ମଥାରେ ତିଳକ, ମୁଣ୍ଡରେ ଓଢଣୀ; ଭକ୍ତିରେ ଲୀନ ହେଲେ କ୍ୟାଟ୍ରିନା

ଦୁବାଇ,୨୫।୨: ସାରା ଦେଶରୁ ଲୋକମାନେ ମହାକୁମ୍ଭରେ ବୁଡ଼ ପକାଉଛନ୍ତି। ବଲିଉଡ ଷ୍ଟାରମାନେ ମଧ୍ୟ ଏଥିରୁ ବାଦ୍‌ ପଡ଼ିନାହାନ୍ତି। ନିକଟରେ ଷ୍ଟାର କ୍ୟାଟ୍ରିନା କୈଫ ତାଙ୍କ ଶାଶୁ ବୀଣା କୌଶଳଙ୍କ ସହ ମହାକୁମ୍ଭରେ ପହଞ୍ଚିଥିଲେ। ଏଠାରେ କ୍ୟାଟ୍ରିନା ଭକ୍ତିରେ ଲୀନ ହୋଇଥିବାର ଦେଖାଯାଇଥିଲା। କ୍ୟାଟ୍ରନାଙ୍କ ସହ ରବିନା ଟଣ୍ଡନ ଏବଂ ତାଙ୍କ ଝିଅ ରାଶା ଥାଡାନି ମଧ୍ୟ ନଜର ଆସିଥିଲେ। ଅଭିନେତା ଅଭିଷେକ ବାନାର୍ଜୀ ମଧ୍ୟ ସେମାନଙ୍କ ସହିତ ଯୋଗ ଦେଇଥିଲେ। ସମସ୍ତେ ମିଶି ଗଙ୍ଗା ଆରତୀ କଲେ ଏବଂ ଭଜନ ମଧ୍ୟ ଗାଇଥିଲେ।
କ୍ୟାଟ୍ରିନା ହଳଦିଆ ରଙ୍ଗର ଶୁଟ ପିନ୍ଧିଥିବା ଦେଖିବାକୁ ମିଳିଥିଲା। ତାଙ୍କ ମୁଣ୍ଡରେ ଏକ ସ୍କାର୍ଫ ଥିଲା ଏବଂ ତାଙ୍କ କପାଳରେ ତିଳକ ଲଗାଯାଇଥିଲା। ରବିନା ଏବଂ ରାଶାଙ୍କୁ ମଧ୍ୟ ହଳଦିଆ ରଙ୍ଗର ସୁଟ ପିନ୍ଧି ଦେଖିବାକୁ ମିଳିଥିଲା। ମହାକୁମ୍ଭରେ ସମସ୍ତେ ଭଜନ ଗାଇଥିଲେ। ସମସ୍ତେ ତଳେ ବସି ମାତା ଗଙ୍ଗାଙ୍କ ସ୍ତୁତି ଗାନ କରୁଥିବାର ଦେଖାଯାଇଥିଲା।
ଏହାପୂର୍ବରୁ କ୍ୟାଟ୍ରିନା ପୂଜ୍ୟ ସ୍ବାମୀ ଚିଦାନନ୍ଦ ସରସ୍ବତୀଙ୍କୁ ଭେଟି ତାଙ୍କ ଆଶୀର୍ବାଦ ନେଇଥିଲେ। ଏହା ପରେ ସେ ସଙ୍ଗମରେ ବୁଡ଼ ପକାଇଲେ। ମହାକୁମ୍ଭର କ୍ୟାଟ୍ରିନାଙ୍କ ଫଟୋ ଏବଂ ଭିଡିଓ ଭାଇରାଲ ହେଉଛି।
ଅନେକ ତାରକା ପୂର୍ବରୁ ମହାକୁମ୍ଭ ଯାଇସାରିଛନ୍ତି। ଅକ୍ଷୟ କୁମାର, ବିକି କୌଶଳ, ଅମ୍ବାନୀ ପରିବାର, ହେମା ମାଳିନୀ ଭଳି ଷ୍ଟାରମାନେ ସଙ୍ଗମରେ ବୁଡ଼ ପକାଇଛନ୍ତି।
କ୍ୟାଟ୍ରିନାଙ୍କୁ ଶେଷ ଥର ପାଇଁ ମେରୀ ଖ୍ରୀଷ୍ଟମାସରେ ଦେଖିବାକୁ ମିଳିଥିଲା। ଏହି ଫିଲ୍ମରେ ସେ ମାରିଆ ଭୂମିକାରେ ନଜର ଆସିଥିଲେ। ତାଙ୍କୁ ଟାଇଗର ୩ରେ ମଧ୍ୟ ଦେଖିବାକୁ ମିଳିଥିଲା।

 

View this post on Instagram

 

A post shared by Parmarth Niketan (@parmarthniketan)


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ସରକାରର ବିଫଳତାକୁ ନେଇ ଗାଁକୁ ଯିବ ବିଜେଡି

ଭବାନୀପାଟଣା: ୨୬ା୧୨(ଉତ୍ତମ କୁମାର ଦାଶ):୨୮ ବର୍ଷ ଅତିକ୍ରମ କରି ୨୯ ବର୍ଷରେ ପାଦ ଦେଇଛି ବିଜୁ ଜନତା ଦଳ। ଏହି ଅବସରରେ ଶୁକ୍ରବାର କଳାହାଣ୍ଡି ଜିଲା...

ଅଚାନକ ଦିଲ୍ଲୀ ଟିମ୍‌ ଛାଡ଼ି ଘରକୁ ଫେରିଗଲେ କୋହଲି, କାରଣ ଜାଣିଲେ…

ବେଙ୍ଗାଲୁରୁ,୨୬।୧୨: ଭାରତୀୟ କ୍ରିକେଟର ଷ୍ଟାର ଖେଳାଳି ବିରାଟ କୋହଲି ବିଜୟ ହଜାରେ ଟ୍ରଫି ୨୦୨୫-୨୬ରେ ଦିଲ୍ଲୀ ପାଇଁ ଜବରଦସ୍ତ ପ୍ରଦର୍ଶନ କରିଥିଲେ। କିନ୍ତୁ ଏବେ ସେ...

୨ ମହିଳାଙ୍କ ସମେତ ୬ ଦାଦନ ଶ୍ରମିକ ଉଦ୍ଧାର

ନୂଆପଡ଼ା/କୋମନା,୨୬ା୧୨(ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ଅଞ୍ଚଳରେ ଦାଦନ ଦଲାଲ ସକ୍ରିୟ ରହିଛନ୍ତି। ପ୍ରତିଦିନ ଜିଲାରୁ ଶତାଧିକ ଶ୍ରମିକ ଚାଲାଣ ହେଉଥିବା ଅଭିଯୋଗ ହୋଇଆସୁଛି।...

ଭାଜପା ପକ୍ଷରୁ ବନବିହାର କାର୍ଯ୍ୟକ୍ରମ: ସାମୂହିକ ବନ୍ଦେ ମାତରମ ଗାନ

କେସିଙ୍ଗା,୨୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଭାଜପା ନଗର ମଣ୍ଡଳ କମିଟି ପକ୍ଷରୁ ଶୁକ୍ରବାର ତହସିର ଚେକ୍‌ଡ୍ୟାମ ପରିସରରେ ବନବିହାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।...

ନିଖୋଜ ରାତ୍ର ଜଗୁଆଳିଙ୍କ ମୃତଦେହ ଜବତ : ହତ୍ୟା ଅଭିଯୋଗ କଲେ ପରିବାର ଲୋକେ

ଥୁଆମୂଳ ରାମପୁର,୨୬ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କର୍ଲାପାଟ ଥାନା ଅଧୀନ ଗୁଣୁପୁର ସାଇସୁରୁଣି ଛକ ନିକଟ ପୋଲ ତଳୁ ଶୁକ୍ରବାର ନିଖୋଜ...

ସମସ୍ତଙ୍କ ଆଗରେ ଭୋ ଭୋ ହୋଇ କାନ୍ଦିଲେ ରୋହିତ, କାରଣ ଜାଣିଲେ…Video

ମୁମ୍ବାଇ,୨୬।୧୨: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ଓପନର ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କ ଏକ ଭାବୁକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି...

ଖୋଲିଲା ମା’ ବାଙ୍କେଶ୍ବରୀଙ୍କ ଦାନହୁଣ୍ଡି: ମିଳିଲା ୧୧ ଲକ୍ଷ ୯୩ ହଜାର

ଦିଗପହଣ୍ଡି,୨୬।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡିି ପଞ୍ଚାୟତ କେରାଣ୍ଡିମାଳ ପର୍ବତ ଶିଖରରେ ପୂଜା ପାଉଥିବା ସମଗ୍ର ଦକ୍ଷିଣ ଓଡ଼ିଶାର ପ୍ରମୁଖ...

କଳାହାଣ୍ଡିର ଯୁବତୀଙ୍କୁ ତେଲେଙ୍ଗାନାରେ ହତ୍ୟା, ନଦୀବ୍ରିଜ ତଳୁ ମୃତଦେହ…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ର ଯୁବତୀ ଙ୍କୁ ତେଲେଙ୍ଗାନା ରେ ହତ୍ୟା ଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗତ ୩ ମାସ ତଳେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri