କଂସଙ୍କ ମଥୁରା ଭ୍ରମଣ, ନନ୍ଦ ଦରବାର ଉଦ୍‌ଘାଟିତ

ମଥୁରାନଗରୀ/ଗୋପପୁର,୨୭।୧୨(ପ୍ରେମାନନ୍ଦ ଖମାରୀ):ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବର ଶୁକ୍ରବାର ଥିଲା ତୃତୀୟ ଦିବସ। ଅନ୍ୟଦିନ ଭଳି କଂସ ମହାରାଜ ନିଜ ପାତ୍ରମନ୍ତ୍ରୀଙ୍କ ସହିତ ରାଜମହଲରୁ ମଥୁରା ଭ୍ରମଣରେ ବାହାରିଥିଲେ। ମଥୁରା ଭ୍ରମଣ ବାଟରେ ସେ ଶ୍ୟାମେଶ୍ୱର ମହାଦେବଙ୍କ ଦର୍ଶନ କରିଥିଲେ। ପରେ ସେ ଲୋକ ମଣ୍ଡପ ପଡ଼ିଆସ୍ଥିତ ରଙ୍ଗମହଲକୁ ଆସିଥିଲେ। ସେଠାରେ ବିଭିନ୍ନ ସାଂସ୍କୃତିକ ଦଳର ନାଚଗୀତରେ କଂସ ମହାରାଜ ମସଗୁଲ ହୋଇଥିଲେ। ରଙ୍ଗମହଲରୁ ସେ ହାଟପଦାସ୍ଥିତ ରାଜ ଦରବାରକୁ ପହଞ୍ଚିଥିଲେ। ନିଜ ଅଶାନ୍ତ ମନକୁ ଶାନ୍ତ କରିବା ପାଇଁ ସେଠାରେ ମଧ୍ୟ କଂସଙ୍କ ସମ୍ମୁଖରେ ନାଚଗୀତର ଆସର ଜମିଥିଲା। ତେବେ ଶୂନ୍ୟବାଣୀ ଶୁଣିବା ପରଠୁ ବିଚଳିତ କଂସ କାରାଗୃହକୁ ପ୍ରବେଶ କରିଥିଲେ। ସେଠାରେ ପାଷାଣରେ ବିଜୁଳି କନ୍ୟାଙ୍କୁ ପ୍ରହାର କରିଥିଲେ। ମାତ୍ର ପୁଣି ତାଙ୍କୁ ଶୂନ୍ୟବାଣୀ ହୋଇଥିଲା। ଏଥିରେ ମର୍ମାହତ ହୋଇ କଂସ ମହାରାଜ ପୁଣି ରାଜ ଦରବାରକୁ ଫେରି ଆସିଥିଲେ ଏବଂ ପୁଣି ନାଚଗୀତରେ ମସଗୁଲ ହୋଇଥିଲେ।
ଅନ୍ୟପଟେ ଗୋପପୁର ଉତ୍ସବ ମୁଖରିତ ହୋଇ ପଡ଼ିଛି। ମଥୁରାନଗରୀ ଭଳି ଗୋପପୁରରେ ମଧ୍ୟ ଭିଡ଼ ପରିଲକ୍ଷିତ ହୋଇଥିଲା। ଧନୁଯାତ୍ରା ମହୋତ୍ସବର କାର୍ଯ୍ୟକାରୀ ସଭାପତି ତଥା ବରଗଡ଼ ଏସ୍‌ପି ପି.ଏସ୍‌ ମୀନା ନନ୍ଦ ଦରବାରକୁ ଉଦ୍‌ଘାଟନ କରିଥିଲେ। ଉଦ୍‌ଘାଟନୀ ସମାରୋହରେ ଧନୁଯାତ୍ରା ମହୋତ୍ସବର ସମ୍ପାଦକ ତଥା ଆବାହକ ସୁରେଶ୍ୱର ଶତପଥୀଙ୍କ ସମେତ ଗୋପପୁର ଯାତ୍ରା କମିଟିର କର୍ମକର୍ତ୍ତା, ସଦସ୍ୟବୃନ୍ଦ ଉପସ୍ଥିତ ଥିଲେ। ନନ୍ଦ ଦରବାର ଉଦ୍‌ଘାଟନ ହେବା ପରେ ନନ୍ଦୋତ୍ସବରେ ଗୋପପୁର ମୁଖରିତ ହୋଇ ପଡ଼ିଥିଲା। କୃଷ୍ଣଙ୍କ ଦୋଳିଝୁଲା, ରାସନୃତ୍ୟ ପରିବେଷିତ ହୋଇଥିଲା। ସେହିପରି ନଗର ସଂକୀର୍ତ୍ତନ ସହିତ କୃଷ୍ଣଙ୍କ ଗୋପପୁର ଭ୍ରମଣ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି କରିଥିଲା। ଶନିବାର ମଥୁରାନଗରୀରେ ବାଣାସୁର ପରାଜୟ, ଷଡ଼ମଲ୍ଲଙ୍କ ମୃତ୍ୟୁ ଖବର ପାଇ କଂସଙ୍କ ଶୋକ, ରାଣୀ ପଦ୍ମାବତୀଙ୍କ ଧନୁଶ୍ରୀ ଓଷା ପାଇଁ ପ୍ରସ୍ତୁତି, କଂସଙ୍କ ଦ୍ୱାରା ମୁକ୍ତେଶ୍ୱର ବାବାଙ୍କ ରୁଦ୍ରାଭିଷେକ ଦୃଶ୍ୟାଭିୟ ରହିଛି। ଅନ୍ୟପଟେ ଗୋପପୁରରେ ଶ୍ରୀକୃଷ୍ଣଙ୍କ ବାଲ୍ୟଲୀଳା, କଂସ ପ୍ରେରିତ ପୁତନା, ବକା, ଶକଟା, ତୃଣା, ଧେନୁ, ଷଣ୍ଢାସୁର ଆଦିଙ୍କୁ ବଧ ଏବଂ ନନ୍ଦୋତ୍ସବ କାର୍ଯ୍ୟକ୍ରମ ରହିଛି।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ଚା’ ପିଇ କଲେଜକୁ ଫେରୁଥିଲେ, ଧକ୍କା ଦେଲା ସ୍ପିଡ ବାଇକ୍‌; ଡାକ୍ତରୀ ଛାତ୍ରୀ ଗୁରୁତର

ବଲାଙ୍ଗୀର,୧୪।୨ -( ସୁନିଲ କୁମାର ମହାନ୍ତି) ବଲାଙ୍ଗୀର ସହର ଭିଆଇପି ରାସ୍ତା ତଥା ଭାଗିରଥି ଛକରୁ ସର୍କିଟ ହାଉସ୍ ରାସ୍ତାରେ ଜଣେ ସ୍ପିଡ ବାଇକ ଆରୋହୀଙ୍କ ଧକ୍କାରେ…

ପ୍ରେମ ବିବାହ କରିଥିବା ଯୁବକଙ୍କୁ ଅପହରଣ, ବାପାଙ୍କ ନାଁରେ ଥାନାରେ ଏତଲା ଦେଲେ ଝିଅ

ତୁମୁଡିବନ୍ଧ,୧୪ା୨(ଦୀପକ କୁମାର ପରାସେଠ)- ଭଲପାଇ ପ୍ରେମ ବିବାହ କରିଥିବା ଜଣେ ଯୁବକଙ୍କୁ ଅପହରଣ କରାଯାଇଛି। କନ୍ଧମାଳ ଜିଲାର ଏହି ଯୁବକ ପୁରୀ ଜିଲାର ଏକ ଗ୍ରାମରେ ଡାକ…

ଭୁଶୁଡ଼ିଲା ନିର୍ମାଣାଧୀନ ମେଟ୍ରୋ ସ୍ଲାବ୍‌: ଚାଲିଗଲା ଜଣଙ୍କ ଜୀବନ, ମୁଖ୍ୟମନ୍ତ୍ରୀଙ୍କ ତଦନ୍ତ ନିର୍ଦ୍ଦେଶ

ମୁମ୍ବାଇ,୧୪ା୨: ମୁମ୍ବାଇର ମୁଲୁନ୍ଦ ଅଞ୍ଚଳରେ ଏକ ଅଘଟଣ ଘଟିଛି। ଏକ ନିର୍ମାଣାଧୀନ ମେଟ୍ରୋ ରେଳ ପ୍ରକଳ୍ପର ଏକ ସ୍ଲାବ୍‌ ଶନିବାର ଭୁଶୁଡ଼ି ପଡ଼ିବାରୁ ଜଣଙ୍କର ମୃତ୍ୟୁ ଘଟିଛି।…

ଏପିଓଙ୍କୁ ତାଗିଦ କରିବାରୁ ବିଡିଓଙ୍କ ନାମରେ ଏତଲା, ତଦନ୍ତ ନିର୍ଦ୍ଦେଶ ଦେଲେ ଗଞ୍ଜାମ ଜିଲାପାଳ

ଦିଗପହଣ୍ଡି,୧୪।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କାର୍ଯ୍ୟାଳୟ ଅତିରିକ୍ତ କାର୍ଯ୍ୟକ୍ରମ ଅଧିକାରୀ (ଏପିଓ) ଅରୁଣ କୁମାର ସ୍ବାଇଁ ଦୀର୍ଘଦିନ ହେଲା କାର୍ଯ୍ୟରେ ଅବହେଳା କରିଆସୁଛନ୍ତି।ନିଶାସକ୍ତ…

ରାତି ପାହିଲେ ଜାଗର: ଶୃଙ୍ଖଳିତ ଦର୍ଶନକୁ ଗୁରୁତ୍ୱ

ଭୁବନେଶ୍ୱର,୧୪।୨: ରାତି ପାହିଲେ ଜାଗର। ଏନେଇ ଲିଙ୍ଗରାଜ ମନ୍ଦିର ଚଳଚଞ୍ଚଳ ହୋଇ ପଡିଥିବା ବେଳେ ଝଲସି ଉଠୁଛି ମନ୍ଦିର ପରିସର। ରାତି ୧୦ଟାରେ ଉଠିବ ମହାପ୍ରଭୁ ଲିଙ୍ଗରାଜଙ୍କ…

୩ ଦିନ ବ୍ୟବଧାନରେ ପୁଣି ବୁଲିଲା ଖଣ୍ଡା, ଫୁଟିଲା ଗୁଳି; ବୈଶିଙ୍ଗାରେ ବଢୁଛି ଅସମାଜିକ ବ୍ୟକ୍ତିଙ୍କ ଦୌରାତ୍ମ୍ୟ 

ବୈଶିଙ୍ଗା,୧୦।୨(ରତନ ଦାଶ): ମୟୂରଭଞ୍ଜ ଜିଲ୍ଲାର ବୈଶିଙ୍ଗା ଥାନା ଅଞ୍ଚଳ ଅଶାନ୍ତ ହୋଇଉଠିଛି। ଶୁକ୍ରବାର ୮  ଜଣ କୁଖ୍ୟାତ ଆନ୍ତଃରାଜ୍ୟ ଡ଼କାୟତଙ୍କୁ ବିଭିନ୍ନ ମାରଣାସ୍ତ୍ର ସହ ଧରି କୋର୍ଟ…

ଯେଉଁ ପିଚ୍‌ରେ ଜିମ୍ବାଓ୍ବେ ଅଷ୍ଟ୍ରେଲିଆକୁ ପରାସ୍ତ କରିଥିଲା, ସେହି ପିଚ୍‌ରେ ହେବ ଭାରତ-ପାକିସ୍ତାନ ମ୍ୟାଚ୍‌

କଲମ୍ବୋ,୧୪ା୨- ଭାରତ ଓ ପାକିସ୍ତାନ ମଧ୍ୟରେ ଖେଳାଯିବାକୁ ଥିବା ଟି୨୦ ବିଶ୍ୱକପ୍‌ ମ୍ୟାଚ୍‌ ଆର୍‌ ପ୍ରେମଦାସା ଷ୍ଟାଡିୟମରେ ଏକ ବ୍ୟବହୃତ ପିଚ୍‌ରେ ହେବ। ଏଣୁ ପିଚ୍‌ ଧିମା…

ନାଇକସାହିରେ ବ୍ୟାପୁଛି ଜଣ୍ଡିସ: ୯ ବର୍ଷୀୟ ଶିଶୁ ମୃତ,ଗ୍ରାମବାସୀଙ୍କ ମଧ୍ୟରେ ଆତଙ୍କ…

ବଞ୍ଚୋ, ୧୪ା୨(ପ୍ରଦୋଷ କୁମାର ବିଶ୍ୱାଳ): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ବଞ୍ଚୋ ପଞ୍ଚାୟତର ନାଇକସାହିରେ ଜଣ୍ଡିସ ରୋଗ ବ୍ୟାପିବାରୁ ଗ୍ରାମବାସୀଙ୍କ ମଧ୍ୟରେ ଆତଙ୍କ ଦେଖାଦେଇଛି। ଶୁକ୍ରବାର ୯ବର୍ଷୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri