ବନ୍ଦ ହେଲା କାଶୀ ବିଶ୍ୱନାଥ ମନ୍ଦିର: ୨ କର୍ମଚାରୀ କରୋନା ପଜିଟିଭ୍‌

ବାରାଣସୀ,୨୨।୭: ଦେଶରେ କରୋନା ସଂକ୍ରମଣ ଦ୍ରୁତଗତିରେ ବ୍ୟାପିବାରେ ଲାଗିଛି। ଏହି କ୍ରମରେ ଧର୍ମନଗରୀ କୁହାଯାଉଥିବା ବାରାଣସୀରେ ମଧ୍ୟ ପ୍ରତିଦିନ ଶହ ଶହ ସଂଖ୍ୟାରେ କରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ଉକ୍ତ ସହରରେ ପୋଲିସ, ପିଏସି, ଡାକ୍ତର ଓ ବ୍ୟାଙ୍କ କର୍ମଚାରୀଙ୍କ ପରେ ଏବେ ଏହି ସଂକ୍ରମଣ ମନ୍ଦିରରେ ପହଞ୍ଚିଛି। ସାରା ବିଶ୍ୱରେ ପ୍ରସିଦ୍ଧ ଥିବା କାଶୀ ବିଶ୍ୱନାଥ ମନ୍ଦିରର ୨ଜଣ କର୍ମଚାରୀ ବୁଧବାର କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଏହାପରେ ସୁରକ୍ଷା ଦୃଷ୍ଟିରୁ ମନ୍ଦିରକୁ ୩ଦିନ ଯାଏଁ ବନ୍ଦ କରିବାକୁ ଜିଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ଏହି ସମୟରେ ମନ୍ଦିର କାର୍ଯ୍ୟାଳକୁ ସାନିଟାଇଜ୍‌ କରାଯିବ। ଅନ୍ୟପଟେ ଉକ୍ତ ୨କର୍ମଚାରୀଙ୍କୁ ହୋମ୍‌ କ୍ୱାରାଣ୍ଟାଇନ୍‌ରେ ପଠାଇଦିଆଯାଇଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ସୁଶାନ୍ତଙ୍କ ଏକ୍ସଗର୍ଲଫ୍ରେଣ୍ଡଙ୍କ ବୟାନ ରେକର୍ଡ କଲା ପାଟନା ପୋଲିସ

ମୁମ୍ବାଇ,୨୯।୭: ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁକୁ ଦେଢ଼ମାସ ବିତିଯାଇଛି। ହେଲେ ଏଯାଏଁ ତାଙ୍କ ମୃତ୍ୟୁ ପଛର ରହସ୍ୟ ଉପରୁ ପର୍ଦ୍ଦା ଉଠାଇ ପାରିନ...

ରାଜ୍ୟ ସଭାରେ ଭାଜପା ସ୍ଥିତି କଂଗ୍ରେସର ୨ ଗୁଣରୁ ଅଧିକ

ନୂଆଦିଲ୍ଲୀ,୨୧ା୬: ରାଜ୍ୟ ସଭା ନିର୍ବାଚନ ଫଳାଫଳ ପ୍ରକାଶ ପାଇବା ପରେ ପାର୍ଲାମେଣ୍ଟର ଉଚ୍ଚ ସଦନରେ ଭାଜପା ନେତୃତ୍ୱାଧୀନ ଏନ୍‌ଡିଏ ଏବଂ ବିରୋଧୀ ଦଳ ମଧ୍ୟରେ ଆସନ...

CORONAVIRUS UPDATE: ରାଜ୍ୟରେ ସୁସ୍ଥ ହେଲେ ୧୪୯ ଆକ୍ରାନ୍ତ; ମୋଟ ଆରୋଗ୍ୟ ସଂଖ୍ୟା ୫,୫୦୨କୁ ବୃଦ୍ଧି

ଭୁବନେଶ୍ୱର, ୨।୭(ବ୍ୟୁରୋ): ରାଜ୍ୟରେ ଗୁରୁବାର ୧୪୯ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଗଞ୍ଜାମ ଜିଲାରୁ ସର୍ବାଧିକ ୪୯ଜଣ ସୁସ୍ଥ ହୋଇଛନ୍ତି। ସେହିପରି ଖୋର୍ଦ୍ଧା...

ଅନ୍ୟ ଜାତିରେ ପ୍ରେମ: ୨ ବର୍ଷରେ ଗଲାଣି ୫୮ ଜୀବନ

ବରେଲି,୩ା୧୨- ଉତ୍ତରପ୍ରଦେଶର ବରେଲି ଡିଭିଜନରେ ଅନ୍ୟ ଜାତିରେ ପ୍ରେମ କରିବା ଅତ୍ୟନ୍ତ ଭୟଙ୍କର। ଗତ ଦୁଇ ବର୍ଷ ମଧ୍ୟରେ ଯାଇଛି ୫୮ ଜଣଙ୍କ ଜୀବନ। ଅନ୍ୟ...

ପ୍ରତିଶୋଧର ରାଜନୀତି କରୁଛି କେନ୍ଦ୍ର: ମମତା

କୋଲକାତା, ୨୯।୫: ପଶ୍ଚିମବଙ୍ଗ ମୁଖ୍ୟ ଶାସନ ସଚିବ ଅଲପନ ବନ୍ଦୋପାଧ୍ୟାୟଙ୍କୁ ସାଧାରଣ ଅଭିଯୋଗ ଓ ପେନ୍‌ସନ ମନ୍ତ୍ରଣାଳୟରେ ଅବସ୍ଥାପିତ କରାଇବା ପାଇଁ କେନ୍ଦ୍ର ସରକାର ଶୁକ୍ରବାର...

ଅନୀଲ କପୁରଙ୍କୁ କରାଯାଉ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ: ପ୍ରଶଂସକ

ମୁମ୍ବାଇ,୩୧।୧୦: ମହାରାଷ୍ଟ୍ରରେ ସରକାର ଗଠନ ପାଇଁ ଭାଜପା ଓ ଶିବସେନା ମଧ୍ୟରେ ଅଙ୍କ ଛିଣ୍ଡିପାରୁନାହିଁ। ଇତିମଧ୍ୟରେ ଏଭଳି ସ୍ଥିତିକୁ ଦେଖି ଟୁଇଟରରେ ଜଣେ ୟୁଜର୍ସ ଏକ...

ବିବାହରେ କନ୍ୟାଙ୍କୁ ଏକ ତୋଳା ସୁନା ଉପହାର ଦେବେ ଆସାମ ସରକାର: ଜାନୁଆରୀ ୧ରୁ ଯୋଜନା ହେବ ଲାଗୁ

ଗୁଆହାଟୀ,୩୦।୧୨: ଆସାମରେ ୧ ଜାନୁୟାରୀଠାରୁ ସରକାର ଏକ ନୂଆ ଯୋଜନା ଲାଗୁ କରିବାକୁ ଯାଉଛନ୍ତି। ଏହି ଯୋଜନା ଅନ୍ତର୍ଗତ ବିବାହରେ ସରକାର ପ୍ରତି କନ୍ୟାଙ୍କୁ ଏକ...

କରୋନା କଟକଣା ବେଳେ ଚାଲିଛି ଜୁଆଖେଳ: ଧରାପଡିଲେ ୪

ରୂପ୍‌ସା, ୨୯।୩(ଡି.ଏନ.ଏ.)-କରୋନା କଟକଣା ସତ୍ତ୍ୱେ ବାଲେଶ୍ୱର ଜିଲା ରୂପ୍‌ସା ଥାନା ଲଛମନଖୁଣ୍ଟା ଅଞ୍ଚଳରେ ଗାଁ ପୋଖରୀ ହୁଡ଼ାରେ ଅବାଧରେ ଜୁଆ ଖେଳ ଚାଲିଥିବା ଅଭିଯୋଗ ହୋଇଥିଲା।...

Advertisement


Archives

Model This Week