ଲୋକଙ୍କ ସୁଖଦୁଃଖ ସମୀକ୍ଷା କଲେ ଛାତ୍ରୀଛାତ୍ର, ଶୀତକାଳୀନ ସ୍ଵତନ୍ତ୍ର ସେବା…

ଭଞ୍ଜନଗର,୧୪/୧(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟ ଜାତୀୟ ସେବା ଯୋଜନା ଶାଖା ୧ ଓ ୨ ପକ୍ଷରୁ ଚାଲିଥିବା ଶୀତକାଳୀନ ସ୍ଵତନ୍ତ୍ର ସେବା ଶିବିର ବୁଧବାର ତୃତୀୟ ଦିବସରେ ପହଞ୍ଚିଛି । ଆଜି ଛାତ୍ରୀଛାତ୍ରମାନେ ନିଜ ନିଜର ପୋଷ୍ୟ ଗ୍ରାମ ଶ୍ରୀରାମ ନଗର ଓ ଛେଦାଭୂମି ରୋଡ ପରିଦର୍ଶନ କରି ସାମାଜିକ ଓ ଅର୍ଥନୈତିକ ସର୍ଭେ କରିଥିଲେ। ଏହି ସମୟରେ ଛାତ୍ରୀଛାତ୍ରମାନେ ଶତାଧିକ ପରିବାର ପାଖରେ ପହଞ୍ଚି ସମସ୍ତ ତଥ୍ୟ ରେକର୍ଡ କରିଥିଲେ। ଏହାସହ ଲୋକଙ୍କ ସୁବିଧା ଅସୁବିଧା ନେଇ ବୁଝିଥିଲେ ।

ଆଗାମୀ ଦିନରେ ଲୋକଙ୍କ ସମସ୍ୟା କିଭଳି ସମାଧାନ ହେବ ସେନେଇ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଜଣାଇବେ ବୋଲି ଛାତ୍ରୀଛାତ୍ରମାନେ ଆଶ୍ଵାସନା ଦେଇଛନ୍ତି। ଏହି ଅବସରରେ ଅଧ୍ୟକ୍ଷ ରାଜେନ୍ଦ୍ର କୁମାର ଦାସଙ୍କ ନିର୍ଦ୍ଧେଶକ୍ରମେ ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗର ମୁଖ୍ୟ ଅଧ୍ୟାପିକା ରାଜଲକ୍ଷ୍ମୀ ରଥ ଏବଂ ଆତ୍ମରକ୍ଷା ତାଲିମ୍ ଶିବିରର ସଂଯୋଜକ ତଥା ବରିଷ୍ଠ ଅଧ୍ୟାପିକା ସ୍ମରଣିକା ପାଢ଼ୀ କ୍ୟାମ୍ପ ସ୍ଥଳରେ ପହଞ୍ଚି ବିଗତ ୩ ଦିନ ଧରି ଚାଲିଥିବା କ୍ୟାମ୍ପ ସମ୍ପର୍କରେ ଛାତ୍ରୀଛାତ୍ରଙ୍କୁ ପଚାରି ବୁଝିଥିଲେ। ଏହି ସମୟରେ ଯୋଜନା ଅଧିକାରୀ ଶାଖା ୧ ବି ପ୍ରଧାନ, ଶାଖା ୨ ଅଧିକାରିଣୀ ସସ୍ମିତା କୁମାରୀ ଦାସ, ଅଧ୍ୟାପିକା ମାମାଲି ନାୟକ ପ୍ରମୁଖ ଉପସ୍ଥିତ ଥିଲେ। ଅନ୍ୟପଟେ ପ୍ରଶାସନିକ ଅଧିକାରୀ ବିଭାସ ଦାସ, ବରିଷ୍ଠ ପ୍ରାଧ୍ୟାପକ କୁମୁନ୍ଦ ମହାପାତ୍ର ଦୈନନ୍ଦିନ କ୍ୟାମ୍ପ ସମ୍ପର୍କରେ ଯୋଜନା ଅଧିକାରୀଙ୍କ ସହ ଆଲୋଚନା କରିଥିଲେ ।

 

Dharitri – Odisha’s No.1 Odia Daily