Posted inଜାତୀୟ

ବେଲଜ୍ଜା ଭାବରେ ମିଛ କହୁଛନ୍ତି କେଜରିଓ୍ବାଲ ସରକାର: ଭାଜପା…

ନୂଆଦିଲ୍ଲୀ,୧୮।୨ : ଭାରତୀୟ ଜନତା ପାର୍ଟି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ସରକାରଙ୍କୁ ଟାର୍ଗେଟ କରିଛି। ଶନିବାର ଭାଜପା ପକ୍ଷରୁ ଏକ ଗଣମାଧ୍ୟମ ସମ୍ମିଳନୀ ଆୟୋଜିତ ହୋଇଥିଲା। ଏଥିରେ ଦିଲ୍ଲୀ ଭାଜପା ଅଧ୍ୟକ୍ଷ ବିରେନ୍ଦ୍ର ସଚ୍ଚଦେବ, ଏମ୍‌ପି ପରଭେଶ ବର୍ମା ତଥା ରାମବୀର ବିଧୁଡି ଯୋଗ ଦେଇଥିଲେ। ଦଳ ପକ୍ଷରୁ କୁହାଯାଇଥିଲା ଯେ, ମଦ ଦୁର୍ନୀତି ଘଟିନାହିଁ ବୋଲି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ବେଲଜ୍ଜା ଭାବେ ମିଛ କହିଛନ୍ତି। ଯଦି ମଦ ଦୁର୍ନୀତି ହୋଇ ନାହିଁ ତେବେ ସିବିଆଇ ତଦନ୍ତ ପରେ କାହିଁକି ନୀତି ବଦଳାଗଲା ବୋଲି ନେତା ମାନେ ପ୍ରଶ୍ନ ଉଠାଇଛି।

ବିଜୟ ନାୟାର, ପିଲ୍ଲାଇଙ୍କ ସହ ତାଙ୍କର ସମ୍ପର୍କ କ’ଣ ତାହା ସ୍ପଷ୍ଟ କରିବାକୁ ଭାଜପା ପକ୍ଷରୁ ମନୀଷ ସିସୋଡିଆଙ୍କୁ କୁହାଯାଇଛି। ସିସୋଡିଆ କହିବା ଆବଶ୍ୟକ ଯେ ସେ ମଦ ଦୁର୍ନୀତି ପରେ ବର୍ତ୍ତମାନ ପର୍ଯ୍ୟନ୍ତ କାହିଁକି ନିଜର ମୋବାଇଲ ନମ୍ବର ବଦଳାଉଛନ୍ତି। କେତେ ମୋବାଇଲ ଅଦୃଶ୍ୟ ହୋଇ ଯାଇଛି। ରାମବୀର ବିଧୁଡି ଏଏପି ସରକାରଙ୍କୁ ପଚାରିଛନ୍ତି ଯେ ବିତରଣ ପାଇଁ ମଦ ଉତ୍ପାଦନକାରୀଙ୍କୁ କାହିଁକି ଲାଇସେନ୍ସ ଦିଆଗଲା? ନୂତନ ମଦ ନୀତିରୁ ଆୟ ବୃଦ୍ଧି ହେବ ବୋଲି କୁହାଯାଇଥିଲା। ନୂଆ ମଦ ନୀତି ଲାଗୁ ହେବା ପରେ ମଦ ବିକ୍ରି ବୃଦ୍ଧି ପାଇ ତିନି ହଜାର କୋଟି କ୍ଷତି ହୋଇଛି ବୋଲି ଦିଲ୍ଲୀ ସରକାର ରିପୋର୍ଟ କରିଛନ୍ତି। ଏହା କିପରି ସମ୍ଭବ ହେଲା?

ମଦ ଦୁର୍ନୀତିରେ ଅଭିଯୁକ୍ତ ପାଞ୍ଚଜଣଙ୍କ ଜାମିନ ଆବେଦନ ନେଇ ଭାଜପା ଏମ୍‌ପି ପ୍ରଭେଶ ବର୍ମା କହିଛନ୍ତି, ଇଡି କାହିଁକି ୭୪ କୋଟି ମୂଲ୍ୟର ସମ୍ପତ୍ତି ସିଲ କରିଛି? କେବଳ ଦିଲ୍ଲୀ ନୁହେଁ, ତେଲେଙ୍ଗାନା ସରକାରଙ୍କ ଷ୍ଟ୍ରିଙ୍ଗ ମଧ୍ୟ ଏହି ଦୁର୍ନୀତି ସହିତ ଜଡିତ। ପଞ୍ଜାବରେ କେଜରିୱାଲ କହଥିଲେ ରାଜସ୍ବ ୪୮ ପ୍ରତିଶତ ବୃଦ୍ଧି ପାଇଛି କିନ୍ତୁ ସରକାର କେତେ ଲାଭବାନ ହୋଇଛନ୍ତି ତାହା ସେ କାହିଁକି ସ୍ପଷ୍ଟ କରୁ ନାହାଁନ୍ତି ? କେଜରିୱାଲଙ୍କର ନାର୍କୋ ପରୀକ୍ଷା କରିବା ଉଚିତ। ନାର୍କୋ ପରୀକ୍ଷାରେ କୁହ ଯେ କୌଣସି ଦୁର୍ନୀତି ହୋଇ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ମେଟ୍ରୋରେ ପ୍ରେମିକା ସହ ଧରାପଡ଼ିଲେ ପୁଅ; ସେଠାରେ ହିଁ ‘ନିର୍ବନ୍ଧ’ କରାଇଦେଲେ ମା’

ନୂଆଦିଲ୍ଲୀ,୮ା୨: ସୋସିଆଲ ମିଡିଆରେ ଏବେ ଏକ ଅଜବ ତଥା ମଜାଦାର ଭିଡିଓ ବେଶ୍ ଭାଇରାଲ ହେବାରେ ଲାଗିଛି। ଜଣେ ମା’ ନିଜ ପୁଅକୁ ତାଙ୍କ ପ୍ରେମିକାଙ୍କ ସହ…

ସଚିନ ତେନ୍ଦୁଲକରଙ୍କ ଫିଡର ସେଣ୍ଟର ନେଟ୍ସ ପାଇଁ ଆଦିଦେବ ମନୋନୀତ

କେନ୍ଦୁଝର,୮ା୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଓଡ଼ିଶା କ୍ରିକେଟ ଆସୋସିଏଶନ ଆନୁକୂଲ୍ୟରେ ଅନୁଷ୍ଠିତ ହେଉଥିବା ୧୪ବର୍ଷରୁ କମ୍‌ କ୍ରିକେଟରେ କେନ୍ଦୁଝର ଜିଲାର ଏକମାତ୍ର ଖେଳାଳି ଭାବେ ଆଦିଦେବ ସାହୁ ସଚିନ…

ପେଟ୍ରୋଲଠାରୁ କେତେ ଶସ୍ତା CNG କାର୍‌? ୧୦ ଲକ୍ଷ ମଧ୍ୟରେ କେଉଁଟି ଭଲ…ନୂଆ କାର୍‌ କିଣିବାକୁ ଥିଲେ…

ନୂଆଦିଲ୍ଲୀ,୮।୨: ଭାରତରେ ନୂଆ କାର୍‌ କିଣିବା ସମୟରେ ଅଧିକାଂଶ ଲୋକଙ୍କ ମନରେ ଏକ ପ୍ରଶ୍ନ ଆସେ ଯେ ପେଟ୍ରୋଲ କାର୍‌ ନେବେ ନା ସିଏନଜି (CNG) କାର୍‌?…

ବିଦ୍ୟାଳୟରୁ ଛାତ୍ର ନିଖୋଜ ଘଟଣା: ନିଆଁ ପୁଉଁଥିବାବେଳେ ଏମିତି ପଡ଼ିଲେ ଧରା

ଦାରିଙ୍ଗବାଡ଼ି,୮ା୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ସରକାରୀ ଉନ୍ନୀତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରୁ ନବମ ଛାତ୍ର ନିଖୋଜ ଛାତ୍ର କିଷାନ ବେହେରା ୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ…

ରାତିରେ ପ୍ରେମିକଙ୍କ ସହ ଯୁବତୀଙ୍କୁ ଦେଖିଦେଲେ ଗ୍ରାମବାସୀ, ମାଡ଼ ମାରି କଲେ ଭିଡିଓ ଭାଇରାଲ…ଲୋକଲଜ୍ଜା ସହି ନ ପାରି…

ବେତିଆ,୮।୨: ବିହାରର ପଶ୍ଚିମ ଚମ୍ପାରଣ ଜିଲାର ଶିକାରପୁର ଥାନା ଅଞ୍ଚଳର ଏକ ଗାଁରୁ ଏକ ଚକିତ କଲାଭଳି ଘଟଣା ଘଟିଛି। ପ୍ରେମରେ ପଡ଼ିଥିବା ଜଣେ ଯୁବତୀ ମାନସିକ…

୧୩ ବରିଷ୍ଠ ରାଜସ୍ବ ସହାୟକଙ୍କୁ ସେକ୍ସନ ଅଫିସର ପଦବୀକୁ ପଦୋନ୍ନତି

କୋରାପୁଟ,୮ା୨(ଅମିତାଭ ବେହେରା): କୋରାପୁଟ ଜିଲାର ବିଭିନ୍ନ ବିଭାଗରେ କାର୍ଯ୍ୟ କରୁଥିବା ବରିଷ୍ଠ ରାଜସ୍ବ ସହାୟକଙ୍କ ମଧ୍ୟରୁ ୧୩ ଜଣଙ୍କୁ ଜିଲାପାଳ ମନୋଜ ସତ୍ୟବାନ ମହାଜନ ସେକ୍ସନ ଅଫିସର…

ଜାମ୍ମୁ-କାଶ୍ମୀର ବଜେଟକୁ ସମାଲୋଚନା କଲେ ଭାଜପା ବିଧାୟିକା; ଶାସକ ଦଳର ବିଧାୟକ କଲେ ପ୍ରଶଂସା

ଶ୍ରୀନଗର,୮ା୨: ଜାମ୍ମୁ-କାଶ୍ମୀର ବିଧାନସଭାରେ ଦେଖିବାକୁ ମିଳିଛି ଏକ ବିରଳ ଦୃଶ୍ୟ। ଭାଜପା ବିଧାୟିକା ଦେବୟାନୀ ରାଣା ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲାଙ୍କ ବଜେଟକୁ କଡ଼ା ସମାଲୋଚନା କରିଥିଲେ। ଯାହାକୁ…

ଶିକ୍ଷକ କର୍ମଶାଳା ପାଲଟିଲା ରଣାଙ୍ଗନ: ପ୍ରଧାନଶିକ୍ଷକଙ୍କ ଉନ୍ମତ୍ତ କାଣ୍ଡ, ଅଶ୍ଳୀଳ ଭାଷା କହି…

ପରଜଙ୍ଗ,୮ା୨(ନିଗମାନନ୍ଦ ଦଳବେହେରା): ବିଦ୍ୟାଳୟରେ ଚାଲିଥିଲା ପାଞ୍ଚଦିନିଆ ଶିକ୍ଷକ କର୍ମଶାଳା। ଭାଗ ନେଇଥିଲେ ୫୦ରୁ ଊର୍ଦ୍ଧ୍ୱ ଶିକ୍ଷକ ଓ ଶିକ୍ଷୟିତ୍ରୀ। କିନ୍ତୁ ହଠାତ୍‌ କର୍ମଶାଳା ପାଲଟିଲା ରଣାଙ୍ଗନ। ନିଶାସକ୍ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri