୮ ବର୍ଷ ପରେ କେନ୍ଦ୍ରୀୟ ବିଦ୍ୟାଳୟ ପାଳିଲା ବାର୍ଷିକ ଉତ୍ସବ : ଉପ ଜିଲାପାଳ କହିଲେ…

ଭଞ୍ଜନଗର,୨୦।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କେନ୍ଦ୍ରୀୟ ବିଦ୍ୟାଳୟ ଦୀର୍ଘ ୮ ବର୍ଷ ପରେ ଶନିବାର ସନ୍ଧ୍ୟାରେ ତ ବାର୍ଷିକ ଉତ୍ସବ ପାଳନ କରିଛି। ୨୦୧୭ ମସିହାରେ ଶେଷ ଥର ପାଇଁ ବାର୍ଷିକ ଉତ୍ସବ ହୋଇଥିଲା। ପରବର୍ତ୍ତୀ ପର୍ଯ୍ୟାୟରେ କରୋନା ସମେତ ଅନ୍ୟାନ୍ୟ କାରଣ ଯୋଗୁ ବାର୍ଷିକ ଉତ୍ସବ ପାଳନ ହୋଇପାରି ନ ଥିଲା । କେବଳ ବାର୍ଷିକ କ୍ରୀଡ଼ା ପ୍ରତିଯୋଗିତା ହେଉଥିଲା। ୮ ବର୍ଷ ପରେ ଶନିବାର ସନ୍ଧ୍ୟାରେ
ସ୍ଥାନୀୟ ଚକାଡୋଳା ରିସର୍ଟରେ ବାର୍ଷିକ ଉତ୍ସବ ପାଳନ ହୋଇଥିଲା। ଭଞ୍ଜନଗର ଉପ ଜିଲାପାଳ ଉମା ଶଙ୍କର ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଥିଲେ। ଏହି ଅବସରରେ ସେ କହିଥିଲେ ଯେ, ଛାତ୍ରୀଛାତ୍ରମାନେ ସର୍ବଦା ଧର୍ଯ୍ୟ ରଖନ୍ତୁ, ଭୁଲ ହେଲେ ଧର୍ଯ୍ୟ ହରା ହେବା ନାହିଁ, ଚେଷ୍ଟା ଜାରି ରଖିଲେ ସଫଳତା ନିଶ୍ଚିତ ମିଳିବ। କେନ୍ଦ୍ରୀୟ ବିଦ୍ୟାଳୟ ନୂତନ କୋଠା କାମ ତୁରନ୍ତ ଆରମ୍ଭ ହେବ। ଯୁକ୍ତ ୨ ଚଳିତ ବର୍ଷ ଖୋଲିବା ପାଇଁ ପଦକ୍ଷେପ ନିଆଯାଇଛି ବୋଲି ଉପ ଜିଲାପାଳ କହିଥିଲେ। ଏଥିସହ ସେ କହିଥିଲେ ଯେ, ଭଲ ମଣିଟିଏ ହୁଅନ୍ତୁ। ନିଜର ଆଚାର ବ୍ୟବହାର ଭଲ କରିବା। ଅଭିଭାବକ ମାନେ ନିଜ ଛୁଆ ଉପରେ ଭବିଷ୍ୟତ ଗଢ଼ିବା ପାଇଁ ଚାପ ପକାନ୍ତୁ ନାହିଁ। ଛାତ୍ରୀଛାତ୍ର ମାନେ ନିଜ ଭବିଷ୍ୟତ ନିଜେ ବାଛନ୍ତୁ । ଏଥିପ୍ରତି ଅଭିଭାବକ ମାନେ ସଚେତନ ହେବାକୁ ଉପ ଜିଲାପାଳ ବେହେରା ଉପସ୍ଥିତ ଅଭିଭାବକଙ୍କୁ ଆହ୍ବାନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ଶିକ୍ଷକ ଶିକ୍ଷା ମହାବିଦ୍ୟାଳୟ ଅଧକ୍ଷ ଡ. ଦିଲ୍ଲୀପ କୁମାର ଖୁଣ୍ଟିଆ ସମ୍ମାନୀତ ଅତିଥି ଭାବେ ଯୋଗଦେଇ ଛାତ୍ରୀଛାତ୍ର ମାନଙ୍କ ମଧ୍ୟରେ ସଂସ୍କାର ଲୋଡା ବୋଲି କହିଥିଲେ। ଏଥିସହ ସେ କହିଥିଲେ ଛାତ୍ରୀଛାତ୍ର, ଶିକ୍ଷକ, ସମାଜ ଏବଂ ଅଭିଭାବକ ମଧ୍ୟରେ ସମନ୍ବୟ ରହିଲେ। ଗୁଣାତ୍ମକ ତଥା ସଂସ୍କାର ମୂଳକ ଶିକ୍ଷାର ବିକାଶ ହୋଇପାରିବ । ଶିକ୍ଷା ଭାରତୀୟ ଜ୍ଞାନ ପରମ୍ପରା ଭିତ୍ତିକ ହେବା ଦରକାର ବୋଲି ସେ କହିଥିଲେ । ବିଦ୍ୟାଳୟ ଅଧକ୍ଷ ପ୍ରଦୀପ କମାନୁ ସଭାରେ ଅଧ୍ୟକ୍ଷତା କରିଥିଲେ। ବିଦ୍ୟାଳୟର ଛାତ୍ରୀଛାତ୍ର୍‌ମାନେ କ୍ରୀଡ଼ା ଏବଂ ଶିକ୍ଷା କ୍ଷେତ୍ରରେ ବହୁ ଆଗକୁ ବଢିଛନ୍ତି । ଯାହା ଆମ ପାଇଁ ଗର୍ବର ବିଷୟ ବୋଲି ଅଧକ୍ଷ କହିଥିଲେ। ଛାତ୍ରୀ ସମ୍ୟଶ୍ରି ଚଇନି, ବୈଶାଳୀ ପ୍ରିୟଦର୍ଶିନୀ ଦାସ, ସାଇ ଜଗତ୍‌ ଜନନୀ ପାଳ, ସୁପ୍ରିୟା ମଲ୍ଲିକ ସଭାକୁ ସଂଯୋଜନା କରିଥିଲେ।
ଶିକ୍ଷକ ଜ୍ୟୋତି ପ୍ରକାଶ ସାହୁ ଧନ୍ୟବାଦ ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମକୁ ପରିଚାଳନା କରିବାରେ ବିଦ୍ୟାଳୟର ସମସ୍ତ ଶିକ୍ଷକ, ଶିକ୍ଷୟତ୍ରୀ, କର୍ମଚାରୀ ସହଯୋଗ କରିଥିଲେ।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

କୋସଲୀ ସାଂସ୍କୃତିକ ମହୋତ୍ସବ ଆରମ୍ଭ

ନୂଆପଡ଼ା,୨୦ା୧୨ (ମକାରୁ ବେମାଲ): ନୂଆପଡ଼ା ପୋଲିସ ପଡ଼ିଆ ରଙ୍ଗମଞ୍ଚଠାରେ କୋସଲୀ ସାଂସ୍କୃତିକ ମହୋତ୍ସବ ଉଦ୍‌ଘାଟିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ସୁରଜିତସିଂ ମହାରଥାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍‌ଘାଟନୀ...

ଶୀତରେ ଥରୁଛି କଳାହାଣ୍ଡି

ଭବାନୀପାଟଣା,୨୦ା୧୨(ଉତ୍ତମ କୁମାର ଦାଶ)- ସାରା ରାଜ୍ୟରେ ଶୀତର ପ୍ରକୋପ ଜାରି ରହିଛି। ଆହୁରି ସପ୍ତାହେ ଧରି ଏଭଳି ସ୍ଥିତି ଜାରି ରହିବ ବୋଲି ପାଣିପାଗ ବିଭାଗ...

ଆଶେସ ବିଜୟ ଲକ୍ଷ୍ୟରେ ଅଷ୍ଟ୍ରେଲିଆ

ଆଡିଲେଡ୍‌,୨୦ା୧୨: ଇଂଲଣ୍ଡର ଦ୍ୱିତୀୟ ଇନିଂସରେ ବିପର୍ଯ୍ୟୟ ପରେ ଅଷ୍ଟ୍ରେଲିଆ ଆଶେସ ସିରିଜ ବିଜୟ ପଥରେ ଅଗ୍ରସର ହେଉଛି। ନାଥାନ ଲିଅନ ଇଂଲଣ୍ଡର ୩ଟି ଉଇକେଟର ପତନ...

୩ ଜିଲାକୁ ଘନ କୁହୁଡ଼ି ଓ୍ବାର୍ନିଂ: ୭ଦିନ ଯାଏଁ…ଜି. ଉଦୟଗିରିରେ…

ଭୁବନେଶ୍ୱର, ୨୦ା୧୨(ବନ୍ଦନା ସେଠୀ) – ସାରା ରାଜ୍ୟରେ ଶୀତ ଲହରି ଜନଜୀବନକୁ ପ୍ରଭାବିତ କରୁଛି। ପାରଦ ତଳମୁହଁା ରହିଥିବାବେଳେ କେତେକ ଜିଲାରେ ଘନ କୁହୁଡ଼ି ଦେଖିବାକୁ...

ନୋରା ଫତେହିଙ୍କ କାର ଦୁର୍ଘଟଣା: ମଦ୍ୟପ ଚାଳକଙ୍କ ଧକ୍କାରେ…

ମୁମ୍ବାଇ,୨୦।୧୨: ଲୋକପ୍ରିୟ ବଲିଉଡ ଅଭିନେତ୍ରୀ ତଥା ନୃତ୍ୟଶିଳ୍ପୀ ନୋରା ଫତେହି ଶନିବାର ମୁମ୍ବାଇରେ ଏକ ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ବିଶ୍ୱପ୍ରସିଦ୍ଧ ମ୍ୟୁଜିକ୍ ପ୍ରୋଗ୍ରାମ ‘ସୁନବର୍ଣ୍ଣ...

ଇସ୍ରୋର ବଡ଼ ପଦକ୍ଷେପ: ଗଗନୟାନ ମିଶନ ପାଇଁ ସଫଳ ହେଲା ପାରାଚ୍ୟୁଟ୍‌ ପରୀକ୍ଷା

ନୂଆଦିଲ୍ଲୀ,୨୦ା୧୨: ମହାକାଶକୁ ଭାରତର ପ୍ରଥମ ମାନବ ପ୍ରେରଣ ଦିଗରେ ଶନିବାର ଆଉ ଏକ ବଡ଼ ପଦକ୍ଷେପ ସଫଳ ହୋଇଛି। ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ)...

ଟ୍ୟୁଶନରୁ ଫେରୁଥିବା ବେଳେ ନାବାଳିକାଙ୍କୁ ଟେକିନେଇ ବଳାତ୍କାର ପରେ ଫିଙ୍ଗି ଚାଲିଯାଇଥିଲେ, ଅଭିଯୁକ୍ତଙ୍କୁ ୨୦ ବର୍ଷ…

ଗଜପତି,୨୦।୧୨(ଗିରିଧାରୀ ପରିଚ୍ଛା)- ଏକ ଅପହରଣ ଓ ବଳାତ୍କାର ମାମଲାର ବିଚାର କରି ଅତିରିକ୍ତ ଜିଲ୍ଲା ସେସନ ଜର୍ଜ ବିଭୁ ପ୍ରସାଦ ପଣ୍ଡା ପୋକ୍ସୋ ଆକ୍ଟର ଧାରା...

ଅଣ୍ଡା ଖାଇଲେ ହେବେ କି କ୍ୟାନ୍ସର ? ସ୍ପଷ୍ଟୀକରଣ ଦେଲା FSSAI

ନୂଆଦିଲ୍ଲୀ,୨୦।୧୨: ଦେଶରେ ବିକ୍ରି ହେଉଥିବା ଅଣ୍ଡା ସମ୍ପୂର୍ଣ୍ଣ ସୁରକ୍ଷିତ। ଏଥିରେ କ୍ୟାନ୍ସର ସୃଷ୍ଟିକାରୀ ଉପାଦାନ ଥିବା ନେଇ ଚର୍ଚ୍ଚା ହେଉଥିବା ଖବରକୁ ଭାରତୀୟ ଖାଦ୍ୟ ସୁରକ୍ଷା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri