Posted inଜାତୀୟ

ମୃତବ୍ୟକ୍ତିର ଫଟୋ ନେଉଥିଲେ ଫଟୋଗ୍ରାଫର, ତା’ପରେ ଏମିତି ଘଟିଲା

ଥିରୁଭାନନ୍ତପୁରମ୍‌,୧୫।୭:କେରଳର ଏର୍ନାକୁଲମ ଜିଲାରେ ଏକ ହସ୍ପିଟାଲ ବାହାରେ ପୋଷ୍ଟମର୍ଟମ ପାଇଁ ରଖାଯାଇଥିବା ମୃତବ୍ୟକ୍ତିର ଫଟୋ ନେଉଥିଲେ ଜଣେ ଫଟୋଗ୍ରାଫର। ଅଚାନକ ଏକ ସ୍ବର ଆସିଥିଲା। ଫଟୋଗ୍ରାଫର ଜଣଙ୍କୁ ସନ୍ଦେହ ହେବାରୁ ସେ ମୃତବ୍ୟକ୍ତିଙ୍କ ପାଖକୁ ଯାଇଥିଲେ। ତାଙ୍କ ମୁହଁରୁ ଧୀର ସ୍ବର ଆସୁଥିଲା। ଏହାପରେ ଫଟୋଗ୍ରାଫର ପୋଲିସକୁ ସୂଚନା ଦେଇଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚିବା ପରେ ମୃତବ୍ୟକ୍ତି ଜଣଙ୍କୁ ଜୀବନ୍ତ ଦେଖିବାକୁ ପାଇଥିଲେ। ଏବେ ଉକ୍ତ ବ୍ୟକ୍ତି ଜଣଙ୍କୁ ଆଇସିୟୁରେ ରଖାଯାଇ ଚିକିତ୍ସା କରାଯାଉଛି। ଏହି ଫଟୋଗ୍ରାଫର ଜଣଙ୍କ ହେଉଛନ୍ତି ଟୋମି ଥୋମାସ। ସେ ଜୀବନ୍ତ ଦେଖିଥିବା ବ୍ୟକ୍ତି ଜଣଙ୍କ ସିଭାଦାସନ ବୋଲି ଜଣାପଡିଛି। ସୂଚନାଯୋଗ୍ୟ, ପୋଲିସ ସିଭାଦାସନଙ୍କୁ ମୃତ ବୋଲି କହି ପୋଷ୍ଟମର୍ଟମ ପାଇଁ ତ୍ରିଶୁରର ଜୁବଲୀ ମିଶନ ହସ୍ପିଟାଲକୁ ନେଇଥିଲେ। ଏହାପୂର୍ବରୁ ତାଙ୍କର ଏକ ଫଟୋ ଉଠାଇବା ପାଇଁ ଟୋମିଙ୍କୁ ଡକାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କରୋନା ନେଲାଣି ୪୫ ପୋଲିସଙ୍କ ଜୀବନ

ମୁମ୍ବାଇ,୧୮।୬: ଦେଶରେ କରୋନା ସଂକ୍ରମଣ ବେଳକୁ ବେଳ ବଢି ଚାଲିଥିବା ବେଳେ ମହାରାଷ୍ଟ୍ରର ସ୍ଥିତି ଏବେବି ଉଦ୍‌ବେଗଜନକ ରହିଛି। ମହାରାଷ୍ଟ୍ରରେ ଏବେ ସୁଦ୍ଧା ୪୫ ଜଣ...

ବାପାଙ୍କୁ ହତ୍ୟା ପାଇଁ ୧ କୋଟିର ସୁପାରି

ବେଙ୍ଗାଲୁରୁ, ୧।୩: ବାପାଙ୍କ ହତ୍ୟା ଅଭିଯୋଗରେ ବେଙ୍ଗାଲୁରୁର ୩୨ ବର୍ଷୀୟ ଏମ୍‌. ମଣିକାନ୍ତଙ୍କୁ ପୋଲିସ ଗିରଫ କରିଛି। ଦୁଇ ଯୁବକଙ୍କୁ ୧ କୋଟିର ସୁପାରି ଦେଇ...

ପଶ୍ଚିମବଙ୍ଗରେ ସୁରକ୍ଷା ବ୍ୟବସ୍ଥା କଡାକଡି: ୯ଟି ଲୋକ ସଭା ଆସନ ପାଇଁ ୮୦୦ କମ୍ପାନୀ ସୁରକ୍ଷାବଳ

କୋଲକତା, ୧୭।୫: ଶେଷ ପର୍ଯ୍ୟାୟ ନିର୍ବାଚନ ପୂର୍ବରୁ କୋଲକାତାରେ ସୃଷ୍ଟି ହୋଇଥିବା ବ୍ୟାପକ ହିଂସାକାଣ୍ଡକୁ ନେଇ ଏବେ ସମଗ୍ର ଦେଶରେ ଏକ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି...

‘ସିନ୍ଦେ ଭାଇ ମାତୋଶ୍ରୀ ଫେରି ଚାଲ’

ଗୁଆହାଟୀ,୨୪।୬: ମହାରାଷ୍ଟ୍ରରେ ରାଜନୈତିକ ଅସ୍ଥିରତା ମଧ୍ୟରେ ବିଦ୍ରୋହୀ ବିଧାୟକମାନଙ୍କୁ ମନାଇବା ପାଇଁ ଶିବସେନାର ସତାରା ଜିଲା ଉପମୁଖ୍ୟ ସଞ୍ଜୟ ଭୋସଲେ ଆସାମର ଗୁଆହାଟୀରେ ପହଞ୍ଚିଛନ୍ତି। ସେ...

ଭାରତ ଯୋଡୋ ଯାତ୍ରା ପୋଷ୍ଟରରେ ସ୍ବାଧୀନତା ସଂଗ୍ରାମୀଙ୍କ ଫଟୋ: ଟାର୍ଗେଟ କଲା ଭାଜପା

ନୂଆଦିଲ୍ଲୀ,୨୧।୯: କଂଗ୍ରେସର ଭାରତ ଯୋଡୋ ଯାତ୍ରା କ୍ରମାଗତ ଭାବରେ ଚର୍ଚ୍ଚାରେ ଅଛି। ଏହି ଯାତ୍ରାର ଭିଡିଓ ଏବଂ ଫଟୋ ସୋସିଆଲ ମିଡିଆରେ ଭାଇରାଲ ମଧ୍ୟ ହେଉଛି।...

ବହି ପଢ଼, ଏହା ବ୍ୟକ୍ତିତ୍ୱର ବିକାଶ କରିବ: ରାଷ୍ଟ୍ରପତି…

ନୂଆଦିଲ୍ଲୀ,୨୭।୧୨ : ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପିଲାମାନଙ୍କୁ ଭଲ ନାଗରିକ କରିବା ପାଇଁ ମୂଲ୍ୟବୋଧ ଶିକ୍ଷା ପ୍ରଦାନ ଉପରେ ମଙ୍ଗଳବାର ଗୁରୁତ୍ୱାରୋପ କରିଛନ୍ତି। ଆତ୍ମ ବିକାଶ...

ଆମକୁ ବିକଶିତ ଭାରତ ନିର୍ମାଣ କରିବାକୁ ହେବ: ପ୍ରଧାନମନ୍ତ୍ରୀ…

ବେଙ୍ଗାଲୁରୁ,୧୯।୧ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର କର୍ନାଟକରେ ପହଞ୍ଚି ୨ କୋଟି ଟଙ୍କାର ଏକ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି। ଏହି ଅବସରେ ସେ କହିଛନ୍ତି...

ବଦଳିଲା ଝାନ୍ସି ରେଲୱେ ଷ୍ଟେଶନର ନାମ

ଲକ୍ଷ୍ନୌ,୩୦ ।୧୨: ବଦଳିଯାଇଛି ଉତ୍ତର ପ୍ରଦେଶ ଝାନ୍ସି ରେଲୱେ ଷ୍ଟେଶନର ନାମ । ଏବେ ଏହାର ନାମ ପରିବର୍ତ୍ତନ କରାଯାଇ ବୀରଙ୍ଗନା ଲକ୍ଷ୍ମୀବାଇ କରାଯାଇଛି ।...

Advertisement
Archives

Model This Week