ଓଭୋ ଫାର୍ମ ପକ୍ଷରୁ କେନ୍‌କୋ ଏଗ୍‌ଷ୍ଟ୍ରା ଆଉଟ୍‌ଲେଟ୍‌

ଭୁବନେଶ୍ୱର,୨୪।୩(ଅନୁରାଧା ମହାରଣା): ଓଭୋ ଫାର୍ମ ପକ୍ଷରୁ କେନ୍‌କୋ ଏଗ୍‌ଷ୍ଟ୍ରା ଦ୍ୱିତୀୟ ଆଉଟ୍‌ଲେଟ୍‌ ଖୋଲାଯାଇଛି। ସୂର୍ଯ୍ୟନଗରସ୍ଥିତ ଶର୍ମା ଷ୍ଟ୍ରିଟ୍‌ରେ ଶନିବାର ଏହି ଆଉଟ୍‌ଲେଟର ଉଦ୍‌ଘାଟନ କରାଯାଇଛି। ଏଠାରେ ହାଇପ୍ରୋ, ଇମ୍ୟୁନୋ ଏବଂ ବ୍ରାଉନ ଆଦି ପ୍ରକାରର ଅଣ୍ଡା ଉପଲବ୍ଧ ହେବ। ତେବେ ଏହି ଅଣ୍ଡାର ବିଶେଷତ୍ୱ ହେଉଛି ପ୍ରତି ଟ୍ରେରେ ସମାନ ଓଜନର ଅଣ୍ଡା ରହୁଛି। ଅଣ୍ଡାଗୁଡ଼ିକର ପ୍ୟାକେଜିଂ ଏପରି କରାଯାଇଛି ଗ୍ରାହକ ଦୂରଦୂରାନ୍ତ ପର୍ଯ୍ୟନ୍ତ ସୁବିଧାରେ ନେବାଆଣିବା କରିପାରିବେ। ପ୍ରତି ଅଣ୍ଡାରେ ଉତ୍ପାଦନ ତାରିଖ ଏବଂ ବ୍ୟବହାର କରିବାର ଅବଧି ଉଲ୍ଲେଖ ରହୁଛି। ଗ୍ରାହକଙ୍କୁ ତାଜା, ପୌଷ୍ଟିକ ଏବଂ ସ୍ବଚ୍ଛ ଅଣ୍ଡା ଯୋଗାଇବା ଲକ୍ଷ୍ୟରେ ଏହି ଆଉଟ୍‌ଲେଟ୍‌ ଖୋଲଯାଇଥିବା ଓଭୋ ଫାର୍ମର ପରିଚାଳନା ନିର୍ଦ୍ଦେଶକ ସୌମେନ୍ଦ୍ର ମିଶ୍ର କହିଛନ୍ତି। ପୂର୍ବ ଭାରତରେ ବୃହତ୍ତମ ଅଣ୍ଡା ଉତ୍ପାଦନକାରୀ ଫାର୍ମ ଭାବେ ଉଭାହୋଇଥିବା ବଲାଙ୍ଗୀରର ଓଭୋ ଫାର୍ମ ଉତ୍ତମ ଜ୍ଞାନକୌଶଳ ମାଧ୍ୟମରେ ଗ୍ରାହକଙ୍କ ବିଶ୍ୱାସଭାଜନ ହୋଇପାରିଥିବା ସେ କହିଛନ୍ତି। ଭୁବନେଶ୍ୱର ଶହୀନନଗର ଅନ୍ୟାନ୍ୟ ଅଞ୍ଚଳରେ ଆଉଟ୍‌ଲେଟ୍‌ ଖୋଲିବା ପାଇଁ ଯୋଜନା ରହିଥିବା ମିଶ୍ର କହିଛନ୍ତି।
ସ୍ବତନ୍ତ୍ର ଅବସରରେ ଆଉଟ୍‌ଲେଟ୍‌ରେ ଗ୍ରାହକଙ୍କୁ ସ୍ବତନ୍ତ୍ର ଅଫର ପ୍ରଦାନ କରାଯିବ ବୋଲି ଫାଇନାନ୍ସ ହେଡ୍‌ ସଞ୍ଜୟ ପରିଡ଼ା କହିଛନ୍ତି। ମାର୍କେଟ୍‌ରେ ମିଳୁଥିବା ଅଣ୍ଡା ତୁଳନାରେ ଏଠାରେ ବଡ଼ ଆକାରର ଅଣ୍ଡା ମିଳିବ। ଏହାସହ ଷ୍ଟୋରରେ ଅଣ୍ଡା ବ୍ୟତୀତ ଦୁଗ୍ଧଜାତ ଦ୍ରବ୍ୟ, ଫ୍ରୋଜେନ୍‌ ଫୁଡ୍‌, ବେକେରୀ ଆଇଟମ୍‌, ହେଲ୍‌ଥ ଡ୍ରିଙ୍କସ୍‌ ମଧ୍ୟ ଗ୍ରାହକ ପାଇପାରିବେ ବୋଲି ସେ ସୂଚନା ଦେଇଛନ୍ତି। ସେହିପରି ଗ୍ରାହକଙ୍କ ପାଇଁ ନିଃଶୁଳ୍କ ଡେଲିଭରି ସେବା ମଧ୍ୟ ପ୍ରଦାନ କରାଯିବ। ଓଭୋ ଫାର୍ମର ସହ ପ୍ରତିଷ୍ଠାତା ସମରେନ୍ଦ୍ର ମିଶ୍ର ଏବଂ ପରିଚାଳନା ନିର୍ଦ୍ଦେଶକ ସୌମେନ୍ଦ୍ର ମିଶ୍ରଙ୍କ ଉଦ୍ୟମରେ ଗ୍ରାହକଙ୍କ ପାଖରେ ଏକ ସ୍ବାସ୍ଥ୍ୟକର ଖାଦ୍ୟ ପହଞ୍ଚାଇବା ସହିତ ୩୦୦ରୁ ଅଧିକ କର୍ମନିଯୁକ୍ତି ସୃଷ୍ଟି ହୋଇଥିବା ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଖଣ୍ଡପଡାରେ ପଲଟିବ ସମୀକରଣ, ଜଣାପଡିଲା କାହାକୁ ସମର୍ଥନ କରିବେ ସୌମ୍ୟ

ଭୁବନେଶ୍ୱର,୯।୫: ରାଜ୍ୟରେ ପାରଦ ଯେତିକି ଉପରମୁହାଁ ହେଉଛି ରାଜ୍ୟ ରାଜନୀତିର ପାଣିପାଗ ଦିନକୁ ଦିନ ତତଲା ହେବାରେ ଲାଗିଛି। ଓଡିଶାରେ ମତଦାନକୁ ଆଉ ୩ଦିନ ବାକି...

ବିଶ୍ୱ ଗଣମାଧ୍ୟମ ସ୍ବାଧୀନତା ସୂଚକାଙ୍କରେ ଭାରତର ସ୍ଥାନ ୧୬୧

ସମ୍ବଲପୁର, ୯ା୫(ପ୍ରମୋଦ ବହିଦାର)ଓଡିଶାର ସାମ୍ବାଦିକମାନଙ୍କ ପାଇଁ ସମସ୍ତ ବ୍ୟବସ୍ଥା କରିବାକୁ କେନ୍ଦ୍ରମନ୍ତ୍ରୀ ତଥା ସମ୍ବଲପୁର ଲୋକ ସଭା ଭାଜପା ପ୍ରାର୍ଥୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପ୍ରତିଶ୍ରୁତିକୁ ଧୂଆଁବାଣ...

ବସୁଧା ଯୋଜନା ବାଟବଣା

ନୂଆପଡ଼ା,୯ା୫ (ମକାରୁ ବେମାଲ)ନୂଆପଡା ଜିଲା କୋମନା ବ୍ଲକ ଅନ୍ତର୍ଗତ ସିଆଲଲଟି ପଞ୍ଚାୟତ କରଙ୍ଗାଭଟା ଗାଁରେ ଉତ୍କଟ ଜଳ ସଙ୍କଟ ଦେଖାଦେଇଛି। ପ୍ରବଳ ଗ୍ରୀଷ୍ମ ପ୍ରବାହ ଯୋଗୁ...

ଆଜି ଓଡ଼ିଶା ଆସୁଛନ୍ତି ନୀତିନ ଗଡ଼କରୀ

ଭୁବନେଶ୍ୱର,୯।୫: ନିର୍ବାଚନ ଯେତିକି ପାଖେଇ ଆସୁଛି କେନ୍ଦ୍ରୀୟ ନେତୃତ୍ୱ ଓଡିଶାରେ ଡେରା ପକେଇବାରେ ଲାଗିଛନ୍ତି। ରାଜ୍ୟରେ ମତଦାନ ତାରିଖ ପାଖେଇ ଆସୁଥିବା ବେଳେ ପ୍ରଚାରର ରଙ୍ଗ...

ଅକ୍ଷୟ ତୃତୀୟା ଉପଲକ୍ଷେ ସ୍ମାଇଲ ଗୋଲ୍ଡର ବମ୍ପର ଅଫର, ଆକର୍ଷଣୀୟ ରିହାତି ଘୋଷଣା

ଭୁବନେଶ୍ୱର,୯।୫: ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଭୁବନେଶ୍ୱରର ଶହୀଦନଗରସ୍ଥିତ ସ୍ମାଇଲ ଗୋଲ୍ଡ ଜୁଏଲର୍ସ ପକ୍ଷରୁ ‘ବମ୍ପର ଅଫର’ ସମ୍ପର୍କରେ ଘୋଷଣା କରାଯାଇଛି। ଚଳିତ ବର୍ଷର...

ଆଜି କନ୍ଧମାଳ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କରିବେ ନିର୍ବାଚନୀ ପ୍ରଚାର

ଭୁବନେଶ୍ୱର,୯।୫: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାର କନ୍ଧମାଳ ଜିଲା ଗସ୍ତରେ ଯିବେ। ସେଠାରେ ମୁଖ୍ୟମନ୍ତ୍ରୀ ନିର୍ବାଚନୀ ସଭାରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ଅପରାହ୍ନ ପ୍ରାୟ...

ରୁଚି ଫୁଡ୍‌ଲାଇନର ନୂତନ ଟିଭିସି ଲୋକାର୍ପିତ

ଭୁବନେଶ୍ୱର,୯।୫ (ଅଭୟ ଦାଶ): ରାଜ୍ୟର ଅଗ୍ରଣୀ ଘରୋଇ ସଂସ୍ଥା ‘ରୁଚି ଫୁଡ୍‌ଲାଇନ୍‌’ର ବହୁ ପ୍ରତୀକ୍ଷିତ ତଥା ଜନସଚେତନତାମୂଳକ ବାର୍ତ୍ତା ସମ୍ବଳିତ ନୂଆ ଟିଭି ବିଜ୍ଞାପନ ବା...

ପଳାଶୁଣି ଫୁଟ ଓଭରବ୍ରିଜ୍‌ ହେଉନି, ଜୀବନ ଯାଉଛି

ଭୁବନେଶ୍ୱର,୯।୫(ସୂର୍ଯ୍ୟକାନ୍ତ ବେହେରା)ରାଜଧାନୀର ପଳାଶୁଣି ଛକ ଦୁର୍ଘଟଣାର ହଟସ୍ପଟ ପାଲଟିଛି। ଫୁଟ୍‌ ଓଭରବ୍ରିଜ୍‌ ନ ଥିବାରୁ ରାସ୍ତା ପାରି ହେବା, ବେପରୁଆ ଗାଡ଼ି ଚାଳନା ଏବଂ ପାର୍କିଂ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri