କେରଳ,୧୩।୨: ଟ୍ରାଫିକ୍ ଜାମ୍ରୁ ବଞ୍ଚିବା ପାଇଁ ଫୁଟ୍ପାଥ୍ରେ ସ୍କୁଟର ଚଲାଇବା ଜଣେ ବ୍ୟକ୍ତିଙ୍କୁ ମହଙ୍ଗା ପଡ଼ିଛି। କେରଳର କୋଝିକୋଡ ଅଞ୍ଚଳରେ ଜଣେ ବୃଦ୍ଧା ନିଜର ସାହସିକତା ପ୍ରଦର୍ଶନ କରି ଜଣେ ସ୍କୁଟର ଆରୋହୀଙ୍କୁ ଫୁଟ୍ପାଥ୍ ବ୍ୟବହାର କରିବାରୁ ଅଟକାଇବା ସହ ତାଙ୍କୁ ମୁଖ୍ୟ ରାସ୍ତାକୁ ଫେରିବାକୁ ବାଧ୍ୟ କରିଛନ୍ତି। ଏହି ଘଟଣାର ଭିଡିଓ ଏବେ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି।
ଏରଞ୍ଜିପାଲମ ଟ୍ରାଫିକ୍ ସିଗନାଲ୍ ନିକଟରେ ଜଣେ ବ୍ୟକ୍ତି ଟ୍ରାଫିକ୍କୁ ଏଡ଼ାଇବା ପାଇଁ ପଥଚାରୀଙ୍କ ଉଦ୍ଦିଷ୍ଟ ଫୁଟ୍ପାଥ୍ ଉପରେ ସ୍କୁଟର ଚଲାଇବାକୁ ଚେଷ୍ଟା କରୁଥିଲେ। ସେହି ସମୟରେ ଜଣେ ବୃଦ୍ଧା ମହିଳା ସେଠାରେ ଚାଲି ଚାଲି ଯାଉଥିଲେ। ସେ ସ୍କୁଟରଟିକୁ ଦେଖିବା ମାତ୍ରେ ନିଜ ଗୋଡ଼କୁ ଗାଡ଼ି ସାମ୍ନାରେ ରଖି ବାଟ ଓଗାଳିଥିଲେ।
Sometimes, real change begins with one person refusing to move.
At a busy signal in Kozhikode, an elderly woman calmly stood her ground when a scooter rider tried to use the footpath to skip traffic.
She simply reminded him that walking spaces belong to people, not vehicles.… pic.twitter.com/hXBJtRqd9F
— The Better India (@thebetterindia) February 13, 2026
ବୃଦ୍ଧା ଜଣକ ସ୍ପଷ୍ଟ ଭାବେ କହିଥିଲେ ଯେ ଫୁଟ୍ପାଥ୍ କେବଳ ପଥଚାରୀଙ୍କ ପାଇଁ, ଗାଡ଼ି ଚଲାଇବା ପାଇଁ ନୁହେଁ। ଯେତେବେଳେ ସ୍କୁଟର ଆରୋହୀ ଜଣକ ସେଠାରୁ ହଟିବାକୁ ମନା କଲେ, ମହିଳା ଜଣକ ନିଜ ଫୋନ୍ ବାହାର କରି ଘଟଣାର ଭିଡିଓ ରେକର୍ଡ କରିବା ଆରମ୍ଭ କରିଥିଲେ। ଶେଷରେ ବାଧ୍ୟ ହୋଇ ସ୍କୁଟର ଆରୋହୀ ଜଣକ ଗାଡ଼ିକୁ ପଛକୁ ନେଇ ମୁଖ୍ୟ ରାସ୍ତାକୁ ଫେରିଥିଲେ।
ଭାଇରାଲ୍ ଭିଡିଓରେ ଅନେକ ବ୍ୟକ୍ତି ମହିଳାଙ୍କୁ ଚିହ୍ନଟ କରିଛନ୍ତି। ସେ କାଲିକଟ୍ର କ୍ୟାପଟେନ ଲକ୍ଷ୍ମୀ ହଷ୍ଟେଲର ପୂର୍ବତନ ୱାର୍ଡେନ ପ୍ରଭା ଆଣ୍ଟି ବୋଲି ଜଣାପଡ଼ିଛି। ସେଠାରେ ରହୁଥିବା ଛାତ୍ରୀମାନେ ତାଙ୍କୁ ଜଣେ ଶୃଙ୍ଖଳିତ ମାତ୍ର ସ୍ନେହୀ ମହିଳା ଭାବେ ବର୍ଣ୍ଣନା କରିଛନ୍ତି।

