କରହଲରେ ପୁନଃ ମତଦାନ ପାଇଁ ଦାବି କଲେ ବାଘେଲ

ମୈନପୁରୀ,୨୧।୨: ଉତ୍ତରପ୍ରଦେଶରେ ବିଧାନସଭା ନିର୍ବାଚନର ତୃତୀୟ ପର୍ଯ୍ୟାୟ ପାଇଁ ମତଦାନ ରବିବାର ଶେଷ ହୋଇଛି। ଏହି ପର୍ଯ୍ୟାୟରେ ଉତ୍ତରପ୍ରଦେଶର ଭିଭିଆଇପି ଆସନ କରହଲରେ ମଧ୍ୟ ମତଦାନ ଅନୁଷ୍ଠିତ ହୋଇସାରିଛି। ମତଦାନ ପରେ ଏଠାରେ ବୁଥ୍‌ ଦଖଲ, ନକଲି ଭୋଟ ଦେବା ଓ ଭୋଟରଙ୍କୁ ଭୟଭୀତ କରି ଭୋଟ ହାତେଇଥିବା ଅଭିଯୋଗ ହୋଇଛି। ଭାଜପା ପ୍ରାର୍ଥୀ ତଥା କେନ୍ଦ୍ର ରାଜ୍ୟ ଆଇନ ଓ ନ୍ୟାୟ ମନ୍ତ୍ରୀ ପ୍ରଫେସର ସତ୍ୟ ପାଲ ସିଂ ବାଘେଲ ଏନେଇ ଅଭିଯୋଗ ଆଣିଛନ୍ତି। ସମାଜବାଦୀ ପାର୍ଟି(ଏସ୍‌ପି)ର କାର୍ଯ୍ୟକର୍ତ୍ତାଙ୍କ ଉପରେ ସେ ବୁଥ୍‌ ଦଖଲ, ନକଲି ଭୋଟ ଦେବା ଓ ଭୋଟରଙ୍କୁ ଭୟଭୀତ କରିଥିବା ଅଭିଯୋଗ କରିଛନ୍ତି। ଏନେଇ ସୋମବାର ନିର୍ବାଚନ ଆୟୋଗଙ୍କ ନିକଟରେ ବାଘେଲ ୬୪ଟି ବୁଥ୍‌ ଦଖଲ ହୋଇଥିବା ନେଇ ଏକ ଲିଖିତ ଅଭିଯୋଗ କରିଛନ୍ତି। ଏହାର ପ୍ରମାଣ ଭାବରେ ସେ ଦନ୍ନାହାରର ବୁଥ୍‌ ନମ୍ବର ୧୧୦ର ଏକ ଭିଡିଓ ମଧ୍ୟ କାରି କରିଛନ୍ତି। ଏହି ବୁଥ୍‌ରେ ଅନେକ ମହିଳାଙ୍କୁ ଠିଆ କରାଯାଇ ଅନ୍ୟମାନେ ଲଗାତର ଭାବେ ସେମାନଙ୍କ ଭୋଟ ଦେଇଥିବା ଦେଖିବାକୁ ମିଳିଛି। ଅନ୍ୟପଟେ କେତେକ ଭାଜପା ପ୍ରାର୍ଥୀ ଅଭିଯୋଗ କରିଛନ୍ତି ଯେ, ବହୁ ଭୋଟରଙ୍କ ବଦଳରେ ଏସ୍‌ପି କର୍ମକର୍ତ୍ତମାନଙ୍କ ଦ୍ୱାରା ଭୋଟ ଦିଆଯାଇଛି। ଏଥିସହ ଭୋଟରଙ୍କୁ ମାଡ ଦିଆଯାଇଥିବା ମଧ୍ୟ ଅଭିଯୋଗ ହୋଇଛି। ଏଭଳି ପରିସ୍ଥିତିରେ ଯେଉଁ ବୁଥ ଗୁଡିକରେ ବିଶୃଙ୍ଖଳା ଦେଖାଦେଇଛି ସେହି ବୁଥଗୁଡିକରେ ପୁନଃ ମତଦାନ କରାଯିବା ଉଚିତ୍‌ ବୋଲି ବାଘେଲ ଦାବି କରିଛନ୍ତି। ଏସପି ସିଂ ବାଘେଲ ନିଜ ଅଭିଯୋଗ ପତ୍ରରେ ୧୨ଜଣ ଭୋଟରଙ୍କ ନାମ ଉଲ୍ଲେଖ କରିଛନ୍ତି, ଯେଉଁମାନେ ଏଭଳି ଅଭିଯୋଗ ଆଣିିଛନ୍ତି। ଏଥିସହ ସେଥିରେ ୬୪ଟି ବୁଥ୍‌ର ନାମ ମଧ୍ୟ ଉଲ୍ଲେଖ କରାଯାଇଛି, ଯେଉଁଠାରେ ବିଶୃଙ୍ଖଳା ଦେଖାଦେଇଛି। ସେ ଏହି ଅଭିଯୋଗ ପତ୍ରକୁ ମୁଖ୍ୟ ନିର୍ବାଚନ କମିଶନର ଦିଲ୍ଲୀ, ମୁଖ୍ୟ ନିର୍ବାଚନ କମିଶନର ଉତ୍ତରପ୍ରଦେଶ ଲକ୍ଷ୍ନୌ ଓ ଜିଲା ନିର୍ବାଚନ ଅଧିକାରୀ ମୈନପୁରୀକୁ ପଠାଇ ଏହି ମାମଲାରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ସୂଚନା ମୁତାବକ, ଏସ୍‌ପି ମୁଖ୍ୟ ଅଖିଳେଶ ଯାଦବ ପ୍ରଥମ ଥର ପାଇଁ କରହଲ ଆସନରୁ ବିଧାନସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ସେହପିରି ଏହି ଆସନରୁ ଭାଜପା ପକ୍ଷରୁ କେନ୍ଦ୍ର ମନ୍ତ୍ରୀ ଏସ୍‌ପି ସିଂ ବାଘେଲ ମଇଦାନକୁ ଓହ୍ଲାଇଛନ୍ତି ଏବଂ ବିଏସ୍‌ପିରୁ କୁଲଦୀପ ନାରାୟଣ ନିର୍ବାଚନ ଲଢ଼ୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦିଲ୍ଲୀ ହାଇକୋର୍ଟରେ ହାଜର ହେବେ ଅମିତାଭ, ବଢ଼ିଲା ଚର୍ଚ୍ଚା…

ନୂଆଦିଲ୍ଲୀ: ବଲିଉଡ଼ର ମହାନାୟକ ଅମିତାଭ ବଚ୍ଚନ ନିଜର ନାମ, ଫଟୋ ଏବଂ କଣ୍ଠସ୍ୱରର ଅନଧିକୃତ ବ୍ୟବହାରକୁ ରୋକିବା ପାଇଁ ଦୀର୍ଘ ଦିନ ହେବ ଆଇନଗତ ଲଢ଼େଇ ଜାରି…

ମୁମ୍ବାଇ ପୋଲିସ ଦ୍ୱାରା ବଲିଉଡ୍ ଅଭିନେତା ଇମ୍ରାନ୍ ଅଟକ; ଭିଡିଓ ଭାଇରାଲ୍

ମୁମ୍ବାଇ: ବଲିଉଡ୍ ଅଭିନେତା ଇମ୍ରାନ୍ ଖାନ୍‌ଙ୍କୁ ଶନିବାର ମୁମ୍ବାଇ ପୋଲିସ ହେପାଜତକୁ ନେଇଛି। ମୁଖ୍ୟ ନିର୍ବାଚନ ଆୟୋଗ (CEC) ଜ୍ଞାନେଶ କୁମାରଙ୍କ ବିରୋଧରେ ଦିଲ୍ଲୀରେ ହେବାକୁ ଥିବା…

କଂଗ୍ରେସ କରିବ ପୁଣି ବଡ଼ ଆନ୍ଦୋଳନ, କେବେ ଜାଣନ୍ତୁ…

ନୂଆଦିଲ୍ଲୀ,୧୦।୧୦: ଲୋକଙ୍କ ଭୋଟ ଅଧିକାରକୁ ସୁରକ୍ଷା ଦେବା ପାଇଁ ଚାଲିଥିବା ଅଭିଯାନର ଏକ ଅଂଶ ଭାବରେ ଆସନ୍ତା ସୋମବାର ଦିଲ୍ଲୀରେ ଏକ ବଡ଼ ଧରଣର ବିକ୍ଷୋଭ ପ୍ରଦର୍ଶନ…

ଫେରୁଛି ମୌସୁମୀ: କାଲି ଗୁଳୁଗୁଳି ସହ ଝଡ଼ବର୍ଷା ନେଇ ୧୩ ଜିଲାକୁ ଓ୍ବାର୍ନିଂ, ଉପକୂଳ ଜିଲାରେ…

ଭୁବନେଶ୍ୱର, ୧୦ା୧୦(ବନ୍ଦନା ସେଠୀ) – ରାଜ୍ୟରେ ଏବେ ମୌସୁମୀ ଫେରିବା ପ୍ରକ୍ରିୟା ଜାରି ରହିଥିବାବେଳେ ଓଡ଼ିଶା ଦେଇ ଏକ ଟ୍ରଫ୍‌ ଲାଇନ୍‌ (ମୌସୁମୀ ରେଖା) ବଙ୍ଗୋପସାଗର ପର୍ଯ୍ୟନ୍ତ…

ପ୍ରକାଶ ପାଇଲା ଚୂଡାନ୍ତ ପ୍ରାର୍ଥୀ ତାଲିକା, ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟରେ ୧୩ ପ୍ରାର୍ଥୀ 

ବଲାଙ୍ଗୀର, ୧୦ା୧୦ (ବୀରେନ୍ଦ୍ର କୁମାର ଝାଙ୍କର): କଲେଜ ଛାତ୍ର ସଂସଦ ନିର୍ବାଚନକୁ ନେଇ କ୍ୟାମ୍ପସ ରାଜନୀତି ସରଗରମ ରହିଛି। ଶନିବାର ପ୍ରାର୍ଥୀ ପ୍ରତ୍ୟାହାର ସମୟ ସୀମା ଅତିକ୍ରାନ୍ତ…

ପର୍ତ୍ତୁଗାଲରୁ ରୋନାଲ୍ଡୋ ସସ୍‌ପେଣ୍ଡ

ଲିସ୍‌ବନ,୧୦ା୧୦: ପର୍ତ୍ତୁଗୀଜ ସକର ଫେଡେରେଶନ ପକ୍ଷରୁ ଦେଶର ଫୁଟବଲ ଆଇକନ କ୍ରିଷ୍ଟିଆନୋ ରୋନାଲ୍ଡୋଙ୍କୁ ସସ୍‌ପେଣ୍ଡ କରାଯାଇଛି। ଏଥିସହିତ ଦଳ ଛାଡ଼ି ଚାଲି ଯିବା ପାଇଁ ତାଙ୍କ ବିରୋଧରେ…

ଔଷଧ ଦୋକାନରେ ବଡ଼ ଧରଣର ଚଢ଼ାଉ, ଭୟରେ ବେପାରୀ

ନିରାକାରପୁର,୧୦।୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଔଷଧ ଦୋକାନରେ ବେଆଇନ ଭାବେ ଡାକ୍ତରଙ୍କ ବିନା ପ୍ରେସ୍‌କ୍ରିପଶନରେ ନିଶା ବଟିକା ଏବଂ କଫ୍‌ ସିରପ୍‌ ବିକ୍ରି ହେଉଥିବା ଅଭିଯୋଗ ହୋଇଥିଲା। ଅବୈଧ…

ବଲାଙ୍ଗୀର ପାଇଁ ଗର୍ବ: କର୍ଣ୍ଣେଲ ସି.କେ. ନାଇଡୁ ଟ୍ରଫି ପାଇଁ ଓଡ଼ିଶା ଅଣ୍ଡର-୨୩ ଦଳରେ ସ୍ଥାନ ପାଇଲେ ଓମକାର ମହାନ୍ତି

ବଲାଙ୍ଗୀର,୧୦ା୧୦(ସୁନିଲ କୁମାର ମହାନ୍ତି) : ବଲାଙ୍ଗୀରର ଯୁବ କ୍ରିକେଟ ଖେଳାଳି ଓମକାର ମହାନ୍ତି କର୍ଣ୍ଣେଲ ସି.କେ. ନାଇଡୁ ଟ୍ରଫି ପାଇଁ ଓଡ଼ିଶାର ୨୩ ବର୍ଷରୁ କମ୍ ବାଳକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?