ଆକାଉଣ୍ଟ ପରିବର୍ତ୍ତେ ହାତରେ ଭତ୍ତା ଟଙ୍କା ଦେବାକୁ ୮୦ବର୍ଷୀୟା ବୃଦ୍ଧା କୌଶଲ୍ୟାଙ୍କ ନିବେଦନ, କହିଲେ ମୁଁ ବୁଢି ଲୋକ…

ଲାଞ୍ଜିଗଡ଼,୧୭।୩(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ଅନ୍ତର୍ଗତ କୁମଖାଲ ପଞ୍ଚାୟତ ସ୍ଥିତ କୁମଖାଲ ଗାଁର ଜଣେ ୮୦ ବର୍ଷୀୟା ବୃଦ୍ଧା ଭତ୍ତା ହିତାଧିକାରୀ କୌଶଲ୍ୟା ଦଣ୍ଡସେନା ବ୍ୟାଙ୍କ ପାସବହି ପରିବର୍ତ୍ତେ ହାତରେ ଭତ୍ତା ଟଙ୍କା ଦେବାକୁ ନିବେଦନ କରିଛନ୍ତି । ସୂଚନାନୁସାରେ କୌଶଲ୍ୟା ଦଣ୍ଡସେନା ଦୀର୍ଘ ୨୦୧୦ ରୁ ଭତ୍ତା ପାଇ ଆସୁଥିବାବେଳେ ବର୍ତ୍ତମାନ ଆଉ ବ୍ୟାଙ୍କକୁ ଯାଇ ଟଙ୍କା ଉଠାଇ ଆଣିବା ତାଙ୍କ ପକ୍ଷେ ସମ୍ଭବ ନାହିଁ। ହିତାଧିକାରୀ କୌଶଲ୍ୟା ଏବଂ ତାଙ୍କ ସମ୍ପର୍କୀୟ କହିବା ଅନୁସାରେ ତାଙ୍କ ଗାଁରୁ ବ୍ୟାଙ୍କକୁ ଯିବାପାଇଁ ପ୍ରାୟ ୬ରୁ ୭ କିଲୋମିଟର ରାସ୍ତା ହେବ । ପୂର୍ବରୁ କୌଶଲ୍ୟାଙ୍କୁ ତାଙ୍କ ନାତି ମଟର ସାଇକେଲରେ କଳେବଳେ ବ୍ୟାଙ୍କକୁ ନେଇ ଭତ୍ତା ଟଙ୍କା ଉଠାଇ ଆଣୁଥିଲେ କିନ୍ତୁ ବର୍ତ୍ତମାନ ତାହା ଆଉ ସମ୍ଭବ ହୋଇପାରୁନାହିଁ।

ଆଉ ଏବେ ତାଙ୍କୁ ବାଇକରେ ବ୍ୟାଙ୍କ ନେବା ମଧ୍ୟ କଷ୍ଟସାଧ୍ୟ ହୋଇପଡ଼ିଛି। ଏନେଇ ବୃଦ୍ଧା ହିତାଧିକାରୀ କହିଛନ୍ତି, ଆଜ୍ଞା ମୁଁ ବୁଢ଼ୀ ଲୋକ,ମୁଁ ଚାଲି ବୁଲି ପାରୁନାହିଁ କି ମୋର କେହି ଲୋକ ବି ନାହାନ୍ତି। ମେର ଆଉ ବ୍ୟାଙ୍କକୁ ଯିବାକୁ ବଳ ବି ନାହିଁ। ମୋତେ ବ୍ୟାଙ୍କ ଆକାଉଣ୍ଟରେ ଦେବା ବଦଳରେ ମୋତେ ହାତରେ ଯଦି ମୋର ଭତ୍ତା ଟଙ୍କା ଦିଅନ୍ତେ ମୋତେ ସୁବିଧା ହୁଅନ୍ତା।

ଗାଁ ପାଖରେ ମିନି ବ୍ୟାଙ୍କ ରହିଥିଲେ ହେଁ ସେଠାରେ ତାଙ୍କର ଆଙ୍ଗୁଠି ଛାପ ମଧ୍ୟ କାମ କରୁନାହିଁ । ଏନେଇ ତାଙ୍କୁ ବ୍ୟାଙ୍କ ପରିବର୍ତ୍ତେ ହାତରେ ଭତ୍ତା ଟଙ୍କା ଦିଆଯାଉ ବୋଲି ବହୁବାର ସରପଞ୍ଚ ଓ ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କ ନିକଟରେ ଗୁହାରି କରିଥିଲେ ହେଁ କେହି କର୍ଣ୍ଣପାତ କରୁନଥିବା ଗଣମାଧ୍ୟମ ସମ୍ମୁଖରେ ପ୍ରକାଶ କରିଛନ୍ତି କୌଶଲ୍ୟା। ଏନେଇ ଲାଞ୍ଜିଗଡ଼ ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀଙ୍କୁ ପଚାରିବାରୁ ସେ କହିଲେ ଏହାର ଅଭିଯୋଗ ଆମେ ପାଇଛୁ ଏବଂ ହାତରେ ଭତ୍ତା ଦେବା ପ୍ରକ୍ରିୟା ଏପ୍ରିଲ ପରେ ଏହାର ବ୍ୟବସ୍ଥା କରାଯିବ ବୋଲି ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆମ ବସ୍‌ ଧକ୍କାରେ ଅତିରିକ୍ତ ଡିସିପି ଆହତ

ଭୁବନେଶ୍ୱର,୩ା୪: ରାଜଧାନୀରେ ପୁଣି ଥରେ ଧକ୍କା କରିଛି ଆମ ବସ୍‌। ଏହି ବସ୍‌ ଧକ୍କାରେ ଅତିରିକ୍ତ ଡିସିପି କୃଷ୍ଣଚନ୍ଦ୍ର ସେଠୀ ଆହତ ହୋଇଛନ୍ତି। ସାଇକେଲ୍‌ରେ ଯିବା ସମୟରେ…

ଅବକାରୀ ବିଭାଗରେ ମହାଘୋଟାଲା: ଏତିକି କୋଟି ଟଙ୍କା ଚଳୁ କରି ୨ ଗିରଫ

ସମ୍ବଲପୁର,୩ା୪(ପ୍ରମୋଦ ବହିଦାର): ସମ୍ବଲପୁର ଜିଲା ଅବକାରୀ ବିଭାଗରେ ଏକ ବଡ଼ ଧରଣର ଆର୍ଥିକ ଅନିୟମିତତା ଘଟଣା ସାମ୍ନାକୁ ଆସିଛି। ଜାଲିଆତି କରି ବିଭାଗରୁ ପ୍ରାୟ ୩.୬୭ କୋଟି…

IRGCର ହିଟ ଲିଷ୍ଟରେ ୮ଟି ପ୍ରମୁଖ ଉପସାଗରୀୟ ସେତୁ; B1 ସେତୁ ଉପରେ ଆମେରିକା-ଇସ୍ରାଏଲ କାର୍ଯ୍ୟାନୁଷ୍ଠାନ ଯୋଗୁ ଇରାନ କ୍ରୋଧିତ

ତେହରାନ,୩।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକା ଏବଂ ଇସ୍ରାଏଲ ଇରାନର ସବୁଠାରୁ ଉଚ୍ଚ ସେତୁ – B1 -କୁ ଟାର୍ଗେଟ କରିଥିଲେ, ଯାହା ଏହି ଅଞ୍ଚଳରେ…

ଅବକାରୀ ବିଭାଗର ନୂଆ ଗାଇଡଲାଇନ: ଏଣିକି ଏମିତି ମିଳିବ ମଦ

ଭୁବନେଶ୍ୱର,୩।୪: ଅବକାରୀ ବିଭାଗ ନୂଆ ଗାଇଡଲାଇନ ଆଣିଛି। ଏଣିକି ଟେଟ୍ରା ପ୍ୟାକରେ ମଦ ମିଳିବ। ଟେଟ୍ରା ପ୍ୟାକରେ ରହିବ ୬ଟି ସୁରକ୍ଷା ଲେୟର। ୧୮୦ ମିଲି ପର୍ଯ୍ୟନ୍ତ…

ଦୁର୍ଗମ ଅଞ୍ଚଳରେ ସ୍ବାସ୍ଥ୍ୟସେବା ଅପହଞ୍ଚ: ଆମ୍ବୁଲାନ୍ସ ବିଳମ୍ବରେ ପହଞ୍ଚିବାରୁ ଗର୍ଭବତୀଙ୍କ ଅକାଳ ମୃତ୍ୟୁ ଅଭିଯୋଗ

ଦାରିଙ୍ଗବାଡି, ୩।୪ (ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁ ଥାନା ଅଞ୍ଚଳରେ ଜଣେ ଗର୍ଭବତୀଙ୍କ ଗୁରୁବାର ଅପରାହ୍ନରେ ଅକାଳରେ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି। ରାସ୍ତା…

ଯୁଦ୍ଧ ମଧ୍ୟରେ ହଠାତ୍‌ ୟୁ-ଟର୍ନ ନେଲେ ଟ୍ରମ୍ପ, କହିଲେ ଇରାନୀ ଲୋକମାନେ ବହୁତ ଶକ୍ତିଶାଳୀ, ମୁଁ ସେମାନଙ୍କୁ…

ଓ୍ବାଶିଂଟନ୍‌,୩।୪: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ତାଙ୍କ କାର୍ଯ୍ୟ ଅପେକ୍ଷା ତାଙ୍କ ଅଜବ ବୟାନ ପାଇଁ ଅଧିକ ପ୍ରସିଦ୍ଧ। ଇରାନ ସହିତ ଆମେରିକା-ଇସ୍ରାଏଲ ଯୁଦ୍ଧ ମଧ୍ୟରେ ଟ୍ରମ୍ପ…

‘ଏବେ ଆରମ୍ଭ ତ ହୋଇ ନାହିଁ…’, ଇରାନର ସର୍ବବୃହତ ପୋଲ ଉପରେ ଆକ୍ରମଣ ପରେ ତେହରାନକୁ ପୁଣି କଡ଼ା ଚେତାବନୀ ଦେଲେ ଟ୍ରମ୍ପ

ଓ୍ବାଶିଂଟନ,୩।୪: ବର୍ତ୍ତମାନ ଆମେରିକା ଏବଂ ଇରାନ ମଧ୍ୟରେ ଏକ ସଂଘର୍ଷ ଚାଲିଛି। ଆମେରିକା ଇରାନ ବିରୁଦ୍ଧରେ ନିରନ୍ତର ଆକ୍ରମଣ ଆରମ୍ଭ କରୁଛି। ଗତକାଲି ରାତିରେ, ଆମେରିକା ଇରାନର…

ଯୁଦ୍ଧ ମଧ୍ୟରେ ବଡ଼ ନିଷ୍ପତ୍ତି ନେଲେ ଟ୍ରମ୍ପ: ସାଧାରଣ ଲୋକଙ୍କ ଉପରେ ପଡିବ ବଡ଼ ପ୍ରଭାବ, ଲାଗୁ କଲେ…

ଓ୍ବାଶିଂଟନ୍‌,୩।୪: ମଧ୍ୟପ୍ରାଚ୍ୟରେ ଯୁଦ୍ଧ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଟ୍ରମ୍ପ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ଟ୍ରମ୍ପ ଔଷଧ ଉପରେ ୧୦୦% ଟାରିଫ୍‌ ଲାଗୁ କରିଛନ୍ତି। ଏହି ଔଷଧଗୁଡ଼ିକରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri