ସ୍ୱାଧିନତାର ମହାପର୍ବ ସହ ଆରମ୍ଭ ହେବ ‘କୌନ ବନେଗା କରୋଡପତି’ର ନୂଆ ସିଜନ

ମୁମ୍ବାଇ,୨୪ ।୭: ଟେଲିଭିଜନ ଦୁନିଆର ସବୁଠାରୁ ଆକର୍ଷିତ କ୍ୱିଜ ରିୟଲିଟି ଶୋ’ ‘କୌନ ବନେଗା କରୋଡପତି’ ବେଶ କିଛିବର୍ଷ ହେବ ଦର୍ଶକଙ୍କ ମନୋରଞ୍ଜନ କରି ଆସିଛି । ଏହାର ୧୩ ତମ ସିଜନ ସଫଳତାର ସହ ସମ୍ପୂର୍ଣ୍ଣ ହୋଇଥିବା ବେଳେ ଏବେ ଦର୍ଶକେ ବଡ ଉତ୍ସୁକତାର ସହ ୧୪ତମ ସିଜନକୁ ଅପେକ୍ଷା ରଖିଛନ୍ତି । ଏବେ ମେକର୍ସଙ୍କ ପକ୍ଷରୁ ଶୋ’ର ଟେଲିକାଷ୍ଟ ଡେଟ ସମ୍ପର୍କରେ ସୂଚନା ଦିଆଯାଇଛି । କେବିସି ୧୪ର ପ୍ରିମିୟର ତାରିଖ ଘୋଷଣା ହୋଇ ସାରିଛି ।
ସୋସିଆଲ ମିଡିଆ ପ୍ଲାଟଫର୍ମ ଟୁଇଟରରେ ସୋନି ଟିଭି ପକ୍ଷରୁ ପୋଷ୍ଟ ଶେୟାର କରି ଏହି ସୂଚନା ଦିଆଯାଇଛି । ଆସନ୍ତା ମାସରେ ନୂଆ ସିଜନ ଆରମ୍ଭ କରାଯିବ । ରବିବାର ୭ ଅଗଷ୍ଟ ରାତି ୯ଟାରେ ଆରମ୍ଭ ହେବ କୌନ ବନେଗା କରୋଡପତିର ନୂଆ ଅଧ୍ୟାୟ । ଏହାସହ ସୋନି ଟିଭି ପକ୍ଷରୁ ପ୍ରମୋ ବି ଶେୟାର କରାଯାଇଛି । ଏଥିରେ ଅଭିନେତା ଅମିତାଭ ବଚ୍ଚନ ସ୍ୱାଧିନତାର ମହାପର୍ବ ସହ ଦର୍ଶକଙ୍କୁ ପରିଚିତ କରାଉଛନ୍ତି ।
ପ୍ରମୋ ଭିଡିଓରେ ସ୍ପଷ୍ଟ ଜଣାପଡୁଛି କି ଏଥର ଶୋ’ରେ ଭିନ୍ନ ଭିନ୍ନ କ୍ଷେତ୍ରର ବ୍ୟକ୍ତିତ୍ୱ ସାମିଲ ହେବେ । ଏମାନଙ୍କ ମଧ୍ୟରେ ବକ୍ସର ମେରିକମ, ଫୁଟବଲ ଖେଳାଳି ସୁନିଲ ଛେତ୍ରୀ, ଅଭିନେତା ଆମିର ଖାଁ, କାରଗିଲ ୱାରର ସାହସି ଯବାନ ଡିପି ସିଂଙ୍କ ସମେତ ଅନ୍ୟ ଅନେକ ବଡ ବଡ ବ୍ୟକ୍ତିତ୍ୱ ସାମିଲ ହେବେ । ଏମାନେ କବେଳ ହଟ ସିଟ ଉପରେ ପ୍ରଶ୍ନର ଉତ୍ତର ଦେବେ ନାହିଁ ବରଂ ଦର୍ଶକଙ୍କ ସହ ସେମାନଙ୍କ ସଫଳତାର ଯାତ୍ରା ଶେୟାର କରିବେ ।
ରବିବାର କେବିସି ୧୪ ସିଜନର ସ୍ପେଶାଲ ଏପିସୋଡ ପ୍ରସାରିତ କରାଯିବ । ଏହାପରେ ସୋମବାର ୮ ଅଗଷ୍ଟରୁ ପ୍ରତିଦିନ ଶୋ’ର ନୂଆ ଏପିସୋଡ ପ୍ରସାରଣ କରାଯିବ । ପ୍ରତିଥର ଭଳି ଏଥର ବି ବଲିଉଡର ମହାନାୟକ ଏହାର ହୋଷ୍ଟ ରହିଛନ୍ତି । ଏହା ସୋମବାରରୁ ଗୁରୁବାର ପର୍ଯ୍ୟନ୍ତ ଟେଲିକାଷ୍ଟ କରାଯିବ । ଶୁକ୍ରବାର ଭିନ୍ନ ଭିନ୍ନ କଳାକାର ଏଥିରେ ଭାଗ ନେବେ । ଏବେ ପର୍ଯ୍ୟନ୍ତ ପ୍ରାୟ ଶୋ’ର ଶୁଟିଂ ସରିଯାଇଥିବା କୁହାଯାଉଛି ।


Enter your email to get our daily news in your inbox.

All Right Reserved By Dharitri.Com

ଭୁତପ୍ରେତ ଭୟରେ ମାରୀଗୁଡା ଗ୍ରାମବାସୀ: ରାତିରେ ଶୁଭୁଛି ବିକଟାଳ ଶବ୍ଦ, ଲୋକଙ୍କ ଘରେ ଚୁଲି ଜଳୁନି

ରାୟଗଡା, ୧୮।୨(ଆଶିଷ ରଞ୍ଜନ ପଣ୍ଡା)- ଦକ୍ଷିଣ ଓଡିଶାର ଉପାନ୍ତ ରାୟଗଡା ଜିଲ୍ଲାର ଗ୍ରାମାଞ୍ଚଳରେ ଏବେ ବି ଭରି ରହିଛି ଅନ୍ଧବିଶ୍ବାସ । ଭୂତପ୍ରେତକୁ ନେଇ ଆଜି ମଧ୍ୟ…

ଗ୍ଲୋକାଲ ବାଇପାସ ନିକଟରେ ଦୁର୍ଘଟଣା, ଘଟଣାସ୍ଥଳରେ ଚାଲିଗଲା ଜଣଙ୍କର ଜୀବନ

ଜୟପୁର,୧୮।୨(ପବନ ପାଣିଗ୍ରାହୀ): ଜୟପୁର ଗ୍ଲୋକାଲ ହସପିଟାଲ ବାଇପାସ ରୋଡ ନିକଟରେ ଏକ ବାଇକ ଧକ୍କାରେ ଘଟଣାସ୍ଥଳରେ ଜଣେ ଯୁବକଙ୍କର ମୃତ୍ୟୁ ହୋଇଛି । ଅନ୍ୟଜଣେ ଗୁରୁତର ଅବସ୍ଥାରେ…

ଜନସେବା କ୍ଷେତ୍ରରେ କଳାହାଣ୍ଡି ପ୍ରଶାସନର ବଡ଼ ପଦକ୍ଷେପ, ଲୋକାର୍ପିତ ହେଲା ଏଆଇ ଚାଟବଟ୍ ‘ଆମର ସହାୟକ’

ଭବାନୀପାଟଣା,୧୮।୨(ଉତ୍ତମ କୁମାର ଦାଶ): ଡିଜିଟାଲ୍ ଶାସନ ଏବଂ ଜନକୈନ୍ଦ୍ରିକ ପ୍ରଶାସନ ଦିଗରେ ଏକ ବଡ଼ ପଦକ୍ଷେପ ସ୍ୱରୂପ କଳାହାଣ୍ଡି ଜିଲା ପ୍ରଶାସନ ପକ୍ଷରୁ ବୁଧବାର ଅତ୍ୟାଧୁନିକ ଏଆଇ…

ଦୋଷୀ ସାବ୍ୟସ୍ତ ହେଲେ ପାଷ୍ଟିକୁଡ଼ି ପିଇଓ, ୩ ବର୍ଷ କାରାଦଣ୍ଡ ସହ ୫୦ ହଜାର ଜରିମାନା…

କେସିଙ୍ଗା,୧୮।୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ପାଷ୍ଟିକୁଡି ଗ୍ରାମ ପଞ୍ଚାୟତରେ  କାର୍ଯ୍ୟରତ  ପିଇଓ କ୍ଷମା ପ୍ରସାଦ ଦୁରିଆଙ୍କୁ  ମଙ୍ଗଳବାର ଭବାନୀପାଟଣା ଭିଜିଲାନ୍ସର ସ୍ବତନ୍ତ୍ର ବିଚାରପତି ୩…

କଳିଯୁଗର ସାବିତ୍ରୀ… ସ୍ବାମୀ ପାଇଁ ଭାଲୁ ସହ ଲଢ଼ି ବଞ୍ଚାଇଲେ ଜୀବନ

କରଞ୍ଜିଆ,୧୮।୨(କବିତା ମହାନ୍ତ): ମୟୂରଭଞ୍ଜ ଜିଲା କରଞ୍ଜିଆ ବନଖଣ୍ଡ ଅଧୀନ ହାତୀସାଲବେଡ଼ା ଜଙ୍ଗଲରେ ଭାଲୁ ଆକ୍ରମଣରେ ଜଣେ ଯୁବକ ଗୁରୁତର ହୋଇଛନ୍ତି । ସେ ହେଲେ ମାଲଦେ ସୋରେନ(୪୫)।…

ଶାନଦାର ବିଜୟ ସହ ସୁପର-୮ରେ ପାକିସ୍ତାନ, ପୁଣି ଭାରତ ସହ…

ନୂଆଦିଲ୍ଲୀ,୧୮।୨: କର ବା ମର ମୁକାବିଲାରେ ନାମ୍ବିୟାକୁ ୧୦୨ ରନ୍‌ର ବିଶାଳ ବ୍ୟବଧାନରେ ପରାସ୍ତ କରି ପାକିସ୍ତାନ ସୁପର-୮ରେ ନିଜର ସ୍ଥାନ ପକ୍କା କରିଛି। ଏହି ବିଜୟ…

ପୁଟୁପଡ଼ାରେ ବ୍ୟବସାୟୀଙ୍କ ଘରୁ ଚୋରି ଘଟଣା, ୪ ଜଣଙ୍କୁ ଗିରଫ କରି ପୋଲିସର କୋର୍ଟ ଚାଲାଣ

ଖଡ଼ିଆଳ,୧୮।୨(ସୁଜିତ କୁମାର ପ୍ରଧାନ): ନୂଆପଡ଼ା ଜିଲା ଖଡିଆଳ ପୁଟୁପଡା ୱାର୍ଡ ନଂ ୧୧ ନିବାସୀ ପ୍ରବୀଣ ଅଗ୍ରୱାଲ ଘରୁ ଚୋରି ହୋଇଥିବା ଫେବୃଆରୀ ୧୬ ତାରିଖରେ ଖଡ଼ିଆଳ…

ପାରିବାରିକ କଳହର କରୁଣ ପରିଣତି, ସ୍ତ୍ରୀକୁ ଶାଢ଼ୀରେ ତଣ୍ଟି ଚିପି ହତ୍ୟା କଲେ ସ୍ୱାମୀ

ବଲାଙ୍ଗୀର,୧୮।୨(ସୁନିଲ କୁମାର ମହାନ୍ତି ): ବଲାଙ୍ଗୀର ଜିଲା ସିନ୍ଧେକେଲା ଥାନା ଜାମପଡା ଗାଁ ଖୁଣ୍ଟିଆପଡାରେ ଛାତିଥରା ହତ୍ୟାକାଣ୍ଡ ହୋଇଛି । ସ୍ତ୍ରୀକୁ ଶାଢ଼ୀରେ ତଣ୍ଟି ଚିପି ହତ୍ୟା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri