Posted inଜାତୀୟ

ଜେଲ୍‌ରେ ଏସବୁ କାମ କରୁଛନ୍ତି କେଜ୍‌ରିଓ୍ବାଲ୍‌

ନୂଆଦିଲ୍ଲୀ,୪।୪: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲ୍‌ ମନି ଲଣ୍ଡରିଂ ମାମଲାରେ ଗିରଫ ହୋଇ ଏବେ ତିହାର ଜେଲରେ ଅଛନ୍ତି। ସେ ଜେଲ୍‌ରେ ରହି ଧ୍ୟାନ, ବହି ପଢିବା ଏବଂ ଯୋଗ କରିବାରେ ଅତିବାହିତ କରୁଛନ୍ତି। ଜେଲ ସୂତ୍ର ଗୁରୁବାର ଏହି ସୂଚନା ଦେଇଛି। ଏସିଆର ସବୁଠୁ ବଡ ଜେଲରେ ରଖାଯାଇଥିବା ପ୍ରଥମ ଷ୍ଟାଡିଂ ମୁଖ୍ୟମନ୍ତ୍ରୀ କେଜ୍‌ରିଓ୍ବାଲ୍‌ଙ୍କୁ ତିହାର ଜେଲ ନମ୍ବର ୨ର ଜେନେରାଲ ୱାର୍ଡ ନମ୍ବର ୩ରେ ଅବସ୍ଥିତ କୋଠରୀରେ ରଖାଯାଇଛି।
ଜେଲ ସୂତ୍ର ଅନୁଯାୟୀ, କେଜ୍‌ରିଓ୍ବାଲ୍‌ ଅଧିକାଂଶ ଦିନ ପୁସ୍ତକ ପଢନ୍ତି, ଯୋଗ କରନ୍ତି ଏବଂ ପ୍ରତିଦିନ ଦୁଇଥର ଧ୍ୟାନ କରନ୍ତି। ପ୍ରତିଦିନ ସକାଳ ଓ ସନ୍ଧ୍ୟାରେ ପ୍ରାୟ ଦେଢ ଘଣ୍ଟା ଧ୍ୟାନ କରନ୍ତି। ସେ ପ୍ରାୟତଃ ନିଜ କୋଠରୀରେ ଏକ ଚେୟାରରେ ବସି ବହି ପଢିବା ଏବଂ କିଛି ଲେଖୁଥିବା ଦେଖାଯାଏ।
ଜେଲର ଜଣେ ଅଧିକାରୀ କହିଛନ୍ତି, ଜେଲ୍‌ର ଲାଇବ୍ରେରୀରେ ଉପଲବ୍ଧ ପୁସ୍ତକ ମଧ୍ୟ କେଜ୍‌ରିଓ୍ବାଲ୍‌ ପଢିପାରିବେ। ମୁଖ୍ୟମନ୍ତ୍ରୀଙ୍କୁ ତାଙ୍କ କୋଠରୀରେ ୨୦ଟି ଚ୍ୟାନେଲ ସହିତ ଏକ ଟିଭି ଯୋଗାଇ ଦିଆଯାଇଛି, କିନ୍ତୁ ସେ ଏହାକୁ ଦେଖିବାକୁ ବହୁତ ପସନ୍ଦ କରନ୍ତି ନାହିଁ।

 


Enter your email to get our daily news in your inbox.

All Right Reserved By Dharitri.Com

ଉପାସରେ ଦିନ କାଟୁଛନ୍ତି କନକ: ୩ ମାସ ହେଲା ମିଳୁନି ଭତ୍ତା

ଦାରିଙ୍ଗବାଡି,୪।୨(ଅରୁଣ ସାହୁ): ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମାଳମାଳ ଯୋଜନା ହେଲେ କିଛି ଯୋଜନା ଲୋକଙ୍କୁ ସରକାରଙ୍କ ତୁହାକୁ ତୁହା ନିୟମ ପରିବର୍ତ୍ତନ ଯୋଗୁ ନିୟମ…

ଚାଷଜମିରେ ନଡ଼ାପୋଡ଼ି

ସମୟ ଥିଲା ନଡ଼ା ବିଭିନ୍ନ କାର୍ଯ୍ୟରେ ବ୍ୟବହାର ହେଉଥିଲା। ସମୟକ୍ରମେ ଏହା ଅଦରକାରୀ ହୋଇଗଲା ଏବଂ ଲୋକେ ନଡ଼ାପୋଡ଼ିବା ଆରମ୍ଭକଲେ। ପ୍ରଦୂଷଣର ମାୟାଜାଲରେ ନଡ଼ାପୋଡ଼ି ଏକ ପ୍ରମୁଖ…

ମଣିଷର ବିସର୍ଜନ

ତୁମେ ଭାବୁଛ ତୁମେ ଗୋଟିଏ ସ୍ବଚ୍ଛ ପରିଷ୍କୃତ ବହୁ ଉଚ୍ଚ ସ୍ତରର ସୃଷ୍ଟି।ଭୁଲିଯାଅନି ମଣିଷ ଗୋଟିଏ ଛାଞ୍ଚ ଯହିଁରେ ଅନ୍ୟତ୍ର ବର୍ଜ୍ୟ ହୋଇଥିବା ବସ୍ତୁ (ମଇଳା) ବା…

W,W,W,W,W… ଗୋଟିଏ ଓଭରରେ ୫ ଉଇକେଟ୍‌ ନେଇ ଇତିହାସ ରଚିଲେ ଏହି ବୋଲର୍‌

ନୂଆଦିଲ୍ଲୀ,୪।୨:  ଅନ୍ତର୍ଜାତୀୟ ଟି-୨୦ କ୍ରିକେଟରେ ମହାନ କିମ୍ବଦନ୍ତୀମାନେ ଇଣ୍ଡୋନେସିଆର ଗେଡେ ପ୍ରିୟନ୍ଦନାଙ୍କ ପରି ସଫଳତା ହାସଲ କରିବାରେ ବିଫଳ ହୋଇଛନ୍ତି। ପ୍ରିୟନ୍ଦନାଙ୍କ ନାମ ମାତ୍ର ଗୋଟିଏ ଓଭର…

ବାଣିଜ୍ୟ ଚୁକ୍ତି ପରେ ଆମେରିକା ସହ ଭାରତର ବଡ଼ ବୈଠକ: ଜାଣନ୍ତୁ କ’ଣ ହେଲା…

ନୂଆଦିଲ୍ଲୀ,୪।୨: ଭାରତର ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର ମଙ୍ଗଳବାର ଆମେରିକାର ଏକ ଉଚ୍ଚସ୍ତରୀୟ ଗସ୍ତ ଆରମ୍ଭ କରିଛନ୍ତି। ତାଙ୍କ ଗସ୍ତର ପ୍ରଥମ ଦିନରେ, ସେ ଆମେରିକାର ଅର୍ଥ…

ରେଳ ଟ୍ରାକ୍‌ ମରାମତି କାମ କରୁଥିଲେ ଶ୍ରମିକ, ହଠାତ୍‌ ମାଡିଆସିଲା ଏକ୍ସପ୍ରେସ ଟ୍ରେନ୍‌, ଆଉ ତା’ ପରେ…

ଲୋଇସିଂହା,୪।୨(ସୁଶାନ୍ତ ବାରିକ): ବଲାଙ୍ଗୀର ଜିଲା ଲୋଇସିଂହା ଥାନା ଅନ୍ତର୍ଗତ ବୁର୍ଡା ବସ୍ତି ରେଳ ଫାଟକ ନିକଟରେ ଦୁଇଦିନ ତଳେ ରେଳ ଟ୍ରାକ୍‌ ମରାମତି କାମ ଚାଲିଥିବାବେଳେ ଏକ…

‘ନ୍ୟାୟ ପ୍ରଦାନରେ ବିଳମ୍ବ ଜଣାଶୁଣା ବ୍ୟାଧି’

ନୂଆଦିଲ୍ଲୀ,୪ା୨: ହାଇକୋର୍ଟଗୁଡ଼ିକ ରାୟକୁ ପ୍ରକାଶ ନ କରି ମାସ ମାସ ଧରି ସଂରକ୍ଷିତ ରଖିବା ଅଭ୍ୟାସ ଏକ ଜଣାଶୁଣା ବେମାରି ବୋଲି ସୁପ୍ରିମକୋର୍ଟ ମଙ୍ଗଳବାର କହିବା ସହ…

ସଇତାନ ସାଜିଲେ ପ୍ରେମିକା: ଯାହାକୁ ହୃଦୟ ଦେଇ ବସିଥିଲେ ,ତାକୁ ମାରିଦେଲେ: ମାତ୍ର ଏହି ଭୁଲ୍‌ ପାଇଁ…

ରାୟପୁର, ୪ା୨: ସାମାନ୍ୟ ମତାନ୍ତରକୁ କେନ୍ଦ୍ରକରି ଜଣେ ୨୨ ବର୍ଷୀୟା ପ୍ରେମିକା ତାଙ୍କ ୨୫ ବର୍ଷୀୟ ପ୍ରେମିକଙ୍କୁ ହତ୍ୟା କରିଛନ୍ତି। ଏଭଳି ଏକ ସ୍ପର୍ଶକାତର ଘଟଣା ଛତିଶଗଡ଼…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri