Posted inଜାତୀୟ

ମୋଦିଙ୍କ ମନ୍ତବ୍ୟକୁ ନେଇ ବର୍ଷିଲେ କପିଲ ସିବଲ

ନୂଆଦିଲ୍ଲୀ,୧୫।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ଲଗାତାର ୧୧ତମ ଥର ପାଇଁ ଲାଲକିଲ୍ଲାରେ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି। ଏହି ସମୟରେ ସେ ଏମିତି କିଛି କଥା ଉଲ୍ଲେଖ କରିଥିଲେ ଯାହାକୁ ନେଇ ଅନେକ ହଇଚଇ ସୃଷ୍ଟି ହୋଇଛି। ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ସ୍ୱାଧୀନତା ପରଠାରୁ ଦେଶ ସାମ୍ପ୍ରଦାୟିକ ନାଗରିକ ସଂହିତାରେ ଚାଲିଛି। ଏବେ ଦେଶକୁ ଧର୍ମନିରପେକ୍ଷ ନାଗରିକ ସଂହିତା ଦେବାର ସମୟ ଆସିଛି। ୟୁନିଫର୍ମ ସିଭିଲ କୋଡ୍ (ୟୁସିସି) ଲାଗୁ ପାଇଁ ସେ ସମର୍ଥନ କରିଥିଲେ।
ବରିଷ୍ଠ ଆଇନଜୀବୀ ତଥା ରାଜ୍ୟ ସଭା ଏମପି କପିଲ ସିବଲ ପ୍ରଧାନମନ୍ତ୍ରୀ ମୋଦଙ୍କ ବୟାନ ଉପରେ ବର୍ଷିଛନ୍ତି। ସିବଲ ଏ ନେଇ କୌଣସି ମନ୍ତବ୍ୟ ଦେବାକୁ ଅସ୍ୱୀକାର କରିଛନ୍ତି। ସେ କହିଛନ୍ତି, ସ୍ୱାଧୀନତା ଦିବସରେ ଏଭଳି ବୟାନ ଉପରେ ମୁଁ କୌଣସି ମନ୍ତବ୍ୟ ଦେବାକୁ ଚାହୁଁନାହିଁ। ପ୍ରଧାନମନ୍ତ୍ରୀ ଏଭଳି ବୟାନ ନିଜସ୍ଵ। ଆଜି ଯେତେବେଳେ ଆମେ ସ୍ୱାଧୀନତା ଦିବସ ପାଳନ କରୁଛୁ, ମୁଁ ଭାବୁଛି ବିଭାଜନକାରୀ ଭାବରେ ଦେଖାଯାଉଥିବା ଏଭଳି ବୟାନର ଜବାବ ଦେବାର ଆବଶ୍ୟକତା ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ହଠାତ୍‌ ଜଷ୍ଟିସ ଚନ୍ଦ୍ରଚୂଡଙ୍କ ଘରେ ପହଞ୍ଚିଲେ ମୋଦି, ପୂଜାଥାଳି ଧରି କଲେ ଏମିତି କାମ

ନୂଆଦିଲ୍ଲୀ,୧୨।୯: ହଠାତ୍‌ ପ୍ରଧାନମନ୍ତ୍ରୀ ମୋଦି ଦେଶର ମୁଖ୍ୟ ବିଚାରପତି ଡି ଓ୍ବାଇ ଚନ୍ଦ୍ରଚୂଡଙ୍କ ଘରେ ପହଞ୍ଚିଲେ। ଯାହାର ଭିଡିଓ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେବାରେ...

ରାହୁଲ ଗାନ୍ଧୀଙ୍କୁ ହତ୍ୟା ଧମକ ଦେଲେ ଭାଜପା ନେତା, କହିଲେ…

ନୂଆଦିଲ୍ଲୀ,୧୨।୯: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ‘ଶିଖ’ ସମ୍ପ୍ରଦାୟ ସହ ଜଡିତ ବିବୃତ୍ତି ଉପରେ ଦେଶର ରାଜନୀତିରେ ଉତ୍ତେଜନା ଦେଖାଦେଇଛି। ଏହି ସମୟରେ ରାହୁଲ ଗାନ୍ଧୀଙ୍କ...

କୋଲକାତା ବଳାତ୍କାର ମାମଲା: ମମତାଙ୍କ ସାମ୍ନାରେ ବଡ଼ ସର୍ତ୍ତ ରଖିଲେ ଡାକ୍ତର

କୋଲକାତା,୧୨।୯: କୋଲକାତାର ଆର.ଜି କର ମେଡିକାଲ କଲେଜରେ ମହିଳା ଟ୍ରେନି ଡାକ୍ତରଙ୍କ ବଳାତ୍କାର ଓ ହତ୍ୟାକୁ ନେଇ ଡାକ୍ତରଙ୍କ ବିରୋଧ ଅନେକ ଦିନ ଧରି ଚାଲିଆସୁଛି।...

କୈଥାଲରୁ ଲଢ଼ିବେ ସୂର୍ଯ୍ୟଓ୍ବୋଲାଙ୍କ ପୁଅ

ନୂଆଦିଲ୍ଲୀ,୧୨ା୯: କଂଗ୍ରେସ ପକ୍ଷରୁ ବୁଧବାର ହରିୟାଣା ବିଧାନସଭା ନିର୍ବାଚନ ପାଇଁ ତୃତୀୟ ତାଲିକା ଜାରି କରାଯାଇଛି। ଏଥିରେ ୪୦ ପ୍ରାର୍ଥୀଙ୍କ ମଧ୍ୟରେ ଦଳୀୟ ଏମ୍‌ପି ରଣଦୀପ...

ଜମ୍ମୁ-କଶ୍ମୀରରେ କଂଗ୍ରେସର ୫ ଗ୍ୟାରେଣ୍ଟି

ଅନନ୍ତନାଗ, ୧୨।୯: କଂଗ୍ରେସ ପକ୍ଷରୁ ବୁଧବାର ଜମ୍ମୁ-କଶ୍ମୀରର ଜନସାଧାରଣଙ୍କୁ ୫ ଗାରେଣ୍ଟିର ପ୍ରତିଶ୍ରୁତି ଦିଆଯାଇଛି। ଦକ୍ଷିଣ କଶ୍ମୀରର ଅନନ୍ତନାଗରେ କଂଗ୍ରେସ-ନ୍ୟାଶନାଲ କନ୍‌ଫରେନ୍ସ(ଏନ୍‌ସି) ମେଣ୍ଟ ପାଇଁ ପ୍ରଚାର...

ଚାଇନା ଦଖଲରେ ଭାରତର ୪,୦୦୦ ବର୍ଗ କିମି: ରାହୁଲ

ଓ୍ବାଶିଂଟନ୍‌/ନୂଆଦିଲ୍ଲୀ,୧୨ା୯: ନରେନ୍ଦ୍ର ମୋଦି ସରକାର ଚାଇନା ସଂଘର୍ଷର ସଫଳ ମୁକାବିଲା କରିପାରି ନାହାନ୍ତି। ଏଥିଯୋଗୁ ପଡ଼ୋଶୀ ଦେଶର ପିପୁଲ୍ସ ଲିବରେଶନ୍‌ ଆର୍ମି (ପିଏଲ୍‌ଏ) ୪,୦୦୦ ବର୍ଗ...

ଟ୍ରାକ୍‌ରେ ଠିଆ ହୋଇ କରୁଥିଲେ ରିଲ୍ସ, ଆସିଲା ଟ୍ରେନ୍‌, ଆଉ ତା’ ପରେ…

ଲକ୍ଷ୍ନୌ,୧୧ା୯: ଉତ୍ତରପ୍ରଦେଶର ଲକ୍ଷ୍ମୀପୁର ଖେରୀ ଜିଲା ଉର୍ମିଆ ଗ୍ରାମ ନିକଟସ୍ଥ ଏକ ଟ୍ରେନ୍‌ ଲାଇନରେ ରିଲ୍ସ କରିବା ଏକ ପରିବାର ପାଇଁ ମହଙ୍ଗା ପଡ଼ିଛି। ରେଳ...

ଭିନେଶଙ୍କ ବିପକ୍ଷରେ ଲଢ଼ିବେ ଏହି WWE ମହିଳା ରେସ୍‌ଲର

ଚଣ୍ଡିଗଡ଼/ନୂଆଦିଲ୍ଲୀ,୧୧ା୯: ରେସ୍‌ଲର ଭିନେଶ ଫୋଗଟ ରାଜନୀତି ମଇଦାନକୁ ଓହ୍ଲାଇ ଜୁଲାନାରୁ କଂଗ୍ରେସ ପ୍ରାର୍ଥୀ ହେବା ପରେ ଜିନ୍ଦ ଜିଲାର ଏହି ନିର୍ବାଚନମଣ୍ଡଳୀ ଚର୍ଚ୍ଚାକୁ ଆସିଛି। ଭାଜପା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri