Posted inଜାତୀୟ

Video: ଯାତ୍ରା କରିବା ସମୟରେ ଆରମ୍ଭ ହେଲା ପ୍ରସବ ଯନ୍ତ୍ରଣା, ବସ୍‌ରେ ସନ୍ତାନ ଜନ୍ମ ଦେଲେ ମହିଳା

କେରଳ,୩୦।୫: ବୁଧବାର ଅପରାହ୍‌ଣରେ କେରଳ ମାଲାପୁରାମରରେ ଜଣେ ୩୭ ବର୍ଷ ବୟସ୍କା ମହିଳା ଏକ ବସ୍‌ରେ ଥ୍ରୀସୁରରୁ ଥୋଜିଲପାଲମ କୋଜିକୋଡ ଯାତ୍ରା କରୁଥିବା ସମୟରେ ବସ୍‌ରେ ସନ୍ତାନ ଜନ୍ମ ଦେଇଛନ୍ତି। ପେରାମଙ୍ଗାଲମ ଦେଇ ଯାଉଥିବା ଯାଉଥିବା ସମୟରେ ମହିଳାଙ୍କର ପ୍ରସବ ଯନ୍ତ୍ରଣା ଆରମ୍ଭ ହୋଇଥିଲା।

ବସ୍‌ଟି ତ୍ରିସୁର ଜିଲାର ପେରାମଙ୍ଗଲମ ପାର ହେବାବେଳେ ମହିଳା ଜଣକ ପ୍ରବଳ ଯନ୍ତ୍ରଣା ଅନୁଭବ କରିବାକୁ ଲାଗିଲେ। ଏହାପରେ ବସ୍‌ ଡ୍ରାଇଭର ତୁରନ୍ତ ମାର୍ଗ ପରିବର୍ତ୍ତନ କରି ଅମାଲା ଡାକ୍ତରଖାନା ଆଡକୁ ଗଡି ଚଲାଥିଲେ। ଏଥିସହିତ ବସେ କର୍ମଚାରୀମାନେ ଡାକ୍ତରଖାନାକୁ ସୂଚନା ଦେଇଥିଲେ। ସେତେବେଳକୁ ମହିଳା ଜଣକ ପ୍ରସବ ଯନ୍ତ୍ରଣାର ଶେଷ ସୀମାରେ ପହଁଞ୍ଚିଯାଇଥିଲେ।

ଡାକ୍ତରଖାନାରେ ପହଞ୍ଚିବା ପରେ ଯାତ୍ରୀମାନେ ଶୀଘ୍ର ବସ୍‌ରୁ ଓହ୍ଲାଇଯାଇ ଡାକ୍ତର ଏବଂ ନର୍ସମାନଙ୍କୁ ମହିଳାଙ୍କ ନିକଟକୁ ଯିବାକୁ ବାଟ ଦେଇଥିଲେ। ଡାକ୍ତରଙ୍କ ଉପସ୍ଥିତରେ ବସ୍‌ ଭିତରେ ଏକ ସୁସ୍ଥ ଶିଶୁ କନ୍ୟାକୁ ଜନ୍ମ ଦେଇଥିଲେ। ଉଭୟ ବସ କର୍ମଚାରୀ ଏବଂ ଅମାଲା ଡାକ୍ତରଖାନାର ସ୍ବାସ୍ଥ୍ୟ କର୍ମଚାରୀଙ୍କ ଠିକ ସମୟରେ ସହାୟତା ଯୋଗୁଁ ଏହା ସମ୍ଭବ ହୋଇପାରିଥିଲା।

ଏକ ଭିଡିଓରେ ଘଟଣାକ୍ରମ ଦେଖିବାକୁ ମିଳେ ଯେ, ବସ କର୍ମଚାରୀ ଏବଂ ମେଡିକାଲ ଟିମ ସମନ୍ବୟ ରକ୍ଷା କରି କାର୍ଯ୍ୟ କରୁଛନ୍ତି। ମହିଳା ଜଣକ କିପରି ଆବଶ୍ୟକ ଚିକିତ୍ସା ସହାୟତା ପାଇବେ ଏବଂ ଅସାଧାରଣ ପରିସ୍ଥିତି ସତ୍ତ୍ୱେ ସେ ନିରାପଦରେ ପ୍ରସବ କରିବାରେ ସକ୍ଷମ ହେବେ ତାହା ଉପରେ ସମସ୍ତଙ୍କର ପରିଶ୍ରମ ପ୍ରଶଂସାଯୋଗ୍ୟ ହୋଇଛି।

ପ୍ରସବ ପରେ ମା ଏବଂ ତାଙ୍କ ନବଜାତ ଶିଶୁକୁ ଶୀଘ୍ର ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା, ଯେଉଁଠାରେ ଅଧିକାରୀମାନେ ନିଶ୍ଚିତ କରିଛନ୍ତି ଯେ ଉଭୟଙ୍କ ସ୍ବାସ୍ଥ୍ୟ ଅବସ୍ଥା ଭଲ ଅଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?