ଭଞ୍ଜନଗର ଉପଖଣ୍ଡ ମେଡିକାଲରେ କାୟାକଳ୍ପ ଟିମ୍‌, ପୁରସ୍କାର ଦୌଡ଼ରେ ରହି…

ଭଞ୍ଜନଗର,୧୪ା୧(ବାବୁଲା ପ୍ରଧାନ): କାୟାକଳ୍ପ ଟିମ୍‌ ବୁଧବାର ଗଞ୍ଜାମ ଜିଲା ଭଞ୍ଜନଗର ଉପଖଣ୍ଡ ମେଡିକାଲ ପରିଦର୍ଶନରେ ଆସିଥିଲେ। ଏହି ସମୟରେ ଟିମ୍‌ରେ ଆସିଥିବା ଅଧିକାରୀମାନେ ବିଭିନ୍ନ ଓ୍ବାର୍ଡ ପରିଦର୍ଶନ କରିଥିଲେ। ରୋଗୀସେବା, ପରିମଳ ସମେତ ଅନ୍ୟାନ୍ୟ ବ୍ୟବସ୍ଥା ଉପରେ ସମୀକ୍ଷା କରିଥିଲେ। ଏହାପରେ ଟିମ୍‌ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ରିପୋର୍ଟ ପ୍ରଦାନ କରିବେ। ଉକ୍ତ ରିପୋର୍ଟ ଆଧାରରେ ପୁରସ୍କାର ମିଳିବ। ରାଜ୍ୟସ୍ତରରେ ସମସ୍ତ ମେଡିକାଲରେ ଏହିଭଳି ସମୀକ୍ଷା ହେଉଛି। ୨୦୧୫ରୁ କାୟାକଳ୍ପ ପୁରସ୍କାର ପ୍ରଦାନ ଆରମ୍ଭ ହୋଇଛି। ୨୦୧୭ରୁ ଆଜି ସୁଦ୍ଧା ଭଞ୍ଜନଗର ମେଡିକାଲ ଲଗାତର ପୁରସ୍କାର ବିଭିନ୍ନ କ୍ଷେତ୍ରରେ ପାଉଛି। ଆଗାମୀ ଦିନରେ ମଧ୍ୟ ପୁରସ୍କାର ମିଳିବା ସମ୍ଭାବନା ରହିଛି। ଆଜିର ଟିମ୍‌ରେ ରାଜ୍ୟ ସ୍ତରୀୟ ଅଧିକାରୀ ଡ. ଶୁଭାଶିଷ ମହାନ୍ତି, ହୃଷୀକେଶ ସାହୁ, ଡ. ବିଶ୍ୱକଲ୍ୟାଣ ମିଶ୍ର ଆସିଥିଲେ।

ଏହି ସମୟରେ ଜିଲା ସାସ୍ଥ୍ୟ ଅଧିକାରୀ ଡ. ଭବାନୀ ଶଙ୍କର ମିଶ୍ର, ଉପଖଣ୍ଡ ଚିକିତ୍ସାଳୟର ଅଧୀକ୍ଷକ ଡାକ୍ତର ଶୀତାଂଶୁ ଶେଖର ଶତପଥୀ, ଡ. ସଞ୍ଜୟ କୁମାର ପରିଡ଼ା, ମେଡିକାଲ ପରିଚାଳକ ବିଚିତ୍ର ପାଣିଗ୍ରାହୀ ସମେତ ଅନ୍ୟାନ୍ୟ ଜିଲାସ୍ତରୀୟ ଅଧିକାରୀ ଉପସ୍ଥିତ ଥିଲେ।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଜୁବିନ୍ ଗର୍ଗଙ୍କ ମୃତ୍ୟୁ ମାମଲା: ବଡ ଖୁଲାସା କଲା ସିଙ୍ଗାପୁର ପୋଲିସ

ନୂଆଦିଲ୍ଲୀ,୧୪।୧: ଲୋକପ୍ରିୟ ଆସାମୀ ସଙ୍ଗୀତଶିଳ୍ପୀ ଜୁବିନ୍ ଗର୍ଗଙ୍କ ମୃତ୍ୟୁକୁ ନେଇ ସିଙ୍ଗାପୁର କୋର୍ଟରେ ଏକ ଗୁରୁତ୍ୱପୂର୍ଣ୍ଣ ଶୁଣାଣି ହୋଇଯାଇଛି। ସିଙ୍ଗାପୁର ପୋଲିସର ତଦନ୍ତ ଅନୁସାରେ, ଜୁବିନ୍‌ଙ୍କ...

୨୦ କେଜିର ଗଞ୍ଜେଇ ଜବତ କଲା ପାଟପୁର ପୋଲିସ, ନୂଆଦିଲ୍ଲୀର ଦୁଇ ଯୁବକ ଗିରଫ

ଦିଗପହଣ୍ଡି,୧୪|୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପୋଡ଼ାମାରି ବସଷ୍ଟାଣ୍ଡ ନିକଟରୁ ବୁଧବାର ସକାଳେ ୨୦ କେଜି ୮ ଶହ ଗ୍ରାମ ଗଞ୍ଜେଇ ଜବତ...

ଗ୍ରୀନଲ୍ୟାଣ୍ଡ ଉପରେ ଆମେରିକାର ନିୟନ୍ତ୍ରଣ ଜରୁରୀ: ଡୋନାଲ୍ଡ ଟ୍ରମ୍ପ

ନୂଆଦିଲ୍ଲୀ,୧୪।୧: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଗ୍ରୀନଲ୍ୟାଣ୍ଡକୁ ନେଇ ପୁଣି ଥରେ ଏକ ବଡ଼ ବୟାନ ଦେଇଛନ୍ତି। ବୁଧବାର ସେ କହିଛନ୍ତି ଯେ, ଆମେରିକାର ଜାତୀୟ...

ମିଲର୍ସଙ୍କ ମନମାନି ପାଇଁ ଚାଷୀ ଖର୍ଚ୍ଚରେ ଯାଉଛି ଧାନ, ମଣ୍ଡି ପରିଦର୍ଶନ କଲେ ସମବାୟ ଉପନିବନ୍ଧକ

କୁନ୍ଦୁରା, ,୧୪।୧(ସନ୍ତୋଷ ପ୍ରହରାଜ): କୋରାପୁଟ ଜିଲ୍ଲା କୁନ୍ଦୁରା ବ୍ଲକ ଅଧୀନରେ ଚାଲିଥିବା ଖରିଫ ମଣ୍ଡି ପରିଦର୍ଶନ କରିଛନ୍ତି ଡିଆରସିଏସ । ଚଳିତ ଖରିଫ ଋତୁରେ ଦେଖିବାକୁ...

ଝଲସୁଛି ସହିଦ ରେଣ୍ଡୋ ମାଝୀ ମଞ୍ଚ, ୨୫ଦିନରେ ତିଆରି କରିଛନ୍ତି ୧୫ କାରିଗର

ଭବାନୀପାଟଣା,୧୪।୧( ଉତ୍ତମ କୁମାର ଦାଶ): ୨୮ତମ କଳାହାଣ୍ଡି ଉତ୍ସବ ଘୁମୁରା-୨୦୨୬ର ମୁଖ୍ୟ ଆକର୍ଷଣ ହେଉଛି ଲାଲ ବାହାଦୁର ଶାସ୍ତ୍ରୀ ଷ୍ଟାଡିୟମରେ ନିର୍ମାଣ ହୋଇଥିବା ସହିଦ ରେଣ୍ଡୋ...

ବାଇକରେ ଯାଉଥିବା ବେଳେ ଅଘଟଣ, ମାଞ୍ଜାସୂତା ଲାଗି କଟିଗଲା ଯୁବକଙ୍କ ନାକ…

ଢେଙ୍କାନାଳ,୧୪।୧(ରତନ ନାୟାର): ମାଞ୍ଜାସୂତା ଲାଗି ଜଣେ ବ୍ୟକ୍ତି ଆହତ ହୋଇଛନ୍ତି । ଢେଙ୍କାନାଳ ସହରର ପ୍ରମୁଖ ବଜାର ମୀନାବଜାର ଅଂଚଳରେ ବୁଧବାର ଅପରାହ୍ନରେ କିଛି ଯୁବକ...

ଲୋକଙ୍କ ସୁଖଦୁଃଖ ସମୀକ୍ଷା କଲେ ଛାତ୍ରୀଛାତ୍ର, ଶୀତକାଳୀନ ସ୍ଵତନ୍ତ୍ର ସେବା…

ଭଞ୍ଜନଗର,୧୪/୧(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟ ଜାତୀୟ ସେବା ଯୋଜନା ଶାଖା ୧ ଓ ୨ ପକ୍ଷରୁ ଚାଲିଥିବା...

Post Officeର RD ସ୍କିମ୍‌ରେ ମାସକୁ ରଖନ୍ତୁ ୧୦,୦୦୦ ଟଙ୍କା, ୫ ବର୍ଷ ପରେ ମାଲାମାଲ !

ନୂଆଦିଲ୍ଲୀ,୧୪।୧: ଶେୟାର ବଜାର ଲଗାତାର ନିବେଶକଙ୍କୁ ନିରାଶ କରୁଛି। ୨୦୨୫ରେ ଭଲ ରିଟର୍ନ ନ ମିଳିବା ପରେ ୨୦୨୬ର ଆରମ୍ଭ ମଧ୍ୟ ଭଲ ହୋଇନାହିଁ। ବଜାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri