Kashmir Terror Attack: ଆଉ ଜଣେ ଓଡ଼ିଆ ମୃତ

ଲାଠୋର,୨୪ା୪(ଭୁବନେଶ୍ୱର ବାରିକ): ମଙ୍ଗଳବାର ଅପରାହ୍ନରେ ଜମ୍ମୁ-କଶ୍ମୀରର ପହଲଗାମ୍‌ ଜିଲାରେ ହୋଇଥିବା ଆତଙ୍କବାଦୀଙ୍କ ଆକ୍ରମଣରେ ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକ୍‌ ଲାଠୋର ଗ୍ରାମର ଦିନେଶ ଅଗ୍ରୱାଲ(୪୫) ପ୍ରାଣ ହରାଇଛନ୍ତି। ଏହି ଖବର ବୁଧବାର ଜଣାପଡିବା ପରେ ଗ୍ରାମରେ ଶୋକର ଛାୟା ଖେଳିଯାଇଛି। ଦିନେଶ ଲାଠୋର ଗ୍ରାମର ସ୍ବର୍ଗତ ପ୍ରୟାଗଚାନ୍ଦ ଅଗ୍ରୱାଲଙ୍କ ସାନ ପୁଅ l ସେ ଗ୍ରାମର ଶ୍ରୀ ଦୁର୍ଗେଶ୍ୱରୀ ଉଚ୍ଚ ବିଦ୍ୟାଳୟରେ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢ଼ିବା ପରେ ବାପାଙ୍କ ବ୍ୟବସାୟ ସମ୍ଭାଳିଥିଲେ। ପ୍ରାୟ ୧୦ ବର୍ଷ ହେବ ଦିନେଶ ଛତିଶଗଡ଼ ରାୟପୁରକୁ ପରିବାର ସହ ଯାଇ ସେଠାରେ ଷ୍ଟିଲ ବ୍ୟବସାୟ କରୁଥିଲେ। ଜଣେ ଜଣାଶୁଣା ବ୍ୟବସାୟୀ ଭାବେ ସେଠାରେ ପରିଚିତ ଥିଲେ। ସେ ତାଙ୍କର ୨୦ତମ ବିବାହ ବାର୍ଷିକୀ ଉତ୍ସବ ପାଳନ ପାଇଁ ସ୍ତ୍ରୀ ନେହା ଏବଂ ଝିଅ ଓ ପୁଅଙ୍କୁ ସାଙ୍ଗରେ ନେଇ କଶ୍ମୀର ଯାଇଥିଲେ l ସେଠାରେ ସେ ପ୍ରାଣ ହରାଇବା ଖବର ଶୁଣି ଗଁାରେ ରହୁଥିବା ସମ୍ପର୍କୀୟମାନେ ଦୁଃଖରେ ମ୍ରିୟମାଣ ହୋଇପଡ଼ିଛନ୍ତି l

Share