‘ନବୀନଙ୍କୁ ହରାଇବାକୁ କଣ୍ଟାବାଞ୍ଜି ପଠାଯାଇଥିଲା’ ବିସ୍ଫୋରକ ବୟାନ ଦେଲେ…

ଭୁବନେଶ୍ୱର,୧।୧୧: କିଛିଦିନ ପୂର୍ବରୁ ବିଜେଡି ଛାଡିଥିବା ବରୀର ପୂର୍ବତନ ବିଧାୟିକା ସୁନନ୍ଦା ଦାସ ଭାଜପାରେ ଯୋଗ ଦେବାକୁ ଯାଉଛନ୍ତି। ଏନେଇ ତାଙ୍କ ସ୍ବାମୀ ଦେବୁଲି ଦାସ ସୂଚନା ଦେଇଛନ୍ତି। କିନ୍ତୁ ଏସବୁ ଭିତରେ ସେ ଏପରି ଏକ ବୟାନ ଦେଇଛନ୍ତି ଯାହା ଓଡ଼ିଶା ରାଜନୀତିରେ ଭୂକମ୍ପ ସୃଷ୍ଟି କରିଛି।

ସେ କହିଛନ୍ତି, ନବୀନଙ୍କୁ ହାରିବାକୁ କଣ୍ଟାବାଞ୍ଜି ପଠାଯାଇଥିଲା। ୨୦୧୯ରେ କଣ୍ଟାବାଂଜିରେ ଲକ୍ଷ୍ମଣ ବାଗ ମାତ୍ର ୧୨୬ ଭୋଟରେ ହାରିଥିଲେ। କଣ୍ଟାବାଂଜିରେ ଯାଦବ ଭୋଟ ସଂଖ୍ୟା ପ୍ରାୟ ୯୩ ହଜାର। ଏଭଳି ଅବସ୍ଥାରେ ନବୀନଙ୍କୁ ସେଠାରୁ ପ୍ରାର୍ଥୀ କରିବାର ନ ଥିଲା। କିନ୍ତୁ ଚକ୍ରାନ୍ତ କରି ନବୀନଙ୍କୁ କଣ୍ଟାବାଂଜିରୁ ପ୍ରାର୍ଥୀ କରାଯାଇଥିଲା। ଏହାର କାରଣ ନବୀନ ହାରନ୍ତୁ ବୋଲି ସେମାନେ ଚାହୁଁଥିଲେ। ନବୀନ ହାରିଲେ କାର୍ତ୍ତିକ ପାଣ୍ଡିଆନ ମୁଖ୍ୟମନ୍ତ୍ରୀ ହୋଇଥାନ୍ତେ। ଏହା ଥିଲା ତାଙ୍କର ଚକ୍ରାନ୍ତ ବୋଲି ସୁନନ୍ଦାଙ୍କ ସ୍ବାମୀ କହିଛନ୍ତି।

ସୂଚନାଥାଉ କି, ଆସନ୍ତା ୬ ତାରିଖରେ ପଦ୍ମ ଧରିବେ ବରୀର ପୂର୍ବତନ ବିଧାୟିକା ସୁନନ୍ଦା ଦାସ । ଏନେଇ ତାଙ୍କ ସ୍ବାମୀ ଗଣମାଧ୍ୟମରେ ସୂଚନା ଦେଇଛନ୍ତି। ଶୁକ୍ରବାର ସୁନନ୍ଦା ଦାସ ବିଜେଡିରୁ ଇସ୍ତଫା ଦେଇଥିଲେ । ଦଳୀୟ କାର୍ୟ୍ୟକ୍ରମରେ କୋଣଠେସା କରାଯିବା ସହ ଦଳ ତାଙ୍କୁ ଅଣଦେଖା କରୁଥିବାରୁ ବାଧ୍ୟ ହୋଇ ବିଜେଡି ଛାଡିଥିବା କହିଥିଲେ ସୁନନ୍ଦା ।

୨୦୧୯ରେ ବିଜେଡି ଟିକେଟରେ ବରୀରୁ ବିଧାୟିକା ହୋଇଥିଲେ ସୁନନ୍ଦା। ତେବେ ୨୦୨୪ରେ ଦଳୀୟ ଟିକେଟରୁ ସେ ବଞ୍ଚିତ ହୋଇଥିଲେ । ବିଶ୍ୱରଞ୍ଜନ ମଲ୍ଲିକଙ୍କୁ ଏଠାରେ ପ୍ରାର୍ଥୀ କରିଥିଲା ଦଳ। ର୍ନିବାଚନ ଫଳାଫଳର ୫ ମାସ ବିତି ଯାଇଥିଲେ ମଧ୍ୟ ଦଳ ତାଙ୍କର ଗୁରୁତ୍ୱ ଅନୁଭବ ନ କରିବାକୁ ଇସ୍ତଫା ଦେଇଥିବା କହିଥିଲେ ସୁନନ୍ଦା ।

ଗତ ର୍ନିବାଚନରେ ବିଜୁ ଜନତା ଦଳର ଟିକେଟ କଥା ବରିଷ୍ଠ ଅଫିସର ଡି.ଏସ. କୁଟ୍ଟେ ଓ ଆଶିଷ ସିଂହ ବୁଝୁଥିଲେ। ଏହା କହିଛନ୍ତି ବରୀର ପୂର୍ବତନ ବିଧାୟିକା ସୁନନ୍ଦା ଦାସ। ମଙ୍ଗଳବାର ସେ ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି। ଇସ୍ତଫା ଦେବା ପରେ ସୁନନ୍ଦା କହିଛନ୍ତି, ତାଙ୍କର ଟିକେଟ କଟାଯିବା ଏବଂ ର୍ନିବାଚନ ସରିବାର ୫ ମାସ ପରେ ବି ଶଙ୍ଖ ଭବନ ଓ ନବୀନ ନିବାସରେ ହେଉଥିବା ବୈଠକକୁ ତାଙ୍କୁ ଡକା ଯାଉନି। କୌଣସି ଦଳୀୟ କାର୍ଯ୍ୟକ୍ରମରେ ସାମିଲ କରାଯାଉ ନାହିଁ। ସାଙ୍ଗଠନିକ ସମ୍ପାଦକ ବବି ଦାସଙ୍କ ଦ୍ୱାରା ମାନସିକ ଆଘାତ ପାଇବା ଓ ଦଳରେ ତାଙ୍କୁ ଅଣଦେଖା କରାଯିବାରୁ ସେ ବାଧ୍ୟ ହୋଇ ବିଜେଡିରୁ ଇସ୍ତଫା ଦେଇଥିବା ସୁନନ୍ଦା କହିଛନ୍ତି। ସେ ଆହୁରି କହିଛନ୍ତ,ି ଟିକେଟ ବଣ୍ଟା ଆଗରୁ ଫୋନ ଆସୁଥିଲା ଯାଆନ୍ତୁ ଆଶିଷ ସିଂହ ଓ ଡି.ଏସ. କୁଟ୍ଟେଙ୍କୁ ଦେଖା କରନ୍ତୁ। ତାଙ୍କ ସହିତ ଆଲୋଚନା କରିବା ପରେ ସେମାନେ ସାନ୍ତ୍ୱନା ଦେଉଥିଲେ ସବୁ ଠିକ୍ଠାକ ଅଛି ବ୍ୟସ୍ତ ହୁଅନ୍ତୁନି। ବବି ଡାକି ସବୁ ଠିକ ଅଛି, ବେଷ୍ଟ ଅଫ ଲକ ବୋଲି ମଧ୍ୟ କହିଥିଲେ। ହେଲେ ସକାଳ ବେଳକୁ ଟିକେଟ ନାହିଁ। ବିଧାୟିକା ଥିବା ସମୟରେ ତାଙ୍କୁ ବହୁତ ମାନସିକ ଯନ୍ତ୍ରଣା ଦିଆଯାଉଥିଲା। ସାଙ୍ଗଠନିକ ସମ୍ପାଦକଙ୍କ ନିର୍ଦ୍ଦେଶରେ ଜିଲାପାଳ ତାଙ୍କୁ ସହଯୋଗ କରୁ ଥିଲେ। ଆଗାମୀ ଦିନରେ କେଉଁ ରାଜନୈତିକ ଦଳରେ ଯୋଗ ଦେବେ ବୋଲି ପଚାରିବାରୁ ସେ କହିଛନ୍ତି, ବରୀର ବିକାଶ ତାଙ୍କର ମୂଳ ଲକ୍ଷ୍ୟ। ବିକଶିତ ବରୀ ଗଠନ କ୍ଷେତ୍ରରେ ଯେଉଁ ରାଜନୈତିକ ଦଳ ସହଯୋଗର ହାତ ବଢାଇବ ସେ ଦୁଇ ତିନି ଦିନ ମଧ୍ୟରେ ସେହି ଦଳରେ ଯୋଗ ଦେବେ।

ବରୀ ବିଧାୟକ ବିଶ୍ୱରଞ୍ଜନ ମଲ୍ଲିକ କହିଛନ୍ତି, ସୁନନ୍ଦା କୌଣସି ଦଳରେ ସ୍ଥାୟୀ ସଦସ୍ୟ ହୋଇ ରହିନାହାନ୍ତି। ସେ ବିଧାୟିକା ଥିବାବେଳେ ବରୀର କୌଣସି ବିକାଶ ଠିକ ଭାବେ ହୋଇ ପାରିଲାନାହିଁ। ଫଳରେ ତାଙ୍କର ଟିକେଟ କଟା ହେଲା। ତେବେ ସୁନନ୍ଦାଙ୍କ ବିଜେଡି ଛାଡିବା ଦଳ ଉପରେ କୌଣସି ପ୍ରଭାବ ପକାଇବ ନାହିଁ ବୋଲି ସେ କହିଛନ୍ତି।

ଯାଜପୁର ଜିଲାରେ ଗତ ୨୪ ବର୍ଷ ମଧ୍ୟରେ ବିଜେଡି ୧ ନମ୍ବର ରାଜନୈତିକ ଦଳ ଭାବେ ଉଭା ହୋଇଥିଲା। ଦଳ ଯୁବ ନେତୃତ୍ୱ ହାତରେ ସଙ୍ଗଠନକୁ ଛାଡି ଦେଇଥିବାବେଳେ ଯୁବନେତାମାନେ ବିଜେଡିକୁ ସକ୍ରିୟ କରାଇଥିଲେ। କିନ୍ତୁ ପିଢି ବଦଳ କରି ସଙ୍ଗଠନକୁ ସୁଦୃଢ କରିବାକୁ ବିଜେଡି ଚାହିଁ ଥିବାବେଳେ ୨୦୨୪ ର୍ନିବାଚନର ଫଳାଫଳ ସେମାନଙ୍କ ମନୋବଳକୁ ଭାଙ୍ଗି ଦେଇଛି। ଏହାବ୍ୟତୀତ ବିଭିନ୍ନ କାରଣରୁ ବହୁ ଯୁବ ଓ ଅଭିଜ୍ଞ ନେତା ବିଜେଡି ଛାଡି ଅନ୍ୟ ଦଳରେ ସାମିଲ ହୋଇଛନ୍ତି। ଦଳ ଛାଡ଼ୁଥିବା ନେତାଙ୍କ ପାଇଁ କୌଣସି ପ୍ରଭାବ ପଡିବ ନାହିଁ ବୋଲି ବିଜେଡିର କେତେକ ନେତା ମନ୍ତବ୍ୟ ଦେଉଥିଲେ ହେଁ ଜିଲାରେ ବିଜେଡି ଏକ ପ୍ରକାର ଭୁଶୁଡିବାରେ ଲାଗିଛି ବୋଲି ଚର୍ଚ୍ଚା ହେଉଛି।

ଜିଲା ବିଜେଡି ସଭାପତି ଗୌତମ ରାୟ ଶଙ୍ଖ ଦଳ ଛାଡ଼ି ଏବେ ଭାଜପା ଜିଲା ସଭାପତି ଦାୟିତ୍ୱ ତୁଲାଉଛନ୍ତି। ବଡ଼ଚଣାରେ ବିଜେଡି ନେତୃତ୍ୱ ନେବା ପାଇଁ ବହୁ ବର୍ଷ ସଂଗ୍ରାମ କରି ଯୁବନେତା ଅମର ନାୟକ ଦଳ ଛାଡିଛନ୍ତି। ଏବେ ସେ ଭାଜପାରୁ ବଡ଼ଚଣା ବିଧାୟକ ହୋଇଛନ୍ତି। କୋରେଇ ର୍ନିବାଚନମଣ୍ଡଳୀର ବରିଷ୍ଠ ନେତା ତଥା ଜିଲା ପରିଷଦର ପୂର୍ବତନ ଉପସଭାପତି ଅଶୋକ ବଳ ବିଜେଡି ଛାଡି ଭାଜପାରେ ମିଶିଥିଲେ। ପରବର୍ତ୍ତୀ ସମୟରେ ସେ ପୁଣି ବିଜେଡିକୁ ଫେରି କୋରେଇ ବିଧାୟକ ହୋଇଥିଲେ। ସୁକିନ୍ଦାରେ ବିଜେଡି ନେତା ପ୍ରଦୀପ ବଳ ସାମନ୍ତ(ଟୁଟୁ) ବିଜେଡି ଛାଡି ଭାଜପାରେ ସାମିଲ ହୋଇଛନ୍ତି। ଏବେ ସେ ସୁକିନ୍ଦା ବିଧାୟକ ସହ ମନ୍ତ୍ରୀପଦ ପାଇଛନ୍ତି। ଅଭିନେତା ତଥା କୋରେଇର ପୂର୍ବତନ ବିଧାୟକ ଆକାଶ ଦାସନାୟକ ବିଜେଡି ଛାଡି ଭାଜପାରେ ଯୋଗଦେଇ ୨୦୨୪ରେ ବିଧାୟକ ଭାବେ ର୍ନିବାଚିତ ହୋଇଛନ୍ତି। ବରୀ ର୍ନିବାଚନମଣ୍ଡଳୀର କେତେକ ଯୁବନେତା ବିଜେଡିକୁ ମୁହଁ ବୁଲାଇ ଭାଜପାରେ ସାମିଲ ହୋଇଛନ୍ତି। ବିଜେଡିର ବହୁ ଯୁବ ସମ୍ବଳକୁ ଭାଜପା ଗ୍ରହଣ କରିଥିବାରୁ ବିଜେଡି ଅଡୁଆରେ ପଡି ୨୦୨୪ରେ ପରାଜୟ ବରଣ କରିଛି। ର୍ନିବାଚନ ପରେ ପରେ ବରିଷ୍ଠ ବିଜେଡି ନେତା ଅମର ପ୍ରସାଦ ଶତପଥୀ ଦଳ ଛାଡିଛନ୍ତି। ପୂର୍ବତନ ମନ୍ତ୍ରୀ ଦେବାଶିଷ ନାୟକ ଦଳ ଛାଡି କଂଗ୍ରେସରୁ ର୍ନିବାଚନ ଲଢିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଏହି ଦେଶ ଆମେରିକାକୁ ଦେଲା ଝଟକା, ହକ୍ ବଦଳରେ ଭାରତରୁ ଆକାଶ କ୍ଷେପଣାସ୍ତ୍ର କିଣିବ

ନୂଆଦିଲ୍ଲୀ,୭ା୧୨: ଫିଲିପାଇନ୍ସ ଭାରତ ସହିତ ମଧ୍ୟମ ଦୂରଗାମୀ ସର୍ଫେସ ଟୁ ଏୟାର ମିସାଇଲ (SAM) ସିଷ୍ଟମ୍ କିଣିବାକୁ ଆନୁଷ୍ଠାନିକ ଆଲୋଚନା ଆରମ୍ଭ କରିଛି। ଏହି କ୍ଷେପଣାସ୍ତ୍ର...

ସଡ଼କ ଦୁର୍ଘଟଣାରେ ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କ ପରଲୋକ

ଭଦ୍ରକ,୭ା୧୨: ଓଡ଼ିଶାର ଜଣାଶୁଣା ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କର ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ପରଲୋକ ଘଟିଛି। ମିଳିଥିବା ସୂଚନା ଅନୁଯାୟୀ, ଗୁରୁ ପୃଷ୍ଟି...

ଏହି ୪ ଜିଲାରେ ଶୀତଲହରୀ ସମ୍ଭାବନା; ଭୁବନେଶ୍ୱର ପାଇଁ ଆସନ୍ତା ୨୪ ଘଣ୍ଟା ଗୁରୁତ୍ୱପୂର୍ଣ୍ଣ

ଭୁବନେଶ୍ୱର,୭ା୧୨: ରାଜ୍ୟକୁ ବିଳମ୍ବରେ ଶୀତ ଆସିଥିଲେ ମଧ୍ୟ ରହି ରହିକା ବିଭିନ୍ନ ଜିଲାରେ ଶୀତର ଲହରୀ ଦେଖିବାକୁ ମିଳୁଛି। ଡିସେମ୍ବର ୯ ତାରିଖ ପର୍ଯ୍ୟନ୍ତ ରାଜ୍ୟର...

F1: ଲାଣ୍ଡୋ ନରିସ୍ ବିଶ୍ୱ ଚାମ୍ପିଅନ୍, ମ୍ୟାକ୍‌ଲାରେନ୍‌ର ୧୭ ବର୍ଷର ଅପେକ୍ଷା ଶେଷ

ଆବୁଧାବି,୭ା୧୨: ଫର୍ମୁଲା ୱାନ୍‌ର ରୋମାଞ୍ଚକର ଶେଷ ରେସ୍‌ରେ ମ୍ୟାକ୍‌ଲାରେନ୍‌ର ଡ୍ରାଇଭର୍ ଲାଣ୍ଡୋ ନରିସ୍ (୨୬) ପ୍ରଥମ ଥର ପାଇଁ ବିଶ୍ୱ ଚାମ୍ପିଅନ୍ ଟାଇଟଲ୍ ଜିତିଛନ୍ତି ।...

ଚାଷୀ ସଂଗଠନର ରଣହୁଙ୍କାର: ମଣ୍ଡିରୁ ଧାନ ଉଠା ନ ଗଲେ ଆନ୍ଦୋଳନ

ବରଗଡ଼,୭।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଗତମାସ ୨୮ ତାରିଖରୁ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି। କିନ୍ତୁ ଏପର୍ଯ୍ୟନ୍ତ ଧାନ ବିକ୍ରିରେ ଅଚଳାବସ୍ଥା ଜାରି ରହିଛି।...

ବାରବାଟୀରେ ଏକାକୀ ପ୍ରାକ୍ଟିସ କଲେ ହାର୍ଦ୍ଦିକ ପାଣ୍ଡ୍ୟା

କଟକ,୭ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମ୍‌ରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବାକୁ ଥିବା ପ୍ରଥମ ଟି-୨୦ ମ୍ୟାଚ ପାଇଁ କ୍ରିକେଟ୍‌...

ପୁତ୍ର ବିଚ୍ଛେଦରୁ ମୁକୁଳି ପାରୁନାହାନ୍ତି ହ୍ୟୁମାନଙ୍କ ମାଆ, ସ୍ତ୍ରୀ କହିଲେ ”ମୁଁ ୩୦ ବର୍ଷରେ ସ୍ବାମୀ ହରାଇଲି”

ବଲାଙ୍ଗୀର,୭ା୧୨: ଲୋକପ୍ରିୟ ଗାୟକ ହ୍ୟୁମାନ ସାଗରଙ୍କ ଶ୍ରଦ୍ଧାଞ୍ଜଳି ସଭାରେ ପୁଣି ଥରେ ପୁଅର ମୃତ୍ୟୁ ପାଇଁ ପୂର୍ବରୁ କରିଥିବା ଅଭିଯୋଗକୁ ଦୋହରାଇଛନ୍ତି ତାଙ୍କ ମାଆ ।...

ହତ୍ୟା ପରେ ବ୍ୟକ୍ତିଙ୍କୁ ଜାଳିଦେଲେ ଦୁର୍ବୃତ୍ତ, ଦୁର୍ଗନ୍ଧ ହେବାରୁ…

ଖଲ୍ଲିକୋଟ,୭ା୧୨(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ ଚିକିଲି ନିକଟସ୍ଥ ମେଦିପୁର-ଆଲିପୁର ରାସ୍ତା ସୁଳିଆ ପାହାଡ଼ ନିକଟରୁ ଜଣେ ଅଜଣା ବ୍ୟକ୍ତିଙ୍କ ଗଳିତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri