ମା’ଙ୍କ ଖର୍ଚ୍ଚ ରସିଦ ବହିରେ ତାଳମେଳ ନାହିଁ

ମହାକାଳପଡ଼ା, ୬ା୧(ପ୍ରତାପ ଚନ୍ଦ୍ର ସ୍ବାଇଁ):କେନ୍ଦ୍ରାପଡ଼ା ଜିଲା ପ୍ରସିଦ୍ଧ ଶକ୍ତିପୀଠ ମା’ ରାମଚଣ୍ଡୀ ମନ୍ଦିର ପୂର୍ବତନ ଟ୍ରଷ୍ଟିଙ୍କ ଫଲ୍ସ ରସିଦ ହିସାବ ତଦନ୍ତ ବେଳେ ଧରାପଡ଼ିଛି। ୨୦୧୪ ମସିହାରୁ ମା’ଙ୍କ ମନ୍ଦିର ଟ୍ରଷ୍ଟି ଭାବେ ଜଣେ ବ୍ୟକ୍ତିଙ୍କୁ ଦାୟିତ୍ୱ ଦିଆଯାଇଥିଲା। ହେଲେ ପ୍ରତିବର୍ଷ ମା’ଙ୍କ ମୁଖ୍ୟ ଝାମୁଯାତ୍ରା, ବିବାହ, ବ୍ରତ, ଭୋଗ ଦୋକାନ, ପୋଖରୀ ନିଲାମ, ଚାଷ ଜମିରୁ ଆୟ, ଶ୍ରଦ୍ଧାଳୁମାନେ ଦାନ ସୂତ୍ରରେ ଅର୍ପଣ କରିଥିବା ହୁଣ୍ଡିରେ ଟଙ୍କା, ପଇସା, ସୁନା, ରୁପା, ଛେଳି, ମେଣ୍ଢା ଓ କୁକୁଡ଼ା ଆଦି ମା’ଙ୍କୁ ସମର୍ପଣ କରିଥାନ୍ତି। ଏହି ସବୁ ସୂତ୍ରରୁ ବାର୍ଷିକ ମା’ଙ୍କ ଆୟ ହାରାହାରି ୨୦ ଲକ୍ଷ ଟଙ୍କାରୁ ଅଧିକ ରାଜସ୍ବ ଆୟ ହୋଇଥାଏ। ମା’ଙ୍କ ନାମରେ ବ୍ୟାଙ୍କ ଜମା ଖାତାରେ ଉକ୍ତ ଅର୍ଥକୁ ଜମା ନ କରି ମନଇଚ୍ଛା ଖର୍ଚ୍ଚ କରି ଟ୍ରଷ୍ଟି ଫଲ୍ସ ରସିଦ ପ୍ରସ୍ତୁତ କରିଥିବା ନଜରକୁ ଆସିଛି ବୋଲି ମା’ ରାମଚଣ୍ଡୀ ଆଞ୍ଚଳିକ ସେନା ସଦସ୍ୟମାନେ ଅଭିଯୋଗ କରିଛନ୍ତି।
ମିଳିଥିବା ସୂଚନା ଅନୁସାରେ, ରାଜ୍ୟ ଦେବୋତ୍ତର କମିଶନଙ୍କ ସ୍ବତନ୍ତ୍ର ନିର୍ଦ୍ଦେଶ ପରେ ପୂର୍ବ ଟ୍ରଷ୍ଟି ୨୦୨୪ ଡିସେମ୍ବର ୩୦ରେ ଦାୟିତ୍ୱ ମହାକାଳପଡ଼ା ତହସିଲଦାର ଶିବ ମଲିକଙ୍କୁ ହସ୍ତାନ୍ତର କରିଥିଲେ। ଅପରପକ୍ଷରେ ରବିବାର ପୂର୍ବାହ୍ନରେ ନୂତନ ଟ୍ରଷ୍ଟି ଦାୟିତ୍ୱ ଗ୍ରହଣ କରିଥିବା ତହସିଲଦାର ମଲିକ ମନ୍ଦିରରେ ପହଞ୍ଚତ୍ ପୂର୍ବତନ ଟ୍ରଷ୍ଟି ଦେଇଥିବା ମନ୍ଦିର ସମ୍ପର୍କିତ ନଥିପତ୍ରଗୁଡ଼ିକୁ ଯାଞ୍ଚ କରିଥିଲେ। ମନ୍ଦିର ପରିସରରେ କାର୍ଯ୍ୟରତ ଟହଲିଆ ନିତାଇ ମାଇତିଙ୍କୁ ମାସିକ ମଜୁରି ବାବଦ ଅର୍ଥ ୧୦ ହଜାର ଟଙ୍କାର ଚୁକ୍ତି ହୋଇଥିଲା। ଡିସେମ୍ବର ପର୍ଯ୍ୟନ୍ତ ୮୦ ହଜାର ଟଙ୍କା ପ୍ରଦାନ କରାଯାଇଥିବା ରସିଦରେ ଉଲ୍ଲେଖ ରହିଛି। ହେଲେ ଟହଲିଆ ମାଇତି ତହସିଲଦାର ମଲିକଙ୍କ ନିକଟରେ ଅଭିଯୋଗ କରିଛନ୍ତି, ରସିଦ ବହିରେ ମୋ ନାମରେ ୮ ମାସର ୮୦ ହଜାର ଟଙ୍କା ପ୍ରଦାନ କରାଯାଇଥିବା କାଗଜପତ୍ର ଯାଞ୍ଚ ବେଳେ ଜାଣିବାକୁ ପାଇଲି। କିନ୍ତୁ ୪ ମାସର ଦରମା ମିଳିନି ବୋଲି ସେ ଗୁରୁତର ଅଭିଯୋଗ କରିଛନ୍ତି। ସେହିପରି ପୂର୍ବତନ ଟ୍ରଷ୍ଟିଙ୍କ ଘର ମନ୍ଦିର ପାଖରୁ ୧୦ କିମି ହୋଇଥିବାବେଳେ ଝାମୁଯାତ୍ରା ସମୟରେ ଯାତାୟାତ ୮ ଦିନ ପାଇଁ ରସିଦ ନମ୍ବର ୫୪ରେ ୨୦ ହଜାର ଟଙ୍କା ଉଲ୍ଲେଖ ରହିଛି। ତେବେ ଅନେକ ରସିଦ ବହିରେ ଧାର ସୂତ୍ରରେ ହଜାର ହଜାର ଟଙ୍କା ନେଇଥିବା କେତେଜଣ ଛାମୁଆ ନେତାଙ୍କ ନାମ ନଜରକୁ ଆସିବା ପରେ ଶ୍ରଦ୍ଧାଳୁମାନଙ୍କ ମଧ୍ୟରେ ଆଲୋଚନା ଜୋର ଧରିଛି। ମନ୍ଦିର ଆୟ ଅର୍ଥ ମା’ଙ୍କ ବ୍ୟାଙ୍କ ଖାତାରେ ଜମା କରା ନ ଯାଇ ଧାର ସୂତ୍ରରେ ଦେବା କେତେ ଆଇନ ସମ୍ମତ ବୋଲି ସେନା ଆବାହକ ଲକ୍ଷ୍ମୀକାନ୍ତ ସ୍ବାଇଁ ଗୁରୁତର ଅଭିଯୋଗ ଆଣିଛନ୍ତି। ଏହାକୁ ସ୍ପେଶାଲ ଅଡିଟ କରିବାକୁ ସେନା ସଦସ୍ୟମାନେ ଦାବି କରିଛନ୍ତି। ମହାକାଳପଡ଼ା ଥାନାକୁ ୨ଥର କାର୍ଯ୍ୟ ପାଇଁ ଯାତାୟାତ ବାବଦରେ ରସିଦରେ ୯ ହଜାର ଟଙ୍କା ବ୍ୟୟ ହୋଇଛି ବୋଲି ଉଲ୍ଲେଖ ରହିଛି। ରବିବାର ମା’ଙ୍କ ମଧ୍ୟାହ୍ନ ଧୂପ ପରେ ୨ଟି ହୁଣ୍ଡିରୁ ସର୍ବସମ୍ମୁଖରେ ଟ୍ରଷ୍ଟି ତଥା ତହସିଲଦାର ମଲିକ, ସେବାୟତ, ସାମାଜିକ କର୍ମୀ, ସେନା ସଦସ୍ୟ ଓ ବୁଦ୍ଧିଜୀବୀଙ୍କ ଉପସ୍ଥିତିରେ ଦାନ ଅର୍ଥ ଗଣା ଯାଇଥିଲା। ହୁଣ୍ଡିରୁ ୧୭,୩୮୨ ଟଙ୍କା ଆୟ ହୋଇଛି। ସୋମବାର ପୂର୍ବାହ୍ନରେ ମା’ଙ୍କ ଜମା ଖାତାରେ ଡିପୋଜିଟ କରାଯିବ ବୋଲି ଟ୍ରଷ୍ଟି ମଲିକ ସୂଚନା ଦେଇଛନ୍ତି। ମନ୍ଦିର ପରିସରରେ ସ୍ଥାନୀୟ ରାଜସ୍ବ ନିରୀକ୍ଷକ ବିଜୟ କୁମାର ବେହେରା, ସେନା ସଦସ୍ୟ ବିରଞ୍ଚତ୍ ନାରାୟଣ ଦାସ, ସୁବାସ ବିଶ୍ୱାସ, ତରୁଣକାନ୍ତି କାଞ୍ଜିଲାଲଙ୍କ ସମେତ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ଉପସ୍ଥିତ ଥିଲେ।
ଏ ସଂକ୍ରାନ୍ତରେ ମନ୍ଦିର ଭାରପ୍ରାପ୍ତ ଟ୍ରଷ୍ଟି ତଥା ତହସିଲଦାର ଶିବ ମଲିକଙ୍କୁ ପଚାରିବାରେ ପୂର୍ବତନ ଟ୍ରଷ୍ଟି ମଥୁରି ସେନାପତି ରବିବାର ମନ୍ଦିର ଆୟବ୍ୟୟ ହିସାବ ଦେବାର ଥିଲା। ହେଲେ ସେନାପତି ଉପସ୍ଥିତି ହେଲେ ନାହିଁ ବୋଲି ମଲିକ କହିଛନ୍ତି। ଆୟ ବ୍ୟୟ ହିସାବ ତଦନ୍ତ କରାଯାଉଛି। ସମ୍ପୂର୍ଣ୍ଣ ତଥ୍ୟ ମିଳିବା ପରେ ଦେବୋତ୍ତର କମିଶନଙ୍କୁ ଅବଗତ କରାଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଡେବ୍ୟୁ ମ୍ୟାଚରେ କମାଲ କଲେ କୁପର କନୋଲି; ଗୁଜରାଟ ମୁହଁରୁ ବିଜୟ ଛଡ଼ାଇ ଆଣିଲା ପଞ୍ଜାବ

ନୂଆଦିଲ୍ଲୀ,୩୧।୩: ଆଇପିଏଲ୍‌ ୨୦୨୫ର ଉପବିଜେତା ପଞ୍ଜାବ କିଙ୍ଗସ ନୂଆ ସିଜନ୍‌ରେ ନିଜର ବିଜୟ ଯାତ୍ରା ଆରମ୍ଭ କରିଛି। ଶ୍ରେୟସ ଆୟରଙ୍କ ନେତୃତ୍ୱାଧୀନ ପଞ୍ଜାବ ଟିମ ଏକ କଡ଼ା…

ନିଜ ହାତରେ ବାସନ ଧୋଇଲେ ପ୍ରିୟଙ୍କା ଚୋପ୍ରା; ସ୍ୱର୍ଣ୍ଣ ମନ୍ଦିରରେ ସେବା କରି ଜିତିଲେ କୋଟି କୋଟି ପ୍ରଶଂସକଙ୍କ ମନ

ଅମୃତସର: ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ଭାରତ ଗସ୍ତରେ ଅଛନ୍ତି। ନିକଟରେ ସେ ଅମୃତସରର ପବିତ୍ର…

ଭାରତ-ଚାଇନା ସମ୍ପର୍କରେ ନୂଆ ଅଧ୍ୟାୟ: ଆକାଶ ମାର୍ଗରେ ଯୋଡ଼ିହେବେ ଦୁଇ ପ୍ରତିଦ୍ୱନ୍ଦ୍ୱୀ, ସାଂଘାଇ ସହିତ…

ନୂଆଦିଲ୍ଲୀ/ସାଂଘାଇ,୩୧।୩: ଭାରତ ଏବଂ ଚାଇନା ମଧ୍ୟରେ କୋଭିଡ ମହାମାରୀ ଏବଂ ଥିବା କୂଟନୈତିକ ତିକ୍ତତା ଯୋଗୁ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ବିମାନ ସେବା ଏବେ…

ପେଟ୍ରୋଲ, ଡିଜେଲ, ଗ୍ୟାସ ଅଭାବକୁ ନେଇ ବଡ଼ କଥା କହିଦେଲେ ମୁଖ୍ୟମନ୍ତ୍ରୀ, ରାଜ୍ୟବାସୀ…

ଭୁବନେଶ୍ୱର, ୩୧।୩: ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ସମ୍ଭାବ୍ୟ ପ୍ରଭାବକୁ ନେଇ ଓଡ଼ିଶା ସରକାର ସମ୍ପୂର୍ଣ୍ଣ ସଜାଗ ଅଛନ୍ତି। ବିଧାନସଭାରେ ବ୍ୟୟ ମଞ୍ଜୁରୀ ବିଲ…

ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା, ୪ ଗିରଫ

ସୁନ୍ଦରଗଡ଼, ୩୧।୩(ଜୟନାରାୟଣ ମେଣ୍ଡୁଳି)-ବର୍ତ୍ତମାନର ବିଜ୍ଞାନ ଯୁଗରେ ମଧ୍ୟ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲାରେ ଲୋକଙ୍କ ମଧ୍ୟରେ ଅନ୍ଧବିଶ୍ୱାସ ଭରି ରହିଛି। ଏହି ଅନ୍ଧବିଶ୍ବାସ ଯୋଗୁ ସୋମବାର ରାତିରେ…

ଟ୍ରମ୍ପଙ୍କ ଚେତାବନୀ…’ତେଲ ଦରକାର ତ ଆମଠୁ କିଣ, ନଚେତ୍ ହର୍ମୁଜ୍‌କୁ ନିଜେ ଦଖଲ କର’

ୱାଶିଂଟନ,୩୧।୩: ଇରାନ ଯୁଦ୍ଧ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜର ସହଯୋଗୀ ଦେଶମାନଙ୍କ ଉପରେ ବର୍ଷିଛନ୍ତି। ଯୁଦ୍ଧରେ ବ୍ୟାକଫୁଟକୁ ଯିବା ପରେ ରାଗିଯାଇ ଟ୍ରମ୍ପ ନିଜର…

ରାସ୍ତାରେ ଷଣ୍ଢକୁ ଧକ୍କା ଦେଇ ଗଛରେ ପିଟଥିଲେ ବାଇକ୍‌ , ଚାଲିଗଲା ଜୀବନ ଦୁର୍ଘଟଣାରେ ବାଇକ ଚାଳକକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଗାଁ ଛକରେ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢେ ୪ଟାରେ ଦୁର୍ଘଟଣାରେ ଜଣେ ଯୁବକଙ୍କ…

୩୦ ବର୍ଷ ସରକାରୀ ସେବା ନିୟମିତ ନ ହୋଇ ଅବସର ନେଲେ ଟୁନା ଜେନା

ଭଞ୍ଜନଗର,୩୧।୩(ବାବୁଲା ପ୍ରଧାନ): ତ୍ରୁଟିପୂର୍ଣ୍ଣ ସରକାରୀ ବିଧି ବ୍ୟବସ୍ଥା ଭିତରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ୩୦ ବର୍ଷ ସରକାରୀ ସେବା ଯୋଗାଇଥିଲେ ମଧ୍ୟ ନିୟମିତ କର୍ମଚାରୀ ମାନ୍ୟତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri