କଂସଙ୍କ ମଥୁରା ଭ୍ରମଣ, ନନ୍ଦ ଦରବାର ଉଦ୍‌ଘାଟିତ

ମଥୁରାନଗରୀ/ଗୋପପୁର,୨୭।୧୨(ପ୍ରେମାନନ୍ଦ ଖମାରୀ):ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବର ଶୁକ୍ରବାର ଥିଲା ତୃତୀୟ ଦିବସ। ଅନ୍ୟଦିନ ଭଳି କଂସ ମହାରାଜ ନିଜ ପାତ୍ରମନ୍ତ୍ରୀଙ୍କ ସହିତ ରାଜମହଲରୁ ମଥୁରା ଭ୍ରମଣରେ ବାହାରିଥିଲେ। ମଥୁରା ଭ୍ରମଣ ବାଟରେ ସେ ଶ୍ୟାମେଶ୍ୱର ମହାଦେବଙ୍କ ଦର୍ଶନ କରିଥିଲେ। ପରେ ସେ ଲୋକ ମଣ୍ଡପ ପଡ଼ିଆସ୍ଥିତ ରଙ୍ଗମହଲକୁ ଆସିଥିଲେ। ସେଠାରେ ବିଭିନ୍ନ ସାଂସ୍କୃତିକ ଦଳର ନାଚଗୀତରେ କଂସ ମହାରାଜ ମସଗୁଲ ହୋଇଥିଲେ। ରଙ୍ଗମହଲରୁ ସେ ହାଟପଦାସ୍ଥିତ ରାଜ ଦରବାରକୁ ପହଞ୍ଚିଥିଲେ। ନିଜ ଅଶାନ୍ତ ମନକୁ ଶାନ୍ତ କରିବା ପାଇଁ ସେଠାରେ ମଧ୍ୟ କଂସଙ୍କ ସମ୍ମୁଖରେ ନାଚଗୀତର ଆସର ଜମିଥିଲା। ତେବେ ଶୂନ୍ୟବାଣୀ ଶୁଣିବା ପରଠୁ ବିଚଳିତ କଂସ କାରାଗୃହକୁ ପ୍ରବେଶ କରିଥିଲେ। ସେଠାରେ ପାଷାଣରେ ବିଜୁଳି କନ୍ୟାଙ୍କୁ ପ୍ରହାର କରିଥିଲେ। ମାତ୍ର ପୁଣି ତାଙ୍କୁ ଶୂନ୍ୟବାଣୀ ହୋଇଥିଲା। ଏଥିରେ ମର୍ମାହତ ହୋଇ କଂସ ମହାରାଜ ପୁଣି ରାଜ ଦରବାରକୁ ଫେରି ଆସିଥିଲେ ଏବଂ ପୁଣି ନାଚଗୀତରେ ମସଗୁଲ ହୋଇଥିଲେ।
ଅନ୍ୟପଟେ ଗୋପପୁର ଉତ୍ସବ ମୁଖରିତ ହୋଇ ପଡ଼ିଛି। ମଥୁରାନଗରୀ ଭଳି ଗୋପପୁରରେ ମଧ୍ୟ ଭିଡ଼ ପରିଲକ୍ଷିତ ହୋଇଥିଲା। ଧନୁଯାତ୍ରା ମହୋତ୍ସବର କାର୍ଯ୍ୟକାରୀ ସଭାପତି ତଥା ବରଗଡ଼ ଏସ୍‌ପି ପି.ଏସ୍‌ ମୀନା ନନ୍ଦ ଦରବାରକୁ ଉଦ୍‌ଘାଟନ କରିଥିଲେ। ଉଦ୍‌ଘାଟନୀ ସମାରୋହରେ ଧନୁଯାତ୍ରା ମହୋତ୍ସବର ସମ୍ପାଦକ ତଥା ଆବାହକ ସୁରେଶ୍ୱର ଶତପଥୀଙ୍କ ସମେତ ଗୋପପୁର ଯାତ୍ରା କମିଟିର କର୍ମକର୍ତ୍ତା, ସଦସ୍ୟବୃନ୍ଦ ଉପସ୍ଥିତ ଥିଲେ। ନନ୍ଦ ଦରବାର ଉଦ୍‌ଘାଟନ ହେବା ପରେ ନନ୍ଦୋତ୍ସବରେ ଗୋପପୁର ମୁଖରିତ ହୋଇ ପଡ଼ିଥିଲା। କୃଷ୍ଣଙ୍କ ଦୋଳିଝୁଲା, ରାସନୃତ୍ୟ ପରିବେଷିତ ହୋଇଥିଲା। ସେହିପରି ନଗର ସଂକୀର୍ତ୍ତନ ସହିତ କୃଷ୍ଣଙ୍କ ଗୋପପୁର ଭ୍ରମଣ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି କରିଥିଲା। ଶନିବାର ମଥୁରାନଗରୀରେ ବାଣାସୁର ପରାଜୟ, ଷଡ଼ମଲ୍ଲଙ୍କ ମୃତ୍ୟୁ ଖବର ପାଇ କଂସଙ୍କ ଶୋକ, ରାଣୀ ପଦ୍ମାବତୀଙ୍କ ଧନୁଶ୍ରୀ ଓଷା ପାଇଁ ପ୍ରସ୍ତୁତି, କଂସଙ୍କ ଦ୍ୱାରା ମୁକ୍ତେଶ୍ୱର ବାବାଙ୍କ ରୁଦ୍ରାଭିଷେକ ଦୃଶ୍ୟାଭିୟ ରହିଛି। ଅନ୍ୟପଟେ ଗୋପପୁରରେ ଶ୍ରୀକୃଷ୍ଣଙ୍କ ବାଲ୍ୟଲୀଳା, କଂସ ପ୍ରେରିତ ପୁତନା, ବକା, ଶକଟା, ତୃଣା, ଧେନୁ, ଷଣ୍ଢାସୁର ଆଦିଙ୍କୁ ବଧ ଏବଂ ନନ୍ଦୋତ୍ସବ କାର୍ଯ୍ୟକ୍ରମ ରହିଛି।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ଆନ୍ତଃରାଜ୍ୟ ଡକାୟତ ଗ୍ୟାଙ୍ଗକୁ ଧରିଲା ବଲାଙ୍ଗୀର ପୋଲିସ: ଦେଶୀ ବନ୍ଧୁକ, ବାଇକ୍‌ ଜବତ

ବଲାଙ୍ଗୀର,୨୭।୧୨(ସୁନିଲ ମହାନ୍ତି): ବଲାଙ୍ଗୀର ଟାଉନ ଥାନା ପୋଲିସଏକ ସ୍ବତନ୍ତ୍ର ଟିମ୍‌ ଶନିବାର ଏକ ଆନ୍ତଃରାଜ୍ୟ ଡକାୟତ ଗ୍ୟାଙ୍ଗକୁ ଧରିଛି l ଏ ନେଇ ବଲାଙ୍ଗୀର ଏସ୍‌ପି...

ଅଧା ଭଙ୍ଗା ଘରେ କଟୁଛି ଓକିଲଙ୍କ ଜୀବନ

ଚକାପାଦ,୨୭ା୧୨(ପ୍ରତାପ କିଶୋର ବେହେରା): ଚକାପାଦ ବ୍ଲକ୍‌ ଅନ୍ତର୍ଗତ ବପଲମେଣ୍ଡି(ଲା) ଡେଲିପଙ୍ଗା ଗ୍ରାମର ଓକିଲ ଡିଗାଲ (୬୫)ଙ୍କ ୨ ପୁଅ ନିଜ ନିଜ ସଂସାରକୁ ନେଇ ଚଳୁଛନ୍ତି।...

ବିରଞ୍ଚିଙ୍କ ଏଏସଆଇକୁ ପଦୋନ୍ନତି: କଠିନ ପରିଶ୍ରମ ଆଣିଦେଲା ସଫଳତା

ଗଞ୍ଜାମ,୨୭।୧୨(ବିଦ୍ୟାଧର ସାହୁ):ଗଞ୍ଜାମ ଜିଲା ଛତ୍ରପୁରସ୍ଥିତ ଜିଲା ଆରକ୍ଷୀ କାର୍ଯ୍ୟାଳୟରେ କନଷ୍ଟେବଳ ଭାବେ କାର୍ଯ୍ୟରତ ଥିବା ବିରଞ୍ଚି ନାରାୟଣ ପଲେଇଙ୍କ ପଦୋନ୍ନତି ହୋଇଛି। କନେଷ୍ଟବଳରୁ ଏଏସଆଇକୁ ପଦୋନ୍ନତି...

ରାସ୍ତାରେ ଟ୍ରକ୍‌ ରଖି ଶୌଚ ପାଇଁ ଯାଇଥିଲେ ଡ୍ରାଇଭର, ଆପଣା ଛାଏଁ ପଛକୁ ପଛ ଗଡ଼ି…

ଦାରିଙ୍ଗବାଡ଼ି,୨୭ା୧୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଦେଇ ଯାଇଥିବା ଗୋପାଳପୁର-ରାଇପୁରକୁ ସଂଯୋଗ କରୁଥିବା ୫୯ ନଂ ଜାତୀୟ ରାଜପଥର ସିମନବାଡ଼ି ନିକଟ ଟୋଲ୍‌ ଗେଟ୍‌ ନିକଟରେ...

ମାଙ୍ଗାନିଜ ବୋଝେଇ ୩ ଡମ୍ପରକୁ ମାଡ଼ି ବସିଲା ବନ ବିଭାଗ

ଯୋଡ଼ା,୨୭ା୧୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ସେକ୍ସନର ବୈତରଣୀ କ ସଂରକ୍ଷିତ ଜଙ୍ଗଲ ନିକଟ ତିରିଂ ପାହାଡ଼ ନିକଟରୁ ବନ ବିଭାଗ ଚଢ଼ାଉ କରି ଚୋରାଚାଲାଣ...

ଭାଜପା ଦାରିଙ୍ଗବାଡ଼ି ମଣ୍ଡଳରେ ନୂଆ କର୍ମକର୍ତ୍ତା: ରାଜନୀତିକୁ ଆସୁଛନ୍ତି ଶିକ୍ଷିତ, ସ୍ବୟଂସେବକ

ଦାରିଙ୍ଗବାଡ଼ି,୨୭ା୧୨(ଅରୁଣ ସାହୁ): ବିଭିନ୍ନ ଦଳରେ ଉଚ୍ଚ ଶିକ୍ଷିତ ଯୁବଗୋଷ୍ଠୀ ରାଜନୀତିକୁ ଆସିବା ଦେଖିବାକୁ ମିଳିଛି। ଏହି କ୍ରମରେ ରାଜ୍ୟ ଓ କେନ୍ଦ୍ରରେ ଶାସନ କରୁଥିବା ଭାଜପା...

୧୫ ଘଣ୍ଟା କାମ ପରେ ମିଳିଲା ୭୬୩ ଟଙ୍କା, ଡେଲିଭରି ବୟଙ୍କୁ ଘରକୁ ଡାକି ଏମିତି କଲେ ରାଘବ ଚଢା, ସମସ୍ତେ କରୁଛନ୍ତି ପ୍ରଶଂସା

ନୂଆଦିଲ୍ଲୀ,୨୭।୧୨: ନିକଟରେ, ଜଣେ ଡେଲିଭରି ବୟର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ଏକ ଛୋଟ ଭିଡିଓରେ, ଯୁବକ ଜଣକ ତାଙ୍କର ଦୈନନ୍ଦିନ କାର୍ଯ୍ୟସୂଚୀ...

Vijay Hazare Trophy: ଯାହାଙ୍କ ବଲରେ ଆଉଟ ହେଲେ କୋହଲି ତାଙ୍କୁ ଦେଲେ ବଡ଼ ଉପହାର, ଜିତିଲେ ପ୍ରଶଂସକଙ୍କ ମନ

ନୂଆଦିଲ୍ଲୀ,୨୭।୧୨: ବିରାଟ କୋହଲିଙ୍କୁ ଆଉଟ କରିଥିବା ଗୁଜରାଟର ସ୍ପିନର ବିଶାଲ ଜୟସୱାଲଙ୍କୁ ମଧ୍ୟ ବହୁତ ପ୍ରଶଂସା କରାଯାଉଛି। ବିରାଟଙ୍କ ଗୋଟିଏ ବଲ ଉପରେ କୋହଲି ଏକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri