କେରଳ ଭୂସ୍କଳନ: ଗୁରୁତର ଡ. ସ୍ବୀକୃତି ମହାପାତ୍ରଙ୍କୁ ଭେଟିଲେ ଦୀପାଳି

ଝାରସୁଗୁଡ଼ା,୧।୯ (ସଞ୍ଜୟ ମାଲି): କେରଳ ୱାୟନାଡ ଭୂସ୍କଳନରେ ଗୁରୁତର ଆହତ ହୋଇଥିବା ଝାରସୁଗୁଡାର ଡ. ସ୍ବୀକୃତି ମହାପାତ୍ରଙ୍କୁ ତାଙ୍କ ବାସଭବନରେ ଶନିବାର ପୂର୍ବତନ ବିଧାୟିକା ଦୀପାଳି ଦାସ ଭେଟିଛନ୍ତି। ତାଙ୍କର ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିବା ସହିତ ଶୀଘ୍ର ଆରୋଗ୍ୟ କାମନା କରିଛନ୍ତି। ଦୀପାଳିଙ୍କ ସହ ରବି ସିଂ, ତାପସ ରାୟ ଚୌଧୁରୀ, ରଘୁମଣି ପଟେଲ ପ୍ରମୁଖ ଉପସ୍ଥିତ ଥିଲେ। ଉଲ୍ଲେଖଯୋଗ୍ୟ, ୱାୟନାଡ ଭୂସ୍କଳନରେ ସ୍ବୀକୃତି ନିଖୋଜ ହୋଇଯାଇଥିଲେ। ଉଦ୍ଧାରକାରୀ ଦଳ ତାଙ୍କୁ ଉଦ୍ଧାର କରି ଡବ୍ଲ୍ୟୁଆଇଏମ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ସୁସ୍ଥ ହେବା ପରେ ଗତ ୨ ଦିନ ତଳେ ସେ ନିଜ ଘରକୁ ଫେରିଛନ୍ତି।

Share
Tags: dipali das