ଜିଲା ପାଇଁ ଗୌରବ ଆଣିଲା କରପଡା ସର୍ଚ୍ଚ ଓ ରେସକ୍ୟୁ ଟିମ୍‌: ରାଜ୍ୟ ସ୍ଥରୀୟ ପ୍ରତିଯୋଗିତାରେ…

ଗଞ୍ଜାମ,୨୭।୧୦(ବିଦ୍ୟାଧର ସାହୁ ): ଓଡ଼ିଶା ସରକାରଙ୍କ ଓଡିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ (OSDMA) ଆନୁକୂଲ୍ୟରେ ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ଓଡିଶା ଅଗ୍ନିଶମ ଓ ବିପର୍ଯ୍ୟୟ ପ୍ରଶିକ୍ଷଣ ଏକାଡେମି, ଭୁବନେଶ୍ୱରତ୍‌ଠାରେ ରାଜ୍ୟ ସ୍ତରୀୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଏଥିରେ ସାରା ଓଡ଼ିଶାର ୨୧ ଗୋଟି ଜିଲାରୁ ବହୁ ସନ୍ଧାନ ଓ ଉଦ୍ଧାର ଏବଂ ପ୍ରାଥମିକ ଚିକିତ୍ସା କୌଶଳ ପ୍ରଦର୍ଶନ ପ୍ରତିଯୋଗିତା ପାଇଁ ପ୍ରତିଭାଗୀ ଯୋଗ ଦେଇଥିଲେ। ଉକ୍ତ ଅବସରରେ ଗଞ୍ଜାମ ଜିଲା ପ୍ରସାଶନ ଦ୍ୱାରା ବହୁମୁଖି ବନ୍ୟାଆଶ୍ରୟସ୍ଥଳୀ, କରପଡ଼ାର ଟିମ୍‌କୁ ରାଜ୍ୟ ସ୍ଥରୀୟ ପ୍ରତିଯୋଗିତା ପାଇଁ ମନୋନୀତ କରାଯାଇଥିଲା ।ଏହି ପ୍ରତିଯୋଗିତାରେ କରପଡ଼ା ଟିମ ନିଜର ପାରଦର୍ଶିତା ପ୍ରଦର୍ଶନ କରି ୨୦୨୪ରେ ସମଗ୍ର ରାଜ୍ୟରେ ତୃତୀୟ ସ୍ଥାନ ହାସଲ କରିଥିବା ବେଳେ ଚଳିତ ବର୍ଷ ସମ୍ପାଦକ ରାମଚନ୍ଦ୍ର ନାୟକଙ୍କ ନେତୃତ୍ୱରେ ସମସ୍ତ ସଦସ୍ୟ କଠିନରୁ କଠିନ ପରିଶ୍ରମ କରି ଉତ୍ତମ ପ୍ରଦର୍ଶନ କରିବାରୁ ରାଜ୍ୟ ସ୍ତରରେ ଦ୍ୱିତୀୟ ସ୍ଥାନ ହାସଲ କରିଚନ୍ତି। ଉକ୍ତ ଟିମର ସମ୍ପାଦକ ତଥା କରପଡା ଅଞ୍ଚଳର ଯୁବ ସମାଜ ସେବୀ ରାମ ଚନ୍ଦ୍ର ନାୟକ ଓ NGO ନୋଡାଲ ପ୍ରତିନିଧି  ଟୁନା ମହାରଣାଙ୍କ ନେତୃତ୍ୱରେ ସମସ୍ତ ମିନାକ୍ଷୀ ନାୟକ, ସ୍ମୃତି ଚର୍ତ୍ତି, ଶ୍ରଦ୍ଧାଞ୍ଜଳି ଚୌଧୁରୀ, ରିତୁନ କୁମାର ମହାପାତ୍ର, ମୋହନ ନାୟକ, ଶଙ୍କର ନାୟକ, ରୁଦ୍ର ନାୟକ ପ୍ରମୁଖ ପ୍ରତିଭାଗୀ ଅଂଶ ଗ୍ରହଣ କରିଥିଲେ। ବାତ୍ୟା ଆଶ୍ରସ୍ଥଳୀର ଟିମ ରାଜ୍ୟ ସ୍ଥରୀୟ ସନ୍ଧାନ ଓ ଉଦ୍ଧାର ପ୍ରତିଯୋଗିତାରେ କରପଡ଼ା ପଞ୍ଚାୟତର ବହୁମୁଖୀ ବନ୍ୟା ଆଶ୍ରୟସ୍ଥଳୀ, ଦ୍ୱିତୀୟ ସ୍ଥାନ ଅଧିକାରକରି ଓଡିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତୃପକ୍ଷ(OSDMA) କାର୍ଯୟନିର୍ବାହୀ ନିର୍ଦ୍ଦେଶକ, ଓଡିଶା ସରକାରଙ୍କ ଦ୍ୱାରା ସମ୍ମାନିତ ହୋଇ ଜିଲାକୁ ଗୌରବାନ୍ବିତ କରିଥିବାରୁ ଏମ୍‌ପି, ବିଧାୟକ, ଜିଲା ପ୍ରଶାସନ ଓ ଅଞ୍ଚଳ ବାସୀଙ୍କ ତରଫରୁ କରପଡ଼ା ଟିମକୁ ପ୍ରଶଂସାର ସୁଅ ଛୁଟୁଛି। ଏହା ସହିତ କରପଡା ପଞ୍ଚାୟତ ସରପଞ୍ଚ ଅଜୟ ନାୟକ ପଞ୍ଚାୟତ ତରଫରୁ ସମସ୍ତଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି।

Dharitri – Odisha’s No.1 Odia Daily

Share
Tags: ganjam