Posted inଖେଳ

କେରଳ ୨, ନର୍ଥଇଷ୍ଟ ୨

ବାମ୍ବୋଲିମ୍‌(ଗୋଆ): ଇଣ୍ଡିଆନ ସୁପରଲିଗ୍‌ (ଆଇଏସ୍‌ଏଲ୍‌)ର ଗୁରୁବାର ଅନୁଷ୍ଠିତ ଏକ ସଂଘର୍ଷପୂର୍ଣ୍ଣ ମ୍ୟାଚରେ କେରଳ ବ୍ଲାଷ୍ଟର୍ସ ଓ ନର୍ଥଇଷ୍ଟ ୟୁନାଇଟେଡ ପଏଣ୍ଟ ଭାଗ କରିଛନ୍ତି। ପ୍ରଥମାର୍ଦ୍ଧରେ କେରଳ ଦଳ ୨-୦ ଗୋଲରେ ଅଗ୍ରଣୀ ରହିଥିଲେ ହେଁ ନର୍ଥଇଷ୍ଟ ଦ୍ୱିତୀୟାର୍ଦ୍ଧରେ ଚମତ୍କାର ପ୍ରତ୍ୟାବର୍ତ୍ତନ କରି ମ୍ୟାଚକୁ ଡ୍ର ରଖିଥିଲା। ୨ ମ୍ୟାଚରୁ ୧ ବିଜୟ ଓ ୧ ଡ୍ର ସହ ନର୍ଥଇଷ୍ଟର ପଏଣ୍ଟ ସଂଖ୍ୟା ୪ରେ ପହଞ୍ଚତ୍ଛି। ଅନ୍ୟପକ୍ଷରେ ଏଠାରୁ ପୂରା ୩ ପଏଣ୍ଟ ଆଶା କରୁଥିବା କେରଳକୁ ୧ ପଏଣ୍ଟରେ ସନ୍ତୁଷ୍ଟ ରହିବାକୁ ପଡ଼ିଛି। କେରଳର ସିତ୍ୟାସେନ ସିଂ ପାସ୍‌ ଅଫ୍‌ ଦି ମ୍ୟାଚ ଏବଂ ନର୍ଥଇଷ୍ଟର ଡିଲାନ ଫକ୍ସ ହିରୋ ଅଫ୍‌ ଦି ମ୍ୟାଚ ପୁରସ୍କାର ପାଇଥିଲେ।
ମ୍ୟାଚ ଆରମ୍ଭରୁ କେରଳ ପ୍ରାଧାନ୍ୟ ବିସ୍ତାର କରି ଖେଳିଥିଲା। ୫ମ ମିନିଟରେ ଡାହାଣ ପଟରୁ ସିତ୍ୟାସେନ ସିଂଙ୍କ ଫ୍ରି କିକ୍‌ ବକ୍ସ ମଧ୍ୟକୁ ଆସିଥିବାବେଳେ ସର୍ଗିଓ ସିଡୋଞ୍ଚା ଜମ୍ପକରି ହେଡ୍‌ ଜରିଆରେ ଏହାକୁ ଗୋଲରେ ପରିଣତ କରି କେରଳକୁ ଅଗ୍ରଣୀ ଦେଇଥିଲେ। ୪୫ତମ ମିନିଟରେ ବକ୍ସ ଏରିଆ ମଧ୍ୟରେ ନର୍ଥଇଷ୍ଟ ଖେଳାଳିଙ୍କ ବିପଜ୍ଜନକ ପ୍ରଦର୍ଶନ ପାଇଁ କେରଳକୁ ପେନାଲ୍ଟି ସୁଯୋଗ ମିଳିଥିଲା। ଗ୍ୟାରୀ ହୁପର କୌଣସି ଭୁଲ୍‌ ନ କରି ଏହାକୁ ଗୋଲରେ ପରିଣତ କରିବା ସହ କେରଳ ଅଗ୍ରଣୀକୁ ପ୍ରଥମାର୍ଦ୍ଧ ଶେଷସୁଦ୍ଧା ୨-୦ରେ ପହଞ୍ଚାଇ ଦେଇଥିଲେ। ଗୋଲ ପରିଶୋଧ ଲକ୍ଷ୍ୟରେ ଦ୍ୱିତୀୟାର୍ଦ୍ଧ ଆରମ୍ଭରୁ ନର୍ଥଇଷ୍ଟ ଆକ୍ରମଣକୁ ଜୋର୍‌ଦାର କରିଥିଲା। ୫୧ତମ ମିନିଟରେ କ୍ୱେସି ଆପିଆ ଗୋଟିଏ ଗୋଲ ପରିଶୋଧ କରିବାରୁ ମ୍ୟାଚରେ ରୋମାଞ୍ଚ ଆସିଥିଲା। ୬୫ତମ ମିନିଟରେ ନର୍ଥଇଷ୍ଟ ପାଇଁ ମ୍ୟାଚକୁ ସମାନ ସ୍ତରକୁ ଆଣିବାକୁ ସୁବର୍ଣ୍ଣ ସୁଯୋଗ ଆସିଥିଲା। ଗୋଲପୋଷ୍ଟ ବକ୍ସ ଏରିଆରେ ଆପିଆଙ୍କୁ କେରଳର ଜେସିଲ ଆଲାନ କାର୍ନେଇରୋ ଠେଲି ତଳେ ପକାଇ ଦେବାରୁ ନର୍ଥଇଷ୍ଟକୁ ପେନାଲ୍ଟି ମିଳିଥିଲା। ମାତ୍ର ଆପିଆଙ୍କ ଶଟ୍‌ ମିସ୍‌ ହୋଇଥିଲା। ସେ ଲଫ୍ଟ କର୍ନରରେ ବଲ୍‌ ମାରିବାକୁ ଉଦ୍ୟମ କରିଥିବାବେଳେ ତାହା ବାର୍‌ ଉପରେ ଚାଲି ଯାଇଥିଲା। ୯୦ତମ ମିନିଟରେ କେରଳ ୨-୧ରେ ଅଗ୍ରଣୀ ରହିଥିଲା। ମାତ୍ର ୫ ମିନିଟ ଇଞ୍ଜୁରି ଟାଇମ୍‌ ନର୍ଥଇଷ୍ଟ ପାଇଁ ଶୁଭ ସାବ୍ୟସ୍ତ ହୋଇଥିଲା। ୯୦+୧ ମିନିଟରେ ଗୁରଜିନ୍ଦରଙ୍କଠାରୁ ପାଇଥିବା ଲଙ୍ଗ୍‌ ପାସ୍‌କୁ ନିୟନ୍ତ୍ରଣକୁ ଆଣି ଇଦ୍ରିସା ସିଲା ଗୋଲ ଦେବାସହ ମ୍ୟାଚକୁ ସମାନ ସ୍ତରକୁ ନେଇ ଆସିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ବିରାଟ-ରୋହିତଙ୍କୁ ଟେଷ୍ଟରୁ ଅବସର ନେବାକୁ କରାଯାଇଥିଲା ବାଧ୍ୟ! ଏହି ଖେଳାଳିଙ୍କ ବୟାନ ପରେ କ୍ରିକେଟ ଜଗତରେ ଝଡ

ନୂଆଦିଲ୍ଲୀ,୩୧।୧୨: କ୍ରିକେଟର ଦୁଇ ବଡ ନାମ ବିରାଟ କୋହଲି ଏବଂ ରୋହିତ ଶର୍ମାଙ୍କ ହଠାତ୍‌ ଟେଷ୍ଟ କ୍ରିକେଟରୁ ଅବସରକୁ ନେଇ ଚର୍ଚ୍ଚା ପୁଣି ଥରେ ତୀବ୍ର...

ଆର୍‌ସିବିକୁ ବଡ଼ ଝଟ୍‌କା, ଏହି କାରଣରୁ ଖେଳିବେ ନାହିଁ…

ନୂଆଦିଲ୍ଲୀ, ୩୦।୧୨: ମହିଳା ପ୍ରିମିଅର୍ ଲିଗ୍ (WPL) ୨୦୨୬ ଆରମ୍ଭ ହେବାକୁ ମାତ୍ର କିଛି ଦିନ ବାକି ଥିବାବେଳେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗଲୁରୁ (RCB) ଟିମ୍‌କୁ...

ଟିମ୍‌ ଇଣ୍ଡିଆକୁ ଫେରିପାରନ୍ତି ମହମ୍ମଦ ସାମି: ବିଶ୍ୱକପ୍ ପୂର୍ବରୁ ବଦଳିପାରେ ଚୟନକର୍ତ୍ତାଙ୍କ ନିଷ୍ପତି

ମୁମ୍ବାଇ,୩୦।୧୨: ଅଭିଜ୍ଞ ଦ୍ରୁତ ବୋଲର ମହମ୍ମଦ ସାମିଙ୍କୁ ନେଇ ବିସିସିଆଇ ଚୟନକର୍ତ୍ତା ଏକ ବଡ଼ ନିଷ୍ପତ୍ତି ନେବାକୁ ଯାଉଛନ୍ତି। ଫିଟ୍‌ନେସ୍‌ ଏବଂ ବୟସକୁ ନେଇ ଚାଲିଥିବା...

ମୁଜାଗଡ଼ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ, ସାନକୋଦଣ୍ଡାକୁ ହରାଇ ବୋଇରାଣୀ ଚାମ୍ପିୟନ

ଭଞ୍ଜନଗର,୩୦।୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ମୁଜାଗଡ଼ରେ ଆଜକୁ ଏକ ସପ୍ତାହ ଧରି ଚାଲିଥିବା ମୁଜାଗଡ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ୍ ମଙ୍ଗଳବାର ସାନକୋଦଣ୍ଡା ଓ...

ଆଇସିସି ମହିଳା ର଼୍ୟାଙ୍କିଙ୍ଗରେ ଦୀପ୍ତି ନମ୍ବର ଓ୍ବାନ୍‌

ଦୁବାଇ, ୩୦ା୧୨: ଆଇସିସି ଅନ୍ତର୍ଜାତୀୟ ଟି୨୦ ପ୍ଲେୟର୍ସ ର଼୍ୟାଙ୍କିଙ୍ଗ ତାଲିକାରେ ଭାରତର ବିସ୍ଫୋରକ ଓପନର ଶେଫାଳୀ ବର୍ମା ୬ଷ୍ଠ ସ୍ଥାନକୁ ଉନ୍ନୀତ ହୋଇଛନ୍ତି। ଏହି ୨୧...

ଟି-୨୦ ବିଶ୍ୱକପରୁ ବାଦ୍‌ ପଡିଲେ ଏହି ୩ ଷ୍ଟାର ଖେଳାଳି, ଆଇପିଏଲ ନିଲାମରେ କୋଟି କୋଟି ଟଙ୍କା ମିଳି ମଧ୍ୟ…

ନୂଆଦିଲ୍ଲୀ,୩୦।୧୨: ୨୦୨୬ ଟି୨୦ ବିଶ୍ୱକପ ପାଇଁ ଇଂଲଣ୍ଡର ଦଳ ଘୋଷଣା କରାଯାଇଛି। ଇସିବି ଅସ୍ଥାୟୀ ଦଳ ପ୍ରକାଶ କରିଛି। ଦଳରେ ହ୍ୟାରି ବ୍ରୁକ (ଅଧିନାୟକ), ଜୋଫ୍ରା...

ବଲିଉଡ ଅଭିନେତ୍ରୀଙ୍କ ବିସ୍ଫୋରକ ବୟାନ, ବିବାହିତ ସୂରିୟାଙ୍କୁ ନେଇ ଚର୍ଚ୍ଚା

ମୁମ୍ବାଇ,୩୦।୧୨: ଭାରତୀୟ ଟି-୨୦ କ୍ରିକେଟ ଦଳର ଅଧିନାୟକ ସୂର୍ଯ୍ୟକୁମାର ଯାଦବଙ୍କୁ ନେଇ ଚାଞ୍ଚଲ୍ୟକର ଦାବି କରିଛନ୍ତି ବଲିଉଡ ଅଭିନେତ୍ରୀ। ପୂର୍ବରୁ ଅନେକ ଅଭିନେତ୍ରୀଙ୍କ ସହିତ କ୍ରିକେଟରଙ୍କ...

୨୦୨୬ ଟି-୨୦ ବିଶ୍ୱକପ ପାଇଁ ଦଳ ଘୋଷଣା କଲା ଇଂଲଣ୍ଡ, ଜାଣନ୍ତୁ କାହାକୁ ମିଳିଲା ସ୍ଥାନ

ନୂଆଦିଲ୍ଲୀ,୩୦।୧୨: ଇଂଲଣ୍ଡ ଏବଂ ୱେଲ୍ସ କ୍ରିକେଟ ବୋର୍ଡ (ECB) ଭାରତରେ ହେବାକୁ ଥିବା ୨୦୨୬ ଟି-୨୦ ବିଶ୍ୱକପ ପାଇଁ ଏହାର ଦଳ ଘୋଷଣା କରିଛି। ଆଶ୍ଚର୍ଯ୍ୟଜନକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri