ଅଡୁଆରେ ସୁଭଦ୍ରା ହିତାଧିକାରୀ, ଆଧାର ଲିଙ୍କ୍ କରୁ କରୁ ବ୍ୟଙ୍କ ଖାତରୁ ଟଙ୍କା ଗାଏବ

କେନ୍ଦୁଝର,୧୧ା୧୦(ନରେଶ ଚନ୍ଦ୍ର ପଟ୍ଟନାୟକ): ସୁଭଦ୍ରା ଯୋଜନା ମହିଳାଙ୍କ ପାଇଁ ଖୁସି ଆଣିଲା, କିନ୍ତୁ କିଛି ହିତାଧିକାରୀ ସୁଭଦ୍ରା ଯୋଜନାରେ ଅର୍ଥ ପାଇବାକୁ ଯାଇ ଏବେ ଅଡୁଆରେ। ଆଧାର ସହିତ ମୋବାଇଲ ନମ୍ବର ଯୋଡିବାକୁ ଯାଇ ହୋଇଛନ୍ତି ଠକାମୀର ଶିକାର, ଆଧାର କେନ୍ଦ୍ରରେ ମୋବାଇଲ ନମ୍ବର ସଂଯୋଗ କରିବା ଲାଗି ଟିପ ଚି଼ହ୍ନ ଦେଲା ବେଳକୁ ବ୍ୟଙ୍କ ଖାତାରେ ଥିବା ନିଜର ସଞ୍ଚିତ ଅର୍ଥ ହଡପ ହୋଇଛି। ଜଣେ କି ଦୁଇଜଣ ନୁହଁ ପ୍ରାୟ ୨୦ରୁ ୨୫ ଜଣ ମହିଳାଙ୍କ ବ୍ୟଙ୍କ ଖାତରୁ ଗାଏବ ହୋଇଛି ସଞ୍ଚିତ ଅର୍ଥ। ଏପରି ଘଟଣା ଘଟିଛି କେନ୍ଦୁଝର ଜିଲା ତେଲକୋଇ ଥାନା ର ଉପାନ୍ତ ବେଣାମୁଣ୍ଡା ଅଞ୍ଚଳରେ.ଆଉ ମାମଲା ଏବେ ଥାନାରେ।

ସୁଭଦ୍ରା ଯୋଜନା ପାଇଁ ମୋବାଇଲ ନମ୍ବରକୁ ଆଧାର ସହିତ ସଂଯୋଗ କରିବାକୁ ବେଣାମୁଣ୍ଡା ଠାରେ ଥିବା ମିତେଶ କୁମାର ନାୟକଙ୍କ ଜନସେବା କେନ୍ଦ୍ରକୁ ବେଣାମୁଣ୍ଡା ଓ ଗଳଦା ଗ୍ରାମର କିଛି ମହିଳା ଯାଈଥିଲେ। ସେଠାରେ ଜଣେ ଯୁବକ ଆଧାର ସହିତ ମୋବାଇଲ ନମ୍ବରକୁ ସଂଯୋଗ ସଂଯୋଗ କରିବା ବେଳେ ମହିଳାଙ୍କ ଠାରୁ ଏଥେଣ୍ଟିକେସନ ପାଇଁ ଓଟିଜିରେ ଟିପ ଚି଼ହ୍ନ ନେଇଥିଲେ।

ମହିଳାମାନେ ଆଧାର ସଂଯୋଗ ପାଇଁ ଟିପ ଚି଼ହ୍ନ ଦେଇ ଘରକୁ ଫେରିଥିଲେ, ତେବେ ଧୀରେ ଧୀରେ ମହିଳା ମାନଙ୍କ ବ୍ୟଙ୍କ ଖାତାରେ ଥିବା ସଂଚିତ ଅର୍ଥ ଗାଏବ ହୋଇଯାଇଥିଲା, ବେଣାମୁଣ୍ଡା ଗ୍ରାମର ତ୍ରିଲୋଚନ ସାହୁଙ୍କ ସ୍ତ୍ରୀ’ ସତ୍ୟଭାମା ସାହଙ୍କ ବ୍ୟଙ୍କ ଖାତରୁ ଗତ ୪ ତାରିଖ ୧୦ ହଜାର ଓ ୬ ତାରିଖ ୧୦ ହଜାର ଉଠିଥିବା ମୋବାଇଲକୁ ମେସେଜ ଆସିଥିଲା, ଟଙ୍କା ବ୍ୟଙ୍କ ଖାତରୁ ଉଠିଥିବା ଜାଣି ବ୍ୟଙ୍କକୁ ଯାଇ ଖୋଳତାଡ଼ କରିବା ପରେ ଆଧାର କେନ୍ଦ୍ର ରେ ଟିପ ଚି଼ହ୍ନ ଦେବା ଯୋଗୁଁ ତାଙ୍କ ଟଙ୍କା ଉଠାଯାଇଥିବା ଜାଣିବାକୁ ପାଇଥିଲେ ବୋଲି କହିଛନ୍ତି।

ସେହିପରି ଗଳଦା ଗ୍ରାମର ସ୍ନେହଲତା ବାକସିଂ, ଭବାନୀ ପାତ୍ର, ୟୋତିର୍ମୟୀ ଦେହୁରୀ, ସଂଯୁକ୍ତା ଜେନା ଙ୍କର ମଧ୍ୟ ସମାନ ଢଙ୍ଗରେ ଉକ୍ତ ଆଧାର କେନ୍ଦ୍ର ରେ ଟିପ ଦେଲା ପରେ ଟଙ୍କା ହଡପ ହୋଇଥିବା ଜଣାପଡିଛି, ସଂଯୁକ୍ତା ଜେନା ଜଣେ ଅଙ୍ଗନବାର୍ଡି କେନ୍ଦ୍ର ରେ ସହାୟିକା ଭାବେ କାର୍ଯ୍ୟ କରନ୍ତି ତାଙ୍କ ବ୍ୟଙ୍କ ଜମା ଖାତରୁ ଦୁଇଟି ପର୍ଯ୍ୟାୟରେ ୧୦ ହଜାର ଟଙ୍କାରୁ ଉର୍ଦ୍ଧ ହଡପ ହୋଇଛି।

ତେବେ ଅର୍ଥ ହଡପକୁ ଆଧାର କେନ୍ଦ୍ର କରିଥିବା ଅଭିଯୁକ୍ତ ଯୁବକ ଖଣ୍ଡନ କରିଥିବା ବେଳେ ଅନ୍ୟଜଣଙ୍କ ଠାରୁ ଆଧାର କେନ୍ଦ୍ରରେ ୟୁଜର ଆଇଡି ଆଣି ଆଧାର କେନ୍ଦ୍ର କରିଥିଲେ, ଯାହାଫଳରେ ଏପରି ହୋଇଛି ଵୋଲି ସେ ପ୍ରକାଶ କରିଛନ୍ତି। ଏ ଘଟଣାକୁ ନେଇ ତେଲକୋଇ ଥାନାରେ ଅଭିଯୋଗ ହୋଇଛି ଓ ଅଭିଯୋଗ ପରେ ତଦନ୍ତ କରୁଛି ପୋଲିସ।

ଏନେଇ ଥାନା ଅଧିକାରୀ ସୁଶାନ୍ତ ପରିଡ଼ା କହିଛନ୍ତି ଯେ, ‘ଘଟଣାକୁ ନେଇ ଅଭିଯୋଗ ମିଳିବା ପରେ ଡାଟା ମଗାଯାଇଛି। ଆଧାର କେନ୍ଦ୍ରର ଯୁବକ ଅଭିଯୋଗକୁ ଅସ୍ବୀକାର କରିଛନ୍ତି। ତେବେ ଗୋଟିଏ ଗୋଟିଏ ଆଇଡି ଓ ପାସ ୱାର୍ଡରେ ବହୁ ବ୍ୟକ୍ତି ଏହି କାମ କରୁଥିବାରୁ କେହି ଏଭଳି ଲୋକଙ୍କ ସରଳତାର ସୁଯୋଗ ନେଇ ଅର୍ଥ ହେରଫେର କରିଥିବା ଆଶଙ୍କା କରାଯାଉଛି। ତେବେ ତଦନ୍ତ ହେଲେ ସବୁ ଜଣା ପଡ଼ିବ ବୋଲି ମତ ପ୍ରକାଶ ପାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଡେବ୍ୟୁ ମ୍ୟାଚରେ କମାଲ କଲେ କୁପର କନୋଲି; ଗୁଜରାଟ ମୁହଁରୁ ବିଜୟ ଛଡ଼ାଇ ଆଣିଲା ପଞ୍ଜାବ

ନୂଆଦିଲ୍ଲୀ,୩୧।୩: ଆଇପିଏଲ୍‌ ୨୦୨୫ର ଉପବିଜେତା ପଞ୍ଜାବ କିଙ୍ଗସ ନୂଆ ସିଜନ୍‌ରେ ନିଜର ବିଜୟ ଯାତ୍ରା ଆରମ୍ଭ କରିଛି। ଶ୍ରେୟସ ଆୟରଙ୍କ ନେତୃତ୍ୱାଧୀନ ପଞ୍ଜାବ ଟିମ ଏକ କଡ଼ା…

ପେଟ୍ରୋଲ, ଡିଜେଲ, ଗ୍ୟାସ ଅଭାବକୁ ନେଇ ବଡ଼ କଥା କହିଦେଲେ ମୁଖ୍ୟମନ୍ତ୍ରୀ, ରାଜ୍ୟବାସୀ…

ଭୁବନେଶ୍ୱର, ୩୧।୩: ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ସମ୍ଭାବ୍ୟ ପ୍ରଭାବକୁ ନେଇ ଓଡ଼ିଶା ସରକାର ସମ୍ପୂର୍ଣ୍ଣ ସଜାଗ ଅଛନ୍ତି। ବିଧାନସଭାରେ ବ୍ୟୟ ମଞ୍ଜୁରୀ ବିଲ…

ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା, ୪ ଗିରଫ

ସୁନ୍ଦରଗଡ଼, ୩୧।୩(ଜୟନାରାୟଣ ମେଣ୍ଡୁଳି)-ବର୍ତ୍ତମାନର ବିଜ୍ଞାନ ଯୁଗରେ ମଧ୍ୟ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲାରେ ଲୋକଙ୍କ ମଧ୍ୟରେ ଅନ୍ଧବିଶ୍ୱାସ ଭରି ରହିଛି। ଏହି ଅନ୍ଧବିଶ୍ବାସ ଯୋଗୁ ସୋମବାର ରାତିରେ…

ଟ୍ରମ୍ପଙ୍କ ଚେତାବନୀ…’ତେଲ ଦରକାର ତ ଆମଠୁ କିଣ, ନଚେତ୍ ହର୍ମୁଜ୍‌କୁ ନିଜେ ଦଖଲ କର’

ୱାଶିଂଟନ,୩୧।୩: ଇରାନ ଯୁଦ୍ଧ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜର ସହଯୋଗୀ ଦେଶମାନଙ୍କ ଉପରେ ବର୍ଷିଛନ୍ତି। ଯୁଦ୍ଧରେ ବ୍ୟାକଫୁଟକୁ ଯିବା ପରେ ରାଗିଯାଇ ଟ୍ରମ୍ପ ନିଜର…

ରାସ୍ତାରେ ଷଣ୍ଢକୁ ଧକ୍କା ଦେଇ ଗଛରେ ପିଟଥିଲେ ବାଇକ୍‌ , ଚାଲିଗଲା ଜୀବନ ଦୁର୍ଘଟଣାରେ ବାଇକ ଚାଳକକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଗାଁ ଛକରେ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢେ ୪ଟାରେ ଦୁର୍ଘଟଣାରେ ଜଣେ ଯୁବକଙ୍କ…

୩୦ ବର୍ଷ ସରକାରୀ ସେବା ନିୟମିତ ନ ହୋଇ ଅବସର ନେଲେ ଟୁନା ଜେନା

ଭଞ୍ଜନଗର,୩୧।୩(ବାବୁଲା ପ୍ରଧାନ): ତ୍ରୁଟିପୂର୍ଣ୍ଣ ସରକାରୀ ବିଧି ବ୍ୟବସ୍ଥା ଭିତରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ୩୦ ବର୍ଷ ସରକାରୀ ସେବା ଯୋଗାଇଥିଲେ ମଧ୍ୟ ନିୟମିତ କର୍ମଚାରୀ ମାନ୍ୟତା…

IAS ସ୍ତରରେ ଛୋଟ ଅଦଳବଦଳ: ଭାସ୍କର ଜ୍ୟୋତି ଶର୍ମାଙ୍କୁ ମିଳିଲା…

ଭୁବନେଶ୍ୱର,୩୧।୩: IAS ସ୍ତରରେ ଛୋଟ ଅଦଳବଦଳ କଲେ ରାଜ୍ୟ ସରକାର। ଭାସ୍କର ଜ୍ୟୋତି ଶର୍ମାଙ୍କୁ ଜଙ୍ଗଲ ଓ ପରିବେଶ ବିଭାଗ ପ୍ରମୁଖ ସଚିବ ଦାୟିତ୍ୱ ଦିଆଯାଇଥିବା ବେଳେ…

ଚାଉଳ ନପାଇ ଫେରି ଯାଉଛନ୍ତି ଲୋକେ: ସାନଖେମୁଣ୍ଡିରେ ଖାଉଟିଙ୍କୁ ଚାଉଳ ଯୋଗାଣରେ ଅବ୍ୟବସ୍ଥା ..

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଗ୍ରାମାଞ୍ଚଳମାନଙ୍କରେ ଖାଦ୍ୟ ଯୋଗାଣ ବିଭାଗ ପକ୍ଷରୁ ଖାଉଟିଙ୍କୁ ଚାଉଳ ଯୋଗାଣରେ ଅବ୍ୟବସ୍ଥା ନେଇ ସିଙ୍ଗପୁର ପଞ୍ଚାୟତ ସରପଞ୍ଚ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri