ସୁକତେଲ ନଦୀରୁ ମିଳିଲା ନରକଙ୍କାଳ : ଖୋଳତାଡ କରୁଛି ପୋଲିସ

ବଲାଙ୍ଗୀର,୨୩।୧୧(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସଦର ଥାନା କୁମିଆପାଲି ଗାଁ ନିକଟ ସୁକତେଲ ନଦୀ ଗର୍ଭରୁ ଏକ ନରକଙ୍କାଳ ଉଦ୍ଧାର ହୋଇଛ। ଏହି ନରକଙ୍କାଳ ଟି କାହାର ଜଣାପଡିନାହିଁ । ଆଜି ସ୍ଥାନୀୟ ଲୋକେ ନଦୀ ଖଣ୍ଡିରେ ଏହି କଙ୍କାଳ ଦେଖିବା ପରେ ପୋଲିସକୁ ଖବର ଦେଇଥିଲେ। ସାଇଣ୍ଟିଫିକ ଟିମ ସହ ପୋଲିସ ଘଟଣାସ୍ଥଳରେ ପହଞ୍ଚି କଙ୍କାଳକୁ ଉଦ୍ଧାର କରିଛନ୍ତି । ଦୁଇମାସ ତଳେ ସୁକତେଲ ନଦୀରେ ଲରମ୍ଭା ଥାନା ଅନ୍ତର୍ଗତ ଫଟାମୁଣ୍ଡା ଗାଁର ଜଣେ ଯୁବକ ପ୍ରଶାନ୍ତ ଡୁଡୁକା ଭାସି ଯାଇଥିଲେ। ଏପର୍ଯ୍ୟନ୍ତ ତାଙ୍କ ଖୋଜଖବର ମିଳିନାହିଁ। ଏହି ନରକଙ୍କାଳଟି ଜବତ ହେବା ପରେ ଏହା ପ୍ରଶାନ୍ତଙ୍କ କଙ୍କାଳ ବୋଲି ସନ୍ଦେହ କରାଯାଉଛି । ସଦର ଥାନା ପୋଲିସ ନରକଙ୍କାଳକୁ ଜବତ କରି ଏହାର ଡିଏନଏ ପରୀକ୍ଷା ପାଇଁ ପଠାଇବେ ବୋଲି କହିଛନ୍ତି।

Dharitri – Odisha’s No.1 Odia Daily

Share