୍ୟା, ବଜ୍ରପାତ, ସୁନାମି ଆଦି ପ୍ରାକୃତିକ ବିପତ୍ତି ଘଟିବା ପାଇଁ ସେମିତି ନିର୍ଦ୍ଦିଷ୍ଟ ନିର୍ଘଣ୍ଟ କିମ୍ବା ଦିନ ନଥାଏ। ବିଜ୍ଞାନ, ଭୂବିଜ୍ଞାନ, ପରିବେଶ ବିଜ୍ଞାନ, ବୈଷୟିକ କ୍ଷେତ୍ରରେ ଆମ୍ଭେ ଯଥେଷ୍ଟ ଅଗ୍ରସର କରିଥିଲେ ବି ପ୍ରାକୃତିକ ବିପର୍ଯ୍ୟୟର ପୂର୍ବାନୁମାନ ସବୁ ସମୟରେ ସତ ପ୍ରତିଶତ ଠିକ୍‌ ହୋଇନଥାଏ।
୨୦୧୮ ଅଗଷ୍ଟ ୧୮ ତାରିଖ କେରଳରେ ବଡ଼ ଧରଣର ବନ୍ୟା ଯୋଗୁ ଗୁରୁତର ପ୍ରାକୃତିକ ବିପତ୍ତି ଘଟିଥିଲା। ସେହି ପ୍ରଳୟଙ୍କରୀ ବନ୍ୟା ସହ ଭୂସ୍ଖଳନ ଏକ ବିରାଟ ମାନବିକ ସଙ୍କଟ ଦେଖାଦେଇଥିଲା। କେରଳର ୧୪ ଗୋଟି ଜିଲା ମଧ୍ୟରୁ ୧୩ ଜିଲା ବନ୍ୟାପାଣିରେ ପ୍ରଭାବିତ ହୋଇଥିଲା। ସରକାରୀ ତଥ୍ୟ ଅନୁସାରେ ପ୍ରାୟ ୪୦୦ରୁ ଊର୍ଦ୍ଧ୍ୱ ଲୋକଙ୍କର ମୃତ୍ୟୁ ହୋଇଥିବା ବେଳେ ୪ଲକ୍ଷ ଲୋକ କ୍ଷତିଗ୍ରସ୍ତ ହୋଇଥିଲେ ଏବଂ ୨ ଲକ୍ଷ ବାସଗୃହ ହରାଇଥିଲେ। ଭାରତ ସରକାର ଏହାକୁ ‘ଗମ୍ଭୀର ପ୍ରାକୃତିକ ବିପତ୍ତି’ ବୋଲି ଘୋଷଣା କରିଥିଲେ। ତେବେ କେରଳର ବର୍ତ୍ତମାନ ଭୂସ୍ଖଳନ ବିପତ୍ତି ୱାୟନାଡ୍‌ ଜିଲାର ୪ଟି ଗ୍ରାମ ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇ ନିଶ୍ଚିହ୍ନ ହୋଇଯିବା ସହ ୪୦୦ରୁ ଊର୍ଦ୍ଧ୍ୱ ଲୋକଙ୍କର ମୃତ୍ୟୁ ହୋଇଛି। ଅନେକ ନିଖୋଜ ରହିଥିବାବେଳେ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ୱାୟନାଡ୍‌ କେରଳର ଏକ ପ୍ରାକୃତିକ ବିଭବ ବଣପାହାଡ଼ ସବୁଜିମା ସୌନ୍ଦର୍ଯ୍ୟର ଏକ ପର୍ଯ୍ୟଟନ କ୍ଷେତ୍ର। ୱାୟନାଡ୍‌ ଭୂସ୍ଖଳନ ଗୋଟିଏ ଦିନ ପୂର୍ବରୁ ଅର୍ଥାତ୍‌ ଜୁଲାଇ ୨୯ରେ ସାଧାରଣ ବର୍ଷାଠାରୁ କମ୍‌ ଥିଲାବେଳେ ଜୁଲାଇ ୩୦ ତାରିଖ ଅବିଶ୍ରାନ୍ତ ବାଦଲଫଟା ବର୍ଷା ବର୍ଷର ମୋଟ ବୃଷ୍ଟିର ୬% ହୋଇଥିଲା। ଗୋଟିଏ ଦିନରେ ଏପରି ମୁଷଳଧାର ବର୍ଷା ଯୋଗୁ ପାହାଡ଼ରୁ କାଦୁଆ, ଗୋଡ଼ି, ବାଲି ମିଶା ପାଣି କ୍ଷିପ୍ର ସ୍ରୋତ ହୋଇ ପାଦଦେଶରେ ଥିବା ଗାଁଗୁଡ଼ିକ ଉପରେ ମାଡ଼ିଗଲା।
ୱାୟନାଡ୍‌ ଭୂସ୍ଖଳନର ପୂର୍ବାନୁମାନ ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ (ଇସ୍ରୋ) ସତର୍କ କରିଥିଲା। ଉପଗ୍ରହ ଫଟୋ ଦ୍ୱାରା ସମ୍ଭାବ୍ୟ ଭୂସ୍ଖଳନ ସ୍ଥାନକୁ ଚିହ୍ନଟ କରିଥିଲା। ଜୁଲାଇ ୩୧ରେ ନିଆଯାଇଥିବା ସଦ୍ୟ ଉପଗ୍ରହ ଫଟୋ ଆଧାରରେ ଦର୍ଶାଯାଇଛି ଯେ, ପ୍ରାୟ ୮୬ ହଜାର ବର୍ଗମିଟର ଭୂମି ଧସିଯାଇଛି। ଗୁରୁତ୍ୱପୂର୍ଣ୍ଣ କଥା ଏହିକି ଯଦିଓ ଇସ୍ରୋ ଦ୍ୱାରା ୨୦୨୩ରେ ‘ଲ୍ୟାଣ୍ଡସ୍ଲାଇଡ ଆଟଲାସ୍‌ ଅଫ ଇଣ୍ଡିଆ’ ୱାୟନାଡ୍‌ ଅଞ୍ଚଳକୁ ସମ୍ବେଦନଶୀଳ ଭୂସ୍ଖଳନ ସ୍ଥାନ ବୋଲି ଦର୍ଶାଯାଇଥିଲା, ତେବେ ସ୍ଥାନୀୟ ପ୍ରଶାସନ, ସରକାର କି ପ୍ରକାରର ସତର୍କତା ବା ପଦକ୍ଷେପ ନେଇଥିଲେ। ଅନ୍ୟ ଏକ କାରଣ ଭୂବୈଜ୍ଞାନିକଙ୍କ ମତରେ କେରଳ ୱାୟନାଡ୍‌ର ଭୂସ୍ଖଳନ ମାନବକୃତ। ‘ସଏଲ୍‌ ପାଇଫି’ ଦ୍ୱାରା ମାଟି ତଳ ଫମ୍ପା ହୋଇଯାଇଥିଲା। ମୁଷଳଧାରା ବର୍ଷା ମାଡ଼ରେ ମାଟି ଧୋଇ ହୋଇ ଏହିପରି ବଡ଼ ଧରଣର ଭୂସ୍ଖଳନ ସୃଷ୍ଟି ହେଲା। ଭୂସ୍ଖଳନ ସର୍ବାଧିକ ବିପଦ ଥିବା ରାଷ୍ଟ୍ରଗୁଡ଼ିକ ମଧ୍ୟରେ ଭାରତ ଅନ୍ୟତମ। ଭାରତର ପ୍ରାୟ ୪.୩ ଲକ୍ଷ ବର୍ଗ କିଲୋମିଟର ପାହାଡ଼ିଆ ଓ ପାର୍ବତ୍ୟରଞ୍ଚଳରେ ଭୂସ୍ଖଳନ ବିପଦ ରହିଛି। ୧୯୪୮ ସେପ୍ଟେମ୍ବର ୧୮ରେ ଆସାମରେ ଏକ ବଡ଼ ଧରଣର ଭୂସ୍ଖଳନ ଘଟି ପ୍ରାୟ ୫୦୦ ଜଣ ମୃତ୍ୟୁବରଣ କରିଥିଲେ। ସେହି ସମୟକୁ ନେଇ ୨୦୧୩ ଜୁନ୍‌ ୧୬ରେ କେଦାରନାଥରେ ଭୟଙ୍କର ଭୂସ୍ଖଳନ ଘଟି ୬୦୦୦ ଜଣଙ୍କର ପ୍ରାଣହାନି ସମେତ ବହୁ ସମ୍ପତ୍ତି ନଷ୍ଟ ହୋଇଥିଲା। ଭୂବିଜ୍ଞାନୀଙ୍କ ମତରେ ପାରମ୍ପରିକ ଭାବେ ଅତ୍ୟଧିକ ବୃଷ୍ଟିପାତ ଏବଂ ଭୂମିକମ୍ପ ପରି ପ୍ରାକୃତିକ ପ୍ରକ୍ରିୟା ଯୋଗୁ ଅତୀତରେ ଭୂସ୍ଖଳନ ସଂଘଟିତ ହେଉଥିଲା। କିନ୍ତୁ ବର୍ତ୍ତମାନ ଅଧିକାଂଶ ଭୂସ୍ଖଳନ ପ୍ରାକୃତିକ ଅପେକ୍ଷା ମନୁଷ୍ୟକୃତ ବୋଲି ଧରାଯାଉଛି। ତଥ୍ୟ କହେ, ୨୦୦୪ରୁ ୨୦୧୬ ମଧ୍ୟରେ ଭାରତରେ ୮୯୨ଟି ଭୂସ୍ଖଳନ ଘଟଣାରେ ୧୧୦୨୦ ଜଣଙ୍କର ମୃତ୍ୟୁ ଘଟିଛି। ଭାରତରେ ଭୂସ୍ଖଳନ ଯୋଗୁ ହେଉଥିବା ମୃତ୍ୟୁସଂଖ୍ୟା ମୋଟ ବୈଶ୍ୱିକ ମୃତ୍ୟୁସଂଖ୍ୟାର ପ୍ରାୟ ୨୧%। ଉତ୍ତର-ପଶ୍ଚିମ ହିମାଳୟ ଅଞ୍ଚଳରେ ଭାରତରେ ମୋଟ ଭୂସ୍ଖଳନର ୬୬.୫% ସଂଘଟିତ ହୋଇଥିବା ବେଳେ ଉତ୍ତର-ପୂର୍ବ ହିମାଳୟ ଅଞ୍ଚଳରେ ୧୮.୮% ଏବଂ ପଶ୍ଚିମଘାଟ ପର୍ବତମାଳାରେ ୧୪.୭% ଭୂସ୍ଖଳନ ସଂଘଟିତ ହୋଇଥାଏ। ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ ବହୁ ଅନୁଧ୍ୟାନ ଓ ଗବେଷଣା ପରେ ଏହି ତଥ୍ୟ ପ୍ରଦାନ କରିଛନ୍ତି। ତେବେ ଭୂସ୍ଖଳନ ଏକ ଭୂତାତ୍ତ୍ୱିକ ପ୍ରକ୍ରିୟା, ଯେଉଁଥିରେ ମାଧ୍ୟାକର୍ଷଣ ଶକ୍ତି ପ୍ରଦାନ କାରଣରୁ ଭୂମିର ଉପର ମୁଣ୍ଡ ଅଂଶରୁ ହଠାତ୍‌ ଦ୍ରୁତ ବେଗରେ ତଳଆଡ଼କୁ ଶିଳା, ମାଟି କର୍ଦ୍ଦମାଦି ତରଳ ପଦାର୍ଥ ଦ୍ୱାରା ଧସିଆସେ।
୨୦୧୩ରେ ଆମ ବାୟୁମଣ୍ଡଳରେ ଅଙ୍ଗାରକାମ୍ଳର ଉପସ୍ଥିତି ୩୯୬.୦ ପି.ପି.ଏସ୍‌. ଥିବା ବେଳେ ଏହା ୨୦୨୩ ସୁଦ୍ଧା ବୃଦ୍ଧି ଘଟି ୪୧୯.୬ ପି.ପି.ଏସ୍‌.ରେ ପହଞ୍ଚତ୍ଛି। ବାୟୁମଣ୍ଡଳର ନିରାପଦ ସ୍ତର ହେଉଛି ୩୫୦ ପି.ପି.ଏସ୍‌. ବା ପାଟସ୍‌ ପର୍‌ମିଲିୟନ୍‌ ଗ୍ରହଣ କରାଯାଏ। ଯଦି ବିଶ୍ୱ ସମୂହ ରାଷ୍ଟ୍ର ଗଭୀର ଭାବେ ଧ୍ୟାନ ନ ଦେବେ, ତେବେ ୨୧୦୦ ବେଳକୁ ବିଶ୍ୱର କେତେକ ସ୍ଥାନରେ ୩ ଡିଗ୍ରୀ ସେଲ୍‌ସିୟସ ତାପମାତ୍ରା ବୃଦ୍ଧି ଘଟିବା ଅସମ୍ଭବ ନୁହଁ। ସବୁଠାରୁ ବିପଦର କଥା ଏହିକି, ବାର୍ଷିକ ହାରାହାରି ବୃଷ୍ଟିପାତ ପରିମାଣ ବିଭିନ୍ନ ଦିବସଗୁଡ଼ିକରେ ବାଣ୍ଟି ହୋଇ ବର୍ଷା ହୋଇଥାଏ। ଏବେ ଏହାର ବ୍ୟତିକ୍ରମ ଘଟି ବୃଷ୍ଟିପାତ ମାତ୍ରାଧିକ ବୃଷ୍ଟି ହେଉଛି। ଏହା କେବଳ ଜୀବଜଗତ ପାଇଁ ବିପଦ ତାହା ନୁହଁ, ଭାରତୀୟ କୃଷି ପାଇଁ ମଧ୍ୟ ସଙ୍କଟଜନକ ସ୍ଥିତି ସୃଷ୍ଟି କରୁଛି। କେନ୍ଦ୍ର ସରକାରଙ୍କ ପରିବେଶ ମନ୍ତ୍ରଣାଳୟ ୨୦୧୧ରେ ପଶ୍ଚିମଘାଟ ପର୍ବତମାଳାର ଅବକ୍ଷୟ ଓ ପରିବେଶ ସୁରକ୍ଷା ଦିଗରେ ଏକ ବୃହତ୍‌ ପଦକ୍ଷେପ ନେଇ ସମସ୍ୟାର ଅନୁଶୀଳନ ଏବଂ ସମାଧାନ ଦିଗରେ ଏକ କମିଟି ଗଠନ ପାଇଁ ଅନୁମୋଦନ କରିଥିଲେ। ଏହାପରେ ସେହି ବର୍ଷ ‘ୱେଷ୍ଟର୍ନ ଘାଟ୍‌ସ ଇକୋଲୋଜି ଏକ୍ସପର୍ଟ ପ୍ୟାନେଲ୍‌’ କମିଟି ଗଠନ କରାଯାଇଥିଲା। ମାଧବ ଗାଡ୍‌ଗଲ ଥିଲେ ତାର ଚେୟାରମ୍ୟାନ। କମିଟି ଗୁରୁତର ଅନୁଧ୍ୟାନ କରି କହିଥିଲେ, ନିକଟ ଭବିଷ୍ୟତରେ ଜଳବାୟୁ ପରିବର୍ତ୍ତନଜନିତ ପାଣିପାଗର ଅସ୍ବାଭାବିକ ଆଚରଣ ହେଉଛି ଏକ ଅନିବାର୍ଯ୍ୟ ପ୍ରକ୍ରିୟା, ଯାହା ଲାଗି ରହିଲେ ପୃଥିବୀର ସମସ୍ତ ସଜୀବ ନିର୍ଜୀବ ପାଇଁ ବିପଦ ସୃଷ୍ଟି କରିବ। ଏଣୁ ପଶ୍ଚିମଘାଟ ପର୍ବତମାଳାକୁ ଉପଯୁକ୍ତ ସୁରକ୍ଷା ଦେବା ସବୁଠାରୁ ବଡ଼ ଆହ୍ବାନ। ଅନ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ବିଷୟ ଜଙ୍ଗଲ ନିଆଁ ଦ୍ୱାରା ଘଞ୍ଚ ଅଞ୍ଚଳ ଦିନକୁ ଦିନ କମିଯାଉଛି। ବର୍ଷାମାଡ଼ ସିଧା ପର୍ବତର ପୃଷ୍ଠଦେଶରେ ପଡ଼ୁଛି। ଏହା ଦ୍ୱାରା ମଧ୍ୟ ପାହାଡ଼ମାନଙ୍କର ଲକ୍ଷ ଲକ୍ଷ ବର୍ଷ ଧରି ବାନ୍ଧି ରହିଥିବା ପୃଷ୍ଠଭାଗ ନରମ ବା ହୁଗୁଳା ହୋଇଚାଲିଛି, ଯାହା ଦ୍ୱାରା ଭୀଷଣ ବର୍ଷା ଦ୍ୱାରା ପାହାଡ଼ ଧସିବାର ଆଶଙ୍କା ବୃଦ୍ଧି ଘଟିଥାଏ। ଏହିପରି ଭୟଙ୍କର ବିପତ୍ତିରୁ ଉଦ୍ଧାର ପାଇଁ ଯଦି ବର୍ତ୍ତମାନଠାରୁ ଉପଯୁକ୍ତ ପଦକ୍ଷେପ ନିଆନଯାଏ, ଆଗାମୀ ଦିନରେ ବିଶ୍ୱପାଇଁ ଏକ ଭୟଙ୍କର ପରିସ୍ଥିତି ସୃଷ୍ଟି ହେବ।

ସୁଧୀର କୁମାର ନାୟକ
ଧାମନଗର, ଭଦ୍ରକ
ମୋ: ୯୯୩୮୦୮୦୨୯୪


Enter your email to get our daily news in your inbox.

All Right Reserved By Dharitri.Com

ସ୍ପିନ୍‌ରେ ଦମ୍‌ ଦେଖାଇଲା ଶ୍ରୀଲଙ୍କା

କଲମ୍ବୋ,୮ା୨- ଟି୨୦ ବିଶ୍ୱକପ୍‌ରେ ରବିବାର ସନ୍ଧ୍ୟାରେ ଖେଳାଯାଇଥିବା ମ୍ୟାଚ୍‌ରେ ଶ୍ରୀଲଙ୍କା ୨୦ ରନରେ ଆୟର୍ଲାଣ୍ଡକୁ ପରାସ୍ତ କରିଛି। ଶ୍ରୀଲଙ୍କା ଦ୍ୱାରା ପ୍ରଦତ୍ତ ୧୬୪ ରନର ଟାର୍ଗେଟକୁ ପିଛା…

ସଭା ମଞ୍ଚରେ ମନ୍ତ୍ରୀ-ବିଧାୟକଙ୍କ ଆଲୋଚନା: ବଲାଙ୍ଗୀରରେ ବଢ଼ିଲା ଚର୍ଚ୍ଚା…

ବଲାଙ୍ଗୀର,୮।୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସରକାରୀ ଆୟୁର୍ବେଦିକ କଲେଜର ରବିବାର ସୁବର୍ଣ୍ଣ ଜୟନ୍ତୀ ସମାରୋହରେ ମଞ୍ଚ ଉପରେ ବସିଥିଲେ ସ୍ବାସ୍ଥ୍ୟ ମନ୍ତ୍ରୀ ଡ଼.ମୁକେଶ ମହାଲିଙ୍ଗ ଏବଂ ସମ୍ବଲପୁର…

ଦେଓମାଳି ବୁଲିବାକୁ ଆସି ଚାଲିଗଲା ପର୍ଯ୍ୟଟକଙ୍କ ଜୀବନ

ପଟ୍ଟାଙ୍ଗି,୮।୨(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତ ଦେଓମାଳି ପର୍ଯ୍ୟଟନ ସ୍ଥଳୀ ବୁଲିବାକୁ ଆସି ରବିବାର ଜଣେ ପର୍ଯ୍ୟଟକଙ୍କ ମୃତ୍ୟୁ ଘଟିଛି।…

୨ ବାଇକ୍‌ ମୁହାଁମୁହିଁ ଧକ୍କା: ଚାଲିଗଲା ୩ ଜୀବନ, ୪ ଗୁରୁତର 

ପଟ୍ଟାଙ୍ଗି,୮ା୨(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ ସୁଙ୍କି-ଅମ୍ପାବାଲି ପଞ୍ଚାୟତ ବୋରିଗୁଡ଼ା ଛକ ନିକଟରେ ରବିବାର ୨ ବାଇକ୍‌ ମୁହାଁମୁହିଁ ଧକ୍କା ହୋଇ ୩ଜଣଙ୍କ…

ଜାପାନ ନିର୍ବାଚନ: ଆସିଲା ଏକ୍‌ଜିଟ୍‌ ପୋଲ୍‌ ରିପୋର୍ଟ, ଜାଣନ୍ତୁ କେଉଁ ଦଳ…

ଟୋକିଓ,୮ା୨: ଜାପାନ ପାର୍ଲାମେଣ୍ଟର ନିମ୍ନ ସଦନ ପାଇଁ ରବିବାର ଅନୁଷ୍ଠିତ ନିର୍ବାଚନରେ ପ୍ରଧାନମନ୍ତ୍ରୀ ସାନାଏ ଟାକାଇଚିଙ୍କ ମେଣ୍ଟ ସରକାର ଏକକ ସଂଖ୍ୟାଗରିଷ୍ଠ ଦଳ ଭାବେ ବିଜୟୀ ହେବା…

୧୨ରେ ଧର୍ମଘଟକୁ ସମର୍ଥନ କରିବ କଂଗ୍ରେସ: ଭକ୍ତ

ଭୁବନେଶ୍ୱର,୮।୨: କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରଚଳିତ ୪ଟି ଶ୍ରମ କୋଡ୍‌ ବାତିଲ ସହିତ  ବିଭିନ୍ନ ଜନବିରୋଧୀ ନୀତିକୁ ନେଇ ୧୦ଟି କେନ୍ଦ୍ରୀୟ ଶ୍ରମିକ ସଙ୍ଗଠନ ପକ୍ଷରୁ ଆସନ୍ତା…

ପୋଲତଳୁ ମିଳିଲା ହୋମଗାର୍ଡ, ଯୁବକଙ୍କ ମୃତଦେହ: ପୋଲିସର ତଦନ୍ତ ଆରମ୍ଭ…

ନନ୍ଦପୁର,୮।୨(ତୁଷାରକାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ଥାନାରେ କାର୍ଯ୍ୟରତ ଜଣେ ହୋମଗାର୍ଡ ଏବଂ ଅନ୍ୟ ଜଣେ ଯୁବକଙ୍କ ମୃତଦେହ ପୋଲିସ ରବିବାର ସନ୍ଧ୍ୟାରେ ନନ୍ଦପୁର-ହାଣ୍ଡିପୁଟ ସଞ୍ଜୋଗୀ ଏମ୍‌ଡିଆର…

ସରକାରୀ ବସ୍‌ ଧକ୍କାରେ ଚାଲିଗଲା ବୃଦ୍ଧାଙ୍କ ଜୀବନ

ଦିଗପହଣ୍ଡି,୮।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବଜାପଲ୍ଲୀ ଗାଁ ଛକ ନିକଟରେ ରବିବାର ଏକ ମୁଖ୍ୟମନ୍ତ୍ରୀ ସରକାରୀ ବସ୍‌(ନଂ. ଓଡ଼ି୩୨କେ -୧୮୦୯) ଧକ୍କାରେ ଜଣେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri