ମା’ଙ୍କ ଖର୍ଚ୍ଚ ରସିଦ ବହିରେ ତାଳମେଳ ନାହିଁ

ମହାକାଳପଡ଼ା, ୬ା୧(ପ୍ରତାପ ଚନ୍ଦ୍ର ସ୍ବାଇଁ):କେନ୍ଦ୍ରାପଡ଼ା ଜିଲା ପ୍ରସିଦ୍ଧ ଶକ୍ତିପୀଠ ମା’ ରାମଚଣ୍ଡୀ ମନ୍ଦିର ପୂର୍ବତନ ଟ୍ରଷ୍ଟିଙ୍କ ଫଲ୍ସ ରସିଦ ହିସାବ ତଦନ୍ତ ବେଳେ ଧରାପଡ଼ିଛି। ୨୦୧୪ ମସିହାରୁ ମା’ଙ୍କ ମନ୍ଦିର ଟ୍ରଷ୍ଟି ଭାବେ ଜଣେ ବ୍ୟକ୍ତିଙ୍କୁ ଦାୟିତ୍ୱ ଦିଆଯାଇଥିଲା। ହେଲେ ପ୍ରତିବର୍ଷ ମା’ଙ୍କ ମୁଖ୍ୟ ଝାମୁଯାତ୍ରା, ବିବାହ, ବ୍ରତ, ଭୋଗ ଦୋକାନ, ପୋଖରୀ ନିଲାମ, ଚାଷ ଜମିରୁ ଆୟ, ଶ୍ରଦ୍ଧାଳୁମାନେ ଦାନ ସୂତ୍ରରେ ଅର୍ପଣ କରିଥିବା ହୁଣ୍ଡିରେ ଟଙ୍କା, ପଇସା, ସୁନା, ରୁପା, ଛେଳି, ମେଣ୍ଢା ଓ କୁକୁଡ଼ା ଆଦି ମା’ଙ୍କୁ ସମର୍ପଣ କରିଥାନ୍ତି। ଏହି ସବୁ ସୂତ୍ରରୁ ବାର୍ଷିକ ମା’ଙ୍କ ଆୟ ହାରାହାରି ୨୦ ଲକ୍ଷ ଟଙ୍କାରୁ ଅଧିକ ରାଜସ୍ବ ଆୟ ହୋଇଥାଏ। ମା’ଙ୍କ ନାମରେ ବ୍ୟାଙ୍କ ଜମା ଖାତାରେ ଉକ୍ତ ଅର୍ଥକୁ ଜମା ନ କରି ମନଇଚ୍ଛା ଖର୍ଚ୍ଚ କରି ଟ୍ରଷ୍ଟି ଫଲ୍ସ ରସିଦ ପ୍ରସ୍ତୁତ କରିଥିବା ନଜରକୁ ଆସିଛି ବୋଲି ମା’ ରାମଚଣ୍ଡୀ ଆଞ୍ଚଳିକ ସେନା ସଦସ୍ୟମାନେ ଅଭିଯୋଗ କରିଛନ୍ତି।
ମିଳିଥିବା ସୂଚନା ଅନୁସାରେ, ରାଜ୍ୟ ଦେବୋତ୍ତର କମିଶନଙ୍କ ସ୍ବତନ୍ତ୍ର ନିର୍ଦ୍ଦେଶ ପରେ ପୂର୍ବ ଟ୍ରଷ୍ଟି ୨୦୨୪ ଡିସେମ୍ବର ୩୦ରେ ଦାୟିତ୍ୱ ମହାକାଳପଡ଼ା ତହସିଲଦାର ଶିବ ମଲିକଙ୍କୁ ହସ୍ତାନ୍ତର କରିଥିଲେ। ଅପରପକ୍ଷରେ ରବିବାର ପୂର୍ବାହ୍ନରେ ନୂତନ ଟ୍ରଷ୍ଟି ଦାୟିତ୍ୱ ଗ୍ରହଣ କରିଥିବା ତହସିଲଦାର ମଲିକ ମନ୍ଦିରରେ ପହଞ୍ଚତ୍ ପୂର୍ବତନ ଟ୍ରଷ୍ଟି ଦେଇଥିବା ମନ୍ଦିର ସମ୍ପର୍କିତ ନଥିପତ୍ରଗୁଡ଼ିକୁ ଯାଞ୍ଚ କରିଥିଲେ। ମନ୍ଦିର ପରିସରରେ କାର୍ଯ୍ୟରତ ଟହଲିଆ ନିତାଇ ମାଇତିଙ୍କୁ ମାସିକ ମଜୁରି ବାବଦ ଅର୍ଥ ୧୦ ହଜାର ଟଙ୍କାର ଚୁକ୍ତି ହୋଇଥିଲା। ଡିସେମ୍ବର ପର୍ଯ୍ୟନ୍ତ ୮୦ ହଜାର ଟଙ୍କା ପ୍ରଦାନ କରାଯାଇଥିବା ରସିଦରେ ଉଲ୍ଲେଖ ରହିଛି। ହେଲେ ଟହଲିଆ ମାଇତି ତହସିଲଦାର ମଲିକଙ୍କ ନିକଟରେ ଅଭିଯୋଗ କରିଛନ୍ତି, ରସିଦ ବହିରେ ମୋ ନାମରେ ୮ ମାସର ୮୦ ହଜାର ଟଙ୍କା ପ୍ରଦାନ କରାଯାଇଥିବା କାଗଜପତ୍ର ଯାଞ୍ଚ ବେଳେ ଜାଣିବାକୁ ପାଇଲି। କିନ୍ତୁ ୪ ମାସର ଦରମା ମିଳିନି ବୋଲି ସେ ଗୁରୁତର ଅଭିଯୋଗ କରିଛନ୍ତି। ସେହିପରି ପୂର୍ବତନ ଟ୍ରଷ୍ଟିଙ୍କ ଘର ମନ୍ଦିର ପାଖରୁ ୧୦ କିମି ହୋଇଥିବାବେଳେ ଝାମୁଯାତ୍ରା ସମୟରେ ଯାତାୟାତ ୮ ଦିନ ପାଇଁ ରସିଦ ନମ୍ବର ୫୪ରେ ୨୦ ହଜାର ଟଙ୍କା ଉଲ୍ଲେଖ ରହିଛି। ତେବେ ଅନେକ ରସିଦ ବହିରେ ଧାର ସୂତ୍ରରେ ହଜାର ହଜାର ଟଙ୍କା ନେଇଥିବା କେତେଜଣ ଛାମୁଆ ନେତାଙ୍କ ନାମ ନଜରକୁ ଆସିବା ପରେ ଶ୍ରଦ୍ଧାଳୁମାନଙ୍କ ମଧ୍ୟରେ ଆଲୋଚନା ଜୋର ଧରିଛି। ମନ୍ଦିର ଆୟ ଅର୍ଥ ମା’ଙ୍କ ବ୍ୟାଙ୍କ ଖାତାରେ ଜମା କରା ନ ଯାଇ ଧାର ସୂତ୍ରରେ ଦେବା କେତେ ଆଇନ ସମ୍ମତ ବୋଲି ସେନା ଆବାହକ ଲକ୍ଷ୍ମୀକାନ୍ତ ସ୍ବାଇଁ ଗୁରୁତର ଅଭିଯୋଗ ଆଣିଛନ୍ତି। ଏହାକୁ ସ୍ପେଶାଲ ଅଡିଟ କରିବାକୁ ସେନା ସଦସ୍ୟମାନେ ଦାବି କରିଛନ୍ତି। ମହାକାଳପଡ଼ା ଥାନାକୁ ୨ଥର କାର୍ଯ୍ୟ ପାଇଁ ଯାତାୟାତ ବାବଦରେ ରସିଦରେ ୯ ହଜାର ଟଙ୍କା ବ୍ୟୟ ହୋଇଛି ବୋଲି ଉଲ୍ଲେଖ ରହିଛି। ରବିବାର ମା’ଙ୍କ ମଧ୍ୟାହ୍ନ ଧୂପ ପରେ ୨ଟି ହୁଣ୍ଡିରୁ ସର୍ବସମ୍ମୁଖରେ ଟ୍ରଷ୍ଟି ତଥା ତହସିଲଦାର ମଲିକ, ସେବାୟତ, ସାମାଜିକ କର୍ମୀ, ସେନା ସଦସ୍ୟ ଓ ବୁଦ୍ଧିଜୀବୀଙ୍କ ଉପସ୍ଥିତିରେ ଦାନ ଅର୍ଥ ଗଣା ଯାଇଥିଲା। ହୁଣ୍ଡିରୁ ୧୭,୩୮୨ ଟଙ୍କା ଆୟ ହୋଇଛି। ସୋମବାର ପୂର୍ବାହ୍ନରେ ମା’ଙ୍କ ଜମା ଖାତାରେ ଡିପୋଜିଟ କରାଯିବ ବୋଲି ଟ୍ରଷ୍ଟି ମଲିକ ସୂଚନା ଦେଇଛନ୍ତି। ମନ୍ଦିର ପରିସରରେ ସ୍ଥାନୀୟ ରାଜସ୍ବ ନିରୀକ୍ଷକ ବିଜୟ କୁମାର ବେହେରା, ସେନା ସଦସ୍ୟ ବିରଞ୍ଚତ୍ ନାରାୟଣ ଦାସ, ସୁବାସ ବିଶ୍ୱାସ, ତରୁଣକାନ୍ତି କାଞ୍ଜିଲାଲଙ୍କ ସମେତ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ଉପସ୍ଥିତ ଥିଲେ।
ଏ ସଂକ୍ରାନ୍ତରେ ମନ୍ଦିର ଭାରପ୍ରାପ୍ତ ଟ୍ରଷ୍ଟି ତଥା ତହସିଲଦାର ଶିବ ମଲିକଙ୍କୁ ପଚାରିବାରେ ପୂର୍ବତନ ଟ୍ରଷ୍ଟି ମଥୁରି ସେନାପତି ରବିବାର ମନ୍ଦିର ଆୟବ୍ୟୟ ହିସାବ ଦେବାର ଥିଲା। ହେଲେ ସେନାପତି ଉପସ୍ଥିତି ହେଲେ ନାହିଁ ବୋଲି ମଲିକ କହିଛନ୍ତି। ଆୟ ବ୍ୟୟ ହିସାବ ତଦନ୍ତ କରାଯାଉଛି। ସମ୍ପୂର୍ଣ୍ଣ ତଥ୍ୟ ମିଳିବା ପରେ ଦେବୋତ୍ତର କମିଶନଙ୍କୁ ଅବଗତ କରାଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଯୋଡ଼ାରେ ବାୟୁ ପ୍ରଦୂଷଣ ଗମ୍ଭୀର ସ୍ଥିତିରେ

ଯୋଡ଼ା,୬ା୧୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ଅଞ୍ଚଳରେ ବାୟୁ ପ୍ରଦୂଷଣର ଗମ୍ଭୀର ସ୍ଥିତିରେ ରହିଛି। ଯୋଡ଼ା, ଆଖପାଖ ଅଞ୍ଚଳରେ ସବୁଜିମା, ବନାଞ୍ଚଳ ଥାଇ ମଧ୍ୟ ବାୟୁ...

୨ ଡିଗ୍ରୀ ତଳେ ଶିମିଳିପାଳ: ବନ୍ୟପ୍ରାଣୀଙ୍କ ଉପରେ ପ୍ରଭାବ

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ଶୀତର ଲହରୀ ବୃଦ୍ଧି ପାଉଛି। ଶିମିଳିପାଳରେ ପାରଦ ୨ ଡିଗ୍ରୀ ତଳକୁ ଖସିଆସିଛି। ତାପମାତ୍ରା ହ୍ରାସ ପାଇଥିବାରୁ ବନ୍ୟପ୍ରାଣୀଙ୍କ...

ଭୁବନେଶ୍ୱରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା

ଭୁବନେଶ୍ୱର,୬ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ। ଏନେଇ ଦୁଇ ଦଳର...

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

ଦୁଇ ପୁଅ ଭାଜପାରେ ମିଶିବା ପରେ ପ୍ରତିକ୍ରିୟା ରଖିଲେ ପ୍ରଫୁଲ୍ଲ, କହିଲେ ରାଜନୀତିରେ..

ଭୁବନେଶ୍ୱର,୬।୧୨: ଦୁଇ ପୁଅ ଏବଂ ଭଉଣୀ ଭାଜପାରେ ମିଶିବା ପରେ ବିଜେଡି ନେତା ପ୍ରଫୁଲ୍ଲ ସାମଲ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି। ପ୍ରଫୁଲ୍ଲ ପ୍ରତିକ୍ରିୟାରେ...

ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...

ଗାଁକୁ ଫେରିବା ବେଳେ ବାଇକ୍‌କୁ ଧକ୍କାଦେଲା ବୁଲେଟ୍‌, ଚାଲିଗଲା ସଳିତା ବିକାଳିଙ୍କ ଜୀବନ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଖଲିଙ୍ଗି ବାସୁଦେବପୁର ଶାସନ ଗ୍ରାମର ବାସୁ ଓରଫ ଦେବେନ୍ଦ୍ର ସାହୁ(୪୫)ଙ୍କର ଶନିବାର ସନ୍ଧ୍ୟାରେ...

ଫେରିଲେ ୩ ଯବାନ: ବାଜାବାଣ, ନାଚରେ ଦୁଲୁକିଲା ଗାଁ ଦାଣ୍ଡ

କେନ୍ଦୁଝର,୬।୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଦେଶ ସେବା ପାଇଁ ଯାଇ ବିଭିନ୍ନ ସ୍ଥାନରେ ନିଯୁକ୍ତି ପାଇଥିବାକେନ୍ଦୁଝର ସଦର ବ୍ଳକ ଅଧୀନ ନରସିଂହପୁର, ବନାଯୋଡି, ସିଲିସୁଆଁ ଗ୍ରାମର ୩ଜଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri