ଦେବୀ ନଦୀରେ ଭାସିଗଲେ କାଉଡ଼ିଆ

ଜଗତ୍‌ସିଂହପୁର,୧୬।୭(ପ୍ରମୋଦ କୁମାର ନାୟକ): ଜଗତ୍‌ସିଂହପୁର ଜିଲା ଆଳିପିଙ୍ଗଳ ନିକଟ ଦେବୀ ନଦୀରେ ରବିବାର ଏକ ଅଘଟଣ ଘଟିଛି। ଆଳିପିଙ୍ଗଳ ଆରପଟ କେତକେଶ୍ୱର ଘାଟରୁ ଜଣେ ନାବାଳକ କାଉଡିଆ ନଦୀରେ ଭାସି ଯାଇଛନ୍ତି। ନାବାଳକ ଜଣକ ହେଲେ ତିର୍ତ୍ତୋଲ ଥାନା ବିଦ୍ୟାଧରପୁର ଗ୍ରାମର ରମେଶ ପ୍ରଧାନଙ୍କ ପୁଅ ଭୋଳା ପ୍ରଧାନ(୧୪) । ସୌଭାଗ୍ୟବଶତଃ ଅନ୍ୟ ୩ଜଣ କାଉଡିଆ ଅଳ୍ପକେ ବର୍ତ୍ତିଯାଇଥିବା ଜଣାପଡିଛି। ଅପରାହ୍ନ ସାଢେ ୫ଟାରୁ ନାବାଳକ ନିଖୋଜ ଥିବା ବେଳେ ବର୍ତ୍ତମାନ ସୁଦ୍ଧା ତାଙ୍କର କୌଣସି ସନ୍ଧାନ ମିଳିପାରି ନାହିଁ।

ଜଗତ୍‌ସିଂହପୁର ଅଗ୍ନିଶମ ବାହିନୀର ୬ ଜଣିଆ ଟିମ୍‌ ଉଦ୍ଧାର କାର୍ଯ୍ୟରେ ଲାଗିଛନ୍ତି। ଇତିମଧ୍ୟରେ ନିଖୋଜ ଭୋଳାଙ୍କ ଗାମୁଛା ଉଦ୍ଧାର ହୋଇଛି। ଜଣେ ବ୍ୟକ୍ତି ନଦୀରେ ମାଛ ଧରୁଥିବା ବେଳେ ଗାମୁଛାଟି ଜାଲରେ ଲାଗିବାରୁ ତାହା ଭୋଳାଙ୍କର ବୋଲି ଜଣାପଡିଛି।

ସୂଚନାଯୋଗ୍ୟ, ଶ୍ରାବଣ ମାସର ଦ୍ୱିତୀୟ ସୋମବାର ଲାଗି କାଉଡିଆମାନେ ବିଭିନ୍ନ ନଦୀରୁ ଜଳ ଉଠାଇ ଶୈବପୀଠଗୁଡିକରେ ଜଳାଭିଷେକ କରିବେ। ଏନେଇ ରବିବାର କେତକେଶ୍ୱର ଘାଟରେ ଭିଡ ହୋଇଥିଲା। ବିଦ୍ୟାଧରପୁର ଗ୍ରାମର ୫ଜଣ କାଉଡିଆ କେତକେଶ୍ୱର ଘାଟରୁ ପାଣି ଉଠାଇବା ପାଇଁ ଅପରାହ୍ନରେ ପହଞ୍ଚି ଥିଲେ । ସେମାନଙ୍କ ମଧ୍ୟରୁ ଜଣେ ଭୋଗ ଆଣିବାକୁ ଯାଇଥିବା ବେଳେ ଅନ୍ୟ ୪ଜଣ ନଦୀରେ ସ୍ନାନ କରିବାକୁ ପଶିଥିଲେ। କିନ୍ତୁ ଗଣ୍ଡ ସ୍ଥାନରେ ପଶି ଯିବାରୁ ସେମାନଙ୍କ ଗୋଡ ଖସି ଯାଇଥିଲା। ଉପସ୍ଥିତ ଅନ୍ୟ କାଉଡିଆମାନେ ୩ ଜଣଙ୍କୁ ଉଦ୍ଧାର କରିବାକୁ ସକ୍ଷମ ହୋଇଥିବା ବେଳେ ଭୋଳା ପାଣିରେ ଭାସି ଯାଇଥିଲେ। କାଉଡିଆଙ୍କ ସହ ସ୍ଥାନୀୟ ଲୋକ ଖୋଜାଖୋଜି କରିଥିଲେ ସୁଦ୍ଧା ଭୋଳାଙ୍କ କୌଣସି ସନ୍ଧାନ ପାଇ ନ ଥିଲେ। ପରେ ଜଗତ୍‌ସିଂହପୁର ଅଗ୍ନିଶମ ବାହିନୀକୁ ଫୋନ କରି ଜଣାଇଥିଲେ। ଅଗ୍ନିଶମ ବାହିନୀର ୬ ଜଣିଆ ଟିମ୍‌ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ହେଲେ ରାତି ହୋଇଥିବାରୁ ନାବାଳକଙ୍କୁ ଖୋଜିବା କଷ୍ଟକର ହୋଇପଡିଛି। ଖବର ପାଇ ନାବାଳକଙ୍କ ପରିବାର ଲୋକ ଓ ଗ୍ରାମବାସୀ ପହଞ୍ଚିଛନ୍ତି। ଏ ସମ୍ପର୍କରେ ଭାରପ୍ରାପ୍ତ ଅଗ୍ନିଶମ ଅଧିକାରୀ ଅଶୋକ କୁମାର ଶତପଥୀଙ୍କୁ ପଚାରିବାରୁ ରାତି ହୋଇଥିବାରୁ ବୋଟ୍‌ ନେବା ସମ୍ଭବ ହେଉ ନାହିଁ। ଲାଇଫ ଜ୍ୟାକେଟ୍‌ ଓ ଅନ୍ୟ ଆନୁଷଙ୍ଗିକ ସାମଗ୍ରୀ ସହ ଅଗ୍ନିଶମ କର୍ମଚାରୀ ଉଦ୍ଧାର କାର୍ଯ୍ୟରେ ଲାଗିଥିବା ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓକିଲ ସଂଘ ନିର୍ବାଚନ: ମଇଦାନରେ ୬ ପ୍ରାର୍ଥୀ, ସରଗରମ କୋର୍ଟ ପରିସର

ପୁରୁଷୋତ୍ତମପୁର,୨୮।୩ (ସବିତା ମିଶ୍ର): ସାରା ରାଜ୍ୟରେ ଓକିଲ ସଂଘ ନିର୍ବାଚନ ଚାଲିଛି। ଏହି ପରିପ୍ରେକ୍ଷୀରେ ଗଞ୍ଜାମ ଜିଲା ପୁରୁଷୋତ୍ତମପୁର କୋର୍ଟ ପରିସରରେ ନିର୍ବାଚନ ଉଷ୍ମତା ସରଗରମ ହୋଇଉଠିଛି…

କେସିଙ୍ଗା ରେଳ ଷ୍ଟେଶନ ପରିଦର୍ଶନ କଲେ ସମ୍ବଲପୁର ରେଳ ପ୍ରବନ୍ଧକ: ସମସ୍ୟା ସମାଧାନ ପାଇଁ ଦେଲେ ପ୍ରତିଶ୍ରୁତି

କେସିଙ୍ଗା,୨୮।୩(ତୁମେଶ୍ୱର ସାହୁ): ସମ୍ବଲପୁର ରେଳ ପ୍ରବନ୍ଧକ କେସିଙ୍ଗା ରେଳ ଷ୍ଟେଶନକୁ ଶନିବାର ପରିଦର୍ଶନ କରି ଷ୍ଟେଶନର ବିଭିନ୍ନ ସମସ୍ୟା ଉପରେ ତଦନ୍ତ କରିଥିଲେ। ଏହି ଷ୍ଟେଶନରେ ଯାତ୍ରୀଙ୍କ…

ଘରକୁ ଫେରୁଥିଲେ ଶ୍ରମିକ, ଧକ୍କା ଦେଲା ଟ୍ରାଭେଲର: ଆଉ ତା’ପରେ…

ଲୋଇସିଂହା,୨୮।୩(ସୁଶାନ୍ତ ବାରିକ):ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ ବାଦିମୁଣ୍ଡା- ବଲାଙ୍ଗୀର ରାସ୍ତାର ସରଗାଡରେ ଏକ ଅଜଣା ଗାଡ଼ି ଧକ୍କାରେ ଶନିବାର ଭୋର ସକାଳୁ ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଛି।…

ଖେମୁଣ୍ଡି ଓକିଲ ସଂଘ ନିର୍ବାଚନ: ମଇଦାନରେ ଅଛନ୍ତି ଏମାନେ, ଆଜି ଫଳାଫଳ ଘୋଷଣା

ଦିଗପହଣ୍ଡି,୨୮।୩(ଅଶେଷ ନାଥ ମିଶ୍ର): ରାଜ୍ୟ ବାର କାଉନସିଲ ପକ୍ଷରୁ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ଗଞ୍ଜାମ ଜିଲା ଦିଗପହଣ୍ଡିସ୍ଥିତ ଖେମୁଣ୍ଡି ଓକିଲ ସଂଘର କାର୍ଯ୍ୟକର୍ତ୍ତା ନିର୍ବାଚନ ନିମନ୍ତେ ଶନିବାର…

ଦାରିଙ୍ଗବାଡିରେ କାଳବୈଶାଖୀ ପ୍ରଭାବ: ୧୫ ଘଣ୍ଟା ହେଲା ଅନ୍ଧାରରେ ଏକାଧିକ ପଞ୍ଚାୟତବାସୀ

ଦାରିଙ୍ଗବାଡି, ୨୮।୩ (ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଅଞ୍ଚଳରେ ଶୁକ୍ରବାର ସନ୍ଧ୍ୟାରେ କଳାବୈଶାଖୀର ପ୍ରଭାବରେ ପବନ ବୋହିବା ସହ ବିଜୁଳି ଘଡଘଡି ସହ ବର୍ଷା ହୋଇଥିଲା…

ମୋଦି-ଟ୍ରମ୍ପଙ୍କ ଫୋନ କଲ୍‌ରେ ଏଲନ ମସ୍କଙ୍କ ଉପସ୍ଥିତିକୁ ନେଇ କୂଟନୈତିକ ମହଲରେ ହଇଚଇ

ନୂଆଦିଲ୍ଲୀ,୨୮।୩: ମଧ୍ୟପ୍ରାଚ୍ୟ ଯୁଦ୍ଧ ଉପରେ ପ୍ରଧାନମନ୍ତ୍ରୀ ମୋଦି ଏବଂ ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ ହୋଇଥିବା ଫୋନ ଆଲୋଚନା ବହୁତ ଚର୍ଚ୍ଚା ସୃଷ୍ଟି କରୁଛି। କିନ୍ତୁ ଏହି ଆଲୋଚନା…

ବାଇକ୍‌ରେ ଯାଉଥିଲେ ଉପରେ ପଡ଼ିଲା ଗଛ: ଆଉ ତା’ପରେ…

ବାରିପଦା,୨୮।୩(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବାରିପଦାର ଆଖପାଖ ଅଞ୍ଚଳରେ ଶୁକ୍ରବାର ବିଳମ୍ବିତ ରାତିରେ ଝଡ ତୋଫାନ ଓ ପ୍ରବଳ ବର୍ଷାରେ ବ୍ୟାପକ କ୍ଷୟକ୍ଷତି ଘଟିଛି। ପୃଥକ…

ମନ୍ଦିର ଛକରୁ ସିଲେଟପଡ଼ା ରାସ୍ତା ଶୋଚନୀୟ: ଆନ୍ଦୋଳନ ପାଇଁ ସଜବାଜ

କର୍ଲାମୁଣ୍ଡା,୨୮ା୩ (ପ୍ରଦୀପ କୁମାର ସାହୁ):କର୍ଲାମୁଣ୍ଡା ବ୍ଲକ ଜୋରାଡବରା ପଞ୍ଚାୟତ କୁଶୁର୍ଲା ହରଗୌରୀ ମନ୍ଦିର ଛକଠାରୁ ସିଲେଟପଡ଼ା ରାସ୍ତା ଶୋଚନୀୟ ହୋଇପଡିଛି। ୨୦୧୫ରେ ପିଚୁ ରାସ୍ତା ନିର୍ମାଣ ହୋଇଥିଲେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri