‘ନବୀନଙ୍କୁ ହରାଇବାକୁ କଣ୍ଟାବାଞ୍ଜି ପଠାଯାଇଥିଲା’ ବିସ୍ଫୋରକ ବୟାନ ଦେଲେ…

ଭୁବନେଶ୍ୱର,୧।୧୧: କିଛିଦିନ ପୂର୍ବରୁ ବିଜେଡି ଛାଡିଥିବା ବରୀର ପୂର୍ବତନ ବିଧାୟିକା ସୁନନ୍ଦା ଦାସ ଭାଜପାରେ ଯୋଗ ଦେବାକୁ ଯାଉଛନ୍ତି। ଏନେଇ ତାଙ୍କ ସ୍ବାମୀ ଦେବୁଲି ଦାସ ସୂଚନା ଦେଇଛନ୍ତି। କିନ୍ତୁ ଏସବୁ ଭିତରେ ସେ ଏପରି ଏକ ବୟାନ ଦେଇଛନ୍ତି ଯାହା ଓଡ଼ିଶା ରାଜନୀତିରେ ଭୂକମ୍ପ ସୃଷ୍ଟି କରିଛି।

ସେ କହିଛନ୍ତି, ନବୀନଙ୍କୁ ହାରିବାକୁ କଣ୍ଟାବାଞ୍ଜି ପଠାଯାଇଥିଲା। ୨୦୧୯ରେ କଣ୍ଟାବାଂଜିରେ ଲକ୍ଷ୍ମଣ ବାଗ ମାତ୍ର ୧୨୬ ଭୋଟରେ ହାରିଥିଲେ। କଣ୍ଟାବାଂଜିରେ ଯାଦବ ଭୋଟ ସଂଖ୍ୟା ପ୍ରାୟ ୯୩ ହଜାର। ଏଭଳି ଅବସ୍ଥାରେ ନବୀନଙ୍କୁ ସେଠାରୁ ପ୍ରାର୍ଥୀ କରିବାର ନ ଥିଲା। କିନ୍ତୁ ଚକ୍ରାନ୍ତ କରି ନବୀନଙ୍କୁ କଣ୍ଟାବାଂଜିରୁ ପ୍ରାର୍ଥୀ କରାଯାଇଥିଲା। ଏହାର କାରଣ ନବୀନ ହାରନ୍ତୁ ବୋଲି ସେମାନେ ଚାହୁଁଥିଲେ। ନବୀନ ହାରିଲେ କାର୍ତ୍ତିକ ପାଣ୍ଡିଆନ ମୁଖ୍ୟମନ୍ତ୍ରୀ ହୋଇଥାନ୍ତେ। ଏହା ଥିଲା ତାଙ୍କର ଚକ୍ରାନ୍ତ ବୋଲି ସୁନନ୍ଦାଙ୍କ ସ୍ବାମୀ କହିଛନ୍ତି।

ସୂଚନାଥାଉ କି, ଆସନ୍ତା ୬ ତାରିଖରେ ପଦ୍ମ ଧରିବେ ବରୀର ପୂର୍ବତନ ବିଧାୟିକା ସୁନନ୍ଦା ଦାସ । ଏନେଇ ତାଙ୍କ ସ୍ବାମୀ ଗଣମାଧ୍ୟମରେ ସୂଚନା ଦେଇଛନ୍ତି। ଶୁକ୍ରବାର ସୁନନ୍ଦା ଦାସ ବିଜେଡିରୁ ଇସ୍ତଫା ଦେଇଥିଲେ । ଦଳୀୟ କାର୍ୟ୍ୟକ୍ରମରେ କୋଣଠେସା କରାଯିବା ସହ ଦଳ ତାଙ୍କୁ ଅଣଦେଖା କରୁଥିବାରୁ ବାଧ୍ୟ ହୋଇ ବିଜେଡି ଛାଡିଥିବା କହିଥିଲେ ସୁନନ୍ଦା ।

୨୦୧୯ରେ ବିଜେଡି ଟିକେଟରେ ବରୀରୁ ବିଧାୟିକା ହୋଇଥିଲେ ସୁନନ୍ଦା। ତେବେ ୨୦୨୪ରେ ଦଳୀୟ ଟିକେଟରୁ ସେ ବଞ୍ଚିତ ହୋଇଥିଲେ । ବିଶ୍ୱରଞ୍ଜନ ମଲ୍ଲିକଙ୍କୁ ଏଠାରେ ପ୍ରାର୍ଥୀ କରିଥିଲା ଦଳ। ର୍ନିବାଚନ ଫଳାଫଳର ୫ ମାସ ବିତି ଯାଇଥିଲେ ମଧ୍ୟ ଦଳ ତାଙ୍କର ଗୁରୁତ୍ୱ ଅନୁଭବ ନ କରିବାକୁ ଇସ୍ତଫା ଦେଇଥିବା କହିଥିଲେ ସୁନନ୍ଦା ।

ଗତ ର୍ନିବାଚନରେ ବିଜୁ ଜନତା ଦଳର ଟିକେଟ କଥା ବରିଷ୍ଠ ଅଫିସର ଡି.ଏସ. କୁଟ୍ଟେ ଓ ଆଶିଷ ସିଂହ ବୁଝୁଥିଲେ। ଏହା କହିଛନ୍ତି ବରୀର ପୂର୍ବତନ ବିଧାୟିକା ସୁନନ୍ଦା ଦାସ। ମଙ୍ଗଳବାର ସେ ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି। ଇସ୍ତଫା ଦେବା ପରେ ସୁନନ୍ଦା କହିଛନ୍ତି, ତାଙ୍କର ଟିକେଟ କଟାଯିବା ଏବଂ ର୍ନିବାଚନ ସରିବାର ୫ ମାସ ପରେ ବି ଶଙ୍ଖ ଭବନ ଓ ନବୀନ ନିବାସରେ ହେଉଥିବା ବୈଠକକୁ ତାଙ୍କୁ ଡକା ଯାଉନି। କୌଣସି ଦଳୀୟ କାର୍ଯ୍ୟକ୍ରମରେ ସାମିଲ କରାଯାଉ ନାହିଁ। ସାଙ୍ଗଠନିକ ସମ୍ପାଦକ ବବି ଦାସଙ୍କ ଦ୍ୱାରା ମାନସିକ ଆଘାତ ପାଇବା ଓ ଦଳରେ ତାଙ୍କୁ ଅଣଦେଖା କରାଯିବାରୁ ସେ ବାଧ୍ୟ ହୋଇ ବିଜେଡିରୁ ଇସ୍ତଫା ଦେଇଥିବା ସୁନନ୍ଦା କହିଛନ୍ତି। ସେ ଆହୁରି କହିଛନ୍ତ,ି ଟିକେଟ ବଣ୍ଟା ଆଗରୁ ଫୋନ ଆସୁଥିଲା ଯାଆନ୍ତୁ ଆଶିଷ ସିଂହ ଓ ଡି.ଏସ. କୁଟ୍ଟେଙ୍କୁ ଦେଖା କରନ୍ତୁ। ତାଙ୍କ ସହିତ ଆଲୋଚନା କରିବା ପରେ ସେମାନେ ସାନ୍ତ୍ୱନା ଦେଉଥିଲେ ସବୁ ଠିକ୍ଠାକ ଅଛି ବ୍ୟସ୍ତ ହୁଅନ୍ତୁନି। ବବି ଡାକି ସବୁ ଠିକ ଅଛି, ବେଷ୍ଟ ଅଫ ଲକ ବୋଲି ମଧ୍ୟ କହିଥିଲେ। ହେଲେ ସକାଳ ବେଳକୁ ଟିକେଟ ନାହିଁ। ବିଧାୟିକା ଥିବା ସମୟରେ ତାଙ୍କୁ ବହୁତ ମାନସିକ ଯନ୍ତ୍ରଣା ଦିଆଯାଉଥିଲା। ସାଙ୍ଗଠନିକ ସମ୍ପାଦକଙ୍କ ନିର୍ଦ୍ଦେଶରେ ଜିଲାପାଳ ତାଙ୍କୁ ସହଯୋଗ କରୁ ଥିଲେ। ଆଗାମୀ ଦିନରେ କେଉଁ ରାଜନୈତିକ ଦଳରେ ଯୋଗ ଦେବେ ବୋଲି ପଚାରିବାରୁ ସେ କହିଛନ୍ତି, ବରୀର ବିକାଶ ତାଙ୍କର ମୂଳ ଲକ୍ଷ୍ୟ। ବିକଶିତ ବରୀ ଗଠନ କ୍ଷେତ୍ରରେ ଯେଉଁ ରାଜନୈତିକ ଦଳ ସହଯୋଗର ହାତ ବଢାଇବ ସେ ଦୁଇ ତିନି ଦିନ ମଧ୍ୟରେ ସେହି ଦଳରେ ଯୋଗ ଦେବେ।

ବରୀ ବିଧାୟକ ବିଶ୍ୱରଞ୍ଜନ ମଲ୍ଲିକ କହିଛନ୍ତି, ସୁନନ୍ଦା କୌଣସି ଦଳରେ ସ୍ଥାୟୀ ସଦସ୍ୟ ହୋଇ ରହିନାହାନ୍ତି। ସେ ବିଧାୟିକା ଥିବାବେଳେ ବରୀର କୌଣସି ବିକାଶ ଠିକ ଭାବେ ହୋଇ ପାରିଲାନାହିଁ। ଫଳରେ ତାଙ୍କର ଟିକେଟ କଟା ହେଲା। ତେବେ ସୁନନ୍ଦାଙ୍କ ବିଜେଡି ଛାଡିବା ଦଳ ଉପରେ କୌଣସି ପ୍ରଭାବ ପକାଇବ ନାହିଁ ବୋଲି ସେ କହିଛନ୍ତି।

ଯାଜପୁର ଜିଲାରେ ଗତ ୨୪ ବର୍ଷ ମଧ୍ୟରେ ବିଜେଡି ୧ ନମ୍ବର ରାଜନୈତିକ ଦଳ ଭାବେ ଉଭା ହୋଇଥିଲା। ଦଳ ଯୁବ ନେତୃତ୍ୱ ହାତରେ ସଙ୍ଗଠନକୁ ଛାଡି ଦେଇଥିବାବେଳେ ଯୁବନେତାମାନେ ବିଜେଡିକୁ ସକ୍ରିୟ କରାଇଥିଲେ। କିନ୍ତୁ ପିଢି ବଦଳ କରି ସଙ୍ଗଠନକୁ ସୁଦୃଢ କରିବାକୁ ବିଜେଡି ଚାହିଁ ଥିବାବେଳେ ୨୦୨୪ ର୍ନିବାଚନର ଫଳାଫଳ ସେମାନଙ୍କ ମନୋବଳକୁ ଭାଙ୍ଗି ଦେଇଛି। ଏହାବ୍ୟତୀତ ବିଭିନ୍ନ କାରଣରୁ ବହୁ ଯୁବ ଓ ଅଭିଜ୍ଞ ନେତା ବିଜେଡି ଛାଡି ଅନ୍ୟ ଦଳରେ ସାମିଲ ହୋଇଛନ୍ତି। ଦଳ ଛାଡ଼ୁଥିବା ନେତାଙ୍କ ପାଇଁ କୌଣସି ପ୍ରଭାବ ପଡିବ ନାହିଁ ବୋଲି ବିଜେଡିର କେତେକ ନେତା ମନ୍ତବ୍ୟ ଦେଉଥିଲେ ହେଁ ଜିଲାରେ ବିଜେଡି ଏକ ପ୍ରକାର ଭୁଶୁଡିବାରେ ଲାଗିଛି ବୋଲି ଚର୍ଚ୍ଚା ହେଉଛି।

ଜିଲା ବିଜେଡି ସଭାପତି ଗୌତମ ରାୟ ଶଙ୍ଖ ଦଳ ଛାଡ଼ି ଏବେ ଭାଜପା ଜିଲା ସଭାପତି ଦାୟିତ୍ୱ ତୁଲାଉଛନ୍ତି। ବଡ଼ଚଣାରେ ବିଜେଡି ନେତୃତ୍ୱ ନେବା ପାଇଁ ବହୁ ବର୍ଷ ସଂଗ୍ରାମ କରି ଯୁବନେତା ଅମର ନାୟକ ଦଳ ଛାଡିଛନ୍ତି। ଏବେ ସେ ଭାଜପାରୁ ବଡ଼ଚଣା ବିଧାୟକ ହୋଇଛନ୍ତି। କୋରେଇ ର୍ନିବାଚନମଣ୍ଡଳୀର ବରିଷ୍ଠ ନେତା ତଥା ଜିଲା ପରିଷଦର ପୂର୍ବତନ ଉପସଭାପତି ଅଶୋକ ବଳ ବିଜେଡି ଛାଡି ଭାଜପାରେ ମିଶିଥିଲେ। ପରବର୍ତ୍ତୀ ସମୟରେ ସେ ପୁଣି ବିଜେଡିକୁ ଫେରି କୋରେଇ ବିଧାୟକ ହୋଇଥିଲେ। ସୁକିନ୍ଦାରେ ବିଜେଡି ନେତା ପ୍ରଦୀପ ବଳ ସାମନ୍ତ(ଟୁଟୁ) ବିଜେଡି ଛାଡି ଭାଜପାରେ ସାମିଲ ହୋଇଛନ୍ତି। ଏବେ ସେ ସୁକିନ୍ଦା ବିଧାୟକ ସହ ମନ୍ତ୍ରୀପଦ ପାଇଛନ୍ତି। ଅଭିନେତା ତଥା କୋରେଇର ପୂର୍ବତନ ବିଧାୟକ ଆକାଶ ଦାସନାୟକ ବିଜେଡି ଛାଡି ଭାଜପାରେ ଯୋଗଦେଇ ୨୦୨୪ରେ ବିଧାୟକ ଭାବେ ର୍ନିବାଚିତ ହୋଇଛନ୍ତି। ବରୀ ର୍ନିବାଚନମଣ୍ଡଳୀର କେତେକ ଯୁବନେତା ବିଜେଡିକୁ ମୁହଁ ବୁଲାଇ ଭାଜପାରେ ସାମିଲ ହୋଇଛନ୍ତି। ବିଜେଡିର ବହୁ ଯୁବ ସମ୍ବଳକୁ ଭାଜପା ଗ୍ରହଣ କରିଥିବାରୁ ବିଜେଡି ଅଡୁଆରେ ପଡି ୨୦୨୪ରେ ପରାଜୟ ବରଣ କରିଛି। ର୍ନିବାଚନ ପରେ ପରେ ବରିଷ୍ଠ ବିଜେଡି ନେତା ଅମର ପ୍ରସାଦ ଶତପଥୀ ଦଳ ଛାଡିଛନ୍ତି। ପୂର୍ବତନ ମନ୍ତ୍ରୀ ଦେବାଶିଷ ନାୟକ ଦଳ ଛାଡି କଂଗ୍ରେସରୁ ର୍ନିବାଚନ ଲଢିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଘରୁ ଲକ୍ଷାଧିକ ଟଙ୍କା ଚୋରି ଘଟଣା; ୯୨ ହଜାର ୫ ଶହ ଟଙ୍କା ଜବତ, ୩ ନାବାଳକ କରିଥିଲେ…

ଦିଗପହଣ୍ଡି/ଚିକିଟି,୨୨।୩(ଅଶେଷ ନାଥ ମିଶ୍ର/ ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ଚିକିଟିପେଣ୍ଠ ଗ୍ରାମ ପଦ୍ମନଗର ୬ଷ୍ଠ ଲେନ ବାସିନ୍ଦା ମଙ୍ଗୁଳୁ ପ୍ରଧାନଙ୍କ ଘରୁ ଚୋରି ଘଟଣାରେ ପୋଲିସକୁ…

ଦିଗପହଣ୍ଡିରେ ଜନଗଣନାର ପ୍ରଥମ ପର୍ଯ୍ୟାୟ ପ୍ରଶିକ୍ଷଣ ଶିବିର ଉଦଘାଟିତ, ତହସିଲଦାର…

ଦିଗପହଣ୍ଡି,୨୨ା୩(ଅଶେଷ ନାଥ ମିଶ୍ର): ରାଜ୍ୟ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ କ୍ରମେ ଦିଗପହଣ୍ଡି ତହସିଲ ଓ ଏନଏସି ପ୍ରଶାସନ ପକ୍ଷରୁ ବଡଖେମୁଣ୍ଡି ହାଇସ୍କୁଲ ପରିସରରେ ଜାତୀୟ ଜନଗଣନା ୨୦୨୭ର…

ତାଲପାଲିପଡା ଶ୍ରୀରାମମନ୍ଦିର ବିଗ୍ରହ ପ୍ରତିଷ୍ଠା ଉତ୍ସବ ଆରମ୍ଭ, ଉତ୍ସବମୁଖର…

ବଲାଙ୍ଗୀର,୨୨ା୩(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ତାଲପାଲିପଡାରେ ପୁନଃନିର୍ମାଣ ହୋଇଥିବା ଶ୍ରୀରାମମନ୍ଦିରର ବିଗ୍ରହପ୍ରତିଷ୍ଠା ଉତ୍ସବ ରବିବାର ଠାରୁ ଆରମ୍ଭ ହୋଇଯାଇଛି । ଆୟୋଜକ କମିଟି ସହିତ ପଡାର ଶତାଧିକ…

ମଧ୍ୟପ୍ରାଚ୍ୟ ଯୁଦ୍ଧ: ମୋଦିଙ୍କ ଅଧ୍ୟକ୍ଷତାରେ ୩ଘଣ୍ଟା ଧରି ବସିଲା ଉଚ୍ଚସ୍ତରୀୟ ବୈଠକ, ତେଲ-ଗ୍ୟାସ ନେଇ ଦେଲେ ବଡ଼ ନିର୍ଦ୍ଦେଶ

ନୂଆଦିଲ୍ଲୀ,୨୨।୩: ମଧ୍ୟପ୍ରାଚ୍ୟରେ ବଢ଼ୁଥିବା ଉତ୍ତେଜନା ମଧ୍ୟରେ ରବିବାର ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ବସିଥିଲା । ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ଅନୁଷ୍ଠିତ ଏହି ଉଚ୍ଚସ୍ତରୀୟ…

ପାରିବାରିକ କଳହର କରୁଣ ପରିଣତି; ଆତ୍ମହତ୍ୟା କଲେ ନବବଧୂ, କାରଣ ଜାଣିଲେ…

ଦିଗପହଣ୍ଡି,୨୨।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଷ୍ଟେଟବ୍ୟାଙ୍କ ସମ୍ମୁଖ ରାମଚନ୍ଦ୍ର ନଗରରେ ରହୁଥିବା ଚନ୍ଦ୍ରମା ଗୌଡ଼ (୨୮)ନାମକ ଜଣେ ନବବଧୂ ଆତ୍ମହତ୍ୟା କରିଥିବା ଜଣାପଡିଛି ।…

ବେପରୁଆ ଗାଡି ଚାଳନା, ଚକା ଫାଟି ଭାଙ୍ଗିଲା ଘର କାଚ

ଗଞ୍ଜାମ,୨୨।୩(ବିଦ୍ୟାଧର ସାହୁ ): ଗଞ୍ଜାମ ସହର ସ୍ଥିତ ଗ୍ରାସୀମ କମ୍ପାନୀକୁ ବିଭିନ୍ନ କାମରେ ଦୈନଦିନ ଶହ ଶହ ଟ୍ରକ ଟ୍ରାକ୍ଟର ଦଶ ଚକିଆ ଭାରୀଯାନ ଯାତାୟତ କରୁଛି…

ଯୁଦ୍ଧ ଆରମ୍ଭ! ୪୮ ଘଣ୍ଟା ମଧ୍ୟରେ ୪ଟି ବଡ଼ ଆକ୍ରମଣ, ନେତାନ୍ୟାହୁ କହିଲେ ଇରାନ ବିରୋଧରେ ବିଶ୍ୱ…

ନୂଆଦିଲ୍ଲୀ,୨୨।୩: ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ରବିବାର ଦିନ ଡିମୋନା ଏବଂ ଆରାଦ ସହରରେ ମିଶାଇଲ୍ ଆଟାକ୍ ହୋଇଥିବା ସ୍ଥାନ ପରିଦର୍ଶନ କରିଥିଲେ। ସେ କହିଥିଲେ ଯେ…

ଧରିତ୍ରୀ ପ୍ରଭାବ: ସଜଡା ହେଲା ବ୍ଲକ ଗେଟ୍‌, ମରାମତି ହେଲା ‘ମରଣଯନ୍ତା’

ଥୁଆମୂଳ ରାମପୁର,୨୨।୩(ଦୁର୍ଗା କୀର୍ତ୍ତି): ଜନସାଧାରଣଙ୍କ ସମସ୍ୟା ସମାଧାନର ପେଣ୍ଠସ୍ଥଳ କୁହାଯାଉଥିବା ଥୁଆମୂଳ ରାମପୁର ପଞ୍ଚାୟତ ସମିତି କାର୍ଯ୍ୟାଳୟର ମୁଖ୍ୟ ପ୍ରବେଶ ପଥ ଏବେ ସମ୍ପୂର୍ଣ୍ଣ ସୁରକ୍ଷିତ ହୋଇଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri