Posted inଜାତୀୟ

ଶେଷରେ ଭୁଲ୍‌ ବୁଝିପାରିଲେ କାନ୍ତା ପ୍ରସାଦ; ଗୌରବଙ୍କୁ ମାଗିଲେ କ୍ଷମା

ନୂଆଦିଲ୍ଲୀ,୧୩।୬: ବାବା କା ଢାବାର ମାଲିକ କାନ୍ତ ପ୍ରସାଦଙ୍କ ଭିଡିଓ ସୋସିଆଲ ମିଡିଆରେ ପୁଣି ଥରେ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓରେ କାନ୍ତ ପ୍ରସାଦ ଗତ ବର୍ଷ ଘଟିଥିବା ବିବାଦକୁ ସ୍ପଷ୍ଟ କରୁଥିବା ଦେଖାଯାଇଛି। ଏହି ଭିଡିଓରେ ବ୍ଲଗର୍‌ ଗୌରବ ଓ୍ବାସାନଙ୍କୁ କ୍ଷମା ମାଗୁଥିବା ନଜର ଆସିଛନ୍ତି। ଭିଡିଓରେ, ହାତ ଯୋଡି ସେ କହିଛନ୍ତି ଯେ, ସେ କେବେ ବି ଗୌରବଙ୍କୁ ଚୋର ବୋଲି କହି ନ ଥିଲେ। ସେ ସ୍ବୀକାର କରିଛନ୍ତି ଯେ, ସେ କିଛି ଭୁଲ କରିଛନ୍ତି ଏବଂ ଏଥିପାଇଁ ସେ ଲଜ୍ଜିତ ଓ କ୍ଷମା ପ୍ରାର୍ଥନା କରିଛନ୍ତି।
କାନ୍ତ ପ୍ରସାଦଙ୍କ କାହାଣୀ ଏକ ଚଳଚ୍ଚିତ୍ରଠାରୁ କମ ନୁହେଁ। ପ୍ରଥମ ଲକଡାଉନ ସମୟରେ ଯେତେବେଳେ ସୋସିଆଲ ମିଡିଆରେ ତାଙ୍କ ଆର୍ଥିକ ଅବସ୍ଥା ବିଷୟରେ ଚର୍ଚ୍ଚା ଆରମ୍ଭ ହେଲା, ସେତେବେଳେ ତାଙ୍କ ପାଇଁ ଅନେକ ସହାୟତାର ହାତ ବଢିଥିଲା। ଏସବୁ ଗୌରବଙ୍କ ଯୋଗୁ ସମ୍ଭବ ହୋଇଥିଲା। ଗୌରବ ହଁି ତାଙ୍କୁ ନିଜ ୟୁଟ୍ୟୁବ ମାଧ୍ୟମରେ ଲୋକଲୋଚନକୁ ଆଣିଥିଲେ। ଖୁବଶୀଘ୍ର, କାନ୍ତ ପ୍ରସାଦଙ୍କ ଦିନ ବଦଳିଗଲା ଏବଂ ସେ ସିଧାସଳଖ ଢାବାରୁ ରେଷ୍ଟୁରାଣ୍ଟ ଖୋଲିଥିଲେ। କିନ୍ତୁ ପରେ କାନ୍ତ ପ୍ରସାଦ ଗୌରବଙ୍କୁ ଚୋର ବୋଲି କହି ତାଙ୍କ ଟଙ୍କା ଚୋରି କରିଥିବା ଅଭିଯୋଗ କରିଥିଲେ। କରୋନାର ଦ୍ୱିତୀୟ ଲହରରେ ଲକ୍‌ଡାଉନ୍‌ ହେବାରୁ କାନ୍ତା ପ୍ରସାଦଙ୍କ ଆୟ ଅପେକ୍ଷା ଅଧିକ ବ୍ୟୟ ହେବାକୁ ଲାଗିଲା। ଏଭଳି ପରିସ୍ଥିତିରେ ସେ ନିଜ ପୁରୁଣା ଦୋକାନକୁ ଫେରିଲେ। କାନ୍ତ ପ୍ରସାଦ ଢାବା ଚଳାଇବା ଆରମ୍ଭ କରିସାରିଥିବାରୁ ସେ ଗୌରବଙ୍କୁ କ୍ଷମା ମାଗିଛନ୍ତି। ଏହି ଘଟଣାରେ ଏପର୍ଯ୍ୟନ୍ତ ଗୌରବଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ଆସିନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଟ୍ରେନ୍‌ ଟିକେଟ ବୁକିଂ ନିୟମ ବଦଳାଇଲା IRCTC, ଯାତ୍ରା କରିବାକୁ ଥିଲେ ଜାଣି ନିଅନ୍ତୁ…

ନୂଆଦିଲ୍ଲୀ,୩୦।୧୨: ଭାରତୀୟ ରେଳବାଇ ଆଧାର-ଯାଞ୍ଚ ହୋଇଥିବା IRCTC ଆକାଉଣ୍ଟ୍ ଧାରୀମାନଙ୍କ ପାଇଁ ବଡ଼ ରାହତ ଘୋଷଣା କରିଛି। ଆଡ଼ଭାନ୍ସ ରିଜର୍ଭେସନ୍ ପିରିଅଡ୍ (ARP)ର ପ୍ରଥମ ଦିନରେ...

ମହିଳାକୁ ହତ୍ୟା ଅଭିଯୋଗ, ପୋଲିସର ତନାଘନା

ଗୋପାଳପୁର,୩୦ା୧୨(ନବୀନ ରାଜ ଆଚାରୀ): ଗୋଳନ୍ଥରା ଥାନା ଅଞ୍ଚଳରେ ସୋମବାର ବିଳମ୍ବିତ ରାତିରେ ଜଣେ ମହିଳାଙ୍କୁ ତାଙ୍କ ସ୍ବାମୀ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଫାସୀନୂଆପଡା ଗ୍ରାମରେ...

ସୁରୁଖୁରୁରେ ଧାନକିଣାକୁ ଗୁରୁତ୍ୱ ଚାଷୀ, ସମବାୟ ଓ ଯୋଗାଣ ବିଭାଗ ଅଧିକାରୀଙ୍କୁ ନେଇ ବୈଠକ

ଛତ୍ରପୁର,୩୦ା୧୨(ଦିଲୀପ ସାମଲ): ଚଳିତ ବର୍ଷ ଜିଲାରେ ଧାନକିଣା ସୁରୁଖୁରୁରେ କରିବା ପାଇଁ ମଙ୍ଗଳବାର ଚାଷୀ, ସମବାୟ ଓ ଯୋଗାଣ ବିଭାଗର ଅଧିକାରୀମାନଙ୍କୁ ନେଇ ତ୍ରିପାକ୍ଷିକ ବୈଠକ...

ଆର୍‌ସିବିକୁ ବଡ଼ ଝଟ୍‌କା, ଏହି କାରଣରୁ ଖେଳିବେ ନାହିଁ…

ନୂଆଦିଲ୍ଲୀ, ୩୦।୧୨: ମହିଳା ପ୍ରିମିଅର୍ ଲିଗ୍ (WPL) ୨୦୨୬ ଆରମ୍ଭ ହେବାକୁ ମାତ୍ର କିଛି ଦିନ ବାକି ଥିବାବେଳେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗଲୁରୁ (RCB) ଟିମ୍‌କୁ...

ରାଜ୍ୟସ୍ତରୀୟ ଟାଏକୋଣ୍ଡୋରେ ସଫଳତା: ଛୁଟୁଛି ଶୁଭେଚ୍ଛାର ସୁଅ

ରାଇକିଆ,୩୦ା୧୨ (ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ସେଣ୍ଟ କ୍ୟାଥରିନ ବିଦ୍ୟାଳୟରଛାତ୍ରୀଛାତ୍ରମାନେ ରାଜ୍ୟସ୍ତରୀୟ ଟାଏକୋଣ୍ଡୋ କ୍ରୀଡ଼ାରେ ସଫଳତା ଅର୍ଜନ କରିଛନ୍ତି। ଭଦ୍ରକ ଠାରେ ଅନୁଷ୍ଠିତ ୩ଦିନିଆ...

ଟିମ୍‌ ଇଣ୍ଡିଆକୁ ଫେରିପାରନ୍ତି ମହମ୍ମଦ ସାମି: ବିଶ୍ୱକପ୍ ପୂର୍ବରୁ ବଦଳିପାରେ ଚୟନକର୍ତ୍ତାଙ୍କ ନିଷ୍ପତି

ମୁମ୍ବାଇ,୩୦।୧୨: ଅଭିଜ୍ଞ ଦ୍ରୁତ ବୋଲର ମହମ୍ମଦ ସାମିଙ୍କୁ ନେଇ ବିସିସିଆଇ ଚୟନକର୍ତ୍ତା ଏକ ବଡ଼ ନିଷ୍ପତ୍ତି ନେବାକୁ ଯାଉଛନ୍ତି। ଫିଟ୍‌ନେସ୍‌ ଏବଂ ବୟସକୁ ନେଇ ଚାଲିଥିବା...

ଦେଶର GDP’କୁ ଅତିକ୍ରମ କଲା ଭାରତୀୟ ପରିବାର ପାଖରେ ଥିବା ସୁନା ମୂଲ୍ୟ

ନୂଆଦିଲ୍ଲୀ,୩୦।୧୨: ଭାରତୀୟ ପରିବାରଗୁଡ଼ିକ ପାଇଁ ସୁନା କେବଳ ଏକ ଅଳଙ୍କାର ନୁହେଁ, ବରଂ ଏହା ଭାବପ୍ରବଣତା ଏବଂ ଆର୍ଥିକ ସୁରକ୍ଷାର ଏକ ପ୍ରତୀକ। ବିଶ୍ୱ ବଜାରରେ...

ବର୍ଷର ଶେଷ ଦିନ ସଂହ ରାଶି ସହ ୫ରାଶିର ଫିଟିଯିବ ଭାଗ୍ୟ! ବାଜିବ ଲଟେରୀ

ଆସନ୍ତାକାଲି ହେଉଛି ୨୦୨୫ ବର୍ଷର ଶେଷ ୩୧ତମ ଦିନ ଏବଂ ବୁଧବାର। ବୁଧବାର ଦିନ ପ୍ରତିବନ୍ଧକ ଦୂରକାରୀ ଭଗବାନ ଗଣେଶ ଏବଂ ଜ୍ଞାନ ଏବଂ ବିବେକର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri