ଅକ୍ଷୟ କୁମାରଙ୍କୁ କଟ୍ରିନା ପଚାରିଲେ ‘ତୁମକୁ ରାଖୀ ବାନ୍ଧି ପାରିବି କି?’; ଜବାବରେ ଚାପୁଡ଼ା….

ବମ୍ବେ: ସୁନ୍ଦରୀ ଅଭିନେତ୍ରୀଙ୍କ ସହ ରୋମାନ୍ସ କରିବାକୁ ମନ ଆତୁର ହୋଇପାରେ। ହେଲେ ଯଦି ରାଖୀ ବାନ୍ଧିବାକୁ କୁହାଯାଏ, ତେବେ ଉତ୍ତର ନା ହେବା ସ୍ବାଭାବିକ। ଏଭଳି କିଏ କାହିଁକି ବା ଚାହିଁବ। ସେଭଳି କିଛି ଥିଲା ଅଭିନେତ୍ରୀ କଟ୍ରିନା କୈଫଙ୍କ ଅନୁଭୂତି।

ଖିଲାଡି କିଙ୍ଗ ଅକ୍ଷୟ କୁମାରଙ୍କ ସହ କଟ୍ରିନାଙ୍କ ଯୋଡ଼ି ଜମେ। ପରଦାରେ ଉଭୟଙ୍କ ଫିଲ୍ମ ସୁପରହିଟ୍‌ ହେବାର ନଜିର ରହିଛି। ‘ଓ୍ବେଲକମ୍‌’, ‘ନମସ୍ତେ ଲଣ୍ଡନ’, ‘ସିଙ୍ଗ ଇଜ୍‌ କିଙ୍ଗ’ ଆଦି ଚଳଚ୍ଚିତ୍ରରେ ସେମାନଙ୍କର କେମିଷ୍ଟ୍ରି ଦର୍ଶକଙ୍କ ହୃଦୟ ଜିତିଛି। ହେଲେ ଏକଦା କଟ୍ରିନା ଅକ୍ଷୟଙ୍କ ସହ ରୋମାନ୍ସ ନୁହେଁ ବରଂ ରାଖୀ ବାନ୍ଧିବାକୁ ଚାହିଁଥିଲେ। ସେ ବି ଅସଲ ଜୀବନରେ।

ଆପଣ ଯାହା ପଢ଼ିଲେ ସତ। କରନ୍‌ ଜୋହରଙ୍କ ଚାଟ୍‌ ଶୋ’ରେ କଟ୍ରିନା ଉକ୍ତ ଦିନର ଘଟଣା ବିଷୟରେ କହିଥିଲେ। ‘ତିସ ମାର୍‌ ଖାନ୍‌’ ଶୁଟିଂସେଟ୍‌ରେ ସେ ଅକ୍ଷୟଙ୍କୁ ରାଖୀ ବାନ୍ଧିବାକୁ ଇଚ୍ଛା ପ୍ରକାଶ କରିଥିଲେ। ଏନେଇ ସେ ଅଭିନେତାଙ୍କୁ ‘ତୁମକୁ ରାକ୍ଷୀ ବାନ୍ଧି ପାରିବି କି? ବୋଲି ପ୍ରଶ୍ନ କରିଥିଲେ। ଏହାକୁ ନେଇ ଅକ୍ଷୟ ତାଙ୍କୁ ଚାପୁଡ଼ା ଦରକାର କି ବୋଲି ରାଗିକରି କହିଥିଲେ। ଅକ୍ଷୟଙ୍କୁ ନେଇ କଟ୍ରିନାଙ୍କ ମନରେ ସମ୍ମାନ ଥିଲେ ହେଁ କଥାଟି ତାଙ୍କୁ ପସନ୍ଦ ଆସି ନ ଥିଲା। ଅଭିନେତା ଜଣେ ଭଲ ବନ୍ଧୁ ହୋଇଥିବାରୁ ତାଙ୍କୁ ରାଖୀ ବାନ୍ଧିବାରେ କିଛି ଅସୁବିଧା ନ ଥିବା ସେ ଭାବିଥିଲେ। ହେଲେ ଅକ୍ଷୟଙ୍କୁ ତାହା ଲାଗି ନ ଥିଲା। ଏହା ଅଭିନେତ୍ରୀଙ୍କୁ ଦୁଃଖ ଦେଇଥିବା ସେ କହିଥିଲେ।

କେବଳ ଯେ ଅକ୍ଷୟ ତାହା ନୁହେଁ ଅର୍ଜୁନ କପୁରଙ୍କୁ ମଧ୍ୟ ରାଖୀ ବାନ୍ଧିବାକୁ ଚେଷ୍ଟା କରିଛନ୍ତି କଟ୍ରିନା। ହେଲେ ଅର୍ଜୁନ ତାହା ଶୁଣି ଘଟଣାସ୍ଥଳରୁ ଦୌଡ଼ି ପଳାଇଥିଲେ। ପରଦିନ ମଧ୍ୟ ସେହିଭଳି କଟ୍ରିନା ତାଙ୍କ ପଛରେ ପଡ଼ି ଯାଇଥିଲେ। ମାତ୍ର ସଫଳ ହୋଇ ନ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବ୍ରହ୍ମବରଦା ଥାନାରୁ ଅଭିଯୁକ୍ତ ଚମ୍ପଟ ଘଟଣା: ଏଏସ୍‌ଆଇଙ୍କ ସମେତ ୩ ପୋଲିସ କର୍ମଚାରୀ ସସ୍‌ପେଣ୍ଡ

ଧର୍ମଶାଳା, ୨୮।୩(ଶିିବ ପ୍ରସାଦ ମହାନ୍ତି): ଯାଜପୁର ଜିଲା ବ୍ରହ୍ମବରଦା ଥାନାରୁ ଜଣେ ଅଭିଯୁକ୍ତ ଚମ୍ପଟ ମାରିବା ଘଟଣାରେ ଜିଲା ଆରକ୍ଷୀ ଅଧୀକ୍ଷକ (ଏସ୍‌ପି) କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ…

ସରକାରଙ୍କ ବିରୋଧରେ ଗର୍ଜିଲା କଂଗ୍ରେସ

ବଞ୍ଚୋ,୨୮ା୩(ପ୍ରଦୋଷ କୁମାର ବିଶ୍ୱାଳ): କେନ୍ଦୁଝର ଜିଲାର ଆନନ୍ଦପୁର ଉପଖଣ୍ଡ ହାଟଡିହୀ ବ୍ଲକ ଅନ୍ତର୍ଗତ ମରେଇଗାଁ ପଡ଼ିଆରେ କଂଗ୍ରେସ ଦଳର ଡାକରାରେ ଏକ ବିଶାଳ ଜନସମାବେଶ ଅନୁଷ୍ଠିତ ହୋଇଯାଇଛି।…

୧୦ ମାସ ତଳେ ବିବାହ କରିଥିଲେ ଅନୁପମା, ବେକରେ ଦାଗ ଦେଖି ବାପଘର ଲୋକେ ଆଣିଲେ ହତ୍ୟା ଅଭିଯୋଗ

ବଲାଙ୍ଗୀର,୨୮ା୩(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ତୁଷୁରା ଥାନା ମହିପୁର ଗାଁରେ ଜଣେ ନବବଧୂକୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ୧୦ ମାସ ତଳେ ବାହା ହୋଇଥିବା…

ଉପଖଣ୍ଡ ମାନ୍ୟତା ପ୍ରଦାନ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର

ରିଷିଡ଼ା,୨୮ା୩ (ସୁଶାନ୍ତ ମଲ୍ଲିକ)କଳାହାଣ୍ଡି ଜିଲାର ମଦନପୁର ରାମପୁରକୁ ଉପଖଣ୍ଡ ମାନ୍ୟତା ଦେବା ପାଇଁ ଯୁବ ନେତା ତଥା ରାଜ ପରିବାର ସଦସ୍ୟ ନୀଳମାଧବ ସିଂଦେଓ ମୁଖ୍ୟମନ୍ତ୍ରୀ ମୋହନ…

ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହେଲେ ହିମାଂଶୁ-ଦେବେନ୍ଦ୍ର, କାର୍ଯ୍ୟଭାର ନେବା ପରେ…

ବରପାଲି,୨୮ା୩(ଚିତ୍ତରଞ୍ଜନ ସାହୁ): ଶନିବାର ବରପାଲି ଓକିଲ ସଂଘର ନୂତନ କର୍ମକର୍ତ୍ତା ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି। ଚଳିତ ବର୍ଷ ପାଇଁ ସଭାପତି ହିମାଂଶୁ ଶେଖର ସାହୁ ଓ ସମ୍ପାଦକ…

ବାଣଫୁଟାଇ ମିଠାଖୁଆଇ ବିଜୟ ଉତ୍ସବ ପାଳିଲେ ପ୍ରକାଶ-ରବୀନ୍ଦ୍ର

ପୁରୁଷୋତ୍ତମପୁର,୨୮ା୩(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଓକିଲ ସଂଘ ନିର୍ବାଚନ ଶାନ୍ତିଶୃଙ୍ଖଳାର ସହ ଶେଷ ହୋଇଛି। ଏଥିରେ ସଭାପତି ଭାବେ ପ୍ରକାଶ ଚନ୍ଦ୍ର ତ୍ରିପାଠୀ ତାଙ୍କ ପ୍ରତିଦ୍ୱନ୍ଦ୍ୱୀ…

ମଧ୍ୟପ୍ରାଚ୍ୟରେ ଅଶାନ୍ତି ମଧ୍ୟରେ, ଆମେରିକାକୁ କଡ଼ା ଚେତାବନୀ ଦେଲେ ଇରାନ ରାଷ୍ଟ୍ରପତି, କହିଲେ ଏଥର…

ତେହରନ୍‌,୨୮।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ଉତ୍ତେଜନା ଆରମ୍ଭ ହେବାର ଏକ ମାସ ବିତିଗଲାଣି। ଇରାନ ଏବଂ ଇସ୍ରାଏଲ ମଧ୍ୟରେ ନିରନ୍ତର କ୍ଷେପଣାସ୍ତ୍ର ଆକ୍ରମଣ ବିନିମୟ ହୋଇଛି। ଇରାନ ରାଷ୍ଟ୍ରପତି…

ସରିଲା ଓକିଲ ସଂଘ ନିର୍ବାଚନ: ବାଜି ମାରିଲେ ହୃଦୟରଞ୍ଜନ-ସନ୍ତୋଷ

ଦିଗପହଣ୍ଡି,୨୮ା୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦଗିଗପହଣ୍ଡିସ୍ଥିତ ଖେମୁଣ୍ଡି ଓକିଲ ସଂଘର ନିର୍ବାଚନ ଶନିବାର ଶାନ୍ତିପୂର୍ଣ୍ଣ ଭାବେ ସରିଛି। ଓକିଲ ସଂଘର ସଭାପତି ଭାବେ ହୃଦୟରଞ୍ଜନ ମେକାପ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri