ମୁମ୍ବାଇ: ଖ୍ୟାତନାମା କମେଡିଆନ୍ ତଥା ଅଭିନେତା କପିଲ ଶର୍ମା ପୁଣି ଚର୍ଚ୍ଚାରେ। ସେ ବି ନିଜର ଚେହେରାକୁ ନେଇ। ତାଙ୍କର ଏକ ଭିଡିଓ ଭାଇରାଲ ହେଉଥିବା ବେଳେ ଯିଏ ବି ଦେଖୁଛି ଚକିତ ହୋଇଯାଉଛି। କାରଣ ସେ ବେଶ ପତଳା ନଜର ଆସୁଛନ୍ତି। ଅନେକ ତାଙ୍କୁ ଫିଟ୍ ହୋଇ ଯାଇଥିବା କହୁଥିବା ବେଳେ କିଛି ଅସୁସ୍ଥତା ନେଇ ଚିନ୍ତା ପ୍ରକଟ କରିଛନ୍ତି।
କପିଲ ପୂର୍ବରୁ ସ୍ବାସ୍ଥ୍ୟବାନ ଥିଲେ। ହେଲେ ଏବେ ସେ ଓଜନ ହ୍ରାସ କରିବା ନେଇ ଔଷଧ ଖାଇଥିବା କୁହାଯାଉଛି। ପୂର୍ବରୁ ରାମ କପୁର ଏବଂ କରନ୍ ଜୋହରଙ୍କ ଉପରେ ମଧ୍ୟ ଏଭଳି ଆରୋପ ଲାଗିଛି।
ତେବେ ନିକଟରେ କପିଲ ବିମାନବନ୍ଦରରେ ନଜର ଆସିଥିଲେ। ସେ ଗ୍ରେ ରଙ୍ଗର ପୋଷାକ ପିନ୍ଧିଥିଲେ। ଯିଏ ବି ତାଙ୍କୁ ଦେଖୁଥିଲା ଚକିତ ହୋଇଥିଲା। ଦେଖନ୍ତୁ ତାର ଭିଡିଓ:
View this post on Instagram


